Wednesday, June 24, 2026 06:08 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏ ସରକାର ଉପରେ ଲୋକଙ୍କର ଭରସା ନାହିଁ: ନବୀନ

ବିଜେଡି ଜନ ସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ

by Our Correspondent
02 Oct, 2024- 02:22 PM
in Latest News, News
1 min read
0
ଏ ସରକାର ଉପରେ ଲୋକଙ୍କର ଭରସା ନାହିଁ: ନବୀନ

ଭୁବନେଶ୍ୱର: ମିଛ ପ୍ରତିଶ୍ରୁତି ଦେଇ, ମିଛ କାହାଣୀ କହି ବିଜେପି ଆଜି ଶାସନକୁ ଆସିଛି । ୩୦୦ ୟୁନିଟ୍ ମାଗଣା ବିଜୁଳି ପାଉଛନ୍ତି କି? ୩ ହଜାର ଟଙ୍କା ଭତ୍ତା କୁଆଡ଼େ ଗଲା? ନିର୍ବାଚନ ବେଳେ ହାତୀ ଦେବୁ, ଘୋଡ଼ା ଦେବୁ କହି ଭୋଟ୍ ନେଲେ । ଏବେ ବିଜେପିର ମିଛ ଧରାପଡ଼ିଯାଇଛି । ଦରଦାମ ବଢ଼ି ଚାଲିଛି । ମା’ ମାନେ ଥାନାରେ ବି ସୁରକ୍ଷିତ ନୁହଁନ୍ତି । ସରକାରୀ କର୍ମଚାରୀ ରାଜଭବନରେ ସୁରକ୍ଷିତ ନୁହଁନ୍ତି । ଏ ବିଜେପି ସରକାର ଉପରେ ଲୋକ ଭରସା କରିପାରୁନାହାନ୍ତି । ମିଛ କହି ନିର୍ବାଚନ ଜିତି ପାରନ୍ତି । ମାତ୍ର ଲୋକଙ୍କ ହୃଦୟ ନୁହେଁ । ମିଛ ହେଉଛି ବିଜେପିର ପରିଚୟ ।

ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଏଭଳି ଭାଷାରେ ବିଜେପିକୁ ଟାର୍ଗେଟ୍ କରିଛନ୍ତି । ବଡ଼ଗଡ଼ ବ୍ରିଟ୍ କଲୋନୀସ୍ଥିତ ନେତାଜୀ ଖେଳ ପଡ଼ିଆଠାରେ ବିଜେଡି ଜନସମ୍ପର୍କ ପଦଯାତ୍ରାର ଶୁଭାରମ୍ଭ ଅବସରରେ ଦଳୀୟ କର୍ମୀଙ୍କୁ ଉଦବୋଧନ ଦେଇ ନବୀନ କହିଥିଲେ, ଲୋକଙ୍କର ଭରସା ଏବଂ ଭଲ ପାଇବା ହେଉଛି ବିଜେଡିର ବଡ଼ ପୁଞ୍ଜି । ୨୦୨୪ ନିର୍ବାଚନରେ ବିଜେପି ଜିତି ସରକାର ଗଢ଼ିଥାଇପାରେ । ମାତ୍ର ବିଜେପିଠାରୁ ବିଜେଡି ଅଧିକ ଭୋଟ ପାଇଛି । ଆମେ ଲୋକଙ୍କର ସେବା ଜାରି ରଖିବୁ ଏବଂ ଆମର ଲକ୍ଷ ଲକ୍ଷ କର୍ମୀ ଦଳର ବାର୍ତ୍ତାକୁ ଲୋକଙ୍କ ପାଖରେ ପହଞ୍ଚାଇବେ ଏବଂ ବିଜେପିର ମିଛ ପ୍ରତିଶ୍ରୁତି  ଏବଂ ଅପାରଗତା ପଦାକୁ ଆଣିବେ । ବିଜେଡି ଲୋକଙ୍କ ହୃଦୟରେ ଅଛି ଏବଂ ସବୁବେଳେ ରହିଥିବ ।

ନବୀନ ତାଙ୍କ ଭାଷଣରେ କହିଥିଲେ, ଲୋକଙ୍କ ସହ ଯୋଡ଼ି ହେବା ପାଇଁ ପଦଯାତ୍ରା ହେଉଛି ସବୁଠାରୁ ଶକ୍ତିଶାଳୀ ମାଧ୍ୟମ । ବିଜୁ ଜନତା ଦଳ ଆଜି ଏକ ସାମାଜିକ ଆନ୍ଦୋଳନରେ ପରିଣତ ହୋଇଛି । ଆମେ ସବୁବେଳେ ଲୋକଙ୍କ ସୁଖଦୁଃଖରେ ଲୋକଙ୍କ ସାଥୀରେ ରହି ଆସିଛୁ । ସେବା ଓ ସ୍ୱାଭିମାନ ହେଉଛି ଆମର ମନ୍ତ୍ର । ବିକାଶ ଆମର ପରିଚୟ । ବିଜୁ ଜନତା ଦଳ କାମରେ ବିଶ୍ୱାସ କରେ ।

ଗତ ୨୪ ବର୍ଷ ଭିତରେ ବିଜୁ ଜନତା ଦଳ ଓଡ଼ିଶାର ବିକାଶ ପାଇଁ ଅନେକ କାମ କରିଛି । ଶିକ୍ଷା, ସ୍ୱାସ୍ଥ୍ୟ, ଭିତ୍ତିଭୂମି, ପୁଞ୍ଜି ବିନିଯୋଗ, ଉତ୍ତମ ପ୍ରଶାସନ, ଏସସି/ଏସଟି ବର୍ଗର କଲ୍ୟାଣ, ମହିଳା, ଯୁବକ, ଚାଷୀ ସମସ୍ତଙ୍କ ସଶକ୍ତିକରଣ ଆଦି ସବୁ କ୍ଷେତ୍ରରେ ଆଖିଦୃଶିଆ ଉନ୍ନତି ହୋଇଛି । ଅର୍ଥନୈତିକ ସ୍ଥିିରତା ଆସିଛି । ଓଡ଼ିଶାର ଗରିବୀ ୨୦୦୦ ମସିହାରେ ୭୦% ଥିବା ବେଳେ ଆଜି ଏହା ୧୦%କୁ ଖସିଛି । ଆମ ଲୋକଙ୍କ ମୁଣ୍ଡପିଛା ଆୟ ବଢ଼ିଛି । ଅନେକ ଡବଲ ଇଞ୍ଜିନ ରାଜ୍ୟମାନଙ୍କଠାରୁ ମଧ୍ୟ ଓଡ଼ିଶା ଆଗରେ ଅଛି ।

ବିକାଶର ସବୁ କ୍ଷେତ୍ରରେ ଆଜି ଓଡ଼ିଶା ଭଲ ସ୍ଥିତିରେ ରହିଛି । ଆମ ସରକାରର ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ କୋଟି କୋଟି ଲୋକ ଉପକାର ପାଉଥିଲେ । ଏବେ ସରକାର ସେ ଯୋଜନାର ନାମ ପରିବର୍ତ୍ତନ କରିଦେଇଛନ୍ତି । ଆପଣ ନାଁ ବଦଳେଇ ପାରନ୍ତି । ଆପଣ ରଙ୍ଗ ବଦଳେଇପାରନ୍ତି । କିନ୍ତୁ ଇତିହାସ ବଦଳେଇ ପାରିବେନି । ଲୋକ ସବୁ ଜାଣନ୍ତି । ମିଛ କହି ନିର୍ବାଚନ ଜିତିପାରନ୍ତି । କିନ୍ତୁ ଲୋକଙ୍କ ହୃଦୟ ନୁହେଁ ।

ମୁୁଁ କ୍ଷମତାରେ ଥାଏ ବା ନ ଥାଏ, ଆପଣମାନଙ୍କର ସେବା ମୁଁ ସବୁବେଳେ କରି ଆସିଛି ଏବଂ ଶେଷ ପର୍ଯ୍ୟନ୍ତ ଓଡ଼ିଶା ମାଟିର, ଓଡ଼ିଶାବାସୀଙ୍କ ସେବା କରି ଚାଲିବି ବୋଲି ନବୀନ କହିଥିଲେ ।

ଅନ୍ୟପକ୍ଷରେ ନବୀନ ପଟ୍ଟନାୟକଙ୍କର ଆକ୍ରମଣର ଜବାବ ଦେଇଛି ବିଜେପି । ଦଳର ମୁଖପାତ୍ର ମନୋଜ ମହାପାତ୍ର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି, ନବୀନ ବାବୁ ୧୦୦ ଦିନର ବିଜେପି ସରକାରକୁ ଟାର୍ଗେଟ୍ କରିବା ଲଜ୍ଜାଜନକ । ନିଜର ୨୪ ବର୍ଷର କୁଶାସନକୁ ନବୀନ ବାବୁ ଭୁଲିଯାଉଛନ୍ତି । ବିଜେପି ଲୋକଙ୍କୁ ଯାହା ପ୍ରତିଶ୍ରୁତି ଦେଇଥିଲା ତାହାକୁ ଅକ୍ଷରେ ଅକ୍ଷରେ ପାଳନ କରୁଛି ବୋଲି ସେ କହିଛନ୍ତି ।

Previous Post

ଅଚ୍ୟୁତ ସାମନ୍ତଙ୍କୁ ମହାତ୍ମା ସମ୍ମାନ ୨୦୨୪

Next Post

ଫାର୍ମାସ୍ୟୁଟିକାଲ୍ ଶିକ୍ଷକ ସଂଘର ୨୭ତମ ବାର୍ଷିକ ଜାତୀୟ ସମ୍ମିଳନୀ

Next Post
ଫାର୍ମାସ୍ୟୁଟିକାଲ୍ ଶିକ୍ଷକ ସଂଘର ୨୭ତମ ବାର୍ଷିକ ଜାତୀୟ ସମ୍ମିଳନୀ

ଫାର୍ମାସ୍ୟୁଟିକାଲ୍ ଶିକ୍ଷକ ସଂଘର ୨୭ତମ ବାର୍ଷିକ ଜାତୀୟ ସମ୍ମିଳନୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA