Tuesday, July 7, 2026 08:10 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କିଟରେ ‘ବ୍ରିକ୍‍ସ ଯୁବ ପରିଷଦ ଉଦ୍ୟୋଗିକତା ପ୍ରାକ୍‌-ପରାମର୍ଶ’ ସମ୍ମିଳନୀ

by Our Correspondent
04 Feb, 2025- 10:41 PM
in Latest News, News
1 min read
0
କିଟରେ ‘ବ୍ରିକ୍‍ସ ଯୁବ ପରିଷଦ ଉଦ୍ୟୋଗିକତା ପ୍ରାକ୍‌-ପରାମର୍ଶ’ ସମ୍ମିଳନୀ

ଭୁବନେଶ୍ୱର: ଯୁବ ଉଦ୍ୟୋଗୀଙ୍କୁ ସଶକ୍ତ କରିବା ନେଇ କିଟରେ ‘ବ୍ରିକ୍‍ସ ଯୁବ ପରିଷଦ ଉଦ୍ୟୋଗିକତା ପ୍ରାକ୍‌-ପରାମର୍ଶ‘ କାର୍ଯ୍ୟକ୍ରମ ମଙ୍ଗଳବାର କିଟରେ ଅନୁଷ୍ଠିତ ହୋଇଯାଇଛି । କେନ୍ଦ୍ର ସରକାରଙ୍କ ଯୁବ ବ୍ୟାପାର ମନ୍ତ୍ରାଳୟ, ଗ୍ଲୋବାଲ୍‍ କାଉଣ୍ଟର ଟେରୋରିଜିମ୍‍ କାଉନ୍‍ସିଲ୍‍ (ଜିସିଟିସି), କିଟ୍‍ ଟିବିଆଇ ଓ କିଟ୍‍ ବିଶ୍ୱବିଦ୍ୟାଳୟ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମକୁ ଓଡ଼ିଶା ବିଧାନସଭା ବାଚସ୍ପତି ସୁରମା ପାଢ଼ୀ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଉଦ୍‍ଘାଟନ କରିଥିଲେ ।

ଶ୍ରୀମତୀ ପାଢ଼ୀ କହିଲେ, ଶିଳ୍ପର ବିକାଶ ବିନା କୌଣସି ରାଜ୍ୟ ବା ଦେଶ ସମୃଦ୍ଧ ହୋଇପାରିବ ନାହିଁ । ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ଉଦାହରଣ ଦେଇ ସେ କହିଲେ ମଧୁବାବୁ ଓଡ଼ିଶାକୁ ଶିଳ୍ପ ସଶକ୍ତ କରିବା ପାଇଁ ପ୍ରଥମେ ଚିନ୍ତା କରି ସେତେବେଳେ ଉତ୍କଳ ଟ୍ୟାନେରୀ ଓ ସମବାୟ ଆନ୍ଦୋଳନ ଆରମ୍ଭ କରିଥିଲେ । ଓଡ଼ିଶାର ତାରକସୀ କାମକୁ ସେ ବ୍ରିଟିଶ୍‍ ପାର୍ଲାମେଣ୍ଟରେ ପହଞ୍ଚାଇ ପାରିଥିଲେ । ଆଜି ଓଡ଼ିଶା ସରକାର ମଧ୍ୟ ଯୁବ ଉଦ୍ୟୋଗୀମାନଙ୍କୁ ଉତ୍ସାହିତ କରୁଛନ୍ତି ବୋଲି ଶ୍ରୀମତୀ ପାଢ଼ୀ କହିଥିଲେ ।

ସମ୍ମାନୀୟ ଅତିଥି ଭାବେ ଜିସିଟିସି କାର୍ଯ୍ୟକାରିଣୀ ସଦସ୍ୟ ଲ୍ୟୁଟ୍‍ନାଣ୍ଟ ଜେନେରାଲ୍‍ କମଲ ଜିତ ସିଂହ ଭାରତରେ ଷ୍ଟାର୍ଟଅପ୍‍ ବ୍ୟବସ୍ଥାର ବ୍ୟାପକ ବୃଦ୍ଧି ହୋଇଥିବା ସୂଚନା ଦେଇ କହିଲେ, ସଂପ୍ରତି ଭାରତରେ ୧ଲକ୍ଷ ୩୦ ହଜାର ଷ୍ଟାର୍ଟ ଅପ୍‍ ରହିଛି । ଭାରତ ଏବେ ବିଶ୍ୱର ୪ର୍ଥ ଷ୍ଟାର୍ଟ-ଅପ୍‍ ହବ୍‍ ହୋଇପାରିଛି। ତେବେ ଏହି ସବୁ ଷ୍ଟାର୍ଟ ଅପ୍‍ ପାଇଁ ଏଆଇ ଏକ ଚ୍ୟାଲେଞ୍ଜ ହୋଇପାରେ ବୋଲି ସେ ଆଶଙ୍କା ବ୍ୟକ୍ତ କରିଥିଲେ ।

ଅନ୍ୟତମ ଅତିଥି ଦିଲ୍ଲୀ ବିଶ୍ୱବିଦ୍ୟାଳୟର ମାତା ସୁନ୍ଦରୀ କଲେଜ ଫର ୱିମେନ୍‍ ମହାବିଦ୍ୟାଳୟର ବରିଷ୍ଠ ପ୍ରାଧ୍ୟାପିକା ପ୍ରଫେସର ପାରମିତା ଦତ୍ତ ବ୍ରିକ୍‍ସ ଉପରେ ସୂଚନା ଦେଇ କହିଲେ, ୨୦୨୩ରେ ବ୍ରିକ୍‍ସ ଆରମ୍ଭ ହୋଇଥିଲା । ଯୁବଗୋଷ୍ଠୀଙ୍କୁ ବୈଶ୍ୱିକ ସମସ୍ୟାର ସମ୍ମୁଖୀନ ହେବା ସହ ସଶକ୍ତ ହେବା ଦିଗରେ ଆରମ୍ଭ କରାଯାଇଥିବା ବ୍ରିକ୍‍ସରେ ଏବେ ୩୫ବର୍ଷରୁ କମ୍‍ ବୟସର ଥିବା ୬୫ ପ୍ରତିଶତ ଯୁବକଯୁବତୀ ଏଥିରେ ଯୋଗ ଦେଇସାରିଲେଣି ।

ଏହି ଅବସରରେ କିଟ୍‍ ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ ସିଂହ ଇନୋଭେସନ୍‍, ଏଣ୍ଟ୍ରେପ୍ରେନରସିପ ଆଣ୍ଡ ଭେଞ୍ଜର ଡେଭେଲପମେଣ୍ଟ ଉପରେ କିଟ୍‍ ବିଶ୍ୱବିଦ୍ୟାଳୟରେ ଏକ ଏମ୍‍ବିଏ ପାଠ୍ୟକ୍ରମର ଶୁଭାରମ୍ଭ ହୋଇଥିବା ଘୋଷଣା କରିଥିଲେ । କାର୍ଯ୍ୟକ୍ରମରେ କିଟ୍‍ ଗବେଷଣା ଓ ବିକାଶ ବିଭାଗ ମହାନିର୍ଦ୍ଦେଶକ ଡ. ମୃତ୍ୟୁଞ୍ଜୟ ସୁଆର ସ୍ୱାଗତ ଭାଷଣ ଦେଇଥିବା ବେଳେ ଭୁବନେଶ୍ୱର ସିଟି ନଲେଜ ଇନୋଭେସନ୍‍ କ୍ଲଷ୍ଟର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ନମ୍ରତା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

ଏଥିରେ ବିଭିନ୍ନ ଅନୁଷ୍ଠାନରୁ ୭ଶହ ଛାତ୍ରଛାତ୍ରୀ ପ୍ରତିନିଧି ଯୋଗଦେଇଥିବା ବେଳେ ୧୬୦ଜଣ ସେମାନଙ୍କ ଷ୍ଟାର୍ଟଅପ୍‍ ପରିକଳ୍ପନା ପ୍ରଦର୍ଶିତ କରିଥିଲେ । ଶ୍ରେଷ୍ଠ ବିବେଚିତ ୫ଟି ଷ୍ଟାର୍ଟଅପ୍‍କୁ ୨୦ ହଜାର ଟଙ୍କାର ଆର୍ଥିକ ପୁରସ୍କାର ରାଶି ପ୍ରଦାନ କରାଯାଇଥିଲା ।

Previous Post

ଏପ୍ରିଲ ପୂର୍ବରୁ ବିଜେଡିର ନବକଳେବର

Next Post

‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ

Next Post
‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ

'ବିକଶିତ ଗାଁ ବିକଶିତ ଓଡ଼ିଶା' ଯୋଜନାର ଶୁଭାରମ୍ଭ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA