Tuesday, July 7, 2026 07:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିକଶିତ ନାଁରେ ବିକଳାଙ୍ଗ ଯୋଜନା: ବିଜେଡି

by Our Correspondent
05 Feb, 2025- 10:12 PM
in Latest News, News
1 min read
0
ବିକଶିତ ନାଁରେ ବିକଳାଙ୍ଗ ଯୋଜନା: ବିଜେଡି

ଭୁବନେଶ୍ୱର: ରାଜ୍ୟ ବିଜେପି ସରକାରଙ୍କ ‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାକୁ ବିକଶିତ ନାଁରେ ବିକଳାଙ୍ଗ ଯୋଜନା ବୋଲି ସମାଲୋଚନା କରିଛି ବିଜେଡି ।

ଶଙ୍ଖଭବନଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳର ବରିଷ୍ଠ ବିଧାୟକ ତଥା ମୁଖପାତ୍ର ଡ. ଅରୁଣ ସାହୁ କହିଛନ୍ତି, ଆମ ଓଡିଶା ନବୀନ ଓଡିଶା ଯୋଜନାରେ ପ୍ରତି ପଞ୍ଚାୟତକୁ ୫୦ ଲକ୍ଷ ଟଙ୍କା ହିସାବରେ ସମୁଦାୟ ୩,୩୯୭ କୋଟି ଟଙ୍କା ଖର୍ଚ୍ଚ ହେବ ବୋଲି ପ୍ରସ୍ତାବ ରହିଥିଲା ବେଳେ ବିକଶିତ ଗାଁ ବିକଶିତ ଓଡିଶା ଯୋଜନାରେ ସମୁଦାୟ ୧୦୦୦ କୋଟି ବ୍ୟୟର ପ୍ରସ୍ତାବ ରହିଛି । ରାଜ୍ୟରେ ୬୮୦୦ ପଞ୍ଚାୟତ ଥିବା ବେଳେ ପ୍ରତି ପଞ୍ଚାୟତ ପିଛା ୧୪.୮୦ ଲକ୍ଷ ଟଙ୍କା ପଡୁଛି, ଯାହା ଆମ ଓଡିଶା ନବୀନ ଓଡିଶା ଯୋଜନାରେ ବରାଦ କରାଯାଇଥିବା ଅର୍ଥର ଏକ ତୃତୀୟାଂଶରୁ ମଧ୍ୟ କମ୍ ।

ରାଜ୍ୟରେ ଅନୁନ୍ୟ ୫୦,୦୦୦ ରାଜସ୍ୱ ଗ୍ରାମ ରହିଛି ଓ ପ୍ରାୟ ୯୨,୦୦୦ ୱାର୍ଡ ରହିଛି । ରାଜ୍ୟ ସରକାରଙ୍କ ଦ୍ୱାରା ବରାଦ କରାଯାଇଥିବା ଅର୍ଥ ୱାର୍ଡ ପିଛା ଏକ ଲକ୍ଷ ଟଙ୍କା ପଡୁଛି, ଯାହା ଗ୍ରାମାଞ୍ଚଳର ବିକାଶ ପାଇଁ ସମୁଦ୍ରକୁ ଶଙ୍ଖେ ସଦୃଶ୍ୟ । ଡବଲ ଇଞ୍ଜିନ ଡବଲ ବିକାଶର ନାରା ଦେଇ କ୍ଷମତାକୁ ଆସିଥିବା ସରକାର କେବଳ ବାହାସ୍ଫୋଟ ମାରୁଛନ୍ତି । ଡବଲ ଇଞ୍ଜିନ ଡବଲ ଅର୍ଥ ବ୍ୟବସ୍ଥା ହବା କଥା, କିନ୍ତୁ ପୂର୍ବ ବ୍ୟବସ୍ଥାର ଏକ ତୃତୀୟାଂଶ ମଧ୍ୟ ପ୍ରଦାନ କରି ପାରୁନାହାନ୍ତି । ସୁତରାଂ ଏହା ବିକଶିତ ନୁହେଁ ବରଂ ବିକଳାଙ୍ଗ ଯୋଜନା । ପୂର୍ବ ଅର୍ଥର ପରିମାଣକୁ କମ୍ କରିବା ଦ୍ୱାରା ଗାଁର ବିକାଶ ପୋଲିଓ ରୋଗରେ ଆକ୍ରାନ୍ତ ହେବା ସ୍ୱାଭାବିକ ।

ଡ଼ ସାହୁ କହିଥିଲେ, ଓଡ଼ିଶାର ଗ୍ରାମାଞ୍ଚଳର ବିକାଶ ପାଇଁ ନବୀନ ସରକାର ବିଭିନ୍ନ କାର୍ଯ୍ୟ କରିଥିଲେ । ସହରାଞ୍ଚଳରେ ମିଳୁଥିବା ସୁବିଧା କିପରି ଗ୍ରାମାଞ୍ଚଳର ବାସିନ୍ଦାମାନଙ୍କୁ ମିଳିପାରିବ, ସେଥିପାଇଁ ସେ ପଦକ୍ଷେପ ନେଇଥିଲେ । ଗ୍ରାମାଞ୍ଚଳରେ କଂକ୍ରିଟରାସ୍ତା ନିର୍ମାଣ କାର୍ଯ୍ୟ ପ୍ରଥମେ ନବୀନ ସରକାରଙ୍କ ସମୟରେ ଆରମ୍ଭ ହୋଇଥିଲା, ପରେ ଭାରତ ସରକାର ତାକୁ ଆପଣେଇ ଥିଲେ । ଏହି ପ୍ରକ୍ରିୟାରେ ରାଜ୍ୟରେ ପ୍ରାୟ ୧,୭୫,୦୦୦ କିଲୋମିଟର ରାସ୍ତା ଗ୍ରାମାଞ୍ଚଳରେ ନିର୍ମାଣ କରାଯାଇଥିଲା । ନବୀନ ସରକାରଙ୍କ ଏହି କାର୍ଯ୍ୟ କେନ୍ଦ୍ର ସରକାରଙ୍କ ଦ୍ୱାରା ପ୍ରଶଂସିତ ହୋଇଥିଲା ।

ଗ୍ରାମାଞ୍ଚଳରେ ବିକାଶ ପାଇଁ ଦାବି କରୁଥିବା ଡବଲ ଇଞ୍ଜିନ ସରକାର ନରେଗା ଯୋଜନାରେ ଅର୍ଥ ବୃଦ୍ଧି କରୁନାହାନ୍ତି, ଯାହା ଫଳରେ ଗ୍ରାମାଞ୍ଚଳର ବାସିନ୍ଦାଙ୍କ ରୋଜଗାର ସମସ୍ୟା ବୃଦ୍ଧିପାଉଛି । ଅପରପକ୍ଷରେ ଦରଦାମ ବୃଦ୍ଧି ଗ୍ରାମାଞ୍ଚଳର ବାସିନ୍ଦାଙ୍କୁ ବ୍ୟଥିତ କରୁଛି । ରାଜ୍ୟ ବିଜେପି ସରକାରଙ୍କ ବିକଶିତ ଓଡିଶା ନାରା ଗତ ୮ ମାସରେ ଫମ୍ପା ଆୱାଜରେ ପରିଣତ ହୋଇଛି । ମାଣ୍ଡିପଙ୍କା ଗ୍ରାମରେ ଆମ୍ୱଟାକୁଆ ଖାଇ ୩ ଜଣଙ୍କ ମୃତ୍ୟୁ, ଚିକିଟିରେ ଅପମିଶ୍ରିତ ମଦ ପିଇ ୫ ଜଣଙ୍କ ମୃତ୍ୟୁ, କଣାସରେ ଅପମିଶ୍ରିତ ଜଳ ପିଇ ୫ ଜଣଙ୍କ ହଇଜାରେ ମୃତ୍ୟୁ, ଅଦିନିଆ ବର୍ଷାରେ ବ୍ୟାପକ ଫସଲ ହାନି ଯୋଗୁଁ ଅନୁନ୍ୟ ୧୨ ଜଣ ଚାଷୀଙ୍କ ମୃତ୍ୟୁ ରାଜ୍ୟ ସରକାରଙ୍କ ବିକଶିତ ଓଡ଼ିଶାର ବିକଳ ଚିତ୍ର ଜଳ ଜଳ ହୋଇ ଦିଶୁଛି ବୋଲି ଡ. ସାହୁ କହିଥିଲେ ।

 

Previous Post

‘ବିକଶିତ ଗାଁ ବିକଶିତ ଓଡ଼ିଶା’ ଯୋଜନାର ଶୁଭାରମ୍ଭ

Next Post

ବିଶ୍ୱ କର୍କଟ ଦିବସରେ ଖୁସି ବାଣ୍ଟିଲେ କ୍ୟାନସର ସହ ଲଢ଼ୁଥିବା କୁନି କୁନି ଶିଶୁ

Next Post
ବିଶ୍ୱ କର୍କଟ ଦିବସରେ ଖୁସି ବାଣ୍ଟିଲେ କ୍ୟାନସର ସହ ଲଢ଼ୁଥିବା କୁନି କୁନି ଶିଶୁ

ବିଶ୍ୱ କର୍କଟ ଦିବସରେ ଖୁସି ବାଣ୍ଟିଲେ କ୍ୟାନସର ସହ ଲଢ଼ୁଥିବା କୁନି କୁନି ଶିଶୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA