Thursday, April 30, 2026 04:58 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କିଟ୍ ରେ ଏନଏଚଆରସି ଟିମ୍

ନେପାଳୀ ଛାତ୍ରୀ ଆତ୍ମହତ୍ୟା ମାମଲାର ଖୋଳତାଡ଼

by Our Correspondent
06 Mar, 2025- 06:51 PM
in Latest News, News
1 min read
0
କିଟ୍ ରେ ଏନଏଚଆରସି ଟିମ୍

ଭୁବନେଶ୍ୱର: କିଟ୍ ବିଶ୍ୱବିଦ୍ୟାଳୟରେ ନେପାଳୀ ଛାତ୍ରୀ ଆତ୍ମହତ୍ୟା ଏବଂ ପରବର୍ତ୍ତୀ ଘଟଣାବଳୀର ତଦନ୍ତ ଆରମ୍ଭ କରିଛନ୍ତି ଜାତୀୟ ମାନବାଧିକାର କମିସନ(NHRC) । ଲ’ ରେଜିଷ୍ଟ୍ରର ଯୋଗିନ୍ଦର ସିଂଙ୍କ ନେତୃତ୍ୱରେ ଦୁଇ ଜଣିଆ ଟିମ୍ ବିଶ୍ୱବିଦ୍ୟାଳୟକୁ ଆସି ମାମଲାର ଖୋଳତାଡ଼ କରୁଛନ୍ତି । ଆଜି ପ୍ରଥମ ଦିନରେ ସେମାନେ କିଛି ବରିଷ୍ଠ ଅଧିକାରୀଙ୍କୁ ପଚରାଉଚୁରା କରିଛନ୍ତି । ଆସନ୍ତା ୧୦ ତାରିଖରେ ତଦନ୍ତ ରିପୋର୍ଟ ପ୍ରଦାନ କରିବାକୁ ଟିମ୍ କୁ ନିର୍ଦ୍ଦେଶ ଅଛି ।

ନୂଆଦିଲ୍ଲୀରୁ ଆସିଥିବା ଏନଏଚଆରସିର ଦୁଇଜଣିଆ ଟିମ୍ ଆଜି ସକାଳେ ଭୁବନେଶ୍ୱର ବିମାନବନ୍ଦରରୁ ସିଧା କିଟ୍ କ୍ୟାମ୍ପସ୍ କୁ ଆସିଥିଲେ । ନେପାଳୀ ଛାତ୍ରୀ କେଉଁ ପରିସ୍ଥିତିରେ ଆତ୍ମହତ୍ୟା କଲେ ପ୍ରଥମେ ତାହାର ସମସ୍ତ ବିବରଣୀ ସଂଗ୍ରହ କରିଥିଲେ । ଆତ୍ମହତ୍ୟାର ସବୁ ଦିଗକୁ ଏହି ଟିମ୍ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ କରୁଥିଲା ବେଳେ ପ୍ରତିକ୍ରିୟାଶୀଳ ନେପାଳୀ ଛାତ୍ରଛାତ୍ରୀଙ୍କୁ ଦୁର୍ବ୍ୟବହାର ଏବଂ ମାଡ଼ ମାରି ବିଶ୍ୱବିଦ୍ୟାଳୟରୁ ତଡ଼ି ଦିଆଯିବା ଘଟଣାକୁ ବେଶୀ ଗୁରୁତ୍ୱ ଦେଇ ତଦନ୍ତରେ ଆଗକୁ ବଢ଼ୁଥିବା ସୂଚନା ମିଳିଛି ।

ସୂଚନାଥାଉକି, ଫେବ୍ରୁଆରୀ ୧୬ ସଂଧ୍ୟାରେ କିଟ୍ ବିଶ୍ୱବିଦ୍ୟାଳୟର ତୃତୀୟ ବର୍ଷର ବି.ଟେକ୍ ଛାତ୍ରୀ ପ୍ରକୃତି ଲାମସାଲ୍ ଆତ୍ମହତ୍ୟା କରିଥିଲେ । ତାଙ୍କର ସହପାଠୀ ପୁରୁଷ ବନ୍ଧୁଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇ ସେ ଆତ୍ମହତ୍ୟା କରିଥିବା ଜଣାପଡ଼ିଥିଲା । ଏହି ଘଟଣାରେ ପ୍ରତିକ୍ରିୟାଶୀଳ ଶତାଧିକ ନେପାଳୀ ଛାତ୍ରଛାତ୍ରୀ କ୍ୟାମ୍ପସ୍ ରେ ଭଙ୍ଗାରୁଜା କରିଥିଲେ । ତେବେ ସେମାନଙ୍କୁ ଶାନ୍ତ କରାଇବାରେ ବିଫଳ ମହିଳା ହଷ୍ଟେଲ୍ ର ଦୁଇ ଅଧିକାରୀ ଜୟନ୍ତୀ ନାଥ ଏବଂ ମଞ୍ଜୁଶା ପାଣ୍ଡେ ପ୍ରତିହିଂସାପରାୟଣ ହୋଇ ସେମାନଙ୍କୁ ଦୁର୍ବ୍ୟବହାର କରିଥିଲେ । ସୁରକ୍ଷା କର୍ମୀମାନେ ଗୁଣ୍ଡା ଭଳି ନେପାଳୀ ଛାତ୍ରଛାତ୍ରୀଙ୍କୁ ଗୋଡ଼େଇ ଗୋଡ଼େଇ ପିଟିବା ଭଳି ଅତ୍ୟନ୍ତ ଅମାନବୀୟ ଘଟଣା ଦେଖିବାକୁ ମିଳିଥିଲା । ଖାଲି ସେତିକି ନୁହେଁ, ନେପାଳୀ ଛାତ୍ରଛାତ୍ରୀଙ୍କ ପାଇଁ ସାଇନ-ଏ-ଡାଇ ଘୋଷଣା କରାଯାଇ ତୁରନ୍ତ ହଷ୍ଟେଲ୍ ଛାଡ଼ି ଚାଲିଯିବାକୁ ନିର୍ଦ୍ଦେଶ ଦିଆଗଲା ଏବଂ ଦୁଇଟି ବସ୍ ରେ ବସାଇ କଟକ ରେଳଷ୍ଟେସନ୍ ରେ ଛାଡ଼ି ଦିଆଗଲା ।

ତେବେ ଏହାକୁ ନେଇ ଭୁବନେଶ୍ୱରରୁ କାଠମାଣ୍ଡୁ ପର୍ଯ୍ୟନ୍ତ ବିସ୍ଫୋରକ ପରିସ୍ଥିତି ସୃଷ୍ଟି ହେବାରୁ କିଟ୍ କର୍ତ୍ତୃପକ୍ଷ ସାଇନ୍-ଏ-ଡାଇ ହଟାଇ ନେପାଳୀ ଛାତ୍ରଛାତ୍ରୀଙ୍କୁ ପ୍ରଥମେ ବିଶ୍ୱବିଦ୍ୟାଳୟ ଫେରାଇ ଆଣିବା ପାଇଁ ସବୁପ୍ରକାର ପଦକ୍ଷେପ ନେଇଥିଲେ । ନେପାଳୀ ଛାତ୍ରଛାତ୍ରୀଙ୍କୁ ମାଡ଼ ମାରିଥିବା ଦୁଇ ସୁରକ୍ଷା ଅଧିକାରୀଙ୍କୁ ଚାକିରିରୁ ବହିଷ୍କାର କରିଥିଲେ । ନେପାଳୀ ଛାତ୍ରଛାତ୍ରୀଙ୍କୁ ର୍ଦୁବ୍ୟବହାର କରିଥିବା ହଷ୍ଟେଲ୍ ର ଦୁଇ ଅଧିକାରୀ ଜୟନ୍ତୀ ନାଥ ଏବଂ ମଞ୍ଜୁଶା ପାଣ୍ଡେଙ୍କ ସମେତ ଅନ୍ତର୍ଜାତୀୟ ଲୋକସମ୍ପର୍କ ଅଫିସ୍ ପ୍ରଶାସନିକ ଅଧିକାରୀଙ୍କୁ ନିଲମ୍ବିତ କରିଥିଲେ । ସମୁଦାୟ ଘଟଣାକୁ ଅପ୍ରତ୍ୟାଶିତ କହି ବିଶ୍ୱବିଦ୍ୟାଳୟର କୁଳପତି ଦୁଃଖ ପ୍ରକାଶ କରିବା ସହ କ୍ଷମା ପ୍ରାର୍ଥନା କରିଥିଲେ ।

କିଟ୍ ଘଟଣାରେ ଅଭିଯୁକ୍ତ ଛାତ୍ରଙ୍କ ସମେତ ୧୦ ଜଣ ଗିରଫ ହୋଇଥିଲେ । ସେମାନଙ୍କ ମଧ୍ୟରୁ ୫ ଜଣଙ୍କୁ ଜାମିନ୍ ମିଳିଯାଇଛି ।

ରାଜ୍ୟ ସରକାର ଏକ ଉଚ୍ଚସ୍ତରୀୟ ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍ ଗଠନ କରି ମାମଲାର ତଦନ୍ତ କରୁଛନ୍ତି । କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତ, ବିଶ୍ୱବିଦ୍ୟାଳୟ କୁଳପତି ପ୍ରଫେସର ଶରଣଜିତ୍ ସିଂଙ୍କ ସମେତ ୧୦ରୁ ଅଧିକ ଅଧିକାରୀଙ୍କୁ ଇତିମଧ୍ୟରେ ପଚରାଉଚୁରା ସରିଲାଣି । ମାତ୍ର ଏ ପର୍ଯ୍ୟନ୍ତ ତଦନ୍ତର ଫଳାଫଳ ଆସିନାହିଁ ।

 

Previous Post

ବିଜୁ ବାବୁ ଆମ ପ୍ରେରଣା: ମୁଖ୍ୟମନ୍ତ୍ରୀ

Next Post

ଅଣଓଡ଼ିଆଙ୍କ ଚକ୍ରବ୍ୟୁହରେ ଓଡ଼ିଆ

Next Post
ଅଣଓଡ଼ିଆଙ୍କ ଚକ୍ରବ୍ୟୁହରେ ଓଡ଼ିଆ

ଅଣଓଡ଼ିଆଙ୍କ ଚକ୍ରବ୍ୟୁହରେ ଓଡ଼ିଆ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA