Wednesday, June 24, 2026 09:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଗାନ୍ଧିଜୀଙ୍କ ପାଇଁ ଓଡିଶା ଥିଲା ‘ପ୍ରେମର ଭୂମି’: ମୁଖ୍ୟମନ୍ତ୍ରୀ

ଗାନ୍ଧୀ ସ୍ମୃତିପୀଠ ତେଲେଙ୍ଗାପେଣ୍ଠରେ ରାଜ୍ୟ ସ୍ତରୀୟ ଗାନ୍ଧୀ ଜୟନ୍ତୀ ସମାରୋହ

by Our Correspondent
02 Oct, 2024- 03:50 PM
in Latest News, News
1 min read
0
ଗାନ୍ଧିଜୀଙ୍କ ପାଇଁ ଓଡିଶା ଥିଲା ‘ପ୍ରେମର ଭୂମି’: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି କଟକ ଜିଲ୍ଲା ତେଲେଙ୍ଗାପେଣ୍ଠରେ ଅନୁଷ୍ଠିତ ରାଜ୍ୟସ୍ତରୀୟ ଗାନ୍ଧୀ ଜୟନ୍ତୀ ଉତ୍ସବ ପାଳନରେ ଯୋଗଦେଇ କହିଛନ୍ତି ଯେ ଗାନ୍ଧୀଜୀଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା। ଗାନ୍ଧିଜୀ ହେଉଛନ୍ତି ସମଗ୍ର ମାନବ ଜାତିର ସଂପଦ । ସମଗ୍ର ବିଶ୍ୱର ଆଦର୍ଶ । ତାଙ୍କ ଜୀବନ ଥିଲା ସତ୍ୟ ସହ ନିରନ୍ତର ପରୀକ୍ଷା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଗାନ୍ଧିଜୀ ତେଲେଙ୍ଗାପେଣ୍ଠକୁ ଆସି ଏଠାରେ ସମସ୍ତଙ୍କୁ ସ୍ବାଧିନତା ସଂଗ୍ରାମ ପାଇଁ ଅନୁପ୍ରାଣିତ କରିଥିଲେ। ଗାନ୍ଧିଜୀଙ୍କ ପାଦ ପଡିଥିବା ଏହି ତେଲେଙ୍ଗାପେଣ୍ଠର ମାଟି ଅତି ପବିତ୍ର ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ। ଗାନ୍ଧିଜୀଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ କାମ କରିବାକୁ ଆହ୍ବାନ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, “ଆସନ୍ତୁ, ଆଜି ଏହି ତେଲେଙ୍ଗାପେଣ୍ଠର ପବିତ୍ର ମାଟିରେ ବାପୁଙ୍କୁ ପୁଣି ଥରେ ସମ୍ମାନ ଜଣାଇ ତାଙ୍କ ଆଦର୍ଶରେ ଚାଲିବା ଏବଂ ଦେଶ ପାଇଁ ତାଙ୍କର ଯେଉଁ ସ୍ବପ୍ନ ଥିଲା ତାକୁ ପୂରଣ କରିବା ଦିଗରେ କାମ କରିଚାଲିବା ।”

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ଓଡ଼ିଶାକୁ ଅତ୍ୟଧିକ ଭଲ ପାଉଥିବା କାରଣରୁ ଗାନ୍ଧୀଜୀ ଏକାଧିକ ଥର ଓଡ଼ିଶାକୁ ଆସିଥିଲେ। ଓଡ଼ିଶାକୁ ସେ କେବଳ ଭଲ ପାଉନଥିଲେ, ଓଡ଼ିଶା ତାଙ୍କର ହୃଦୟ ଓ ମନକୁ ଆଲୋଡିତ କରିଥିଲା। ଗାନ୍ଧିଜୀଙ୍କର ଗୋଟିଏ ସ୍ମରଣୀୟ ବାକ୍ୟ ଥିଲା-‘ଓଡ଼ିଶା ହେଉଛି ମୋର ପ୍ରେମର ଭୂମି ।’

ଗାନ୍ଧିଜୀ ଥିଲେ ଅଲୌକିକ ସାହସର ପରମ୍ପରା। ସତ୍ୟ ଥିଲା ତାଙ୍କର ସନ୍ଦେଶ। ଗାନ୍ଧିଙ୍କ ଜୀବନ, ତ୍ୟାଗ ଓ ତପସ୍ୟା ତାଙ୍କୁ ମହାନ୍‌ ଓ ବରେଣ୍ୟ କରି ଗଢ଼ି ତୋଳିଥିଲା । ଗାନ୍ଧିଜୀଙ୍କ ମୁଖ୍ୟ ଉଦ୍ଦେଶ୍ୟ ଥିଲା ହୃଦୟ ପରିବର୍ତ୍ତନ । ତାଙ୍କ ପାଖରେ ମନୁଷ୍ୟତ୍ୱ ଓ ଦିବ୍ୟତ୍ୱ ଏକାକାର ହୋଇଯାଇଥିଲା । ସତ୍ୟ, ଅହିଂସା ଓ ଅସହଯୋଗ ବଳରେ ଜୀବନର ସବୁ ପ୍ରତିକୂଳ ପରିସ୍ଥିତିର ଆହ୍ୱାନକୁ ସାମ୍‌ନା କରି ଗାନ୍ଧିଜୀ ପ୍ରମାଣ କରିଛନ୍ତି ଯେ ଏସବୁ ବଳରେ ସଫଳତା ସମ୍ଭବ। ତାଙ୍କ ଜୀବନ କାହାଣୀ ହେଉଛି ‘ସତ୍ୟ ସହିତ ନିରନ୍ତର ପରୀକ୍ଷା’।

ସାରା ଦେଶରେ ମୋଦୀଜୀଙ୍କ ନେତୃତ୍ବରେ ଏବଂ ଓଡିଶାରେ ଆମ ସରକାର ଗାନ୍ଧିଜୀଙ୍କ ପ୍ରକୃତ ଆଦର୍ଶ ଓ ଲକ୍ଷ୍ୟକୁ ପୂରଣ କରିବା ପାଇଁ କାମ କରୁଛି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ସ୍ବଚ୍ଛତା ଥିଲା ଗାନ୍ଧୀଜୀଙ୍କ ଆଦର୍ଶ। ସେ କହୁଥିଲେ ଯେ ଯେଉଁଠାରେ ସ୍ବଚ୍ଛତା ଥାଏ, ସେଠାରେ ଭଗବାନ ବାସ କରନ୍ତି । ୨୦୧୪ରେ ଯେତେବେଳେ ଆମର ଯଶସ୍ବୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଜୀ ଦାୟିତ୍ବ ଗ୍ରହଣ କଲେ, ତାଙ୍କର ପ୍ରଥମ ବଡ ଅଭିଯାନ ଥିଲା ସ୍ବଚ୍ଛ ଭାରତ। ସ୍ବଚ୍ଛ ଭାରତ ଅଭିଯାନକୁ ଆଜି ୧୦ ବର୍ଷ ହୋଇଗଲାଣି। ଦେଶ ଆଜି ପୂର୍ବ ଅପେକ୍ଷା ଅଧିକ ସ୍ବଚ୍ଛ ଦିଶୁଛି । ହଜାର ହଜାର ଗାଁରେ ଲକ୍ଷ ଲକ୍ଷ ଲୋକଙ୍କ ଘରେ ଆଜି ଟଏଲେଟ୍‌ ଅଛି। ସ୍ବଚ୍ଛତା ଅଭିଯାନ ଆଜି ଦେଶରେ ଏକ ସଫଳ ଆନ୍ଦୋଳନରେ ପରିଣତ ହୋଇଛି। ଗାନ୍ଧୀଜୀଙ୍କ ପ୍ରକୃତ ଲକ୍ଷ୍ୟ ମୋଦୀଜୀ ହିଁ ପୂରଣ କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ମୁଖ୍ୟମନ୍ତ୍ରୀ ପୁଣି କହିଲେ ଯେ ଗାନ୍ଧୀଜୀଙ୍କର ଆଉ ଏକ ସ୍ବପ୍ନ ଥିଲା ସମାଜର ଶେଷ ଧାଡିର ଥିବା ଲୋକର ବିକାଶ ଓ କଲ୍ୟାଣ। ଆଜି ଦେଶର ୮୦ କୋଟି ଲୋକଙ୍କୁ ମାଗଣା ରାସନ ମିଳୁଛି। ଗାଁ ଗାଁ ରେ ପକ୍‌କା ସଡକ, ପିଇବା ପାଣି, ବିଜୁଳି – ଏପରିକି ଇଣ୍ଟରନେଟ୍‌ ସୁବିଧା ମଧ୍ୟ ମିଳିପାରୁଛି । ଗାନ୍ଧୀଜୀ କହିଥିଲେ ଗାଁର ବିକାଶ ହେଲେ, ଦେଶର ବିକାଶ ହୋଇପାରିବ। ଆଜି ମୋଦୀଜୀଙ୍କ ନେତୃତ୍ବରେ ଭାରତର ଗାଁ ଗୁଡିକ ଦେଶର ବିକାଶକୁ ଆଗେଇ ନେଉଛନ୍ତି। ଚାଷୀ ମାନଙ୍କ ବିକାଶ ପାଇଁ ପିଏମ୍ କିଶାନ ଯୋଜନା କାର୍ଯ୍ୟକାରୀ କରାଯାଉଛି। ଦଳିତ, ଗରିବ ଓ ମହିଳାମାନଙ୍କ ସର୍ବାଙ୍ଗୀନ ଉନ୍ନତି ପାଇଁ ମୋଦୀଜୀ ଉତ୍ସର୍ଗୀକୃତ ଭାବେ କାମ କରୁଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ ପୁଣି କହିଲେ ଯେ ଓଡିଶାରେ ଆମ ସରକାର ମାତ୍ର ୪ ମାସ ମଧ୍ୟରେ ରାଜ୍ୟର ଏକ କୋଟି ମହିଳାଙ୍କୁ ସୁଭଦ୍ରା ଯୋଜନା ମାଧ୍ୟମରେ ଆର୍ଥକ ସହାୟତା ଦେବା ଆରମ୍ଭ କରିଛି ବୋଲି ପ୍ରକାଶ କରି ସେ କହିଲେ ଯେ ଗାଁ ଗାଁ ରେ ଏପରି ଅନେକ ମହିଳା ଅଛନ୍ତି, ଯେଉଁମାନଙ୍କ ହାତରେ ଟଙ୍କାଟିଏ ବି ନଥାଏ। ମୋର ଦୃଢ ବିଶ୍ବାସ, ଏହି ଆର୍ଥିକ ସହାୟତା ସେମାନଙ୍କୁ ପରିବାରରେ ଓ ସମାଜରେ ସଶକ୍ତ କରି ଗଢି ତୋଳିବ। ମହିଳା ମାନଙ୍କ ସଶକ୍ତିକରଣ ପାଇଁ ଗାନ୍ଧୀଜୀଙ୍କର ଯେଉଁ ସ୍ବପ୍ନ ଥିଲା, ତାକୁ ପୂରଣ କରିବା ଦିଗରେ ଆମ ସରକାର ମଧ୍ୟ ଓଡିଶାରେ ପଦକ୍ଷେପ ନେବା ଆରମ୍ଭ କରିଛି ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ପୂର୍ବତନ ପ୍ରଧାନମନ୍ତ୍ରୀ ଲାଲବାହାଦୂର ଶାସ୍ତ୍ରୀଙ୍କୁ ମନେପକାଇ କହିଥିଲେ ଯେ ଆଜି ମଧ୍ୟ ଶାସ୍ତ୍ରୀ ଜୟନ୍ତୀ । ସେ କହିଲେ ଯେ ଶାସ୍ତ୍ରୀଜୀ ଯେଉଁ ‘ଜୟ ଜବାନ ଜୟ କିସାନ’ ନାରା ଦେଇଥିଲେ ତାକୁ ମୋଦୀଜୀ ଗୁରୁତ୍ବଦେଇ ଅଗ୍ନୀବୀର ଯୋଜନା ଆରମ୍ଭ କରିଛନ୍ତି। କୃଷକଙ୍କ କଲ୍ୟାଣ ପାଇଁ ପିଏମ କିସାନ ଯୋଜନା ଆରମ୍ଭ କରିଛନ୍ତି। ଓଡିଶାରେ ନୂଆ ସରକାର କୃଷକ ମାନଙ୍କ ପରିଶ୍ରମର ଉଚିତ୍ ମୂଲ୍ୟଦେବା ପାଇଁ ଧାନର ସର୍ବନିମ୍ନ ସହାୟକ ମୂଲ୍ୟରେ ୮୦୦ ଟଙ୍କା ବୃଦ୍ଧି କରିଛନ୍ତି। ଆଗାମୀ ଖରିଫ ଋତୁରେ ଅମଳ ସମୟରେ ଚାଷୀଭାଇ ମାନେ କ୍ବିଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ ବୋଲି ସେ କହିଥିଲେ।

ମୋଦୀଜୀ କିପରି ତାଙ୍କ ଜନ୍ମଦିନକୁ ଓଡିଶାରେ ପାଳନ କରି ଭୁବନେଶ୍ବରର ଗାଡକଣ ରେ ଜଣେ ମହିଳାଙ୍କ ହାତରୁ କ୍ଷୀରି ଖାଇଥିଲେ ସେ ସମ୍ବନ୍ଧରେ ଉଲ୍ଲେଖ କରି ଏଥିରୁ ମୋଦୀଜୀ ଓଡିଶାକୁ କେତେ ଭଲ ପାଆନ୍ତି ସେ ବିଷୟରେ ବର୍ଣ୍ଣନା କରିଥିଲେ।

ଗାନ୍ଧିଜୀଙ୍କ ବିଷୟରେ ଆହୁରି ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ ମଣିଷ, ସମାଜ ଓ ଶାସନକୁ ନେଇ ଯେତେ ବିଷୟ ଓ ପ୍ରସଙ୍ଗ ରହିଛି ସେ ସବୁକୁ ନେଇ ମହାତ୍ମା ଗାନ୍ଧୀ ତାଙ୍କର ମତ ଦେଇଛନ୍ତି। ସେଥିରେ ଅଛି ଗଭୀର ଅନୁଭୂତି, ପ୍ରତ୍ୟକ୍ଷ ଉପଲବ୍ଧି ଓ ଗଭୀର ଚିନ୍ତନର ଭାଷା। ତେଣୁ, ଗାନ୍ଧିଜୀ ହେଉଛନ୍ତି ଆମ ସମୟର ଅନ୍ୟତମ ଶ୍ରେଷ୍ଠ ଚିନ୍ତାନାୟକ । ଦକ୍ଷିଣ ଆଫ୍ରିକାରୁ ଅସହଯୋଗ ଓ ଅହିଂସାର ପରୀକ୍ଷା ନିରୀକ୍ଷା ଆରମ୍ଭ କରି ଗାନ୍ଧିଜୀ ସଫଳ ହେଲେ। ପରବର୍ତ୍ତୀ ସମୟରେ ପରାଧୀନ ଭାରତ ମାତାକୁ ସ୍ୱାଧୀନ କରିବା ପାଇଁ ଚାଲିଥିବା ସୁଦୀର୍ଘ ସଂଗ୍ରାମର ସେ ନେତୃତ୍ୱ ନେଲେ । ଗାନ୍ଧୀଙ୍କ ଆଦର୍ଶର ମୂଳ କଥାଗୁଡିକ ହେଉଛି-ସତ୍ୟ, ଶାନ୍ତି, ଅହିଂସା ଓ ବିଶ୍ୱ ଦୃଷ୍ଟିକୋଣ । ସେଥିପାଇଁ ତାଙ୍କ ଆଦର୍ଶ ଓ ବିଚାରର ପ୍ରାସଙ୍ଗିକତା ଏବେ ମଧ୍ୟ ରହିଛି । ସମଗ୍ର ପୃଥିବୀର ଅନେକ ଦେଶରେ ଗାନ୍ଧୀବାଦର ପ୍ରୟୋଗ ବଳରେ ରାଜନୈତିକ ଓ ସାମାଜିକ ପରିବର୍ତ୍ତନ ନିମନ୍ତେ ଆନ୍ଦୋଳନ ହେଉଛି । ଗାନ୍ଧିଜୀ ଦକ୍ଷିଣ ଆଫ୍ରିକା ଛାଡ଼ିବାର ବହୁବର୍ଷ ପରେ ତାଙ୍କ ଆଦର୍ଶକୁ ଅନୁସରଣ କରି ହୋଇଥିବା ଆନ୍ଦୋଳନ ସଫଳ ହେଲା ଓ ଦକ୍ଷିଣ ଆଫ୍ରିକା ସ୍ୱାଧୀନ ହେଲା ।

ଗାନ୍ଧିଜୀଙ୍କ ଓଡିଶା ଆଗମନ

ଓଡ଼ିଶା ସହିତ ଗାନ୍ଧିଜୀଙ୍କର ତାତ୍ପର୍ଯ୍ୟପୂର୍ଣ୍ଣ ସଂପର୍କ ଥିଲା ବୋଲି ପ୍ରକାଶ କରି ସେ କହିଲେ ଯେ ଗାନ୍ଧିଜୀ ଓଡ଼ିଶାକୁ ତାଙ୍କ ଅନୁଭବ ଓ ବିଚାରର ପ୍ରୟୋଗଶାଳା ଭାବରେ ଗ୍ରହଣ କରିଥିଲେ । ତାଙ୍କ ଚିନ୍ତନ ଓ ଜୀବନଧାରାକୁ ଓଡ଼ିଶା ବହୁ ମାତ୍ରାରେ ପ୍ରଭାବିତ କରିଥିଲା।

ଗାନ୍ଧୀଜୀ ଓଡ଼ିଶାକୁ ୭ ଥର ଆସିଥିଲେ। ୧୯୨୧ ମାର୍ଚ୍ଚରେ ଗାନ୍ଧିଙ୍କ ପ୍ରଥମ ଓଡ଼ିଶା ଆଗମନର ସମ୍ବାଦ ସେହି ମାସ ୨୭ ତାରିଖ ‘ଅମୃତ ବଜାର’ ପତ୍ରିକାରେ ଯେପରି ଭାବରେ ପରିବେଷଣ ହୋଇଥିଲା ତାହା ଶୁଣିଲେ ଆମକୁ ଆଶ୍ଚର୍ଯ୍ୟ ହେବାକୁ ପଡେ। ସମ୍ବାଦରେ ଲେଖାଥିଲା-‘ମାର୍ଚ୍ଚ ୨୩ ତାରିଖ ହୋଲି ହୋଇଥିଲେ ମଧ୍ୟ ଲୋକମାନେ ଗାନ୍ଧୀ ଆଗମନରେ ଆନନ୍ଦଉଲ୍ଲାସର ରଙ୍ଗ ଖେଳିଥିଲେ । କଟକରେ ପହଞ୍ଚିବା ମାତ୍ରେ ୭୨ଟି କୀର୍ତ୍ତନମଣ୍ଡଳୀ ସହିତ ୧୦ ହଜାର ଲୋକ ତାଙ୍କୁ ସ୍ୱାଗତ କରିଥିଲେ । ରାସ୍ତାର ଦୁଇପାର୍ଶୋରେ ହଜାର ହଜାର ଲୋକ ମହାତ୍ମା ଗାନ୍ଧୀକି ଜୟ କହୁଥିଲେ। ଘର ଛାତରୁ ମା’ ଭଉଣୀମାନେ ଫୁଲବର୍ଷା କରାଇଥିଲେ । ସବୁ ଘର ଦ୍ୱାର ସଜା ଯାଇଥିଲା । ଗାନ୍ଧିଜୀ ଧୋତି, ଜାମା ଓ ଟୋପି ପିନ୍ଧିଥିଲେ।’ କାଠଯୋଡି ବାଲିରେ ସଭା ସାରି ସେ ପୃଥକ ପୃଥକ ବର୍ଗର ଲୋକମାନଙ୍କ ସଭାରେ ବକ୍ତୃତା ଦେଇଥିଲେ ।

ଉତ୍କଳଗୌରବ ମଧୁସୂଦନଙ୍କ ନିମନ୍ତ୍ରଣରେ ଗାନ୍ଧିଜୀ ୧୯୨୫ ମସିହା ଅଗଷ୍ଟ ୧୯ ତାରିଖରେ ଓଡ଼ିଶା ଆସି ତାଙ୍କର ଅତିଥି ହୋଇଥିଲେ। ସେ ମଧୁବାବୁଙ୍କ ଉତ୍କଳ ଟ୍ୟାନେରୀ ପରିଦର୍ଶନ କରିଥିଲେ। ଓଡ଼ିଶାରୁ ଫେରି ତାଙ୍କ ସମ୍ପାଦିତ ‘ୟଙ୍ଗ ଇଣ୍ଡିଆ’ରେ ଓଡ଼ିଶାକୁ ଆମର ଦୁର୍ଦ୍ଦଶାଗ୍ରସ୍ତ ଅବସ୍ଥାର ପ୍ରତୀକ ଭାବରେ ବର୍ଣ୍ଣନା କରିଥିଲେ। ଗାନ୍ଧିଜୀ ଲେଖିଥିଲେ-‘ଓଡ଼ିଶାର ନିଜର ଉଜ୍ଜ୍ୱଳ ଇତିହାସ ଅଛି। ସେଠାରେ ବିଶାଳ ମନ୍ଦିରମାନ ଅଛି। ସେଠି ଜଗନ୍ନାଥ ଅଛନ୍ତି ଯେ ପ୍ରାଣୀ ମଧ୍ୟରେ ପ୍ରଭେଦ ବିଚାର କରନ୍ତି ନାହିଁ।’

୧୯୨୭ ମସିହା ଡିସେମ୍ବର ମାସରେ ଓ ୧୯୨୮ ମସିହା ଡିସେମ୍ବର ମାସରେ ଗାନ୍ଧୀଜୀ ଓଡ଼ିଶା ଗସ୍ତରେ ଆସିଥିଲେ । କିନ୍ତୁ ୧୯୩୪ ମସିହାରେ ଗାନ୍ଧୀଜୀଙ୍କ ଓଡ଼ିଶା ଗସ୍ତ ଥିଲା ଉଲ୍ଲେଖଯୋଗ୍ୟ ଓ ଘଟଣାବହୁଳ। ମଇ ୫ ତାରିଖରେ ପହଞ୍ଚି ସେ ମଇ ୧୬ ତାରିଖରେ ଓଡ଼ିଶା ଛାଡ଼ିଥିଲେ କିନ୍ତୁ ପୁଣି ୨୧ ତାରିଖରେ ଆସି ଜୁନ୍‌ ୮ ତାରିଖ ଯାଏଁ ଓଡ଼ିଶାର ବିଭିନ୍ନ ସ୍ଥାନ ଗସ୍ତ କରିଥିଲେ। ମଇ ୮ ତାରିଖ ଦିନ ସେ ପୁରୀରେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁଙ୍କ ପ୍ରତିମୂର୍ତ୍ତି ଅନାବରଣ କରି ଗୋପବନ୍ଧୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇଥିଲେ। ଗାନ୍ଧୀଜୀଙ୍କ ଏହି ଦୀର୍ଘ ଗସ୍ତକୁ ‘ହରିଜନ ପଦଯାତ୍ରା’ କୁହାଯାଏ। ସମାଜର ପତିତ, ଦଳିତ, ନିଷ୍ପେସିତ ତଥା ଅବହେଳିତ ଲୋକଙ୍କ ପାଇଁ ସାମାଜିକ ନ୍ୟାୟ ଓ ଜାତିପ୍ରଥା ବିରୁଦ୍ଧରେ ଜନଚେତନା ଜାଗ୍ରତ ଉଦ୍ଦେଶ୍ୟରେ ଗାନ୍ଧୀଜୀଙ୍କ ଏହି ଗସ୍ତ ସ୍ମରଣୀୟ ରହିବ।

୧୯୩୪ ମସିହା ମଇ ୧୫ ତାରିଖ ସନ୍ଧ୍ୟା ସାଢ଼େ ୫ଟାବେଳେ ଗାନ୍ଧିଜୀ ବାଲିଅନ୍ତା ଛାଡ଼ିଲେ ଓ ସନ୍ଧ୍ୟା ସାତଟାବେଳେ ତେଲେଙ୍ଗାପେଣ୍ଠରେ ପହଞ୍ଚିଲେ । ସେଥିପାଇଁ ତେଲେଙ୍ଗାପେଣ୍ଠ ମାଟି ଏତେ ପବିତ୍ର । ବାଟସାରା ଗାନ୍ଧିଜୀଙ୍କ ପଛେ ପଛେ ପ୍ରାୟ ଦୁଇ ହଜାର ଲୋକ ‘ଗାନ୍ଧିଜୀ କି ଜୟ’ ଧ୍ୱନି କରି ଆସୁଥିଲେ । ତେଲେଙ୍ଗାପେଣ୍ଠରେ ଗୋଟିଏ ହୃଦୟସ୍ପର୍ଶୀ ଦୃଶ୍ୟ ମିଳିଲା, ଯେତେବେଳେ ୮୦ ବର୍ଷର ଜଣେ ବୃଦ୍ଧା ଗାନ୍ଧିଜୀଙ୍କୁ ଆଲିଙ୍ଗନ କଲେ ଓ ନିଜ ହାତରେ ସୂତାକାଟି ବୁଣିଥିବା ଗୋଟିଏ ଖଦଡ଼ ଲୁଗା ଗାନ୍ଧିଜୀଙ୍କୁ ଉପହାର ଦେଲେ । ମହାତ୍ମାଜୀ ଅତ୍ୟନ୍ତ ଆନନ୍ଦିତ ହୋଇଥିଲେ ଓ ଲୁଗାଟି ସାତଟଙ୍କାରେ ନିଲାମ ହୋଇଥିଲା। ତେଲେଙ୍ଗାପେଣ୍ଠରେ ସେତେବେଳେ ଲୋକମାନେ ଗାନ୍ଧିଜୀଙ୍କ ପାଣ୍ଠିକୁ ୨୫ ଟଙ୍କା ୧୨ ଅଣା ଦାନ କରିଥିଲେ।

ପ୍ରାର୍ଥନା ପରେ ଗାନ୍ଧିଜୀ ଉଦ୍‌ବୋଧନ ଦେଇଥିବା ଗୋଟିଏ ସଭାରେ ବିଭିନ୍ନ ଗ୍ରାମରୁ ପ୍ରାୟ ସାତ ହଜାର ଲୋକ ଏକତ୍ରିତ ହୋଇଥିଲେ । ଅସ୍ପୃଶ୍ୟତା ନିବାରଣ ନିମନ୍ତେ ସମସ୍ତେ ଆନ୍ତରିକ ଭାବରେ କାର୍ଯ୍ୟ କରିବାକୁ ଗାନ୍ଧିଜୀ ଶ୍ରୋତାମାନଙ୍କୁ ଅନୁରୋଧ ଜଣାଇଥିଲେ। ସେ କହିଲେ ଯେ ଜନତାଙ୍କ ମଧ୍ୟରେ ସେ ପ୍ରଶଂସନୀୟ ପରିବର୍ତ୍ତନ ଲକ୍ଷ୍ୟ କରିଛନ୍ତି। ସେହି ପରିବର୍ତ୍ତନ ସ୍ଥାୟୀ ହେଲେ ଅନେକ କାର୍ଯ୍ୟ ସାଧିତ ହେବ ଏବଂ ତାଙ୍କ ପଦଯାତ୍ରାର ଫଳ ମିଳିଛି ବୋଲି ସେ ଭାବିବେ। ଯଦି ଲୋକମାନେ ତାଙ୍କ କହିବା ମୁତାବକ କାର୍ଯ୍ୟ ନକରିବେ, କେବଳ ତାଙ୍କୁ ଦେଖିବା ପାଇଁ ବହୁସଂଖ୍ୟାରେ ଆସିଲେ ମଧ୍ୟ କିଛି ପ୍ରଭାବ ପଡ଼ିବ ନାହିଁ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ “ମୁଁ ଏହି ତେଲେଙ୍ଗାପେଣ୍ଠର ମାଟି ଉପରେ ଛିଡ଼ା ହୋଇ ମୋର ବିନମ୍ର ପ୍ରଣତି ଜଣାଉଛି । ଏହି ମାଟିରେ ମହାତ୍ମାଙ୍କ ପାଦଧୂଳି ପଡ଼ିଛି । ଏହି ମାଟି ଆମ ସମସ୍ତଙ୍କ ପାଇଁ ମଧ୍ୟ ପବିତ୍ର।”

ସେ ପୁଣି କହିଲେ ଯେ ୧୯୩୮ ମସିହା ମାର୍ଚ୍ଚ ୨୫ରୁ ୩୧ ତାରିଖ ପର୍ଯ୍ୟନ୍ତ ଗାନ୍ଧୀଜୀ ଡେଲାଙ୍ଗର ବେରବୋଇଠାରେ ସଂପୂର୍ଣ୍ଣ ଆଶ୍ରମ ଜୀବନଯାପନ କରିଥିଲେ। ସେଠାରେ ସେ ସ୍ୱଦେଶୀ, ମୌଳିକ ଶିକ୍ଷା, ଖଦୀ, ଅସ୍ପୃଶ୍ୟତା ନିବାରଣ ବାବଦରେ ଜନତାଙ୍କୁ ଉଦ୍‌ବୋଧନ ଦେଇଥିଲେ।

୧୯୪୬ ମସିହା ଜାନୁଆରୀ ୨୦ ତାରିଖ ଦିନ ଗାନ୍ଧିଜୀ କଲିକତାରୁ ମାନ୍ଦ୍ରାଜ ଫେରିବା ବାଟରେ ଲୋକଗହଳିରେ ଜନତାଙ୍କ ବ୍ୟବହାର ଅନୁଧ୍ୟାନ କରିବା ଉଦ୍ଦେଶ୍ୟରେ ଓଡ଼ିଶା ଦେଇ ଯାଇଥିଲେ।

ଲୁଇ ଫିସରଙ୍କ ମତରେ ଗାନ୍ଧିଜୀ

ପୃଥିବୀର ବହୁ ବଡ ବଡ ଲେଖକ, ରାଜନେତା, ବୈଜ୍ଞାନିକ, ଚିନ୍ତାନାୟକ ଇତ୍ୟାଦି ଗାନ୍ଧିଜୀଙ୍କ ସଂପର୍କରେ ଚମକପ୍ରଦ ଓ ବିସ୍ମୟକର ମନ୍ତବ୍ୟମାନ ଦେଇଛନ୍ତି । ସେସବୁ ଶୁଣିଲେ ଆଜିର ଛାତ୍ରଛାତ୍ରୀମାନେ ଗାନ୍ଧିଜୀଙ୍କ ଜୀବନକୁ ବିଶ୍ୱାସ କରିପାରିବେ ନାହିଁ।

ପ୍ରସିଦ୍ଧ ଲେଖକ ଲୁଇ ଫିସରଙ୍କର ମନ୍ତବ୍ୟଟିଏ ଏଠାରେ ଉଦ୍ଧାର କରିବାକୁ ଉଚିତ ମଣୁଛି । ଫିସର ମନ୍ତବ୍ୟ ଦେଇଥିଲେ-‘ଗାନ୍ଧିଜୀଙ୍କର ଜୀବନୀ ବଡ କଥା ନୁହେଁ, ବଡ କଥା ତାଙ୍କର ଜୀବନ । ଆମେ ଇତିହାସରେ ତାଙ୍କ ଭଳି ଜଣେ ଅଦ୍ଭୁତ ବ୍ୟକ୍ତିତ୍ୱଙ୍କୁ ଆଖିରେ ଦେଖିଲୁ, ଯାହାଙ୍କ ଜୀବନ ବହୁ ଊଦ୍ଧ୍ୱର୍କୁ ଉଠିଯାଇଥିଲା। ସେ ଏପରି ଜଣେ ଲୋକ ଯାହାଙ୍କଠାରେ ସକଳ ମୂଲ୍ୟାୟନ, ସକଳ ଯୁକ୍ତିତର୍କ ପରାଜୟ ଲାଭ କରି ହିଁ ବିଜୟର ଆନନ୍ଦ ଲାଭ କରୁଥିଲା: କାରଣ ସେହି ପରାଜୟ ହିଁ ସ୍ୱୀକାର କରୁଥିଲା, ମନୁଷ୍ୟର ସକଳ ସିଦ୍ଧି ଉପରେ ବିଶୁଦ୍ଧ ଓ ମହାନ୍‌ ମାନବିକତାର ବିଜୟକୁ । ମନୁଷ୍ୟ ନାମକ ପ୍ରାଣୀ ମହାନତା ଓ ବିଶୁଦ୍ଧତାରେ କେତେ ଉପରକୁ ଉଠିପାରେ, ଗାନ୍ଧିଜୀ ଥିଲେ ତା’ର ପ୍ରତ୍ୟକ୍ଷ ପ୍ରମାଣ।’

ଗାନ୍ଧିଜୀଙ୍କ ସ୍ବର୍ଣ୍ଣସୂତ୍ର

ଗାନ୍ଧିଙ୍କ ଜୀବନ, ତ୍ୟାଗ ଓ ତପସ୍ୟା ତାଙ୍କୁ ମହାନ୍‌ ଓ ବରେଣ୍ୟ କରି ଗଢ଼ି ତୋଳିଥିଲା । ସତ୍ୟ, ସରଳତା ଓ ଅହିଂସା ହିଁ ତାଙ୍କ ଜୀବନର ଅସାଧାରଣ ସ୍ୱର୍ଣ୍ଣ-ସୂତ୍ର ଥିଲା । ସେହି ସ୍ୱର୍ଣ୍ଣ-ସୂତ୍ର ବ୍ୟବହାର କରି ଯେ କୌଣସି ବ୍ୟକ୍ତି ବ୍ୟକ୍ତିଗତ, ରାଷ୍ଟ୍ରୀୟ ଓ ସାମାଜିକ ଜୀବନରେ ମହାନ ଓ ଅଦରଣୀୟ ହୋଇପାରିବ-ଏକଥା ମହାତ୍ମା ଗାନ୍ଧୀ ପ୍ରମାଣିତ କରିଛନ୍ତି । ଗାନ୍ଧିଜୀ ଥିଲେ ଅଲୌକିକ ସାହସର ପରମ୍ପରା। ସତ୍ୟ ଥିଲା ତାଙ୍କର ସନ୍ଦେଶ। ପ୍ରେମ ଥିଲା ତାଙ୍କର ଅସ୍ତ୍ର। ତାଙ୍କର ଜୀବନ ଭାରତୀୟ ଓ ବିଶ୍ବ ଇତିହାସର ଅନନ୍ୟ କୀର୍ତ୍ତିସ୍ତମ୍ଭ।

ଆଜି ଗାନ୍ଧିବାଦ ସାରା ପୃଥିବୀରେ ପ୍ରାସଙ୍ଗିକ ଓ ଉପକାରୀ ସାବ୍ୟସ୍ତ ହୋଇଛି। ସାରା ବିଶ୍ୱରେ ଗାନ୍ଧୀ ଆଦର୍ଶ ଓ ବିଚାରଧାରାର ପ୍ରୟୋଗ କରାଯାଇ ଆନ୍ତର୍ଜାତିକ ସମସ୍ୟାର ସମାଧାନ ପାଇଁ ମାର୍ଗ ଖୋଜାଯାଉଛି।

ଗାନ୍ଧିଜୀଙ୍କ ସ୍ମରଣୀୟ ବାଣୀ

ଗାନ୍ଧୀଜୀଙ୍କ ଗୋଟିଏ ସ୍ମରଣୀୟ ବାଣୀ ଉଦ୍ଧାର କରି ସେ କହିଥିଲେ-‘ତୁମେ ଦେଖିଥିବା ଦରଦ୍ରତମ ଓ ଦୁର୍ବଳତମ ଲୋକଟିର ମୁହଁଟିକୁ ମନେପକାଅ, ଏବଂ ନିଜକୁ ପଚାର କି ତୁମେ ଯେଉଁ ପଦକ୍ଷେପ ନେବାକୁ ଚିନ୍ତା କରୁଛ, ତାହା ସେହି ବ୍ୟକ୍ତିଟି ପାଇଁ କେତେ ଉପଯୋଗୀ । ସେ ଏହା ଦ୍ୱାରା କିଛି ଲାଭ ପାଇବ କି?’ ଆଜି ଆମେ ସମାଜର ସର୍ବନିମ୍ନ ସ୍ତରରେ ଥିବା ଲୋକଟି ବିଷୟରେ ଚିନ୍ତା କରିବାର ବେଳ ଆସିଛି । ଏହି ‘ଅନ୍ତ୍ୟୋଦୟ’ର ଭାବନା ସମସ୍ତଙ୍କ ମନରେ ଜାଗ୍ରତ ହେଲେ ଓ ଆମ୍ଭେମାନେ ସେହି ଶେଷ ପାହାଚରେ ଥିବା ଲୋକମାନଙ୍କ ପାଇଁ କାର୍ଯ୍ୟ କରିବାକୁ ସଂକଳ୍ପବଦ୍ଧ ହେଲେ ତାହା ହିଁ ହେବ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ପ୍ରତି ସର୍ବଶ୍ରେଷ୍ଠ ସମ୍ମାନ ।

କାର୍ଯ୍ୟକ୍ରମରେ ଯୋଗଦେଇ କଟକ ସାଂସଦ ଭର୍ତ୍ତୃହରି ମହତାବ ଗାନ୍ଧିଜୀଙ୍କ ଆଦର୍ଶ ଉପରେ ଆଲୋକପାତ କରିଥିଲେ। ସେ କହିଥିଲେ ଯେ ଗାନ୍ଧିଜୀ ଓଡିଶାର ଯେଉଁ ଯେଉଁ ସ୍ଥାନକୁ ଆସିଥିଲେ, ସେ ସବୁ ଆଜି ଆମ ପାଇଁ ଗୋଟିଏ ଗୋଟିଏ ଧର୍ମ କ୍ଷେତ୍ର। ତେଲେଙ୍ଗପେଣ୍ଠ ମଧ୍ୟ ଏକ ଧର୍ମକ୍ଷେତ୍ର ବୋଲି ପ୍ରକାଶ କରି ଶ୍ରୀ ମହତାବ ଏହି ପୀଠରେ ଅଧିକ ଗଠନ ମୂଳକ କାର୍ଯ୍ୟ କରିବାକୁ ପ୍ରସ୍ତାବ ଦେଇଥିଲେ।

କାର୍ଯ୍ୟକ୍ରମରେ କଟକ ସଦର ବିଧାୟକ ପ୍ରକାଶ ଚନ୍ଦ୍ର ସେଠୀ, ବଡମ୍ବା- ନରସିଂହପୁର ବିଧାୟକ ବିଜୟ କୁମାର ଦଳବେହେରା, କଟକ ଚୌଦ୍ବାର ବିଧାୟକ ସୌଭିକ ବିଶ୍ବାଳ, ସିଏମସି କମିଶନର ଅନାମ ଚରଣ ପାତ୍ର ଏବଂ କଟକ ମୁନିସପାଲ କର୍ପୋରେସନର କର୍ପୋରେଟର ମାନେ ଯୋଗଦେଇଥିଲେ।

ମୁଖ୍ୟମନ୍ତ୍ରୀ ତେଲେଙ୍ଗାପେଣ୍ଠରେ ପହଞ୍ଚିବା ପରେ ଏକ ‘ରୋଡ ସୋ’ରେ ହଜାର ହଜାର ଲୋକଙ୍କ ସହିତ ଗାନ୍ଧୀ ସ୍ମୃତି ପୀଠକୁ ଯାଇଥିଲେ। ସେଠାରେ ଗାନ୍ଧିଜୀଙ୍କ ପ୍ରତିମୂର୍ତ୍ତୀରେ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ। ଏହି ଅବସରରେ ସେ ‘ଏକ୍ ପେଡ୍ ମା’ କେ ନାମ୍’ ଅଭିଯାନ ରେ ସେଠାରେ ଏକ ନାଗେଶ୍ବର ଗଛର ଚାରା ରୋପଣ କରିଥିଲେ। ଏହା ପରେ ସ୍ବଚ୍ଛତା ହିଁ ସେବା କାର୍ଯ୍ୟକ୍ରମରେ ସେଠାରେ ଶ୍ରମ ଦାନ ମଧ୍ୟ କରିଥିଲେ । ଆନ୍ତର୍ଜାତିକ ଭାସ୍କର୍ଯ୍ୟ ଶିଳ୍ପୀ ରବି ନାରାୟଣ ରଥ ସେଠାରେ ଗାନ୍ଧିଜୀଙ୍କ ଏକ ପ୍ରତିମୂର୍ତ୍ତୀ ନିର୍ମାଣ କରିଥିଲେ। ଶ୍ରୀ ରଥ ମୁଖ୍ୟମନ୍ତ୍ରୀଙ୍କୁ ତାଙ୍କର ଏକ ପୋଟ୍ରେଟ୍ ମଧ୍ୟ ଉପହାର ଦେଇଥିଲେ। ମୁଖ୍ୟମନ୍ତ୍ରୀ ସେଠାରେ ବିଭିନ୍ନ ପ୍ରତିଯୋଗୀତା ମୂଳକ କାର୍ଯ୍ୟକ୍ରମରେ ବିଜୟୀ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁରସ୍କାର ବଣ୍ଟନ କରିଥିଲେ ଏବଂ ବିଶିଷ୍ଟ ସମାଜସେବୀ ଓ ସାମାଜିକ ଅନୁଷ୍ଠାନ ମାନଙ୍କୁ ସମ୍ବର୍ଦ୍ଧିତ କରିବା ସହିତ ୧୦ଜଣ ଭିନ୍ନକ୍ଷମଙ୍କୁ ସହାୟତା ଉପକରଣ ପ୍ରଦାନ କରିଥିଲେ।

କଟକ ଜିଲ୍ଲାପାଳ ଦତ୍ତାତ୍ରୟ ଭାଉ ସାହେବ ସିନ୍ଧେ ସ୍ବାଗତ ଭାଷଣ ଦେଇଥିଲେ ଏବଂ ସୂଚନା ଓ ଲୋକ ସଂପର୍କ ବିଭାଗର ନିର୍ଦ୍ଦେଶକ ସରୋଜ କୁମାର ସାମଲ ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

ଫାର୍ମାସ୍ୟୁଟିକାଲ୍ ଶିକ୍ଷକ ସଂଘର ୨୭ତମ ବାର୍ଷିକ ଜାତୀୟ ସମ୍ମିଳନୀ

Next Post

ପୁଞ୍ଜି ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

Next Post
ପୁଞ୍ଜି ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

ପୁଞ୍ଜି ପାଇଁ ଦିଲ୍ଲୀ ଗଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA