Tuesday, August 25, 2026 07:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ସୁଭଦ୍ରା’ ଦ୍ୱିତୀୟ କିସ୍ତି ପାଇଲେ ୩୫ ଲକ୍ଷ ମହିଳା

ବାରିପଦାରେ ସୁଭଦ୍ରା ଯୋଜନା ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

by Our Correspondent
09 Oct, 2024- 06:31 PM
in Latest News, News
1 min read
0
‘ସୁଭଦ୍ରା’ ଦ୍ୱିତୀୟ କିସ୍ତି ପାଇଲେ ୩୫ ଲକ୍ଷ ମହିଳା

ଭୁବନେଶ୍ୱର: ସୁଭଦ୍ରା ଯୋଜନାରେ ଆଜି ପର୍ଯ୍ୟନ୍ତ ୧ କୋଟି ୬୦ ଲକ୍ଷ ଫର୍ମ ବଣ୍ଟନ ହୋଇସାରିଛି। ସେଥିମଧ୍ୟରୁ ୧ କୋଟି ୩୦ ହଜାରରୁ ଅଧିକ ହିତାଧିକାରୀ ସୁଭଦ୍ରା ଅଧୀନରେ ଆବେଦନ କରିଛନ୍ତି । ସୁଭଦ୍ରାରେ ପଞ୍ଜିକରଣ ପାଇଁ ରାଜ୍ୟରେ ୨୮ ହଜାର ୪୦ରୁ ଅଧିକ ସାଧାରଣ ସେବା କେନ୍ଦ୍ର ଏବଂ ୧୦ ହଜାର ୫୫ରୁ ଅଧିକ ମୋ ସେବା କେନ୍ଦ୍ର କାର୍ଯ୍ୟ କରୁଛି। ପ୍ରଥମ ପର୍ଯ୍ୟାୟରେ ୨୫ ଲକ୍ଷରୁ ଅଧିକ ହିତାଧିକାରୀଙ୍କୁ ୫୦୦୦ ଟଙ୍କାର ପ୍ରଥମ କିସ୍ତିର ସହାୟତା ମିଳିଥିଲା । ଆଜି ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟ ଆର୍ଥିକ ସହାୟତା ପ୍ରଦାନ କାର୍ଯ୍ୟକ୍ରମରେ ୩୫ ଲକ୍ଷରୁ ଅଧିକ ନୂତନ ହିତାଧିକାରୀଙ୍କୁ ୫୦୦୦ ଟଙ୍କାର ଆର୍ଥିକ ସହାୟତା ଦିଆଗଲା ।

ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି ମୟୁରଭଞ୍ଜର ବାରିପଦାଠାରେ ‘ସୁଭଦ୍ରା’ ଯୋଜନାର ପ୍ରଥମ କିସ୍ତିର ଦ୍ୱିତୀୟ ପର୍ଯ୍ୟାୟର ଶୁଭାରମ୍ଭ କରିଛନ୍ତି। ଦ୍ୱିତୀୟ ପର୍ଯ୍ୟାୟରେ ଆଜି ୩୫ ଲକ୍ଷରୁ ଅଧିକ ମହିଳା ପ୍ରଥମ କିସ୍ତି ଭାବରେ ୫ ହଜାର ଟଙ୍କା ଲେଖାଏ ସହାୟତା ପାଇଲେ। ସମୁଦାୟ ୧୭୫୦ କୋଟି ଟଙ୍କା ମହିଳାମାନଙ୍କ ବ୍ୟାଙ୍କ ଆକାଉଣ୍ଟକୁ ହସ୍ତାନ୍ତର କରାଗଲା। ପ୍ରଥମ ଓ ଦ୍ୱିତୀୟ ପର୍ଯ୍ୟାୟକୁ ମିଶାଇ ବର୍ତ୍ତମାନ ସୁଦ୍ଧା ସମୁଦାୟ ୬୦ ଲକ୍ଷରୁ ଅଧିକ ମହିଳା ‘ସୁଭଦ୍ରା’ ସହାୟତା ପାଇଲେ। ସମୁଦାୟ ୩ ହଜାର କୋଟି ଟଙ୍କାର ସହାୟତା ପ୍ରଦାନ କରାଗଲା। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ୧୦ଜଣ ସୁଭଦ୍ରା ହିତାଧିକାରୀଙ୍କୁ ସୁଭଦ୍ରା ସହାୟତା ପ୍ରଦାନ କରିଥିଲେ ।

ବାରିପଦାରେ ଆୟୋଜିତ ବିଶାଳ ଜନସଭାରେ ଉଦ୍‌ବୋଧନ ଦେଇ ମୁଖ୍ୟମନ୍ତ୍ରୀ କହିଲେ ଯେ, ‘ସୁଭଦ୍ରା’ ଯୋଜନା ଓଡ଼ିଶାର ମା’ ଓ ଭଉଣୀମାନଙ୍କ ଜୀବନରେ ଯୁଗାନ୍ତକାରୀ ପରିବର୍ତ୍ତନ ଆଣିବା ସହିତ ସେମାନଙ୍କ ଅର୍ଥନୈତିକ ସଶକ୍ତିକରଣ କରିବ। ସେମାନଙ୍କ ସାମାଜିକ ସମ୍ମାନ ମଧ୍ୟ ବଢାଇବ ।  ଏହି ଯୋଜନା ସାରା ଓଡିଶାର ମା’ ମାନଙ୍କ ମୁହଁରେ ହସ ଓ ଖୁସି ଆଣିଛି ।  ଏହି ଯୋଜନା ରାଜ୍ୟର ମହିଳାମାନଙ୍କୁ ସଶକ୍ତ କରିବାରେ ସହାୟକ ହେବା ସହିତ ଏକ ସମୃଦ୍ଧ ଓଡ଼ିଶାର ମୂଳଦୁଆ ପକାଇଛି ବୋଲି କହିଥିଲେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ‘ସୁଭଦ୍ରା’ ସହାୟତା ମା’ ମାନଙ୍କର ତ୍ୟାଗ ଓ ପରିଶ୍ରମକୁ ସମ୍ମାନ ଦେବା ସହିତ ଓଡ଼ିଶାର ମହିଳାମାନଙ୍କର ସ୍ୱପ୍ନ ଏବଂ ଆକାଂକ୍ଷାକୁ ବାସ୍ତବ ରୂପଦେବ । ଏହି ଯୋଜନା ଆମ ରାଜ୍ୟର ମହିଳାମାନଙ୍କ ମୁହଁକୁ ଏକ ନୂତନ ଆଶା ଓ ସ୍ୱପ୍ନରେ ଆଲୋକିତ କରୁଛି। ଅସହାୟ ମହିଳାମାନଙ୍କ ପାଇଁ ଏହା ସହାୟତାର ଏକ ନୂତନ କିରଣ ହୋଇଛି। ସେ କହିଲେ ଯେ, ଯେଉଁ ମହିଳାମାନେ ଅନେକ ପରିଶ୍ରମ କଲା ପରେ ମଧ୍ୟ ପିଲାମାନଙ୍କୁ ଭଲ ଭାବରେ ଖାଦ୍ୟ ଦେଇ ପାରନ୍ତି ନାହିଁ, ସ୍କୁଲକୁ ପଠାଇ ପାରନ୍ତି ନାହିଁ, ସେହିପରି ମହିଳାମାନଙ୍କ ସ୍ୱପ୍ନ ପୁରଣ କରିବାରେ ସୁଭଦ୍ରା ଯୋଜନା ବରଦାନ ସଦୃଶ ହେବ।

ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ସୁଭଦ୍ରା ଯୋଜନାରେ ପଞ୍ଜିକରଣ କରିଥିବା ପ୍ରଥମ ହିତାଧିକାରୀ ଖୋର୍ଦ୍ଧା ଜିଲ୍ଲାର ଭୁବନେଶ୍ୱର ବ୍ଲକ ତଥା ବସୁଆଘାଇ ଗ୍ରାମପଞ୍ଚାୟତର ଉମାରାଣୀ ମହାନ୍ତି ଓ ୧ କୋଟି ସଂଖ୍ୟାରେ ପଞ୍ଜିକରଣ କରିଥିବା ହିତାଧିକାରୀ ସୁନ୍ଦରଗଡ଼ ଜିଲ୍ଲାର ନୂଆଗାଁ ବ୍ଲକ ତଥା ସୁରୁଡା ଗ୍ରାମର ଦୟାମଣି କୁଜୁରଙ୍କୁ ସମ୍ମାନିତ କରିଥିଲେ। ଏହି ସମ୍ମାନ ସୁଭଦ୍ରା ଯୋଜନାରେ ଆପଣମାନଙ୍କ ଉତ୍ସାହ ଓ ଅଂଶ ଗ୍ରହଣର ଏକ ସୁନ୍ଦର ସ୍ୱୀକୃତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା ଅନ୍ୟତମ ଅତିଥି ଭାବରେ ଯୋଗଦେଇ କହିଥିଲେ ଯେ ଓଡିଶାରେ ୧୦୦ ଦିନ ସରକାରରେ ‘ସୁଭଦ୍ରା’ ଭଳି ଏକ ଜନକଲ୍ୟାଣକାରୀ ଯୋଜନା ଆରମ୍ଭ କରାଗଲା। ଆଗରୁ ଏଭଳି କୌଣସି ଯୋଜନା ନଥିଲା ଯେଉଁଥିରେ ୧ କୋଟିରୁ ଅଧିକ ମହିଳା ସାମିଲ ହୋଇଥିଲେ। ଓଡିଶାର ମହିଳାମାନଙ୍କ ସମୃଦ୍ଧି ପାଇଁ ଉଦ୍ଦିଷ୍ଟ ଏହି ‘ସୁଭଦ୍ରା’ ଯୋଜନାକୁ ମୟୁରଭଞ୍ଜ ଆଦିମ ଜନଜାତି ମହିଳାମାନେ ଆପଣେଇଛନ୍ତି। ମହିଳା ବିକାଶକୁ ଏକ ନୂଆ ଦିଗ ଦେଖାଇବ ‘ସୁଭଦ୍ରା’ ଏବଂ ବିକାଶର ମୂଳ ପିଣ୍ଡ ହେବ ‘ସୁଭଦ୍ରା’ ବୋଲି ସେ କହିଥିଲେ।

ଜଙ୍ଗଲ, ପରିବେଶ, ଶ୍ରମ ଓ କର୍ମଚାରୀ ରାଜ୍ୟ ବୀମା ମନ୍ତ୍ରୀ ଗଣେଶ ରାମ ସିଂ ଖୁଣ୍ଟିଆ କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଏହା ଏକ ଐତିହାସିକ ଯୋଜନା। ଏହି ଯୋଜନା ପାଇଁ ମୟୁରଭଞ୍ଜ ସମେତ ସମଗ୍ର ଓଡିଶାର ମହିଳାମାନେ ଅତ୍ୟନ୍ତ ଖୁସି ଅଛନ୍ତି। ଆମ ସରକାର ନାରୀମାନଙ୍କୁ, ଚାଷୀମାନଙ୍କୁ ଓ ଗରୀବଙ୍କୁ ସମ୍ମାନ ଦେଉଥିବା ସରକାର।

ଗୃହ ନିର୍ମାଣ ଓ ନଗର ଉନ୍ନୟନ, ସାଧାରଣ ଉଦ୍ୟୋଗ ମନ୍ତ୍ରୀ ଡ. କୃଷ୍ଣ ଚନ୍ଦ୍ର ମହାପାତ୍ର କାର୍ଯ୍ୟକ୍ରମରେ ଯୋଗଦେଇ କହିଥିଲେ ଯେ, ଆମର ଯଶସ୍ୱୀ ପ୍ରଧାନମନ୍ତ୍ରୀ ଭାରତର ବିକାଶକୁ ଦ୍ୱିଗୁଣିତ କରୁଛନ୍ତି। ଆମ ଓଡିଶାରେ ମଧ୍ୟ ଡବଲ ଇଞ୍ଜନ ସରକାରରେ ବିକାଶର ଗତି କ୍ଷୀପ୍ର ହେବ। ମୟୁରଭଞ୍ଜକୁ ଏକ ବିକଶିତ ଜିଲ୍ଲା ଭାବେ ଗଠନ କରିବା ପାଇଁ ଦଳମତ ନିର୍ବିଶେଷରେ ସେ ସମସ୍ତଙ୍କୁ ଆହ୍ୱାନ କରିଥିଲେ।

କାର୍ଯ୍ୟକ୍ରମରେ ସରକାରୀ ଦଳ ଉପମୁଖ୍ୟ ସଚେତକ ଗୋବିନ୍ଦ ଚନ୍ଦ୍ର ଦାଶ, ମୟୁରଭଞ୍ଜ ସାଂସଦ ନବ ଚରଣ ମାଝୀ, ବାଲେଶ୍ୱର ସାଂସଦ ପ୍ରତାପ ଚନ୍ଦ୍ର ଷଡଙ୍ଗୀ, ରାଜ୍ୟସଭା ସାଂସଦ ଶ୍ରୀମତୀ ମମତା ମହାନ୍ତ, କରଞ୍ଜିଆ ବିଧାୟକ ପଦ୍ମ ଚରଣ ହାଇବୁରୁ, ସାରସକଣା ବିଧାୟକ ଭାଦବ ହାଂସଦା, ବାରିପଦା ବିଧାୟକ ପ୍ରକାଶ ସୋରେନ, ରାଇରଙ୍ଗପୁର ବିଧାୟକ ଜଲେନ ନାୟକ, ଉଦଳା ବିଧାୟକ ଭାସ୍କର ମଢେଇ, ବଡସାହି ବିଧାୟକ ସନାତନ ବିଜୁଳି, ବାଙ୍ଗିରିପୋଷି ବିଧାୟିକା ସଞ୍ଜଳି ମୁର୍ମୁ, କେନ୍ଦ୍ରାଞ୍ଚଳ ଆର୍.ଡି.ସି. ବି. ପରମେଶ୍ୱର ପ୍ରମୁଖ ଯୋଗଦେଇଥିଲେ।

କାର୍ଯ୍ୟକ୍ରମରେ ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ଶାସନ ସଚିବ ଶ୍ରୀମତୀ ଶୁଭା ଶର୍ମା ସ୍ୱାଗତ ଭାଷଣ ଦେଇଥିଲେ ଏବଂ ଜିଲ୍ଲାପାଳ ହେମକାନ୍ତ ସାଏ ଧନ୍ୟବାଦ ଅର୍ପଣ କରିଥିଲେ।

Previous Post

କର୍ମୀଙ୍କ ମନରେ ଜୋସ୍ ଭରିଲେ ନବୀନ

Next Post

ଆଉ ନାହାନ୍ତି ରତନ ଟାଟା

Next Post
ଆଉ ନାହାନ୍ତି ରତନ ଟାଟା

ଆଉ ନାହାନ୍ତି ରତନ ଟାଟା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA