ଭୁବନେଶ୍ୱର: ରାଜଧାନୀରେ ୫ ଏକରର ସରକାରୀ ଲିଜ୍ ଜାଗାକୁ ସ୍ଥିତିବାନ କରାଇ ସେଥିରେ ବିଶାଳ ଆପାର୍ଟମେଣ୍ଟ ନିର୍ମାଣ କରୁଥିବା ପ୍ରଭାବଶାଳୀ ବ୍ୟକ୍ତିଙ୍କୁ ରାଜ୍ୟ ସରକାର କୋଳେଇ ନେଇଛନ୍ତି । ଉକ୍ତ ଜାଗାର ଆରଓଆର ସଂଶୋଧନ କରି ପୂର୍ବାବସ୍ଥାକୁ ଫେରାଇ ଆଣିବା ପାଇଁ ତହସିଲଦାରଙ୍କୁ ଦିଆଯାଇଥିବା ପୂର୍ବ ଆଦେଶକୁ ପ୍ରତ୍ୟାହାର କରିନିଆଯାଇଛି । ହାଇକୋର୍ଟଙ୍କ ନିର୍ଦ୍ଦେଶ ପରିପ୍ରେକ୍ଷୀରେ ଏହି ପଦକ୍ଷେପ ନିଆଯାଇଥିବା କୁହାଯାଇଛି ।







