Tuesday, July 7, 2026 04:25 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଶ୍ୱ କର୍କଟ ଦିବସରେ ଖୁସି ବାଣ୍ଟିଲେ କ୍ୟାନସର ସହ ଲଢ଼ୁଥିବା କୁନି କୁନି ଶିଶୁ

by Our Correspondent
05 Feb, 2025- 10:29 PM
in Latest News, News
1 min read
0
ବିଶ୍ୱ କର୍କଟ ଦିବସରେ ଖୁସି ବାଣ୍ଟିଲେ କ୍ୟାନସର ସହ ଲଢ଼ୁଥିବା କୁନି କୁନି ଶିଶୁ

ଭୁବନେଶ୍ୱର: ରାମ୍ପ୍ ରେ ଚାଲି ଚାଲି ଆସିଲେ କୁନି କୁନି ପିଲା । ସେମାନଙ୍କ ହସ ଥିଲା ନିଆରା । କର୍କଟ ପରି ଦୁଃସାଧ୍ୟ ରୋଗ ସହ ଯେ ସେମାନେ ଲଢ଼ୁଛନ୍ତି ତାହା କେବଳ ଜଣାପଡ଼ୁଥିଲା ତାଙ୍କ ହାତର ବ୍ୟାଣ୍ଡେଜରୁ । ମଙ୍ଗଳବାର ବିଶ୍ୱ କର୍କଟ ଦିବସ ଅବସରରେ ସ୍ଥାନୀୟ ଇନଷ୍ଟିଚୁ୍ୟଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍ ଆଣ୍ଡ ସମ୍ ହସ୍ପିଟାଲରେ ଆୟୋଜିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଏଭଳି ଦୃଶ୍ୟ ଦେଖିବାକୁ ମିଳିଥିଲା । କ୍ୟାନସରରେ ପୀଡ଼ିତ ଥିବା ଏବଂ ରକ୍ତ କର୍କଟ ଭଳି ରୋଗ ସହ ଲଢ଼ୁଥିବା କୁନି କୁନି ପିଲା ଡାକ୍ତରୀ ଛାତ୍ରଛାତ୍ରୀଙ୍କ ସହ ରାମ୍ପ୍ ରେ ଆସି ଉପସ୍ଥିତ ଥିବା ଦର୍ଶକଙ୍କ ମନ କିଣି ନେଇଥିଲେ ।

ଏହି ଅବସରରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବିଶିଷ୍ଟ ଓଲିଉଡ୍ ଅଭିନେତ୍ରୀ ଓ ସମାଜସେବୀ ବର୍ଷା ପ୍ରିୟଦର୍ଶିନୀ ଏହି ପିଲାମାନଙ୍କୁ ପ୍ରକୃତ ସୁପରଷ୍ଟାର ଓ ଯୋଦ୍ଧା ଭାବେ ଅଭିହିତ କରିଥିଲେ ।

ମୁଁ ଖୁବ୍ ଭାଗ୍ୟବାନ ଯେ ମୁଁ ତୁମମାନଙ୍କୁ ଭେଟି ପାରିଲି ଏବଂ ତୁମମାନଙ୍କର ନିଷ୍ପାପ ହସ ମୋତେ ଖୁବ୍ ଆନନ୍ଦିତ କରିଛି ବୋଲି କହିବା ସହ ପିଲାମାନଙ୍କ ଦ୍ୱାରା ଆୟୋଜିତ ଏହି ଫ୍ୟାସନ୍ ଶୋ ଜୀବନ ବିଷୟରେ ଅନେକ ଶିକ୍ଷା ଦେଉଛି ବୋଲି ବର୍ଷା କହିଥିଲେ ।

ସମ୍ ହସ୍ପିଟାଲରେ ଅଙ୍କୋସାଇନ୍ସେସ୍ ବିଭାଗ ପକ୍ଷରୁ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଚଳିତ ବର୍ଷ ନିମନ୍ତେ ବିଶ୍ୱ କର୍କଟ ଦିବସର ଥିମ୍ ରହିଥିଲା ‘ୟୁନାଇଟେଡ୍ ବାଏ ୟୁନିକ୍’ । କାର୍ଯ୍ୟକ୍ରମରେ ପ୍ରାୟ ୮୦୦ରୁ ଅଧିକ କର୍କଟ ରୋଗରେ ଚିକିତ୍ସିତ ହେଉଥିବା ବ୍ୟକ୍ତି ଏବଂ ଏହି ହସ୍ପିଟାଲରୁ ଚିକିତ୍ସିତ ହୋଇ କ୍ୟାନ୍ସରକୁ ପରାସ୍ତ କରିଥିବା ଯୋଦ୍ଧା ଯୋଗ ଦେଇଥିଲେ ।

ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପରିଚାଳିତ ଆଇଏମ୍ଏସ୍ ଆଣ୍ଡ ସମ୍ ହସ୍ପିଟାଲ ମେଡିକାଲ୍ ସୁପରିଟେଣ୍ଡେଂଟ ପ୍ରଫେସର (ଡାକ୍ତର) ପୁଷ୍ପରାଜ ସାମନ୍ତସିଂହାର ଏହି ରୋଗ ସହ ଲଢ଼ୁଥିବା ରୋଗୀମାନଙ୍କୁ ପ୍ରକୃତ ଯୋଦ୍ଧା ବୋଲି କହିବା ସହ ହସ୍ପିଟାଲ୍ ପକ୍ଷରୁ ରୋଗର ପରୀକ୍ଷା ଠାରୁ ଆରମ୍ଭ କରି ଚିକିତ୍ସା ପର୍ଯ୍ୟନ୍ତ ସମସ୍ତ ପ୍ରକାର ସ୍ୱାସ୍ଥ୍ୟ ସେବା ପ୍ରଦାନ କରାଯାଉଛି ବୋଲି କହିଥିଲେ । ହସ୍ପିଟାଲରେ ଅଙ୍କୋସର୍ଜରୀ, ଅଙ୍କୋମେଡିସିନ ଏବଂ ହେମାଟୋଲୋଜି ବିଭାଗ ପକ୍ଷରୁ ସମସ୍ତ ସେବା ପ୍ରଦାନ କରାଯାଉଥିବା ସେ ପ୍ରକାଶ କରିଥିଲେ ।

ଏହି ଅବସରରେ ହସ୍ପିଟାଲ କାର୍ଯ୍ୟକାରୀ ଡିନ୍ ପ୍ରଫେସର (ଡାକ୍ତର) ସୌମ୍ୟରଞ୍ଜନ ଦାସ କହିଥିଲେ ଯେ ଭାରତରେ ପ୍ରତିବର୍ଷ ପ୍ରାୟ ୧୫ ରୁ ୨୦ ଲକ୍ଷ ଲୋକ କର୍କଟ ରୋଗରେ ଆକ୍ରାନ୍ତ ହୁଅନ୍ତି ଯାହାକି ଏକ ବଡ଼ ସମସ୍ୟା ଅଟେ । ନିରାକରଣ, ଆଗୁଆ ରୋଗ ଚିହ୍ନଟ, ଉପଯୁକ୍ତ ଚିକିତ୍ସା ଦ୍ୱାରା ଏହି ରୋଗ ସହ ଲଢ଼ିହେବ ବୋଲି କହିବା ସହ କର୍କଟ ସୃଷ୍ଟିକାରୀ ଖାଦ୍ୟ ଠାରୁ ଲୋକମାନେ ଦୂରେଇ ରହିବା ଉଚିତ୍ ବୋଲି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଇନଷ୍ଟିଚ୍ୟୁଟ୍ ଅଫ୍ ଡେଂଟାଲ ସାଇନ୍ସେସ୍ର ପ୍ରଫେସର (ଡାକ୍ତର) ନୀତା ମହାନ୍ତି ଯୋଗ ଦେଇ ଏହି କାର୍ଯ୍ୟକ୍ରମକୁ ଜୀବନର ଏକ ଉତ୍ସବ ବୋଲି କହିଥିଲେ । ନୂତନ ପରୀକ୍ଷଣ ଜ୍ଞାନ କୋ÷ଶଳ ସହ କ୍ୟାନ୍ସର ସହ ଲଢ଼ିବା ସମ୍ଭବ ହୋଇପାରୁଛି ବୋଲି ପ୍ରକାଶ କରି ପାନ, ଗୁଟକା ଇତ୍ୟାଦି ସେବନ ଦ୍ୱାରା ଅନେକ ବ୍ୟକ୍ତି ମୁଖ ଗହ୍ୱର କ୍ୟାନ୍ସରରେ ପୀଡ଼ିତ ହେଉଛନ୍ତି ବୋଲି ସେ କହିଥିଲେ ।

କ୍ୟାନ୍ସରର ଆରମ୍ଭ ଅବସ୍ଥାକୁ ଚିହ୍ନଟ କରିବା ଜରୁରୀ ବୋଲି କହି ସେ ୯୫ ପ୍ରତିଶତ କର୍କଟ ରୋଗ କୁଅଭ୍ୟାସ ଏବଂ ପରିବେଶ କାରଣରୁ ହୋଇଥାଏ ବୋଲି ସେ ମତ ଦେଇଥିଲେ ।

ହସ୍ପିଟାଲର ଅଙ୍କୋମେଡିସିନ୍ ବିଭାଗର ମୁଖ୍ୟ ଡାକ୍ତର ସୌମ୍ୟ ସୁରଥ ପଣ୍ଡା, ଓଲିଉଡ୍ ଗାୟକ ଅଂଶୁମାନ ନାୟକ, ପେଡିଆଟି୍ରକ୍ ଅଙ୍କୋଲୋଜି ବିଭାଗର ମୁଖ୍ୟ ଡାକ୍ତର ସରୋଜ ପ୍ରସାଦ ପଣ୍ଡା ମଧ୍ୟ ଏହି କାର୍ଯ୍ୟକ୍ରମରେ ବକ୍ତବ୍ୟ ରଖିଥିଲେ ।

ଅଙ୍କୋ ସର୍ଜରୀ ବିଭାଗର ମୁଖ୍ୟ ଡାକ୍ତର ସୁନୀଲ ଅଗ୍ରୱାଲ୍ ଶେଷରେ ଧନ୍ୟବାଦ ଅର୍ପଣ କରିବା ସହ କ୍ୟାନ୍ସରକୁ ପରାସ୍ତ କରିବା ପାଇଁ ମଣିଷର ବିଶ୍ୱାସ ରହିବା ଉଚିତ୍ ବୋଲି କହିଥିଲେ । ଏହି ଅବସରରେ ସେ ଆଥଲେଟ ଦୀପା ମଲ୍ଲିକଙ୍କ ଉଦାହରଣ ଦେଇ ସେ କ୍ୟାନ୍ସରରେ ପୀଡ଼ିତ ହୋଇଥିଲେ ମଧ୍ୟ ୨୦୧୬ ପାରାଲିମ୍ପିକ୍ରେ ସଟ୍ଫୁଟ୍ରେ ସେ ରୌପ୍ୟ ପଦକ ପାଇବାରେ ସଫଳ ହୋଇଥିଲେ ବୋଲି କହିଥିଲେ ।

Previous Post

ବିକଶିତ ନାଁରେ ବିକଳାଙ୍ଗ ଯୋଜନା: ବିଜେଡି

Next Post

୧୨ଲକ୍ଷ ୫୯ ହଜାର କୋଟି ଟଙ୍କା ଦାବି

Next Post
୧୨ଲକ୍ଷ ୫୯ ହଜାର କୋଟି ଟଙ୍କା ଦାବି

୧୨ଲକ୍ଷ ୫୯ ହଜାର କୋଟି ଟଙ୍କା ଦାବି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA