Sunday, June 28, 2026 10:51 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଡେରାବିଶ୍ ସିଡିପିଓ ମଣିଷ ନା ପଶୁ?

ଗର୍ଭ ଯନ୍ତ୍ରଣାରେ ଛଟପଟ କିରାଣୀଙ୍କୁ ଛୁଟି ଦେଲେନି

by Our Correspondent
29 Oct, 2024- 08:40 PM
in Latest News, News
1 min read
0
ଡେରାବିଶ୍ ସିଡିପିଓ ମଣିଷ ନା ପଶୁ?

ନିରପେକ୍ଷ ତଦନ୍ତ ପାଇଁ କାର୍ଯ୍ୟରୁ ହଟିଲେ ସିଡିପିଓ

ଭୁବନେଶ୍ୱର: କେନ୍ଦ୍ରାପଡ଼ା ଜିଲ୍ଲା ଡେରାବିଶ ବ୍ଲକ୍ ସିଡିପିଓ ସ୍ନେହଲତା ସାହୁ । ଜଣେ ମହିଳା । ଅଫିସ୍ ର କିରାଣୀ ହେଉଛନ୍ତି ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର । ଇଏ ବି ଜଣେ ମହିଳା । ୭ ମାସର ଗର୍ଭବତୀ ଥିଲେ । ଅଫିସ୍ ରେ କାମ କରୁଥିବା ବେଳେ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇ ଡାକ୍ତରଖାନା ଯିବାକୁ ଛୁଟି ମାଗିଲେ । ମାତ୍ର ସିଡିପିଓ ମାଡାମ୍ ତାଙ୍କୁ ଗାଳି କରି ଛୁଟି ଦେବାକୁ ମନା କରିଦେଲେ । ବେଶୀ ରୋଲ୍ କରନା ବୋଲି ଟାପରା କଲେ । ଖବର ପାଇ ବର୍ଷାଙ୍କର ପରିବାର ଲୋକ ସେଠାରେ ପହଞ୍ଚି ଗୁରୁତର ବର୍ଷାଙ୍କୁ ଡାକ୍ତରଖାନା ନେଇ ଆସିଲେ । ମାତ୍ର ସେତେବେଳକୁ ତାଙ୍କ ଗର୍ଭସ୍ଥ ଶିଶୁର ମୃତ୍ୟୁ ହୋଇସାରିଥିଲା ।

ଗତ ୨୫ ତାରିଖରେ ଘଟଣା ଘଟିଥିବା ଅଭିଯୋଗ ହୋଇଛି । ସୋସିଆଲ୍ ମିଡିଆରେ ଏହାର ଏକ ଭିଡିଓ ଭାଇରାଲ୍ ହେବା ପରେ ସମସ୍ତଙ୍କ ଛାତି ଥରାଇ ଦେଇଛି । ସଂପୃକ୍ତ ସିଡିପିଓ ମଣିଷ ନା ପଶୁ ବୋଲି ପ୍ରଶ୍ନ ଉଠିଛି । ଅଭିଯୋଗ ସତ୍ୟ ହୋଇଥିଲେ ତାଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ସବୁ ମହଲରୁ ଦାବି ହୋଇଛି ।

ଅଭିଯୋଗକାରିଣୀ ହେଉଛନ୍ତି ନିଜେ ବର୍ଷା ପ୍ରିୟଦର୍ଶିନୀ ମହାପାତ୍ର । ୨୫ ତାରିଖରେ ଅଫିସ୍ ରେ ସେ କାମ କରୁଥିବା ବେଳେ ଗର୍ଭ ଯନ୍ତ୍ରଣାରେ ଛଟପଟ ହୋଇଥିଲେ । ସେ ୭ ମାସର ଗର୍ଭବତୀ ଥିଲେ ଏବଂ ଅଚାନକ ତାଙ୍କର ପ୍ରସବ ଯନ୍ତ୍ରଣା ହୋଇଥିଲା । ଏହା ସିଡିପିଓଙ୍କୁ ଜଣାଇବା ସହ ଘର ଲୋକଙ୍କୁ ମଧ୍ୟ ଖବର ଦେଇଥିଲେ । ଘର ଲୋକ ଆସି ପହଞ୍ଚି ସାରିଥିଲେ ମଧ୍ୟ ଡାକ୍ତରଖାନା ଯିବାକୁ ସିଡିପିଓ ତାଙ୍କୁ ଛୁଟି ଦେଇ ନ ଥିଲେ । ବହୁତ ରୋଲ୍ କରୁଛ କହି ଓଲଟି ଚିଲେଇଥିଲେ । ଯନ୍ତ୍ରଣାରେ ଛଟପଟ ହେଲା ବେଳେ ପାଣି ମଧ୍ୟ ଦେଇ ନ ଥିଲେ । ଯିଏ ପାଣି ଦେଲେ ଓଲଟି ତାଙ୍କୁ ଗାଳି କରିଥିଲେ ।

ତାଙ୍କର ଏଭଳି ଅବସ୍ଥାରେ ଘର ଲୋକ ତାଙ୍କୁ ଏକ ଘରୋଇ ଡାକ୍ତରଖାନାକୁ ନେଇ ଆସିଥିଲେ । ଡାକ୍ତର ତୁରନ୍ତ ତାଙ୍କର ପ୍ରସବ କରାଇଥିଲେ ମଧ୍ୟ ଶିଶୁଟିର ମୃତ୍ୟୁ ହୋଇସାରିଥିଲା । ନିଷ୍ପାପ ଶିଶୁର ମୃତ୍ୟୁ ପାଇଁ ସିଡିପିଓଙ୍କୁ ସିଧାସଳଖ ଦାୟୀ କରିଛନ୍ତି ବର୍ଷା । ଗର୍ଭ ଯନ୍ତ୍ରଣାରେ ସେ ଛଟପଟ ହେଉଥିଲା ବେଳେ ସିଡିପିଓ ଟେବୁଲ୍ ବାଡ଼େଇ ତାଙ୍କୁ ଗାଳି କରିବାରୁ ତାଙ୍କର ହାର୍ଟ ବିଟ୍ ବଢ଼ିଯାଇଥିଲା ଏବଂ ସେ ଅଚେତ ହୋଇଯାଇଥିଲେ । ପୂର୍ବରୁ ମଧ୍ୟ ବାରମ୍ବାର ତାଙ୍କ ଉପରେ ଏଭଳି ଅତ୍ୟାଚାର କରି ଆସୁଥିଲେ । ଡାକ୍ତରଙ୍କ ମତରେ ଗର୍ଭସ୍ଥ ଶିଶୁର ମୃତ୍ୟୁ ପାଇଁ ଏହା କାରଣ ବୋଲି ବର୍ଷା କହିଛନ୍ତି ।

ଗର୍ଭସ୍ଥ ଶିଶୁକୁ ହରାଇବା ପରେ ବର୍ଷାଙ୍କ ଆଖିରୁ ଲୁହ ଶୁଖୁନି । ଏଭଳି ବସ୍ ଙ୍କ ପାଖରେ ଚାକିରି କରି ମନସ୍ତାପରେ ଘାରି ହେଉଛନ୍ତି । ସିଡିପିଓ ସ୍ନେହଲତା ସାହୁ କ’ଣ ପାଇଁ ତାଙ୍କୁ ଏଭଳି ନିର୍ଯ୍ୟାତନା ଦେଉଥିଲେ ବୋଲି ସାମ୍ବାଦିକଙ୍କ ପ୍ରଶ୍ନରେ ସେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ସିଡିପିଓ ବିଭିନ୍ନ ଦୁର୍ନୀତିରେ ଲିପ୍ତ ଅଛନ୍ତି । ତାଙ୍କୁ କିଭଳି ମିଥ୍ୟା ବିଲ୍ କରିବାକୁ ବାଧ୍ୟ କରୁଥିଲେ, ତାହାର ଉଦାହରଣ ଦେଇ ସେ କହିଛନ୍ତି ଯେ ଅଫିସ୍ ପାଇଁ ନୂଆ ଗଡ଼ରେଜ୍ ଆଲମାରୀ କିଣା ହୋଇ ନ ଥିଲେ ମଧ୍ୟ ସେ ବାବଦରେ ୨୨ ହଜାର ଟଙ୍କାର ବିଲ୍ କରାଯାଇଛି । ଗାଡି ଚାଲୁନି, ହେଲେ ତେଲ ଖର୍ଚ୍ଚର ବିଲ୍ ହେଉଛି । ଏଭଳି କାର୍ଯ୍ୟକୁ ପ୍ରଥମରୁ ସେ ବିରୋଧ କରିବାରୁ ସିଡିପିଓଙ୍କ ଆକ୍ରୋଶର ଶିକାର ହୋଇଛନ୍ତି ।

ପରିଣାମସ୍ୱରୂପ ସିଡିପିଓ ତାଙ୍କୁ କଥା କଥାକେ ଗାଳି କରୁଥିଲେ । ବ୍ୟକ୍ତିଗତ କଥା କହି ଆକ୍ଷେପ କରୁଥିଲେ । ଛୁଟି ଦେଉ ନ ଥିଲେ । ଅଫିସ୍ ରେ ତାଙ୍କୁ ପ୍ରବଳ ମାନସିକ ନିର୍ଯ୍ୟାତନା ଦେଉଥିଲେ । ଏହାକୁ ସେ ଘରଲୋକଙ୍କୁ କହି ନ ପାରି ସବୁଦିନ ଏକୁଟିଆ ଭୀଷଣ କାନ୍ଦୁଥିଲେ ଏବଂ ଚାକିରିର ଆବଶ୍ୟକତାକୁ ମୁଣ୍ଡରେ ରଖି ମନକୁ ବୁଝାଇ ଦେଉଥିଲେ । ଘଟଣାର ୪ ଦିନ ପୂର୍ବରୁ ତାଙ୍କର ନିର୍ଯ୍ୟାତନା ବଢ଼ି ଯାଇଥିଲା, ଯାହା ତାଙ୍କ ଗର୍ଭସ୍ଥ ଶିଶୁର ଜୀବନ ନେଇଗଲା ବୋଲି ସେ ଗଣମାଧ୍ୟମକୁ କାନ୍ଦି କାନ୍ଦି କହିଛନ୍ତି ।

ତେବେ ବର୍ଷାଙ୍କ ଅଭିଯୋଗକୁ ଅତି ସନ୍ତର୍ପଣରେ ଉଡ଼ାଇ ଦେଇଛନ୍ତି ସିଡିପିଓ ମ୍ୟାଡାମ୍ । ବର୍ଷାଙ୍କ ଅଭିଯୋଗର ସତ୍ୟତା ନାହିଁ ବୋଲି ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇ ଓଲଟି ବର୍ଷାଙ୍କ କାର୍ଯ୍ୟ ଦକ୍ଷତା ଉପରେ ଅଙ୍ଗୁଳି ଉଠାଇଛନ୍ତି । ସେଦିନ ଅଫିସରେ ବର୍ଷାଙ୍କ ସମ୍ପର୍କୀୟଙ୍କ ସହ ତାଙ୍କର ଉଚ୍ଚବାଚର ଯେଉଁ ଭିଡିଓଟି ଭାଇରାଲ୍ ହୋଇଛି, ତାହା ଫେକ୍ ଭିଡିଓ ବୋଲି ମଧ୍ୟ ସଫେଇ ଦେଇଛନ୍ତି । ଭିଡିଓଟି ଏଡିଟ୍ କରାଯାଇଛି ବୋଲି ତାଙ୍କର ଯୁକ୍ତି ।

ଏହି ସମ୍ବେଦନଶୀଳ ମାମଲାକୁ ଜିଲ୍ଲା ପ୍ରଶାସନ ଗୁରୁତ୍ୱର ସହ ନେଇଛି । ବର୍ଷା ପ୍ରିୟଦର୍ଶିନୀଙ୍କ ଅଭିଯୋଗର ତଦନ୍ତ ପାଇଁ ଏକ ତିନିଜଣିଆ କମିଟି ଗଠନ କରାଯାଇଛି । କମିଟିର ରିପୋର୍ଟ ଆସିବା ପରେ ଆବଶ୍ୟକ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ମନୋରମା ସ୍ୱାଇଁ କହିଛନ୍ତି ।

ଶେଷ ଖବର ଅନୁଯାୟୀ, ଏହି ଘଟଣାକୁ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ମଧ୍ୟ ଗୁରୁତ୍ୱର ସହ ଗ୍ରହଣ କରିଛନ୍ତି । ମାମଲାର ତଦନ୍ତ କରି ତୁରନ୍ତ ରିପୋର୍ଟ ଦେବାକୁ କେନ୍ଦ୍ରାପଡ଼ା ଜିଲ୍ଲାପାଳଙ୍କୁ ସେ ନିର୍ଦ୍ଦେଶ ଦେଇଛନ୍ତି ।

ସିଡିପିଓଙ୍କୁ ଅପସାରଣ: ଘଟଣାର ନିରପେକ୍ଷ ତଦନ୍ତ ପାଇଁ ସିଡିପିଓ ସ୍ନେହଲତା ସାହୁଙ୍କୁ ବ୍ଲକ୍ ଅଫିସରୁ ଆଜି ଅପସାରଣ କରାଯାଇଛି । ତଦନ୍ତ ରିପୋର୍ଟ ଆସିବା ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ତାଙ୍କ ଏକ୍ସ ଆକାଉଣ୍ଟରେ ସୂଚନା ଦେଇଛନ୍ତି ।

ସିଡିପିଓ ଶ୍ରୀମତୀ ସାହୁଙ୍କ ବିରୋଧରେ ଇତିମଧ୍ୟରେ ଦୁର୍ନୀତିର ଲମ୍ବା ଅଭିଯୋଗ ଆସିବାରେ ଲାଗିଲାଣି । ଚାକିରି ନାଁରେ ସେ କିଛି ଜଣଙ୍କଠାରୁ ଟଙ୍କା ଆତ୍ମସାତ୍ କରିଥିବା ଅଭିଯୋଗ ଆସିଛି ।

Previous Post

ଜାନୁଆରୀରେ ତିନିଦିନିଆ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ

Next Post

ସରକାରଙ୍କୁ ମନେଇବାରେ ଫେଲ୍ ମାରିଲା ‘ସର୍କାର’ !

Next Post
ସରକାରଙ୍କୁ ମନେଇବାରେ ଫେଲ୍ ମାରିଲା ‘ସର୍କାର’ !

ସରକାରଙ୍କୁ ମନେଇବାରେ ଫେଲ୍ ମାରିଲା 'ସର୍କାର' !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA