Thursday, August 13, 2026 01:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜାନୁଆରୀରେ ତିନିଦିନିଆ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ

ଜାନୁଆରୀ ୬ରୁ ୮ ପର୍ଯ୍ୟନ୍ତ ଅନୁଷ୍ଠିତ ହେବ

by Our Correspondent
28 Oct, 2024- 09:23 PM
in Latest News, News
1 min read
0
ଜାନୁଆରୀରେ ତିନିଦିନିଆ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ

ଭୁବନେଶ୍ୱର : ଆସନ୍ତା ବର୍ଷ ଜାନୁଆରୀ ୬, ୭ ଓ ୮ ତାରିଖ ତିନିଦିନ ଧରି ଭୁବନେଶ୍ୱରରେ ଆୟୋଜିତ ହେବ ଆନ୍ତର୍ଜାତିକ ଶ୍ରୀଜଗନ୍ନାଥ ଚେତନା ମହୋତ୍ସବ । ଭୁବନେଶ୍ୱରସ୍ଥ ଆଇଏମଏମଟି ସଭାକକ୍ଷରେ ଏହାର ଆୟୋଜନ କରାଯିବ । ଏହି ସମ୍ମିଳନୀରେ ବିଶ୍ୱର ବିଭିନ୍ନ ଦେଶରୁ ପ୍ରାୟ ୫ ଶହରୁ ଅଧିକ ପ୍ରତିନିଧି ଭାଗନେବେ । ସାରା ଭାରତରେ ତଥା ଅନ୍ୟ ଦେଶରେ ଯେଉଁଠାରେ ଶ୍ରୀଜଗନ୍ନାଥ ମନ୍ଦିର ପ୍ରତିଷ୍ଠା କରାଯାଇଛି, ସେସବୁ ସ୍ଥାନରୁ ପ୍ରତିନିଧିମାନେ ଉପସ୍ଥିତ ରହି ଶ୍ରୀଜଗନ୍ନାଥ ଚେତନା ଓ ସଂସ୍କୃତି ସମ୍ପର୍କରେ ପ୍ରଶିକ୍ଷଣ ନେବେ ।

ଏନେଇ ଏକ ସାମ୍ବାଦିକ ସମ୍ମିଳନୀରେ ଅନୁଷ୍ଠାନ ପକ୍ଷରୁ ସୂଚନା ଦେଇ କୁହାଯାଇଛିଯେ, ଜାନୁଆରୀ ୬ ତାରିଖ ପୂର୍ବାହ୍ନ ୧୧ ଘଟିକା ସମୟରେ କାର୍ଯ୍ୟକ୍ରମର ଉଦଘାଟନ ଉତ୍ସବ ଅନୁଷ୍ଠିତ ହେବ । ଏଥିନିମନ୍ତେ ଓଡ଼ିଶାର ମାନ୍ୟବର ରାଜ୍ୟପାଳ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଉପସ୍ଥିତ ରହିବା ପାଇଁ ନିମନ୍ତ୍ରଣ କରାଯାଇଛି । ସେହିପରି ଜାନୁଆରୀ ୭ ତାରିଖ ସଂଧ୍ୟା ୫ଟାରେ ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଓ ରାଜ୍ୟ ସଂସ୍କୃତି ମନ୍ତ୍ରୀ ଉପସ୍ଥିତ ରହିବାକୁ ଅନୁରୋଧ କରାଯାଇଛି । ଜାନୁଆରୀ ୮ ତାରିଖ ଦିନ ପ୍ରତିଷ୍ଠାନର ବାର୍ଷିକ ଉତ୍ସବରେ କେନ୍ଦ୍ର ଆଦିବାସୀ କଲ୍ୟାଣ ମନ୍ତ୍ରୀ ଜୁଏଲ ଓରାମ୍‌, ରାଜ୍ୟ ଆଇନ୍‌ ମନ୍ତ୍ରୀ ଓ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କୁ ଉପସ୍ଥିତ ରହିବାକୁ ନିମନ୍ତ୍ରଣ କରାଯାଇଛି । ଏହିଦିନ ଶ୍ରୀଜଗନ୍ନାଥ ଚେତନା ପ୍ରଚାରକ ସମ୍ମାନ, ଶ୍ରୀଜଗନ୍ନାଥ ଗବେଷଣା ସମ୍ମାନ ଓ ଶ୍ରୀଜଗନ୍ନାଥ ସଂସ୍କୃତି ପ୍ରଚାରକ ସମ୍ମାନ ପ୍ରଦାନ କରାଯିବ ।

ମହାମହିମ ରାଷ୍ଟ୍ରପତି କାର୍ଯ୍ୟକ୍ରମର ସଫଳତା ପାଇଁ ଶୁଭେଚ୍ଛା ବାର୍ତ୍ତା ପ୍ରଦାନ କରିଛନ୍ତି । ଗଜପତି ମହାରାଜା ଏହି କାର୍ଯ୍ୟକ୍ରମର ମୁଖ୍ୟ ପୃଷ୍ଠପୋଷକ ରହିଛନ୍ତି ।

ଏହି କାର୍ଯ୍ୟକ୍ରମରେ ପୂଜ୍ୟ ମାଧବାନନ୍ଦଜୀ ସରସ୍ୱତୀ, ପୂଜ୍ୟ ପ୍ରଜ୍ଞାନାନନ୍ଦ ସରସ୍ୱତୀ, ପୂଜ୍ୟ ସଦାନନ୍ଦ ସରସ୍ୱତୀ ତଥା ପୂଜ୍ୟ କେଶବାନନ୍ଦଜୀ ସରସ୍ୱତୀ ତଥା କୃଷ୍ଣପ୍ରେମାନନ୍ଦଜୀ ସରସ୍ୱତୀ ପ୍ରମୁଖ ସାଧୁସନ୍ଥମାନେ ଆଶୀର୍ବଚନ ପ୍ରଦାନ କରିବେ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ କଳିଙ୍ଗ ହସପିଟାଲର ଅଧ୍ୟକ୍ଷ ଡାକ୍ତର ଶୀତକଣ୍ଠ ଦାସ ଆବାହକ ରହିଛନ୍ତି । ସଚ୍ଚିଦାନନ୍ଦ ଦାସ ବାବାଜୀ, ମହନ୍ତ ରାମକୃଷ୍ଣ ଦାସ, ଡକ୍ଟର ନରେଶ ଚନ୍ଦ୍ର ଦାସ, ଡକ୍ଟର ଅସିତ୍‌ ମହାନ୍ତି, ପ୍ରଦୀପ୍ତ କୁମାର ସାହୁ, ଡକ୍ଟର କରୁଣାକର ପ୍ରଧାନ, ପୂର୍ଣ୍ଣଚନ୍ଦ୍ର ଗୋଚ୍ଛିକାର, ରବିନାରାୟଣ ସାମନ୍ତରାୟ, ବାସୁଦେବ ଭଟ୍ଟ ଓ ରାମଚଣ୍ଡୀ ପ୍ରସାଦ ରଣସିଂହ ପ୍ରମୁଖ ସକ୍ରିୟ ଭାବେ କାର୍ଯ୍ୟ କରୁଛନ୍ତି ।

Previous Post

ସଫଳ ହେଲେ ପ୍ରଭାବଶାଳୀ

Next Post

ଡେରାବିଶ୍ ସିଡିପିଓ ମଣିଷ ନା ପଶୁ?

Next Post
ଡେରାବିଶ୍ ସିଡିପିଓ ମଣିଷ ନା ପଶୁ?

ଡେରାବିଶ୍ ସିଡିପିଓ ମଣିଷ ନା ପଶୁ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA