Thursday, June 25, 2026 03:23 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଓଡ଼ିଶା ରାଜଭବନ ପାଲଟିଛି ଝାଡ଼ଖଣ୍ଡ ନିର୍ବାଚନର ପାଠଶାଳା !

ରାଜଭବନ ପାଲଟିଛି ବିଜେପିର ୱାର ରୁମ୍: ବିଜେଡି

by Our Correspondent
03 Oct, 2024- 09:10 PM
in Latest News, News
1 min read
0
ଓଡ଼ିଶା ରାଜଭବନ ପାଲଟିଛି ଝାଡ଼ଖଣ୍ଡ ନିର୍ବାଚନର ପାଠଶାଳା !

ଭୁବନେଶ୍ୱର: ଓଡ଼ିଶା ରାଜଭବନରେ ଏବେ କିଛି ଦିନର ରାଜନୈତିକ ଗତିବିଧିକୁ ନେଇ ବିଜେଡି ସାଂଘାତିକ ପ୍ରଶ୍ନ ଉଠାଇଛି । ଝାଡ଼ଖଣ୍ଡ ନିର୍ବାଚନ ପାଇଁ ଓଡ଼ିଶା ରାଜଭବନ ଏକ ୱାର୍ ରୁମ୍ ବା ରାଜନୈତିକ ପେଣ୍ଠସ୍ଥଳୀ ପାଲଟିଛି ବୋଲି ଦଳ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ଅଭିଯୋଗ କରାଯାଇଛି । ଏହାଦ୍ୱାରା ଓଡ଼ିଶା ରାଜଭବନର ଗାରିମା କ୍ଷୂର୍ଣ୍ଣ ହେଉଛି ବୋଲି କୁହାଯାଇଛି ।

ଆଜି ଶଙ୍ଖ ଭଵନ ଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ରାଜ୍ୟସଭା ସାଂସଦ ତଥା ବିଜେଡି ମୁଖପାତ୍ର ଶ୍ରୀମତୀ ସୁଲତା ଦେଓ ଓ ସସ୍ମିତ ପାତ୍ର କହିଥିଲେ, ରାଜ ଭଵନ ହେଉଛି ଏକ ଗାରିମାମୟ ସ୍ଥାନ ଓ ରାଜନୀତିରୁ ଊର୍ଦ୍ଧ୍ଵରେ। କିନ୍ତୁ ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ଵଶର୍ମା ଓ ପୂର୍ବତନ ଉପରାଷ୍ଟ୍ରପତି ଭେଙ୍କିଆ ନାଇଡ଼ୁଙ୍କ ରାଜ ଭଵନକୁ ଆଗମନ ନିଶ୍ଚିତ ଭାବେ ପ୍ରଶ୍ନ ସୃଷ୍ଟି କରିଛି। ଶ୍ରୀମତୀ ଦେଓ କହିଥିଲେ, ହିମନ୍ତ ବିଶ୍ଵଶର୍ମା ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇ କହିଥିଲେ, ସେ ବ୍ୟକ୍ତିଗତ କାରଣରୁ ଓଡ଼ିଶାର ରାଜ୍ୟପାଳଙ୍କୁ ଭେଟିବାକୁ ଆସିଛନ୍ତି। କିନ୍ତୁ ତାପରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଯେତେବେଳେ ଝାଡଖଣ୍ଡ ଯାଇ ସେଠାରେ ଏକ ନିର୍ବାଚନୀ ସଭାରେ ଭାଷଣ ଦେଇଥିଲେ, ସେତେବେଳେ ବିଶ୍ଵଶର୍ମା ଓ ଭେଙ୍କିଆ ନାଇଡ଼ୁଙ୍କ ଗସ୍ତ ରାଜନୈତିକ କାରଣରୁ ଥିଲା ବୋଲି ସ୍ପଷ୍ଟ ହୋଇଥିଲା।

ଓଡ଼ିଶାର ରାଜ୍ୟପାଳ ରଘୁବର ଦାସ ଝାଡଖଣ୍ଡ ରାଜ୍ୟରେ ହେବାକୁ ଥିବା ବିଧାନସଭା ନିର୍ବାଚନରେ ପ୍ରାର୍ଥୀ ହେବେ ବୋଲି ଗଣମାଧ୍ୟମରେ ଚର୍ଚ୍ଚା ହେଉଛି। ସେ ନିର୍ବାଚନ ଲଢିବେ କି ନାହିଁ, ସେଥିରେ ବିଜେଡିର କିଛି ଯାଏ ଆସେ ନାହିଁ, କିନ୍ତୁ ଓଡ଼ିଶାର ରାଜ ଭଵନକୁ ରାଜନୀତିର ଆଡ୍ଡାସ୍ଥଳୀରେ ପରିଣତ ନକରାଯାଉ ଓ ଏହାର ଗାରିମା ନଷ୍ଟ ନହେଉ ବୋଲି ଶ୍ରୀମତୀ ଦେଓ କହିଥିଲେ। ସେ ଆହୁରି କହିଥିଲେ, ରାଜ୍ୟପାଳଙ୍କ ପୁଅଙ୍କ ଦ୍ୱାରା ଜଣେ ଏଏସଓଙ୍କ ଉପରେ ହୋଇଥିବା ଅମାନବୀୟ ଆକ୍ରମଣ ଘଟଣାରେ ଏ ପର୍ଯ୍ୟନ୍ତ ନ୍ୟାୟ ନମିଳିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବିଷୟ। ପନ୍ଦର ଦିନରେ ଏହି କେସରେ ଜିଲ୍ଲାପାଳଙ୍କୁ ରିପୋର୍ଟ ଦେବାକୁ କୁହାଯାଇଥିଲା, ଯାହା ତିନିମାସରୁ ଊର୍ଦ୍ଧ୍ଵ ସମୟ ବିତିଯିବା ପରେ ମଧ୍ୟ ରିପୋର୍ଟ ଆସି ପାରିନାହିଁ।

ଦଳର ଜାତୀୟ ମୁଖପାତ୍ର ଓ ରାଜ୍ୟସଭା ସାଂସଦ ସସ୍ମିତ ପାତ୍ର ସିଧା ସଳଖ ପ୍ରଶ୍ନ କରିଥିଲେ, ଝାଡଖଣ୍ଡ ନିର୍ବାଚନ ପାଇଁ ଓଡ଼ିଶାର ରାଜଭଵନ ବିଜେପିର ୱାର ରୁମ ବା ରାଜନୈତିକ ପେଣ୍ଠସ୍ଥଳୀ ପାଲଟିଛି କି? ଏହି ରାଜନୈତିକ ଗତିବିଧିର ମୁଖ୍ୟ ପୁରୋଧା ନିଜେ ରାଜ୍ୟପାଳ ମହୋଦୟ ଅଛନ୍ତି, ସେ ଏ ବିଷୟରେ ସ୍ପଷ୍ଟୀକରଣ ରଖିବା ଉଚିତ।

ଦ୍ଵିତୀୟ ପ୍ରଶ୍ନ ହେଉଛି, ଓଡ଼ିଶାର ମାନ୍ୟବର ରାଜ୍ୟପାଳ ଝାରଖଣ୍ଡ ମୁଖ୍ୟମନ୍ତ୍ରୀ ଦୌଡ଼ରେ ସାମିଲ ହୋଇଛନ୍ତି କି, ଯେଉଁଥିପାଇଁ ସେ ସାମ୍ବିଧାନିକ ପଦବୀରେ ଥାଇ ମଧ୍ୟ ନିଜର ରାଜନୈତିକ ସ୍ୱାର୍ଥ ହାସଲ ଲାଗି, ରାଜଭଵନ ଗାରିମାକୁ ଜଳାଞ୍ଜଳି ଦେବାକୁ ପଛାଉ ନାହାନ୍ତି। ବିଜେପିର ବରିଷ୍ଠ ନେତାମାନେ ସ୍ପଷ୍ଟ କରିବା ଦରକାର, ସେମାନେ ରାଜଭଵନକୁ ବ୍ୟକ୍ତିଗତ କାରଣରୁ ନା ରାଜନୈତିକ କାରଣରୁ ରାଜ ଭଵନକୁ ଗସ୍ତ କରୁଛନ୍ତି।

ରାଜ୍ୟପାଳ ମହୋଦୟ ତାଙ୍କ ପୁଅ ପ୍ରୀତି ଛାଡି କେବେ ଏଏସଓଙ୍କୁ ନ୍ୟାୟ ପ୍ରଦାନ କରିବେ। ତାଛଡା, ନ୍ୟାୟ ତା ବାଟରେ ଯିବ ବୋଲି କହୁଥିବା, ମୁଖ୍ୟମନ୍ତ୍ରୀ ମୋହନ ମାଝୀ ମହୋଦୟ ମଧ୍ୟ ସ୍ପଷ୍ଟ କରିବା ଦରକାର ଯେ ତାଙ୍କ ସରକାର କେବେ ଏହି କେସରେ ରାଜ୍ୟପାଳଙ୍କ ପୁଅ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ବୋଲି ଶ୍ରୀ ପାତ୍ର କହିଥିଲେ।

Previous Post

ଜୋସ୍ କୁ ଫେରିଲେ ବବି ଦାସ

Next Post

ଶ୍ରବଣବାଧିତ ଯୁବବର୍ଗ ଆତିଥ୍ୟ କ୍ଷେତ୍ରରେ ବୃତ୍ତିକୁ ଆପଣାଇବା ପାଇଁ ଆଇଏଚ୍‌ଏମ୍‌ ଭୁବନେଶ୍ୱରର ପ୍ରୟାସ

Next Post
ଶ୍ରବଣବାଧିତ ଯୁବବର୍ଗ ଆତିଥ୍ୟ କ୍ଷେତ୍ରରେ ବୃତ୍ତିକୁ ଆପଣାଇବା ପାଇଁ  ଆଇଏଚ୍‌ଏମ୍‌ ଭୁବନେଶ୍ୱରର ପ୍ରୟାସ

ଶ୍ରବଣବାଧିତ ଯୁବବର୍ଗ ଆତିଥ୍ୟ କ୍ଷେତ୍ରରେ ବୃତ୍ତିକୁ ଆପଣାଇବା ପାଇଁ ଆଇଏଚ୍‌ଏମ୍‌ ଭୁବନେଶ୍ୱରର ପ୍ରୟାସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA