Friday, June 26, 2026 08:43 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅଣଓଡ଼ିଆଙ୍କ ଚକ୍ରବ୍ୟୁହରେ ଓଡ଼ିଆ

ଅଣଓଡ଼ିଆଙ୍କ ଦୌରାତ୍ମକୁ ଆଉ ବରଦାସ୍ତ କରାଯିବନି: କଳିଙ୍ଗ ସେନା

by Our Correspondent
06 Mar, 2025- 07:03 PM
in Latest News, News
1 min read
0
ଅଣଓଡ଼ିଆଙ୍କ ଚକ୍ରବ୍ୟୁହରେ ଓଡ଼ିଆ

ଭୁବନେଶ୍ୱର: ଓଡ଼ିଆ ମାନେ ଆଜି ସଙ୍କଟରେ । ଓଡ଼ିଆ ଯୁବକ କୁହନ୍ତୁ, ଓଡ଼ିଆକଣ୍ଟ୍ରାକ୍ଟର, ଓଡ଼ିଆ ବ୍ୟବସାୟ, ଓଡ଼ିଆ ବିଲଡର,ଓଡ଼ିଆ ସପ୍ଲାୟର,ଓଡ଼ିଆ ମାନେ କରିଥିବା ଶିକ୍ଷା ନୁଷ୍ଠାନ ଏବଂ ସର୍ବୋପରି ଓଡ଼ିଆ କ୍ଷୁଦ୍ର ବ୍ୟବସାୟୀ ଓ ଓଡ଼ିଆ ଭାଷା ମଧ୍ୟ ଆଜି ସଙ୍କଟରେ । କିଛି ମୁଷ୍ଟିମେୟ ଅଣଓଡ଼ିଆଙ୍କ ଚକ୍ରାନ୍ତରେ ଓଡ଼ିଆ ଅସ୍ମିତା ଆଜି ସମ୍ପୂର୍ଣ୍ଣ ବିପଦରେ । ଦୀର୍ଘ ଅଢ଼େଇ ଦଶନ୍ଧି ଧରି ଓଡ଼ିଆଙ୍କ ଭାଗ୍ୟ ସେହି ମୁଷ୍ଟିମେୟ ଅଣଓଡ଼ିଆଙ୍କ ନିୟନ୍ତ୍ରଣରେ ରହି ଆସିଛି । ଓଡ଼ିଶା ମାଟିରୁ ଖଣି, ପାଣି ଲୁଟି ସଂପୃକ୍ତ ଅଣଓଡ଼ିଆମାନେ ଓଡ଼ିଶାର ବିକାଶରେ ବାଧକ ସାଜିଛନ୍ତି । ନିଜ ଜନ୍ମମାଟିରେ ଯେଉଁ ଓଡ଼ିଆ ଉପରକୁ ଉଠିବାକୁ ଚେଷ୍ଟା କରିଛି ତା’ର ସର୍ବନାଶ ହୋଇଛି । ସରକାର ଓ ଶାସନକଳକୁ ହାତବାରିସୀ କରି ଓଡ଼ିଆଙ୍କ ବିନାଶ କରିବାରେ ଲାଗିଛନ୍ତି ଅଣଓଡ଼ିଆ । ଓଡ଼ିଆଙ୍କୁ ଭାଗ ଭାଗ କରିବାକୁ ସେମାନେ ଚକ୍ରାନ୍ତ ଚଳାଇଛନ୍ତି । ସ୍ୱାଭିମାନୀ ଓଡ଼ିଆଙ୍କୁ ଅଣଓଡ଼ିଆଙ୍କ ଦାସତ୍ୱ ସ୍ୱୀକାର କରିବାକୁ ବାଧ୍ୟ କରାଯାଉଛି । ତେବେ ଏହାକୁ ଆଉ ବରଦାସ୍ତ କରାଯିବ ନାହିଁ । ଓଡ଼ିଆଙ୍କ ତଣ୍ଟିରେ କଣ୍ଟା ସାଜିଥିବା ଅଣଓଡ଼ିଆଙ୍କୁ ଏଠାରୁ ବଳପ୍ରୟୋଗ କରି ହଟାଇ ଦିଆଯିବ । ଆଗାମୀ ଦିନରେ ଏହି ଅଭିଯାନରେ ସ୍ୱାଭିମାନୀ ଓଡ଼ିଆମାନେ ସାମିଲ ହେବାକୁ କଳିଙ୍ଗ ସେନା ଦଳର ସୁପ୍ରମୋ ହେମନ୍ତ ରଥ ଅନୁରୋଧ କରିଛନ୍ତି ।

ଆଜି ଭୁବନେଶ୍ୱରଠାରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଶ୍ରୀ ରଥ ଓଡ଼ିଆ ଜାତି କିଭଳି ସଙ୍କଟରେ ପଡ଼ିଛି ତାହା ଉପରେ ଆଲୋକପାତ କରିଥିଲେ । ସେ କହିଥିଲେ ଯେ ଓଡ଼ିଆ ଯୁବକ, ଉଦ୍ୟୋଗପତି, ବ୍ୟବସାୟୀ, ବିଲଡର, ଠିକାଦାରମାନଙ୍କ ସ୍ୱାର୍ଥରକ୍ଷା ବଦଳରେ ଓଡ଼ିଶା ସରକାର ଅଣଓଡ଼ିଆ ଉଦ୍ୟୋଗପତି, ଖଣି ବ୍ୟବସାୟୀ ଇତ୍ୟାଦିଙ୍କ ସ୍ୱାର୍ଥରକ୍ଷାକୁ ଅଧିକ ଗୁରୁତ୍ୱ ଦେଇ ଆସୁଛନ୍ତି । ଓଡ଼ିଆ ଉଦ୍ୟୋଗୀଙ୍କୁ ବରବାଦ କରିବାର ଷଡ଼ଯନ୍ତ୍ରରେ କିଛି ମୁଷ୍ଟିମେୟ ଅଣ ଓଡ଼ିଆ ସରକାର ଏବଂ ପ୍ରଶାସନକୁ ଧରି ଲାହଗିପଡିଛନ୍ତି । ବିଭିନ୍ନ ଆଳରେ ସେମାନଙ୍କ ଉପରେ ଦାଉ ସାଧିଛନ୍ତି ।

ଏହାର ଅନେକ ଉଦାହରଣ ଅତୀତରେ ଦେଖିବାକୁ ମିଳିଛି । ୬ ଜଣ ସୁପରକ୍ଲାସ୍ କଣ୍ଟ୍ରାକ୍ଟରଙ୍କୁ ଜେଲ୍ ରେ ପୂରା ଯାଇଥିଲା । ହାଇଟେକ୍ ଗ୍ରୁପ୍ ମାଲିକ ତିରୁପତି ପାଣିଗ୍ରାହୀ, ମେଟ୍ରୋ ବିଲଡର୍ସ ମାଲିକ ପିୟୂଷ ମହାନ୍ତି, ସମ୍ ହସ୍ପିଟାଲ୍ ମାଲିକ ମନୋଜ ନାୟକଙ୍କୁ ଗିରଫ କରାଯାଇଥିଲା । ଖଣି ବ୍ୟବସାୟ ସହ ସଂପୃକ୍ତ ବରିଷ୍ଠ କଂଗ୍ରେସ ନେତା ନିରଞ୍ଜନ ପଟ୍ଟନାୟକ, ତାଙ୍କ ଭାଇ ଖଣି ବ୍ୟବସାୟୀ ଡି.ଆର.ପଟ୍ଟନାୟକ, ଫାଲକନ୍ ଗ୍ରୁପ୍ ଅଧ୍ୟକ୍ଷ ତାରା ପଟ୍ଟନାୟକ, ଜେଡ୍ ଇଷ୍ଟେଟ୍ ମାଲିକ ତପନ ମହାନ୍ତି, ଡିଏନ୍ ଗ୍ରୁପ୍ ମାଲିକ ଜଗଦୀଶ ନାୟକ, ବଣିକ୍ କୋଚିଂ ଶିକ୍ଷାନୁଷ୍ଠାନ ମୁଖ୍ୟ ସୁବ୍ରତ ଛାଟୋଇଙ୍କ ଘର ଓ ଅଫିସରେ ଆଇଟି ରେଡ୍ ହୋଇଥିଲା । ଇଷ୍ଟର୍ଣ୍ଣ ମିଡିଆ ଅଧ୍ୟକ୍ଷ ସୌମ୍ୟରଂଜନ ପଟ୍ଟନାୟକଙ୍କ ଅଫିସ୍ ଉପରେ କ୍ରାଇମବ୍ରାଞ୍ଚ ରେଡ୍ କରାଯାଇ ତାଙ୍କୁ ହୀନସ୍ତା କରାଯାଇଥିଲା ।

ସମାନ ଢ଼ାଞ୍ଚାରେ ଏବେ କିଟ୍ ପ୍ରତିଷ୍ଠାତା ଅଚ୍ୟୁତ ସାମନ୍ତଙ୍କୁ ଅଣଓଡ଼ିଆ ଷଡ଼ଯନ୍ତ୍ରର ଶିକାର ହେବାକୁ ପଡ଼ିଛି । ବ୍ୟକ୍ତିଗତ ଭାବେ ତାଙ୍କୁ ବଦନାମ କରିବାକୁ ଯାଇ ତାଙ୍କ ଦ୍ୱାରା ପ୍ରତିଷ୍ଠିତ କିଟ୍ ଭଳି ଏକ ସ୍ୱନାମଧନ୍ୟ ଅନ୍ତର୍ଜାତୀୟ ଶିକ୍ଷାନୁଷ୍ଠାନ ଏବଂ କିସ୍ ଭଳି ଆଦିବାସୀ ପିଲାଙ୍କ ଭବିଷ୍ୟତ ଗଢ଼ୁଥିବା ଅନୁଷ୍ଠାନକୁ ତଳିତଳାନ୍ତ କରିବାକୁ ଉଦ୍ୟମ କରାଯାଉଛି । ଦୁର୍ଭାଗ୍ୟକୁ ଅଣଓଡ଼ିଆ ମାଲିକଙ୍କ ହାତରେ ଥିବା କିଛି ମିଡିଆ ସଂସ୍ଥା ଏହି ଚକ୍ରାନ୍ତରେ ପୂରୋଧା ସାଜିଛନ୍ତି । ସେମାନେ ଅଚ୍ୟୁତ ସାମନ୍ତ ଏବଂ ତାଙ୍କ ଦ୍ୱାରା ପ୍ରତିଷ୍ଠିତ କିଟ୍ ଏବଂ କିସ୍ ଅନୁଷ୍ଠାନ ବିରୋଧରେ ମିଛ ପ୍ରଚାର ଚଳାଇ ଛାତ୍ରଛାତ୍ରୀମାନଙ୍କ ମନରେ ଭୟ ସୃଷ୍ଟି କରିବା ସହ ଜନସାଧାରଣଙ୍କୁ ଭ୍ରମିତ କରିବାକୁ ଉଦ୍ୟମ କରୁଛନ୍ତି ।

ଆଜି ଅଚ୍ୟୁତ ସାମନ୍ତଙ୍କୁ ଜମି ହଡ଼ପକାରୀ ଚିତ୍ରଣ କରୁଥିବା ନ୍ୟସ୍ତସ୍ୱାର୍ଥ ଗୋଷ୍ଠୀ ଏବଂ ଗଣମାଧ୍ୟମ, ତାମିଲ ଖଣି ବ୍ୟବସାୟୀ ତଥା ତ୍ରିବେଣୀ ସଂସ୍ଥାର ମାଲିକ ପ୍ରଭାକରନ୍ ଙ୍କ ମାଫିଆ କାରବାର ସମ୍ପର୍କରେ ଚୁପ୍ କାହିଁକି? ଓଡ଼ିଶାର ଖଣିକୁ ଶାଗମାଛ ଦରରେ ଲୁଟି ଚାଲିଥିବା ସଂପୃକ୍ତ ଅଣଓଡ଼ିଆ ବ୍ୟବସାୟୀ ଓଡ଼ିଶାରୁ କେତେ ଲକ୍ଷ କୋଟି ଟଙ୍କା ଲୁଟିଲେଣି ତାହାର ହିସାବ ସରକାର କି ଗଣମାଧ୍ୟମ ପାଖରେ ଅଛି ତ? ସେହିଭଳି ଶ୍ରୀ ଶ୍ରୀ ବିଶ୍ୱବିଦ୍ୟାଳୟ ନାଁରେ ଆଧ୍ୟାତ୍ମିକ ଗୁରୁ ରବିଶଙ୍କରଙ୍କୁ ଭୁବନେଶ୍ୱର-କଟକ ଉପକଣ୍ଠରେ ମାଗଣାରେ ୧ ହଜାର ଏକର ଜମି ଦିଆଯିବା ପଛରେ କାହାର ସ୍ୱାର୍ଥ ରହିଛି ଗଣମାଧ୍ୟମ ତାହାର ଅନୁସନ୍ଧାନ କଲାଣି କି ବୋଲି କଳିଙ୍ଗ ସେନା ଦଳ ସୁପ୍ରମୋ ଶ୍ରୀ ରଥ ପ୍ରଶ୍ନ କରିଛନ୍ତି ।

ଶ୍ରୀ ରଥ ଆହୁରି କହିଛନ୍ତି ଯେ ଓଡ଼ିଶାରେ ଉଦ୍ୟୋଗ ପ୍ରତିଷ୍ଠା କରିବା କିମ୍ବା କୌଣସି ବ୍ୟବସାୟ କରିବା ପାଇଁ ଶିକ୍ଷିତ ଓଡ଼ିଆ ଯୁବକମାନେ ଡରିଲେଣି । ସର୍ବୋପରି ସେମାନଙ୍କ ପାଇଁ ଏଠି ଆଉ ସୁଯୋଗ ନାହିଁ । ଯେମିତି କି କୋଇଲା ଖଣି ଅଞ୍ଚଳ ଅଣଓଡ଼ିଆଙ୍କ ଦଖଲକୁ ଚାଲିଗଲାଣି । ସରକାରଙ୍କ ଅନୁଗ୍ରହରେ ଅଣଓଡ଼ିଆମାନେ ବଡ଼ ବଡ଼ ପ୍ରକଳ୍ପ ନିମନ୍ତେ ଏଠି ମାଗଣା/ ରିହାତି ଦରରେ ଜମି ହାତେଇ ପରବର୍ତ୍ତୀ ସମୟରେ ଏହାକୁ ନିଜର ବ୍ୟକ୍ତିଗତ ବ୍ୟବସାୟରେ ଲଗାଉଛନ୍ତି । ପ୍ରକଳ୍ପ ଘୋଷଣାର ବର୍ଷକ ପୂର୍ବରୁ ସରକାରୀ ଅଧିକାରୀଙ୍କ ସଲାସୁତୁରାରେ ସେମାନେ ଜମି କିଣି ଏଭଳି ବେପାର କରୁଛନ୍ତି । ସେହିଭଳି ଆମ ରାଜ୍ୟର ସବୁସ୍ତରରେ ସବୁ କାମରେ ଅଣଓଡ଼ିଆ ସପ୍ଲାୟର୍ ଙ୍କ ରାଜ୍ ଚାଲିଛି ।

ଏହି ସୁଯୋଗରେ ରାଉରକେଲା, ଝାରସୁଗୁଡ଼ା, ପାରାଦ୍ୱୀପ, ତାଳଚେର, ସୁନ୍ଦରଗଡ଼, କେନ୍ଦୁଝର ଏପରିକି ଭୁବନେଶ୍ୱର ଆଦି ସହରରେ ଅଣଓଡ଼ିଆ ବ୍ୟବସାୟୀଙ୍କ ଦୌରାତ୍ମ୍ୟ ବଢ଼ିଯାଇଛି । ସେହି ସହରଗୁଡ଼ିକ ଅଣଓଡ଼ିଆ ବ୍ୟବସାୟୀଙ୍କ କବଜାକୁ ଚାଲିଯାଇଛି କହିଲେ ଚଳେ । ସେଠାରେ ଓଡ଼ିଆଙ୍କ ସଂଖ୍ୟା ହ୍ରାସ୍ ପାଉଥିବା ବେଳେ ଅଣଓଡ଼ିଆଙ୍କ ସଂଖ୍ୟା ବଢ଼ି ଚାଲିଛି । ଏଥିଯୋଗୁଁ ଓଡ଼ିଆମାନଙ୍କ ଭବିଷ୍ୟତ ଅସୁରକ୍ଷିତ ହୋଇପଡ଼ିଛି । ସେମାନଙ୍କ ପାଇଁ କର୍ମନିଯୁକ୍ତି ସୁଯୋଗ ସଙ୍କୁଚିତ ହୋଇଚାଲିଛି । ଏସବୁ ସତ୍ତ୍ୱେ, ରାଜ୍ୟ ସରକାରଙ୍କ ସେଥିପ୍ରତି ନିଘା ନାହିଁ । ଏହା କି ପ୍ରକାର ଓଡ଼ିଆ ଅସ୍ମିତା ବୋଲି କଳିଙ୍ଗ ସେନା ଦଳର ସୁପ୍ରମୋ ଶ୍ରୀ ରଥ ପ୍ରଶ୍ନ କରିଛନ୍ତି । ଅନ୍ୟ ମାନଙ୍କ ମଧ୍ୟରେ, ଦଳର ସାଧାରଣ ସମ୍ପାଦକ ଇଂ ମନୋଜ ନାୟକ,ହିମାଂଶୁ ନାୟକ, ଇଂ ସ୍ବତୀଶ ରଞ୍ଜନ ସାହୁ ଏବଂ ମୋନାଲିଶା ବିଶ୍ଵାଳ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

କିଟ୍ ରେ ଏନଏଚଆରସି ଟିମ୍

Next Post

“ନିର୍ବାଚନ ୨୦୨୪” ପୁସ୍ତକ ଓଡ଼ିଆ ସାମାଜିକ ଜୀବନରେ ପ୍ରେରକ ହେବ:ଧର୍ମେନ୍ଦ୍ର

Next Post
“ନିର୍ବାଚନ ୨୦୨୪” ପୁସ୍ତକ ଓଡ଼ିଆ ସାମାଜିକ ଜୀବନରେ ପ୍ରେରକ ହେବ:ଧର୍ମେନ୍ଦ୍ର

“ନିର୍ବାଚନ ୨୦୨୪” ପୁସ୍ତକ ଓଡ଼ିଆ ସାମାଜିକ ଜୀବନରେ ପ୍ରେରକ ହେବ:ଧର୍ମେନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA