Wednesday, July 1, 2026 04:48 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବବିଙ୍କ ଭାଇ ଲଲଙ୍କୁ ବାନ୍ଧିଲା ପୁଲିସ

ଜେଲ୍ ଗଲେ ଭବ ପ୍ରସାଦ

by Our Correspondent
23 Nov, 2024- 01:17 PM
in Latest News, News
1 min read
0
ବବିଙ୍କ ଭାଇ ଲଲଙ୍କୁ ବାନ୍ଧିଲା ପୁଲିସ

ଭୁବନେଶ୍ୱର: ବିଜେଡିର ପ୍ରଭାବଶାଳୀ ନେତା ତଥା ଯାଜପୁରର ପୂର୍ବତନ ବିଧାୟକ ପ୍ରଣବ ପ୍ରକାଶ ଦାସ(ବବି)ଙ୍କ ଭାଇ ଭବ ପ୍ରସାଦ ଦାସ(ଲଲ)ଙ୍କୁ ଗିରଫ କରିଛି ଯାଜପୁର ଟାଉନ ଥାନା ପୁଲିସ । ଏସଡିଜେଏମ୍ କୋର୍ଟରେ ଜାମିନ୍ ନାମଞ୍ଜୁର ହେବାରୁ ତାଙ୍କୁ ଯାଜପୁର ଜେଲ୍ କୁ ପଠାଇ ଦିଆଯାଇଛି । ଧର୍ମଶାଳା ବିଧାୟକ ହିମାଂଶୁ ଶେଖର ସାହୁ(ଲିକୁ)ଙ୍କ ଉପରେ ମରଣାନ୍ତକ ଆକ୍ରମଣ ଓ ବିରଜା ହାଟରେ ହୋଇଥିବା ହାତାହାତି ଘଟଣାରେ ତାଙ୍କୁ ଗିରଫ କରାଯାଇଛି । ତାଙ୍କ ବିରୋଧରେ ବିଏନସି ଧାରା ୧୧୫(୨), ୨୯୬, ୩(୫), ୩୦୩(୨), ୩୨୪(୪)ରେ ମାମଲା ରୁଜୁ ହୋଇଛି ।

ଗତକାଲି ବିଳମ୍ବିତ ରାତିରେ ଲଲଙ୍କୁ ଘରୁ ଉଠାଇ ଆଣିଥିଲା ପୁଲିସ । ରାତିସାରା ତାଙ୍କୁ ଥାନାରେ ଅଟକ ରଖିବା ପରେ ସକାଳୁ ଗିରଫ ଦର୍ଶାଇଥିଲା । ଏହାପରେ ଡାକ୍ତରଖାନାରେ ତାଙ୍କର ସ୍ୱାସ୍ଥ୍ୟ ପରୀକ୍ଷା କରାଯାଇ ଏସଡିଜେଏମ୍ ଙ୍କ ବାସଭବନକୁ ନିଆଯାଇଥିଲା । ଆଜି କୋର୍ଟ ଛୁଟି ଥିବାରୁ ଏସଡିଜେଏମ୍ ତାଙ୍କ ବାସଭବନରେ ଜାମିନ୍ ଆବେଦନର ଶୁଣାଣି କରି ତାହାକୁ ଅଗ୍ରାହ୍ୟ କରିଦେଇଥିଲେ । ଏହାପରେ ତାଙ୍କୁ ଯାଜପୁର ଜେଲ୍ ପଠାଇ ଦିଆଯାଇଛି ।

ଧର୍ମଶାଳା ବିଧାୟକ ଲିକୁ ସାହୁଙ୍କୁ ଆକ୍ରମଣ ଘଟଣାରେ ବବିଙ୍କ ଭାଇ ଲଲ ବିବାଦୀୟ ହୋଇପଡ଼ିଥିଲେ । ନିଜେ ବିଧାୟକ ତାଙ୍କ ଉପରକୁ ଅଙ୍ଗୁଳି ଉଠାଇଥିଲେ । ବବିଙ୍କ ଇସାରାରେ ସମର୍ଥକମାନେ ଆକ୍ରମଣ କରିଥିବା ବିଧାୟକ କହିଥିଲେ । ଅନ୍ୟପକ୍ଷରେ ଏହି ଘଟଣା ପାଇଁ ଲଲ ବିଧାୟକଙ୍କୁ ଫୋନ୍ କରି କ୍ଷମା ପ୍ରାର୍ଥନା କରିବା ସତ୍ତ୍ୱେ ସେଦିନ ରାତିରେ ବିଜେଡି ସମର୍ଥକଙ୍କ ଦ୍ୱାରା ଥାନା ଘେରାଉରେ ସାମିଲ ହୋଇଥିଲେ । ସେପଟେ, ଘଟଣାରେ ସଂପୃକ୍ତ ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ବବି ପୁଲିସକୁ ଅନୁରୋଧ କରିବା ସହ ବିଜେଡି ହିଂସାରେ ବିଶ୍ୱାସ କରେ ନାହିଁ ବୋଲି କହିଥିଲେ ।

ସୂଚନାଥାଉକି, ଯାଜପୁର-କୁଆଖାଇ ରାସ୍ତାର ବୁଢ଼ାଘାଟଠାରେ ଯାଜପୁର ବିରଜା ହାଟ ଖୋଲିବା ପ୍ରତିବାଦରେ ବୁଧବାର ସଂଧ୍ୟାରେ ଶତାଧିକ ବିଜେଡି କର୍ମୀ ଟାୟାର ଜାଳି ରାସ୍ତାରୋକ କରିଥିଲେ । ସେତିକିବେଳେ ବିଧାୟକ ଲିକୁ ସାହୁ ଯାଜପୁରକୁ ଏକ ଜରୁରୀ କାମରେ ଯାଉଥିଲେ । ତାଙ୍କ ଗାଡ଼ି ସେଇ ଭିଡ଼ ଅତିକ୍ରମ କରୁଥିବା ବେଳେ କିଛି ଆନ୍ଦୋଳନକାରୀ ଯୁବକ ଗାଡ଼ି ଆଡ଼କୁ ମାଡ଼ି ଆସି ଟେକାପଥର ମାଡ଼ କରିବା ସହ ଖରାପ ଭାଷାରେ ଗାଳିଗୁଲଜ କରିଥିଲେ । ଗାଡ଼ିର କାଚ ଭାଙ୍ଗି ବିଧାୟକଙ୍କୁ ଟଣାଓଟଣା କରିଥିଲେ । ମାଡ଼ ମାରିଥିବା ବି ଅଭିଯୋଗ ହୋଇଥିଲା । ଏହି ଘଟଣାକୁ ନେଇ ସେଠାରେ ପ୍ରବଳ ଉତ୍ତେଜନା ସୃଷ୍ଟି ହୋଇଥିଲା । ଖବର ପାଇ ବିଧାୟକଙ୍କ ଶହ ଶହ ସମର୍ଥକ ଘଟଣାସ୍ଥଳରେ ପହଞ୍ଚିବା ପରେ ବିଜେଡି-ବିଜେପି କର୍ମୀ ମୁହାଁମୁହିଁ ହୋଇଥିଲେ । ଘଟଣାକ୍ରମରେ ଲଲଙ୍କ ନେତୃତ୍ୱରେ ବିଜେଡି ସମର୍ଥକମାନେ ଥାନା ଘେରାଉ କରିଥିଲେ ।

ରାସ୍ତାରୋକ ଓ ଥାନା ଘେରାଉ ମାମଲାରେ ପୁଲିସ ପକ୍ଷରୁ ଦୁଇଟି ଅଭିଯୋଗ ହୋଇଥିଲା । ଲଲଙ୍କ ସମେତ ଯାଜପୁର ପୌରାଧ୍ୟକ୍ଷ ସନ୍ତୋଷ ମଲ୍ଲିକ, ଲଲଙ୍କ ଭାଇ ବଳଭଦ୍ର ଦାସଙ୍କୁ ଅଭିଯୁକ୍ତ ଦର୍ଶାଯାଇଥିଲା ।

ସେହିଭଳି ଗୁରୁବାର ସକାଳେ ମା’ ବିରଜା ହାଟକୁ ବ୍ୟବସାୟ ପାଇଁ ଆସିଥିବା ଚାଷୀ ଏବଂ ବ୍ୟବସାୟୀଙ୍କୁ ଲଲ ଏବଂ ସମର୍ଥକମାନେ ର୍ଦୁବ୍ୟବହାର କରିଥିବା ଅଭିଯୋଗ ହୋଇଥିଲା । ମଦନମୋହନ ନାୟକ ନାମକ ଜଣେ ପରିବା ବ୍ୟବସାୟୀଙ୍କ ଅଭିଯୋଗ ଅନୁଯାୟୀ, ଲଲଙ୍କ ନେତୃତ୍ୱରେ ୫୦ରୁ ଅଧିକ ଲୋକ ଆସି ତାଙ୍କୁ ଅଶ୍ଲୀଳ ଭାଷାରେ ଗାଳି ଗୁଲଜ କରିଥିଲେ । ତୁରନ୍ତ ପରିବା ଧରି ହାଟରୁ ପଳାଇବାକୁ ଧମକ ଦେଇଥିଲେ । କିନ୍ତୁ ସେ ଏହାର ପ୍ରତିବାଦ କରିବାରୁ ତାଙ୍କୁ ବିଧା ଓ ଗୋଇଠା ମାରି ପନିପରିବା, ଝୁଡ଼ି ଏବଂ ଓଜନ କଣ୍ଟାକୁ ପିଙ୍ଗାଫୋପଡ଼ା କରିଥିଲେ । ତାଙ୍କ ପକେଟରୁ ଟଙ୍କା ନେଇଯାଇଥିଲେ । ଅନ୍ୟ ଜଣେ ଚାଷୀ ଗୋବିନ୍ଦ ସାହୁ ମଧ୍ୟ ପୃଥକ୍ ଅଭିଯୋଗ ଆଣିଥିଲେ । ଏହି ଦୁଇ ଅଭିଯୋଗକୁ ପୁଲିସ ଗ୍ରହଣ କରି ମାମଲା ରୁଜୁ କରିଥିଲା ।

ଏହି ସବୁ ମାମଲାରେ ଏ ପର୍ଯ୍ୟନ୍ତ ୧୪ ଜଣ ଗିରଫ ହୋଇସାରିଥିବା ବେଳେ ବବିଙ୍କ ଭାଇ ଲଲଙ୍କ ଉପରେ ପୁଲିସ କି କାର୍ଯ୍ୟାନୁଷ୍ଠାନ ନେବ ତାହା ଉପରେ ସମସ୍ତଙ୍କ ନଜର ଥିଲା । କେନ୍ଦ୍ରାଞ୍ଚଳ ଡିଆଇଜି ସତ୍ୟଜିତ ନାୟକ ଗତକାଲି ଯାଜପୁରରେ ଅଚାନକ ପହଞ୍ଚି ଏକ ସାମ୍ବାଦିକ ସମ୍ମିଳନୀ କରି ରାସ୍ତାରୋକ, ବିଧାୟକଙ୍କୁ ଆକ୍ରମଣ, ଥାନା ଘେରାଉ ଏବଂ ହାଟ ବ୍ୟବସାୟୀଙ୍କୁ ଦୁର୍ବବ୍ୟହାର ଆଦି ଘଟଣାରେ ସଂପୃକ୍ତ କାହାରିକୁ ଛଡ଼ାଯିବ ନାହିଁ ବୋଲି କହିଥିଲେ । ଏହାପରେ ଯାଜପୁର ସହର, ଧର୍ମଶାଳା ଓ ଏହାର ଆଖପାଖ ଅଞ୍ଚଳରେ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରାଯାଇଥିଲା । ୨୮ ପ୍ଲାଟୁନ୍ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ପୁଲିସର ଏହି ସାଜସଜ୍ଜାରୁ ଲଲ ଯେ ଗିରଫ ହେବେ ତାହା ସ୍ପଷ୍ଟ ହୋଇଯାଇଥିଲା ।

Previous Post

ମହାରାଷ୍ଟ୍ରରେ ପୋଛିନେଲା ମହାୟୁଡି

Next Post

ସୁନ୍ଦରଗଡରେ ‘ସୁଭଦ୍ରା’ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Next Post
ସୁନ୍ଦରଗଡରେ ‘ସୁଭଦ୍ରା’ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

ସୁନ୍ଦରଗଡରେ ‘ସୁଭଦ୍ରା’ ଟଙ୍କା ବାଣ୍ଟିଲେ ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA