Friday, May 1, 2026 05:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

୧୨ଲକ୍ଷ ୫୯ ହଜାର କୋଟି ଟଙ୍କା ଦାବି

ଷୋଡଶ ଅର୍ଥ କମିଶନଙ୍କ ସହିତ ମୁଖ୍ୟମନ୍ତ୍ରୀଙ୍କ ଆଲୋଚନା

by Our Correspondent
06 Feb, 2025- 09:13 PM
in Latest News, News
1 min read
0
୧୨ଲକ୍ଷ ୫୯ ହଜାର କୋଟି ଟଙ୍କା ଦାବି

ଭୁବନେଶ୍ୱର: ଷୋଡ଼ଶ ଅର୍ଥ କମିସନଙ୍କ ନିକଟରେ ଓଡ଼ିଶାକୁ ୫ ବର୍ଷ ପାଇଁ ୧୨ ଲକ୍ଷ ୫୯ ହଜାର ୧୪୮ କୋଟି ଟଙ୍କାର ଦାବି ରଖିଛନ୍ତି ରାଜ୍ୟ ସରକାର । ୨୦୨୬ରୁ ୨୦୩୧ ବର୍ଷ ପାଇଁ ଏହି ଦାବି ରଖାଯାଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଆଜି କମିସନଙ୍କ ସହିତ ଆଲୋଚନା କାଳରେ ଏହି ଦାବି ଉପସ୍ଥାପନ କରିଛନ୍ତି ।

ଏଥିରେ ହସ୍ତାନ୍ତର ପୂର୍ବରୁ ରାଜସ୍ୱ ନିଅଣ୍ଟ ଭରଣା ପାଇଁ ୯,୮୮,୪୨୨ କୋଟି, ରାଜ୍ୟର ନିର୍ଦ୍ଦିଷ୍ଟ ଆବଶ୍ୟକତା ପୂରଣ ପାଇଁ ୧,୧୦,୪୩୪ କୋଟି, ଗ୍ରାମାଞ୍ଚଳ ଓ ସହରାଞ୍ଚଳର ଲୋକାଲ ବଡିମାନଙ୍କ ପାଇଁ ଅନୁଦାନ ବାବଦରେ ୧,୦୦,୦୩୬ କୋଟି, ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି ପାଇଁ ୩୧,୦୦୪ କୋଟି ଏବଂ ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ ୨୯,୨୫୨ କୋଟି ଟଙ୍କା ଦାବି ରଖାଯାଇଛି ।

ଗଣମାଧ୍ୟମକୁ ଦେଇଥିବା ବିବୃତିରେ ମୁଖ୍ୟମନ୍ତ୍ରୀ କହିଛନ୍ତି, କମିସନଙ୍କ ସହିତ ରାଜ୍ୟର ବିଭିନ୍ନ ଆର୍ଥିକ ଦିଗ ଉପରେ ଆମେ ଗଠନମୂଳକ ଆଲୋଚନା କରିଛୁ। ରାଜ୍ୟର ବିକାଶମୂଳକ ଆବଶ୍ୟକତା, ଆର୍ଥିକ କ୍ଷମତା ଏବଂ ପ୍ରସ୍ତାବିତ ଆର୍ଥିକ ହସ୍ତାନ୍ତର ବ୍ୟବସ୍ଥାକୁ ଭିତ୍ତିକରି କମିସନଙ୍କ ସମ୍ମୁଖରେ ଦାବି ଉପସ୍ଥାପନ କରାଯାଇଛି। ଆମେ ରାଜ୍ୟର ସମସ୍ତ ଆର୍ଥିକ ଦିଗ ଏବଂ ଆବଶ୍ୟକତାକୁ ଭିତ୍ତି କରି ଏକ ସ୍ମାରକପତ୍ର ଆକାରରେ କମିସନଙ୍କ ସମ୍ମୁଖରେ ଲିଖିତ ଉପସ୍ଥାପନା ମଧ୍ୟ କରିଛୁ । କମିସନ ଆମର ଉପସ୍ଥାପନକୁ ଅନୁକୂଳ ଭାବରେ ବିଚାର କରିବେ ବୋଲି ମୁଖ୍ୟମନ୍ତ୍ରୀ ଆଶା କରୁଛୁ ।

କମିସନଙ୍କ ନିକଟରେ ରାଜ୍ୟର ପ୍ରମୁଖ ଦାବି ଗୁଡିକର ଆଧାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ,-

ବର୍ତ୍ତମାନ, କେନ୍ଦ୍ର ସରକାରଙ୍କ ଟିକସ ଆୟର ୪୧% ରାଜ୍ୟ ମାନଙ୍କୁ ବଣ୍ଟନ କରାଯାଉଛି । ଏହା ୪୧% ରୁ ୫୦%କୁ ବୃଦ୍ଧି କରିବା ପାଇଁ ଆମେ ଦାବି କରିଛୁ ।

କେନ୍ଦ୍ର ସରକାରଙ୍କ ଟିକସ ଆୟର ଯେଉଁ ଅଂଶ ରାଜ୍ୟ ମାନଙ୍କୁ ବଣ୍ଟନ କରାଯାଏ, ତାହା ରାଜ୍ୟମାନଙ୍କ ମଧ୍ୟରେ ଏକ ନିର୍ଦ୍ଧାରିତ ସୂତ୍ର ଆଧାରରେ ବଣ୍ଟାଯାଏ, ଯେଉଁଥିରୁ ଓଡ଼ିଶା ୪.୫୨୮% ଭାଗ ପାଇଥାଏ। ଓଡିଶାର ଭାଗକୁ ୪.୯୬୪ %କୁ ବୃଦ୍ଧି କରିବା ପାଇଁ ଆମେ ଦାବି ରଖିଛୁ।

ଷୋଡ଼ଶ ଅର୍ଥ କମିଶନ, ୨୦୨୬-୩୧ ଅବଧି ପାଇଁ, କେନ୍ଦ୍ର ଦ୍ଵାରା ଆକଳନ କରାଯାଇଥିବା ମୋଟ୍ ରାଜସ୍ୱ ପ୍ରାପ୍ତି ବା Gross Revenue Receipt ର ୨ ପ୍ରତିଶତ ଗ୍ରାମୀଣ ଏବଂ ସହରାଞ୍ଚଳ ସ୍ଥାନୀୟ ନିକାୟ ସଂସ୍ଥା ପାଇଁ (Rural and Urban Local Bodies) ଅନୁଦାନ ଦେବା ପାଇଁ ପ୍ରସ୍ତାବ ଦିଆଯାଇଛି । ଏହାଦ୍ୱାରା ଓଡ଼ିଶା ଗ୍ରାମୀଣ ଓ ସହରୀ ସ୍ଥାନୀୟ ନିକାୟ ସଂସ୍ଥାମାନେ କେନ୍ଦ୍ର ସରକାର ଠାରୁ ଅଧିକ ଆର୍ଥିକ ଅନୁଦାନ ପାଇପାରିବେ ।

ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପାଣ୍ଠି (SDRF) ପାଇଁ ଦିଆଯାଉଥିବା ବାର୍ଷିକ ଅନୁଦାନର ୭୫% କେନ୍ଦ୍ର ସରକାର ବହନ କରେ ଓ ଅବଶିଷ୍ଟ ୨୫% ରାଜ୍ୟ ସରକାର ବହନ କରିଥାଏ । ଏହାକୁ କେନ୍ଦ୍ର ସରକାର ୧୦୦% ବହନ କରୁ ବୋଲି ଆମେ ଦାବୀ କରିଛୁ  ।

ଏତଦ୍ ବ୍ୟତୀତ ସ୍ୱାସ୍ଥ୍ୟ, ଜଳ ଯୋଗାଣ ଓ ପରିମଳ ଏବଂ ବାର୍ଦ୍ଧକ୍ୟ ସୁରକ୍ଷା ଇତ୍ୟାଦି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟ ନିମନ୍ତେ ଅନୁଦାନ ସୁପାରିଶ ପାଇଁ କମିଶନଙ୍କୁ ପ୍ରସ୍ତାବ ଦିଆଯାଇଛି ବୋଲି ମୁଖ୍ୟମନ୍ତ୍ରୀ ସୂଚନା ଦେଇଥିଲେ ।

ସୂଚନାଯୋଗ୍ୟ ଯେ, ଡ. ଅରବିନ୍ଦ ପାନାଗରିଆଙ୍କ ଅଧ୍ୟକ୍ଷତାରେ ଷୋଡ଼ଶ ଅର୍ଥ କମିଶନ ଫେବୃଆରୀ ୪ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ଓଡିଶା ଗସ୍ତରେ ଆସିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ଶ୍ରୀ ମାଝୀ ସ୍ଥାନୀୟ ଆଇ.ଟି.ସି ହୋଟେଲ୍‍ ଠାରେ ଅର୍ଥ କମିଶନ ଅଧ୍ୟକ୍ଷ ଓ ଅନ୍ୟ ସଦସ୍ୟ ମାନଙ୍କ ସହିତ ଓଡିଶାର ଲକ୍ଷ୍ୟ, ଆବଶ୍ୟକତା ଓ ଅନ୍ୟାନ୍ୟ ବିଷୟ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।

ମୁଖ୍ୟମନ୍ତ୍ରୀଙ୍କ ସହିତ ମୁଖ୍ୟ ଶାସନ ସଚିବ ମନୋଜ ଆହୁଜା, ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, ରାଜ୍ୟ ଅର୍ଥ ସଚିବ ଶାସ୍ୱତ ମିଶ୍ର ଓ ଅର୍ଥ ବିଭାଗର ଅଧିକାରୀ ଗଣଙ୍କ ସହିତ ଏବଂ ରାଜ୍ୟର ବିଭିନ୍ନ ବିଭାଗର ଶାସନ ମୁଖ୍ୟମାନେ ମଧ୍ୟ ଏହି ବୈଠକରେ ଯୋଗଦେଇଥିଲେ ।

Previous Post

ବିଶ୍ୱ କର୍କଟ ଦିବସରେ ଖୁସି ବାଣ୍ଟିଲେ କ୍ୟାନସର ସହ ଲଢ଼ୁଥିବା କୁନି କୁନି ଶିଶୁ

Next Post

ବାରବାଟୀ ଲଜ୍ଜା: ଧିକ୍ ତୁମ ପାରିବାପଣିଆ

Next Post
ବାରବାଟୀ ଲଜ୍ଜା: ଧିକ୍ ତୁମ ପାରିବାପଣିଆ

ବାରବାଟୀ ଲଜ୍ଜା: ଧିକ୍ ତୁମ ପାରିବାପଣିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA