Friday, June 26, 2026 07:02 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜୁ ବାବୁ ଆମ ପ୍ରେରଣା: ମୁଖ୍ୟମନ୍ତ୍ରୀ

ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହ

by Our Correspondent
05 Mar, 2025- 11:29 PM
in Latest News, News
1 min read
0
ବିଜୁ ବାବୁ ଆମ ପ୍ରେରଣା: ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ବିଜୁବାବୁ ଥିଲେ ଓଡିଶାର ପଥ ପ୍ରଦର୍ଶକ । ବିଜୁ ବାବୁଙ୍କ ପ୍ରତ୍ୟେକଟି ପଦକ୍ଷେପ ଆମକୁ ପ୍ରେରଣା ଦେଉଛି। ଓଡିଶା ପାଇଁ ସେ ଅନେକ ସ୍ୱପ୍ନ ଦେଖିଥିଲେ ଏବଂ ତାକୁ ପୂରଣ କରିବା ପାଇଁ ଜୀବନର ଶେଷ ମୁହୂର୍ତ୍ତ ପର୍ଯ୍ୟନ୍ତ ଉଦ୍ୟମ କରିଥିଲେ । ଓଡିଶାର ଶିଳ୍ପାୟନ, ମହିଳାମାନଙ୍କ ସଶକ୍ତିକରଣ ଥିଲା ତାଙ୍କର ସ୍ୱପ୍ନ । ବିଜୁବାବୁଙ୍କ ସ୍ୱପ୍ନ ଓ ଆମ ସରକାରଙ୍କ କାର୍ଯ୍ୟକ୍ରମ ମଧ୍ୟରେ କୌଣସି ପାର୍ଥକ୍ୟ ନାହିଁ । ବିଜୁ ବାବୁ ସମୃଦ୍ଧ ଓଡିଶା ଗଠନ ପାଇଁ ଚିନ୍ତା କରିଥିଲେ । ଆଜି ଆମ ସରକାର ୨୦୩୬ ସୁଦ୍ଧା ସମୃଦ୍ଧ ଓଡିଶା ଗଠନ ପାଇଁ ଉଦ୍ୟମ ଆରମ୍ଭ କରିଛି । ବିଜୁ ବାବୁ ଓଡିଶା ପାଇଁ ଯେଉଁସବୁ ସ୍ୱପ୍ନ ଦେଖିଥିଲେ, ତାକୁ ଆମ ସରକାର ପୂରଣ କରିବ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ସ୍ଥାନୀୟ ଜୟଦେବ ଭବନ ଠାରେ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ୱାରା ଆୟୋଜିତ ମହାନ ଜନନାୟକ ବିଜୁ ପଟ୍ଟନାୟକଙ୍କ ରାଜ୍ୟସ୍ତରୀୟ ଜୟନ୍ତୀ ସମାରୋହରେ ଯୋଗଦେଇ ଏହା କହିଛନ୍ତି।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁ ଶିଳ୍ପ କ୍ଷେତ୍ରକୁ ବହୁତ ପ୍ରାଧାନ୍ୟ ଦେଉଥିଲେ । ସେ ନିଜେ ଅନେକ କାରଖାନା ପ୍ରତିଷ୍ଠା କରିଥିଲେ ମଧ୍ୟ ପରବର୍ତ୍ତୀ ସମୟରେ ସବୁ ଗୁଡିକୁ ସରକାରଙ୍କୁ ଦେଇ ଦେଇଥିଲେ । ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବୋଧହୁଏ ଏଭଳି ନିଷ୍ପତ୍ତି ନେବାରେ, ସେ ଥିଲେ ବିଶ୍ୱର ଏକମାତ୍ର ବ୍ୟକ୍ତିତ୍ୱ।

ଓଡିଶାକୁ ଶିଳ୍ପ କ୍ଷେତ୍ରରେ, ପଞ୍ଚାୟତିରାଜ କ୍ଷେତ୍ରରେ, ମହିଳା ସଶକ୍ତିକରଣ କ୍ଷେତ୍ରରେ ତାଙ୍କର ଚିନ୍ତାଧାରା ଥିଲା ଅନନ୍ୟ। ଆଜି ଆମ ସରକାର ବିଜୁ ବାବୁଙ୍କ ସେହି ପଥକୁ ଅନୁସରଣ କରୁଛି । ତାଙ୍କ ମାର୍ଗରେ ପରିଚାଳିତ ହୋଇ ଏକ କୋଟିରୁ ଅଧିକ ମହିଳାଙ୍କୁ ସୁଭଦ୍ରା ଯୋଜନାରେ ସାମିଲ କରି ବିଜୁ ବାବୁଙ୍କ ମହିଳା ସଶକ୍ତିକରଣର ସ୍ୱପ୍ନକୁ ସାକାର କରିବାକୁ ଯାଉଛୁ ।

ଗାଁର ବିକାଶରେ ରାଜ୍ୟର ବିକାଶ – ଏହା ଥିଲା ବିଜୁ ବାବୁଙ୍କ ମତ। ସେଥିପାଇଁ ସେ ନାରା ଦେଇଥିଲେ, ଗାଁ କୁ କାମ, ମା କୁ ସମ୍ମାନ। ଯଦି ବିଜୁ ବାବୁଙ୍କ ଏହି ଉକ୍ତି ଉପରେ ସଠିକ୍ କାମ ହୋଇଥାନ୍ତା, ତେବେ ଆମେ ନିଶ୍ଚିତ ଭାବେ ବହୁ ଆଗକୁ ଯାଇପାରିଥାନ୍ତେ ଏବଂ ଗାଁର ଅର୍ଥନୀତି ସୁଦୃଢ ହୋଇପାରିଥାନ୍ତା ବୋଲି ମୁଖ୍ୟମନ୍ତ୍ରୀ ମତ ଦେଇଥିଲେ ।

ମୁଖ୍ୟମନ୍ତ୍ରୀ ପୁଣି କହିଥିଲେ ଯେ ଯେଉଁମାନେ ବିଜୁ ବାବୁଙ୍କ ଅଧୁରା ସ୍ୱପ୍ନକୁ ପୂରଣ କରିବା ପାଇଁ ପ୍ରଚାର କରୁଥିଲେ, ସେମାନେ ଏହାକୁ ବାସ୍ତବରେ କାର୍ଯ୍ୟକାରୀ କଲେ ନାହିଁ । ଆଜି ଆମେ ଗାଁର ବିକାଶ ପାଇଁ ଯାହା ଆବଶ୍ୟକ, ତାକୁ ସବୁ କରୁଛୁ ଏବଂ ଆଗାମୀ ଦିନରେ ମଧ୍ୟ କରିବୁ । ଏଥିପାଇଁ ବିକଶିତ ଗାଁ, ବିକଶିତ ଓଡିଶା ଯୋଜନା କାର୍ଯ୍ୟକାରୀ କରାଯାଇ ୫ ବର୍ଷରେ ୧୦ ହଜାର କୋଟି ଟଙ୍କା ଖର୍ଚ୍ଚ କରାଯିବ। ଏହି ଯୋଜନା ଜରିଆରେ ବିଜୁ ବାବୁଙ୍କ ଗାଁର ବିକାଶ ସ୍ୱପ୍ନ ପୂରଣ ହୋଇପାରିବ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଆମେ ଉତ୍କର୍ଷ ଓଡ଼ିଶା-ମେକ ଇନ ଓଡ଼ିଶା କନକ୍ଲେଭରେ ୧୭ ଲକ୍ଷ କୋଟି ଟଙ୍କାର ପୁଞ୍ଜି ନିବେଶ ପ୍ରସ୍ତାବ ପାଇଛୁ । ଆଗାମୀ ଦିନରେ ଓଡ଼ିଶାକୁ ଶିଳ୍ପ ସମୃଦ୍ଧ କରିବାକୁ ଆମର ଉଦ୍ୟମକୁ ଆହୁରି ଯୋରଦାର କରାଯାଇ ପ୍ରତ୍ୟେକ ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା କରାଯିବ ।

ପଞ୍ଚାୟତିରାଜ ବ୍ୟବସ୍ଥାରେ ବିଜୁ ବାବୁଙ୍କ ଦୃଢ ବିଶ୍ୱାସ ଥିଲା ବୋଲି ମତ ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ ବିଜୁ ବାବୁ ପଞ୍ଚାୟତ ପ୍ରତିନିଧି ବା ସରପଞ୍ଚ ମାନଙ୍କୁ ପଞ୍ଚାୟତର ମୁଖ୍ୟମନ୍ତ୍ରୀ ଦୃଷ୍ଟିରେ ଦେଖୁଥିଲେ।

ବିଜୁ ବାବୁଙ୍କ ପ୍ରତିମୂର୍ତ୍ତୀ ଭଙ୍ଗା ଘଟଣା ଉପରେ ପ୍ରତିକ୍ରିୟା ରଖି ମୁଖ୍ୟମନ୍ତ୍ରୀ କହିଲେ ଯେ ଏ ଘଟଣା ଉପରେ ସରକାର ପଦକ୍ଷେପ ନେଇ ୩ ଜଣଙ୍କୁ ଗିରଫ କରାଯାଇଛି ।

ବିଜୁ ବାବୁଙ୍କ ଦ୍ୱାରା ଆରମ୍ଭ ହୋଇଥିବା ‘କଳିଙ୍ଗ ଫୁଟବଲ କପ୍’ ପୁନର୍ବାର ଆରମ୍ଭ କରାଯିବ ବୋଲି ମୁଖ୍ୟମନ୍ତ୍ରୀ ଘୋଷଣା କରିବା ସହିତ ବିଜୁ ବାବୁଙ୍କ ଦ୍ୱାରା ପ୍ରତିଷ୍ଠିତ ୟୁନେସ୍କୋ କଳିଙ୍ଗ ପୁରସ୍କାର ପ୍ରଦାନ ଜାରି ରହିବ ବୋଲି କହିଥିଲେ ।

ଏହି ଅବସରରେ ବିଜୁ ବାବୁଙ୍କ ଜୀବନୀ ସଂପର୍କିତ ଏକ ଫଟୋଚିତ୍ର ପ୍ରଦର୍ଶନୀକୁ ମୁଖ୍ୟମନ୍ତ୍ରୀ ଉଦ୍‌ଘାଟନ କରିଥିଲେ ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହ ଦେଓ ବିଜୁ ବାବୁଙ୍କ ସହିତ ତାଙ୍କର ବ୍ୟକ୍ତିଗତ ରାଜନୈତିକ ଅନୁଭବକୁ ବର୍ଣ୍ଣନା କରି କହିଥିଲେ ଯେ ବିଜୁ ବାବୁ ସବୁବେଳେ ତୃଣମୂଳ ସ୍ତରର ଲୋକଙ୍କ ସେବା କରିବା ଉପରେ ଗୁରୁତ୍ୱ ଆରୋପ କରୁଥିଲେ ।

ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା କହିଲେ ଯେ ବିଜୁ ପଟ୍ଟନାୟକ ଏକ ନାଁ ନୁହେଁ, କିମ୍ବା ଗୋଟିଏ ଅନୁଷ୍ଠାନ ନୁହେଁ, ସେ ଥିଲେ ଅନେକ ଅନୁଷ୍ଠାନର ସମାହାର। ତାଙ୍କ ନୀତି ଓ ଆଦର୍ଶକୁ ଆମେ ସମସ୍ତେ ଅନୁସରଣ କରିବା ଆବଶ୍ୟକ ।

ବିଜୁ ବାବୁଙ୍କ ସ୍ମୃତିଚାରଣ କରି କାର୍ଯ୍ୟକ୍ରମର ମୁଖ୍ୟବକ୍ତା ତଥା ପୂର୍ବତନ ମନ୍ତ୍ରୀ ପ୍ରଫୁଲ୍ଲ ଘଡ଼େଇ କହିଲେ ଯେ ପ୍ରତିକୂଳ ପରିସ୍ଥିତିରେ ଜୀବନର ଅନେକ ଆହ୍ୱାନର ସମ୍ମୁଖୀନ ହୋଇ ବିଜୁ ବାବୁ ନିଜ ପାଇଁ ଓ ରାଜ୍ୟ ପାଇଁ ଅନେକ ଗୌରବ ଆଣିଥିଲେ। ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ବିଜୁ ବାବୁ ଯେଉଁ ଉଦ୍ୟମ କରିଥିଲେ, ତାର ତୁଳନା ନାହିଁ । ଆଜିର ନୂଆ ସରକାର ମଧ୍ୟ ଓଡିଶାରେ ଶିଳ୍ପ ପ୍ରତିଷ୍ଠା ପାଇଁ ନିଷ୍ଠାର ସହିତ କାମ କରୁଛି । ଓଡିଶାର ବିକାଶ ପାଇଁ ବିଜୁ ବାବୁ ଯେଉଁ ମୂଳଦୁଆ ପକାଇଥିଲେ, ଆଜିର ସରକାର ସେସବୁକୁ ଆଗେଇ ନେବା ପାଇଁ ଉଦ୍ୟମ କରି ଠିକ୍‌ ରାସ୍ତାରେ ଅଗ୍ରଗତି କରୁଛି ବୋଲି ଶ୍ରୀ ଘଡାଇ କହିଥିଲେ ।

ଏକାମ୍ର ବିଧାୟକ ବାବୁ ସିଂ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ବିଜୁ ପଟ୍ଟନାୟକଙ୍କ ସ୍ମୃତି ଚାରଣ କରି ଓଡିଶାରେ ମହିଳା ମାନଙ୍କୁ ରାଜନୀତିକୁ ଆଣିବାରେ ବିଜୁ ବାବୁଙ୍କର ଶ୍ରେଷ୍ଠ ଅବଦାନ ରହିଛି ବୋଲି ସେ କହିଥିଲେ।

ସୂଚନା ଓ ଲୋକସଂପର୍କ ବିଭାଗର ପ୍ରମୁଖ ଶାସନ ସଚିବ ସଞ୍ଜୟ ସିଂହ ସ୍ୱାଗତ ଭାଷଣ ଦେଇଥିଲେ ।

ନବୀନ ଆସିଲେନି: ଆଜିର ଏହି ବିଜୁ ଜୟନ୍ତୀ ସରକାରୀ ଉତ୍ସବକୁ ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆସି ନ ଥିଲେ । ଏହି ଉତ୍ସବରେ ଯୋଗଦେବାକୁ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଗତକାଲି ତାଙ୍କୁ ନିମନ୍ତ୍ରଣ କରିଥିଲେ । ତେବେ ନବୀନ ବାବୁ ଆସିଥିଲେ ସଭାର ମର୍ଯ୍ୟାଦା ବଢ଼ିଥାଆନ୍ତା ବୋଲି ସେଠାରେ ଉପସ୍ଥିତ ବରିଷ୍ଠ ନେତା ପ୍ରଫୁଲ୍ଲ ଘଡ଼ାଇ କହିଥିଲେ ।

Previous Post

ବିଜୁବାବୁ ଓଡ଼ିଆଙ୍କ ହୃଦୟରେ ରହିଛନ୍ତି, ରହିଥିବେ: ନବୀନ

Next Post

କିଟ୍ ରେ ଏନଏଚଆରସି ଟିମ୍

Next Post
କିଟ୍ ରେ ଏନଏଚଆରସି ଟିମ୍

କିଟ୍ ରେ ଏନଏଚଆରସି ଟିମ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA