Tuesday, June 23, 2026 06:28 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବଦଳିଲେ ରାଜ୍ୟପାଳ: ରଘୁବରଙ୍କ ଜାଗାରେ ହରିବାବୁ କମ୍ଭମପତି

ରାଜ୍ୟପାଳ ପଦ ହରାଇଲେ ରଘୁବର ଦାସ

by Our Correspondent
24 Dec, 2024- 10:29 PM
in Latest News, News
1 min read
0
ବଦଳିଲେ ରାଜ୍ୟପାଳ: ରଘୁବରଙ୍କ ଜାଗାରେ ହରିବାବୁ କମ୍ଭମପତି

ଭୁବନେଶ୍ୱର: ମିଜୋରାମର ରାଜ୍ୟପାଳ ଡକ୍ଟର ହରିବାବୁ କମ୍ଭମପତିଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି । ଆଜି ଅପ୍ରତ୍ୟାଶିତ ଭାବେ ରଘୁବର ଦାସଙ୍କୁ ଇସ୍ତଫା ଦେବାକୁ ପଡ଼ିଥିଲା । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଏହାକୁ ଗ୍ରହଣ କରି ତାଙ୍କ ଜାଗାରେ ଡ. କମ୍ଭମପତିଙ୍କୁ ନିଯୁକ୍ତି ଦେଇଛନ୍ତି । ଓଡ଼ିଶା ସମେତ ମିଜୋରାମ, କେରଳ, ବିହାର ଏବଂ ମଣିପୁରରେ ନୂଆ ରାଜ୍ୟପାଳ ନିଯୁକ୍ତି ପାଇଛନ୍ତି । ସଂଧ୍ୟାରେ ରାଷ୍ଟ୍ରପତି ଭବନରୁ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି ।

୨୦୨୩ ଅକ୍ଟୋବର ୧୮ରେ ଝାଡ଼ଖଣ୍ଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରଘୁବର ଦାସଙ୍କୁ ଓଡ଼ିଶାର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଥିଲା । ତାଙ୍କର ସ୍ୱଳ୍ପଦିନର କାର୍ଯ୍ୟକାଳରେ ସେ ବିବାଦୀୟ ଥିଲେ । ଗତ ନିର୍ବାଚନରେ ପ୍ରଚ୍ଛଦପଟରୁ ସେ ବିଜେପି ପାଇଁ କାମ କରୁଥିବା ଅଭିଯୋଗ ହୋଇଥିଲା । ସେହିଭଳି ନୂଆ ବିଜେପି ସରକାର ଆସୁ ଆସୁ ପୁରୀ ରଥଯାତ୍ରା ସମୟରେ ତାଙ୍କ ପୁଅ ଜଣେ ଓଡ଼ିଆ ଅଧିକାରୀଙ୍କୁ ମାଡ଼ ମାରିବା ଏବଂ ଜୋତାରେ ଛେପ ପକାଇ ଚଟେଇବା ଅଭିଯୋଗ ହୋଇଥିଲା । ରାଜ୍ୟପାଳଙ୍କ ପୁଅ ବିରୋଧରେ ଏହି ସଙ୍ଗୀନ ଅଭିଯୋଗକୁ ମୋହନ ସରକାର କିନ୍ତୁ ବାଏଁ ବାଏଁ ଉଡ଼ାଇ ଦେଇଥିଲେ । ଏଥିପାଇଁ ସରକାରଙ୍କୁ ବେଶ୍ ନିନ୍ଦିତ ହେବାକୁ ପଡ଼ିଥିଲା ।

ଗତ ଝାଡ଼ଖଣ୍ଡ ନିର୍ବାଚନ ବେଳେ ସେ ବିଜେପି ପାଇଁ ରାଜନୈତିକ ଗୋଟିଚାଳନା କରିଥିବାର ଅଭିଯୋଗ ମଧ୍ୟ ଥିଲା । ତାଙ୍କର ପାରମ୍ପରିକ ଆସନରୁ ବିଜେପି ପ୍ରାର୍ଥୀ ହୋଇଥିବା ନିଜ ବୋହୂ ନିର୍ବାଚନରେ ଜିତିଥିଲେ ମଧ୍ୟ ରାଜ୍ୟରେ ବିଜେପି କ୍ଷମତାକୁ ଆସି ପାରି ନ ଥିଲା ।

ରଘୁବର ଦାସଙ୍କ ଇସ୍ତଫା ନେଇ ଆଜି ଗଣମାଧ୍ୟମ ପାଖରେ କିଛି ଖବର ନ ଥିଲା । ମାତ୍ର ଓଡ଼ିଶା ସମେତ ୫ଟି ରାଜ୍ୟରେ ନୂଆ ରାଜ୍ୟପାଳ ନିଯୁକ୍ତି ସଂକ୍ରାନ୍ତୀୟ ବିଜ୍ଞପ୍ତି ରାଷ୍ଟ୍ରପତି ଭବନରୁ ପ୍ରକାଶ ପାଇଲା ପରେ ରଘୁବରଙ୍କ ଇସ୍ତଫା ଖବର ଜଣାପଡ଼ିଥିଲା । ଓଡ଼ିଶାର ରାଜ୍ୟପାଳ ରଘୁବର ଦାସଙ୍କ ଇସ୍ତଫା ରାଷ୍ଟ୍ରପତି ଗ୍ରହଣ କରିଛନ୍ତି ବୋଲି ସେଠାରେ ଉଲ୍ଲେଖ ରହିଥିଲା ।

ରାଜ୍ୟପାଳ ପଦବୀରୁ ରଘୁବର ଅଚାନକ ହଟିବା ପଛର କାରଣକୁ ନେଇ ରାଜନୈତିକ ମହଲରେ ଚର୍ଚ୍ଚା ଆରମ୍ଭ ହୋଇଛି । ଓଡ଼ିଶାରୁ ତାଙ୍କର ବଦଳି ହୋଇନି । ବରଂ ରାଜ୍ୟପାଳ ପଦରୁ ପୂରା ବିଦାୟ ନେବାକୁ ପଡ଼ିଛି । ଓଡ଼ିଶାରେ ତାଙ୍କର ୧୪ ମାସର କାର୍ଯ୍ୟକାଳ ରାଜ୍ୟ ବିଜେପି ପାଇଁ ଅନୁକୂଳ ଥିବା ବେଳେ ଏଭଳି ଅଚାନକ ବିଦାୟ ସମସ୍ତଙ୍କୁ ଆଚମ୍ବିତ କରିଛି ।

ଓଡ଼ିଶାର ନୂଆ ରାଜ୍ୟପାଳ ନିଯୁକ୍ତ ଡ. ହରିବାବୁ କମ୍ଭମପତି ଏବେ ମିଜୋରାମ ରାଜ୍ୟପାଳ ଭାବେ କାର୍ଯ୍ୟ କରୁଛନ୍ତି । ସେ ଆନ୍ଧ୍ରପ୍ରଦେଶ ବିଜେପିର ଜଣେ ଟାଣୁଆ ନେତାଭାବେ ପରିଚିତ । ୨୦୧୪ ଲୋକସଭା ନିର୍ବାଚନରେ ସେ ବିଶାଖାପାଟଣା ଆସନରୁ ନିର୍ବାଚିତ ହୋଇଥିଲେ ।

ହରିବାବୁ କମ୍ଭମପତିଙ୍କ ଜାଗାରେ ମିଜୋରାମର ରାଜ୍ୟପାଳ ଭାବେ ଜେନେରାଲ(ଡ.) ବିଜୟ କୁମାର ସିଂ, ବିହାର ରାଜ୍ୟପାଳ ରାଜେନ୍ଦ୍ର ବିଶ୍ୱନାଥ ଆର୍ଲେକରଙ୍କୁ କେରଳ ରାଜ୍ୟପାଳ, କେରଳ ରାଜ୍ୟପାଳ ଅରିଫ ମହମ୍ମଦ ଖାନ୍ ଙ୍କୁ ବିହାର ରାଜ୍ୟପାଳ ଏବଂ ଅଜୟ କୁମାର ଭଲ୍ଲଙ୍କୁ ମଣିପୁର ରାଜ୍ୟପାଳ ଭାବେ ନିଯୁକ୍ତି ମିଳିଛି ।

Previous Post

ରୁବେନ୍ ଓ ଗୁଲିଗପ !

Next Post

ଭୋଟ ଅସଂଗତି କେମିତି ହେଲା?

Next Post
ଭୋଟ ଅସଂଗତି କେମିତି ହେଲା?

ଭୋଟ ଅସଂଗତି କେମିତି ହେଲା?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA