ଭୁବନେଶ୍ୱର: ଭାରତର ଫାର୍ମାସ୍ୟୁଟିକାଲ୍ ଶିକ୍ଷକ ସଂଘର ୨୭ତମ ବାର୍ଷିକ ଜାତୀୟ ସମ୍ମିଳନୀ(APTICON 2024) ଅନୁଷ୍ଠିତ ହୋଇଯାଇଛି । ଫାର୍ମାସ୍ୟୁଟିକାଲ୍ ଶିକ୍ଷା ତଥା ଅନୁସନ୍ଧାନର ଅଗ୍ରଗତି ପାଇଁ ସହଯୋଗ ତଥା ଜ୍ଞାନ ବାଣ୍ଟିବା ଥିଲା ଏହାର ମୂଳ ଉଦ୍ଦେଶ୍ୟ । ଉତ୍କଳ ବିଶ୍ୱବିଦ୍ୟାଳୟରେ ଆୟୋଜିତ ଏହି ଦୁଇଦିନିଆ ସମ୍ମିଳନୀରେ ଫାର୍ମାସି କ୍ଷେତ୍ରର ବିଶିଷ୍ଟ ବ୍ୟକ୍ତି ବିଶେଷ, ଶିଳ୍ପ ବିଶେଷଜ୍ଞ ଏବଂ ଛାତ୍ରମାନେ ଏକତ୍ରିତ ହୋଇଥିଲେ ।
ମୁଖ୍ୟ ଅତିଥି ଭାବେ ଯୋଗଦେଇ ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ ଏହି ସମ୍ମିଳନୀର ସଫଳତା କାମନା କରିଥିଲେ । ଓଡ଼ିଶାରେ ବହୁଳ ମାତ୍ରାରେ ଫାର୍ମାସ୍ୟୁଟିକାଲ୍ ଶିଳ୍ପ ଓ ଶିକ୍ଷା ପ୍ରତିଷ୍ଠାନ ପାଇଁ ସେ ପ୍ରତିଶ୍ରୁତି ଦେବା ସହ ଓଡ଼ିଶାର ସମସ୍ତ ଫାର୍ମାସି ସ୍ନାତକମାନଙ୍କୁ ଓଡ଼ିଶାରେ ନିଯୁକ୍ତି ଦିଆଯିବ ବୋଲି କହିଛନ୍ତି ।
ପ୍ରଥମ ଦିନର ସମ୍ମିଳନୀରେ ପିସିଆଇର ସଭାପତି ଡକ୍ଟର ମଣ୍ଟୁ ପଟେଲ, ଉକ୍ରଳ ବିଶ୍ୱବିଦ୍ୟାଳୟର କୁଳପତି ପ୍ରଫେସର ଡକ୍ଟର ସବିତା ଆଚାର୍ଯ୍ୟ, ଆଇବିଏସଡି ନିର୍ଦ୍ଦେଶକ ଡକ୍ଟର ପୁଲକ କୁମାର ମୁଖାର୍ଜୀ,ଏଲଓସି ଅଧ୍ୟକ୍ଷ ଡକ୍ଟର ପରାଗ ଦାସ, ଏପିଟିଆଇ କେନ୍ଦ୍ରାଞ୍ଚଳ ଉପାଧ୍ୟକ୍ଷ ଡକ୍ଟର ସିଂ, ପଶ୍ଚିମାଞ୍ଚଳ ଉପାଧ୍ୟକ୍ଷ ଡକ୍ଟର ସୋହାନ ସତ୍ୟନାରାୟଣ ଚିତଲାଙ୍ଗେ, ଦକ୍ଷିଣାଞ୍ଚଳ ଉପାଧ୍ୟକ୍ଷ ଡକ୍ଟର ଏମ୍.ଭେଙ୍କଟାରମଣ, ଉତ୍ତରାଞ୍ଚଳ ଉପାଧ୍ୟକ୍ଷ ଡକ୍ଟର ରୋହିତ ଦତ୍ତ, ପୂର୍ବାଞ୍ଚଳ ଉପାଧ୍ୟକ୍ଷ ତଥା ସଂଗଠନ ସଚିବ ଡକ୍ଟର ମିହିର କୁମାର କର ଏବଂ ଏପିଟିଆଇ ସଚିବ ଡକ୍ଟର ରମଣ ଡାଙ୍ଗ ଯୋଗଦେଇଥିଲେ ।
ଡକ୍ଟର ଦେବେନ୍ଦ୍ର ସିଂ ଧନ୍ୟବାଦ ଅର୍ପଣ କରିଥିଲେ ।
ଏହି ଅବସରରେ ଫାର୍ମାସ୍ୟୁଟିକାଲ୍ ଶିକ୍ଷା କ୍ଷେତ୍ରରେ ଉତ୍କର୍ଷତା ପାଇଁ ଏପିଟିଆଇର ସମ୍ମାନଜନକ ପୁରସ୍କାର ବିତରଣ ଏବଂ ଏପିଟିଆଇ ଜର୍ଣ୍ଣାଲ୍ ଏବଂ ସ୍ମରଣିକା ଉନ୍ମୋଚିତ ହୋଇଥିଲା ।
ଦ୍ୱିତୀୟ ଦିନ ସମ୍ମିଳନୀରେ ଏପିଟିଆଇ ସଭାପତି ଡକ୍ଟର ମିଲିନ୍ଦ ଜାନ୍ରୋ ଉମେକର, ଏଲଓସି ଅଧ୍ୟକ୍ଷ ପରାଗ ଗୁପ୍ତା, ପୂର୍ବାଞ୍ଚଳ ଉପାଧ୍ୟକ୍ଷ ତଥା ସଂଗଠନ ସଚିବ ଡକ୍ଟର ମିହିର କୁମାର କର, ରୟାଲ କଲେଜ ଅଫ ଫାର୍ମାସିର ଅଧ୍ୟକ୍ଷ ଡକ୍ଟର ପି.ଏନ.ମୂର୍ତ୍ତି, ସିପିଏସ୍, ପୁରୀର ଅଧ୍ୟକ୍ଷ ଡକ୍ଟର ଅମୀୟ କୁମାର ମିଶ୍ର, ଜୟଦେବ ଫାର୍ମାସି କଲେଜ ଅଧ୍ୟକ୍ଷ ଡକ୍ଟର ପ୍ରଫୁଲ୍ଲ ଚନ୍ଦ୍ର ତ୍ରିପାଠୀ ଏବଂ ଏପିଟିଆଇ ଓଡ଼ିଶା ସଭାପତି ସୋମଜିତ୍ ପଣ୍ଡାଙ୍କ ସମେତ ତ୍ରିପୁରା, ଆସାମ, ବିହାର ଓ ପଶ୍ଚିମବଙ୍ଗ ସଭାପତି ଯୋଗଦେଇଥିଲେ ।
ଏପିଟିଆଇ ଓଡ଼ିଶା ସଭାପତି ସୋମଜିତ୍ ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ ।