Tuesday, May 13, 2025 12:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home News International

ବାରବାଟୀ ଲଜ୍ଜା: ଧିକ୍ ତୁମ ପାରିବାପଣିଆ

ଓସିଏ ସମ୍ପାଦକଙ୍କ ଅଜବ ସଫେଇ

by Our Correspondent
10 Feb, 2025- 09:53 PM
in International, Latest News, News, Sports
1 min read
0
ବାରବାଟୀ ଲଜ୍ଜା: ଧିକ୍ ତୁମ ପାରିବାପଣିଆ

ଭୁବନେଶ୍ୱର: ବାରବାଟୀ ଷ୍ଟାଡିୟମ୍ ରେ ଇଂଲଣ୍ଡ ସହ ଭାରତ ଖେଳୁଥିବା ଚିତ୍ତାକର୍ଷକ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ମଝିରେ ଫ୍ଲଡ୍ ଲାଇଟ୍ ଲିଭିଯିବା ଏବଂ ଲାଇଟ୍ ଆସିବାକୁ ୨୫ ମିନିଟ୍ ସମୟ ଲାଗିବା ଅକଳ୍ପନୀୟ ଲାଗୁଥିଲେ ବି ସାରା ବିଶ୍ୱବାସୀ ଆଖିରେ ଦେଖିଲେ । ଏଥିପାଇଁ ଦୋଷୀ ଯିଏ ହୁଅନ୍ତୁ ନା କାହିଁକି, ଓଡ଼ିଶାକୁ ହିଁ ନିନ୍ଦିତ ହେବାକୁ ପଡ଼ିଛି । ବିଶ୍ୱ ଦରବାରରେ ଓଡ଼ିଶାକୁ ଭୀଷଣ ଭାବେ ଲଜ୍ଜିତ ହେବାକୁ ପଡ଼ିଛି । ୫ ବର୍ଷର ବ୍ୟବଧାନ ପରେ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ପାଇଥିବା ବାରବାଟୀ ଷ୍ଟାଡିୟମ୍ କୁ ଏହି ଅଘଟଣ କଳଙ୍କର ଟିକା ପିନ୍ଧାଇ ଦେଇଛି ।

ଇଂଲଣ୍ଡ ଦେଇଥିବା ୩୦୫ ରନ୍ ର ଟାର୍ଗେଟ୍ କୁ ହାସଲ କରିବା ଲାଗି ବାରବାଟୀ ପଡ଼ିଆରେ ଓହ୍ଲାଇଥିଲେ ଭାରତର ଦୁଇ ଓପନିଂ ବ୍ୟାଟସମ୍ୟାନ୍ ରୋହିତ ଶର୍ମା ଓ ଶୁବନମ୍ ଗିଲ । ସେମାନଙ୍କ ଧୂଆଁଧାର ବ୍ୟାଟିଂରେ ଖେଳ ଜମି ଆସୁଥିଲା ବେଳେ ଫ୍ଲଡ୍ ଲାଇଟ୍ ଲିଭି ଯାଇଥିଲା । ଫଳରେ ଖେଳ ଅଟକି ଯାଇଥିଲା । କ୍ୟାପଟେନ୍ ରୋହିତ ଶର୍ମା ବିରକ୍ତି ଭାବରେ ପଡ଼ିଆ ଛାଡ଼ିଥିଲେ । ଜେନେରେଟର ଖରାପ ହେବାରୁ ଏଭଳି ସ୍ଥିତି ଉପୁଜିଥିଲେ ମଧ୍ୟ ବ୍ୟାକ୍ ଅପ୍ ଜେନେରେଟର ଚାଲୁ କରିବାକୁ ମିନିଟ୍ କି ଦୁଇ ମିନିଟ୍ ନୁହେଁ, ପୂରା ୨୫ ମିନିଟ୍ ଲାଗିଗଲା । ସୁତରାଂ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଉଥିବା ବାରବାଟୀ ପଡ଼ିଆ ଖେଳ ମଝିରୁ ୨୫ ମିନିଟ୍ ଧରି ଅନ୍ଧାରରେ ରହିଲା ।

ତେବେ ବିଭ୍ରାଟ ସେତିକିରେ ଅଟକିଲା ନାହିଁ । ନୂଆ ଜେନେରେଟର୍ ଲାଗିବା ପରେ ଲାଇଟ୍ ଜଳିଲା । ଅଟକି ରହିଥିବା ଖେଳ ପୁଣି ଆରମ୍ଭ ହେଲା । ରୋହିତ ଶର୍ମା ଓ ଶୁବନମ୍ ଗିଲ ପୋଜିସନ୍ ନେଲେ । ଆଉ ଠିକ୍ ସେହି ସମୟରେ ବାଜି ଉଠିଲା ଡିଜେ ମ୍ୟୁଜିକ୍ । ଉଚ୍ଚ ଶବ୍ଦରେ ଷ୍ଟାଡିୟମ୍ ଫାଟି ପଡ଼ିଲା । ବ୍ୟାଟିଂରେ ଧ୍ୟାନ ଲଗାଇ ନ ପାରି ପୁଣି ବିରକ୍ତି ପ୍ରକାଶ କଲେ ରୋହିତ ଶର୍ମା । ଅମ୍ପାୟାର୍ କିଛି ସମୟ ପାଇଁ ଖେଳ ବନ୍ଦ କରିବାକୁ ବାଧ୍ୟ ହୋଇଥିଲେ । ମ୍ୟୁଜିକ୍ ବନ୍ଦ ପରେ ଯାଇ ଖେଳ ଆରମ୍ଭ ହୋଇଥିଲା ।

ଏକ ଅନ୍ତର୍ଜାତୀୟ କ୍ରିକେଟ୍ ମ୍ୟାଚ୍ ଏଭଳି ପରିସ୍ଥିତିର ସାମନା କରିବା ବିରଳ ଘଟଣା ବୋଲି କୁହାଯାଉଛି । ଗାଁ କ୍ରିକେଟ୍ ମ୍ୟାଚ୍ ରେ ବି ଏଭଳି ସ୍ଥିତି ସୃଷ୍ଟି ହେଉ ନ ଥିବ । ଆଜିକାଲି ବାହାଘରିଆ ଭୋଜିରେ ବି ଲାଇଟ୍ ବ୍ୟବସ୍ଥାକୁ ସୁନିଶ୍ଚିତ କରିବା ପାଇଁ ପ୍ଲାନ୍-ବି, ପ୍ଲାନ୍-ସି ପ୍ରସ୍ତୁତ ରଖାଯାଉଛି । ପ୍ରଥମ ଲାଇଟ୍ ଖରାପ ହେବା ମାତ୍ରେ ଦ୍ୱିତୀୟ ବ୍ୟବସ୍ଥା କରିବାକୁ ମୁହୂର୍ତ୍ତେ ବି ସମୟ ଲାଗୁନି । ସବୁକିଛି ସ୍ୱୟଂଚାଳିତ । ମାତ୍ର ବାରବାଟୀରେ ଅନ୍ତର୍ଜାତୀୟ ମ୍ୟାଚ୍ ବେଳେ ଫ୍ଲଡ୍ ଲାଇଟ୍ ଚାଲିଯିବା ଏବଂ ଆଲୁଅ ଫେରାଇ ଆଣିବାକୁ ପାଖାପାଖି ଅଧଘଣ୍ଟା ସମୟ ଲାଗିବା ସମସ୍ତଙ୍କୁ ଚକିତ କରୁଛି ।

କ୍ରିକେଟ୍ ପ୍ରେମୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ଏବଂ ବିଶ୍ୱବ୍ୟାପୀ ନିନ୍ଦିତ ହେବା ପରେ ଓସିଏ ସମ୍ପାଦକ ସଞ୍ଜୟ ବେହେରା ଆଜି ଗଣମାଧ୍ୟମକୁ ଅଜବ ସଫେଇ ଦେଇଛନ୍ତି । କୁଆଡେ,ଦ୍ୱିତୀୟ ଜେନେରେଟର ରହିଥିବା ଗାଡ଼ି ଆଗରେ ଖେଳାଳିମାନଙ୍କୁ ନେଇ ଆସିଥିବା ବସ୍ ଟି ରହିଯାଇଥିଲା । ଆଉ ସେହି ବସ୍ ଡ୍ରାଇଭର ଅନ୍ୟତ୍ର କେଉଁଠି ବସି ଖେଳ ଦେଖୁଥିଲେ । ତେଣୁ ଦ୍ୱିତୀୟ ଜେନେରେଟର ଲାଗିବାରେ ବିଳମ୍ବ ହୋଇଥିଲା ।
ଓସିଏ ସମ୍ପାଦକଙ୍କର ଏହି ସଫେଇ ଆଈ ମା କାହାଣୀ ଭଳି ମନେ ହେଉଛି । କାରଣ ଏହା ଯେ ଡାହା ମିଛ ହୋଇପାରେ ତାହା ଭାବିବାକୁ ବି ପଡୁନି । ଛୋଟିଆ ପିଲାଙ୍କୁ ବାଆଁରେଇ ଲଲିପପ୍ ଦେବା ଭଳିଆ କଥା । ଏକ ଜରୁରୀକାଳୀନ ପରିସ୍ଥିତିର ସାମନା ପାଇଁ ରହିଥିବା ଦ୍ୱିତୀୟ ଜେନେରେଟର କେଉଁଠି କିଭଳି ଅବସ୍ଥାରେ ରହିବା କଥା ତାହା ବୁଝାଇବାର ଆବଶ୍ୟକତା ନାହିଁ । ବେହେରା ବାବୁ ସେଭଳି ଗପ ଆଉ ଶୁଣାନ୍ତୁ ନାହିଁ । ଓସିଏ ମୁଣ୍ଡରୁ ଦୋଷ ଖସାଇବା ପାଇଁ ଏହା ତାଙ୍କର ଉଦ୍ୟମ ବୋଲି ସମସ୍ତେ କହୁଛନ୍ତି ।

ସେପଟେ ଖେଳାଳୀ ମାନଙ୍କୁ ନେଇଥିବା ଡଲଫିନ୍ ବସ୍ ର ମାଲିକ କହିଛନ୍ତି ଡ୍ରାଇଭର୍ ବସ୍ ପାଖରେ ଉପସ୍ଥିତ ଥିଲେ ଏବଂ ଦୁଇ ତିନି ମିନିଟ୍ ରେ ପହଞ୍ଚି ଯାଇଥିଲେ ।

କେବଳ ଓସିଏର ଏହା ଦାୟିତ୍ୱହୀନତା ବୋଲି କୁହାଯାଇପାରିବ ନାହିଁ । ରାଜ୍ୟ ସରକାରଙ୍କର ମଧ୍ୟ ଏଥିରେ ଉତ୍ତରଦାୟିତ୍ୱ ରହିଛି । କାରଣ ବାରବାଟୀରେ ଭାରତ-ଇଂଲଣ୍ଡ କ୍ରିକେଟ୍ ମ୍ୟାଚ୍ ପାଇଁ ଲମ୍ବା ସମୟରୁ ପ୍ରସ୍ତୁତି ଚାଲିଥିଲା । ଓସିଏର ପ୍ରସ୍ତୁତି କାର୍ଯ୍ୟକୁ ରାଜ୍ୟ ସରକାର ତଦାରଖ କରୁଥିଲେ । ନିଜେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ସମୀକ୍ଷା ବୈଠକ କରିଥିଲେ । କ୍ରୀଡ଼ାମନ୍ତ୍ରୀ ସୁରଜ ସୂର୍ଯ୍ୟବଂଶୀ ମ୍ୟାଚ୍ ପ୍ରସ୍ତୁତି ତଦାରଖ ପାଇଁ ଚାରି ଚାରି ଥର ବାରବାଟୀ ଷ୍ଟାଡିୟମ୍ ଯାଇଥିଲେ । ତେଣୁ ମ୍ୟାଚ୍ ବେଳେ ଏତେବଡ଼ ଅଘଟଣରେ ନିନ୍ଦା ଓ ଅପବାଦରୁ ଖସିବା ପାଇଁ ରାଜ୍ୟ ସରକାର ଓସିଏକୁ ଦାୟୀ କରି ବସି ପଡ଼ିଲେ ଚଳିବ ନାହିଁ । ଉତ୍ତରଦାୟିତ୍ୱ ନେବାକୁ ପଡ଼ିବ ।

ଆଜି କ୍ରୀଡ଼ା ବିଭାଗ ପକ୍ଷରୁ ଓସିଏକୁ ବାରବାଟୀ ଫ୍ଲଡ୍ ଲାଇଟ୍ ବିଭ୍ରାଟର କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି । କାହିଁକି ଲାଇଟ୍ ବନ୍ଦ ହେଲା ୧୦ ଦିନରେ ଉତ୍ତର ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଓସିଏର ଦାୟିତ୍ୱହୀନତା ପାଇଁ କାର୍ଯ୍ୟାନୁଷ୍ଠାନ ହେବ ବୋଲି କ୍ରୀଡ଼ାମନ୍ତ୍ରୀ ଗଣମାଧ୍ୟକୁ ପ୍ରତିକ୍ରିୟା ଦେଇଛନ୍ତି ।

ବାରବାଟୀରେ ଏତେବଡ଼ ବିଭ୍ରାଟ୍ ପାଇଁ ବିଜେଡି ଓ କଂଗ୍ରେସ ରାଜ୍ୟ ସରକାରଙ୍କୁ କଡ଼ା ସମାଲୋଚନା କରିଛନ୍ତି । ବିଜେଡ଼ି ପକ୍ଷରୁ କ୍ରୀଡ଼ାମନ୍ତ୍ରୀଙ୍କ ଇସ୍ତଫା ଦାବି କରାଯାଇଛି ।

Previous Post

୧୨ଲକ୍ଷ ୫୯ ହଜାର କୋଟି ଟଙ୍କା ଦାବି

Next Post

ଭକ୍ତ ଦାସଙ୍କ ପାଇଁ ଅପୂର୍ବ ସୁଯୋଗ

Next Post
ଭକ୍ତ ଦାସଙ୍କ ପାଇଁ ଅପୂର୍ବ ସୁଯୋଗ

ଭକ୍ତ ଦାସଙ୍କ ପାଇଁ ଅପୂର୍ବ ସୁଯୋଗ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19040 shares
    Share 7616 Tweet 4760
  • ନବୀନ..ନବୀନ, ମୋହନ..ମୋହନ

    16580 shares
    Share 6632 Tweet 4145
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7287 shares
    Share 2915 Tweet 1822
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5766 shares
    Share 2306 Tweet 1442
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5460 shares
    Share 2184 Tweet 1365

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA