Friday, June 26, 2026 03:26 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜୁବାବୁ ଓଡ଼ିଆଙ୍କ ହୃଦୟରେ ରହିଛନ୍ତି, ରହିଥିବେ: ନବୀନ

ବିଜୁ ବାବୁଙ୍କ ୧୦୯ ତମ ଜୟନ୍ତୀ ପାଳିତ

by Our Correspondent
05 Mar, 2025- 03:54 PM
in Latest News, News
1 min read
0
ବିଜୁବାବୁ ଓଡ଼ିଆଙ୍କ ହୃଦୟରେ ରହିଛନ୍ତି, ରହିଥିବେ: ନବୀନ

ଭୁବନେଶ୍ୱର: ମହାନ ଜନନାୟକ ବିଜୁ ବାବୁଙ୍କ ୧୦୯ ତମ ଜୟନ୍ତୀ ଆଜି ଶଙ୍ଖ ଭାବନରେ ବିପାଳିତ ହୋଇଥିଲା । ଏହି ଅବସରରେ ଆୟୋଜିତ ସଭାରେ ଉଦବୋଧନ ଦେଇ ବିଜୁ ଜନତା ଦଳ ସଭାପତି ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ କହିଥିଲେ ଯେ ବିଜୁ ବାବୁ ଏ ଦୁଇଟି ଶବ୍ଦ ଶୁଣିଲେ ପ୍ରତି ଓଡିଆଙ୍କ ଛାତି ଗର୍ବରେ ଫୁଲି ଉଠେ । ମନରେ ସାହାସ ଆସେ । ଏବଂ ଆଖି ଆଗରେ ସାହସ ଓ କରୁଣାରେ ପରିପୂର୍ଣ୍ଣ ବିଶାଳ ହୃଦୟ ଥିବା Tall man ଙ୍କ ଛବି ଭାସି ଆସେ। ସେ ଥିଲେ ସାଢେ ଚାରି କୋଟି ଓଡ଼ିଆଙ୍କ ବିଶ୍ୱାସର ସ୍ତମ୍ଭ । ସରକାର ଆସିବ, ଯିବ । କିନ୍ତୁ ବିଜୁ ବାବୁ ସାଢେ ଚାରି କୋଟି ଓଡ଼ିଆଙ୍କ ହୃଦୟ ରେ ରହିଛନ୍ତି ଓ ରହିଥିବେ । ତାଙ୍କ କାମ ପାଇଁ ଓଡ଼ିଆ ଜାତି ସବୁବେଳେ ଗର୍ବ କରୁଛି ଓ କରୁଥିବ ଏବଂ ଭବିଷ୍ୟତ ପିଢ଼ି ପାଇଁ ପ୍ରେରଣା ଯୋଗାଉଥିବ ।

ବିଜୁ ବାବୁଙ୍କ ଜୟନ୍ତୀକୁ ପଂଚାୟତ୍ତିରାଜ ଦିବସ ଭାବରେ ପାଳନ ନ କରିବା ପାଇଁ ସରକାରଙ୍କ ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ରଖି ନବୀନ କହିଥିଲେ ଯେ ଦୁର୍ଭାଗ୍ୟ ର କଥା କ୍ଷମତା କୁ ଆସିବାର ଠିକ ପରେ ପରେ ବିଜେପି ସରକାର ବିଜୁ କ୍ରୀଡା ପୁରସ୍କାର ର ନାମ ବଦଳାଇବାକୁ ଚେଷ୍ଟା କରିଥିଲେ । କିନ୍ତୁ ପ୍ରବଳ ଜନ ପ୍ରତିକ୍ରିୟା ପରେ ନିଷ୍ପତ୍ତି ରୁ ଓହରିଲେ । ଏଵେ ସେହିପରି ସାରା ରାଜ୍ୟରେ ବିଜୁ ବାବୁଙ୍କ ପ୍ରତିମୂର୍ତ୍ତି ଭଙ୍ଗା ଯାଉଛି । କିନ୍ତୁ ଅପରାଧୀଙ୍କୁ ଧରିବା ପାଇଁ ସରକାରଙ୍କ ଆନ୍ତରିକତା ନାହିଁ । ଗତ ତିରିଶ ବର୍ଷ ହେଲା ୧୯୯୩ ରୁ ଓଡିଶାବାସୀ ବିଜୁ ବାବୁଙ୍କ ଜୟନ୍ତୀକୁ ପଂଚାୟତ୍ତିରାଜ ଦିବସ ଭାବରେ ପାଳନ କରି ଆସୁଥିଲେ । କିନ୍ତୁ ଚଳିତ ବର୍ଷ ଏହି ଦିବସ କୁ ଅନ୍ୟ ତାରିଖକୁ ଘୁଞ୍ଚାଇବା ପଛରେ ରହସ୍ୟ କଣ ବୋଲି ପ୍ରଶ୍ନ କରିଛନ୍ତି ।

ଏହାର କଡା ନିନ୍ଦା କରି ସେ କହିଥିଲେ ଯେ ବିଜେପି ସରକାର ଯୋଜନା ଓ ପୁରସ୍କାରର ନାମ, ରଙ୍ଗ ପରିବର୍ତ୍ତନ କରିପାରନ୍ତି । ବରପୁତ୍ର ମାନଙ୍କ ପ୍ରତିମୂର୍ତ୍ତିକୁ ବିକୃତ କରିପାରନ୍ତି । ଉତ୍ସବ ତାରିଖ ବଦଳାଇ ପାରନ୍ତି । କିନ୍ତୁ ବିଜୁ ବାବୁଙ୍କ ପ୍ରତି ଥିବା ଲୋକଙ୍କ ଶ୍ରଦ୍ଧା ଓ ଭଲ ପାଇବାକୁ ନେଇଯାଇ ପାରିବେ ନାହିଁ । ବିଜୁ ବାବୁ ଲୋକଙ୍କ ହୃଦୟ ରେ ଅଛନ୍ତି । ତାକୁ ଆପଣ ପରିବର୍ତ୍ତନ କରି ପାରିବେ କି ବୋଲି ନବୀନ ପ୍ରଶ୍ନ କରିଛନ୍ତି । ଏସବୁ ଘଟଣା ବିଜୁ ବାବୁଙ୍କ ପ୍ରତି ଲୋକ ଙ୍କ ଶ୍ରଦ୍ଧା ଓ ଭଲ ପାଇବାକୁ ଅଧିକ ନିବିଡ଼ କରିଛି ବୋଲି କହିଥିଲେ ।

ପୁରୀ ସ୍ୱର୍ଗଦ୍ୱାରରୁ ବିଜୁ ବାବୁଙ୍କ ସମାଧି ହଟା ଯିବା ବିଷୟ ଉଲେଖ କରି ନବୀନ କହିଥଲେ,  ସ୍ୱର୍ଗଦ୍ୱାରର ପୁନଃବିନ୍ୟାସ ପାଇଁ ବିଜୁ ବାବୁଙ୍କ ସମାଧି ହଟାଇବା ପାଇଁ ସେ ନିଷ୍ପତ୍ତି ନେଇଥଲେ । କାରଣ ଇଟା, ସିମେଣ୍ଟ ଓ କଂକ୍ରିଟ ଆବରଣ ଭିତରେ ନୁହେଁ । ବିଜୁ ବାବୁଙ୍କ ସ୍ଥାନ ଓଡିଶା ବାସୀଙ୍କ ହୃଦୟରେ ।

ପଂଚାୟତ୍ତିରାଜ ଦିବସ ପାଳନ ମାର୍ଚ୍ଚ ୫ ପରିବର୍ତ୍ତେ ଅନ୍ୟ ତାରିଖ କୁ ଘୁଞ୍ଚାଇବା କୁ ନିନ୍ଦା କରି ନବୀନ ପ୍ରଶ୍ନ କରିଛନ୍ତି ଯେ ଏହା କଣ ବିଜୁ ବାବୁଙ୍କ ଲେଗସିକୁ ଲିଭାଇବାକୁ ଏକ ଉଦ୍ୟମ କି?

ତେବେ ଆପଣ କଣ ପାରାଦ୍ୱୀପ ବନ୍ଦର,NTPC,HAL, OUAT,NIT ରାଉରକେଲା ବନ୍ଦ କରିପାରିବେ?

ପଂଚାୟତ୍ତିରାଜ ଅନୁଷ୍ଠାନରେ ମହିଳାଙ୍କ ପାଇଁ ବିଜୁ ବାବୁ ଆରମ୍ଭ କରିଥିବା ସଂରକ୍ଷଣ ବ୍ୟବସ୍ଥାକୁ ଆପଣ କଣ ଉଛେଦ କରିପାରିବେ?

ସ୍ୱାଧୀନତା ସଂଗ୍ରାମରେ ବିଜୁ ବାବୁଙ୍କ ଅବଦାନ କୁ ଆପଣ କଣ ଲିଭାଇ ପାରିବେ?

ବର୍ତ୍ତମାନ ବିଜୁ ପଟନାୟକ international airport ର ନାମ ପରିବର୍ତନ ପାଇଁ ସରକାର ଉଦ୍ୟମ କରୁଛନ୍ତି ବୋଲି ଶ୍ରୀ ପଟ୍ଟନାୟକ କ୍ଷୋଭର ସହ କହିଥିଲେ । କେତେ ଯୋଜନାରୁ ସରକାର ବିଜୁ ବାବୁଙ୍କ ନାମ ହଟାଇ ପାରିବେ ବୋଲି ପ୍ରଶ୍ନ କରିବା ସହ ଏହା ସରକାରଙ୍କ ସଂକୀର୍ଣ୍ଣ ମନୋଭାବ ଓ ଅପରିପକ୍ୱ ରାଜନୀତିର ପରିଚୟ ଦେଉଛି ବୋଲି  ।

ବିଜୁ ବାବୁଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇ ଶ୍ରୀ ପଟ୍ଟନାୟକ କହିଥିଲେ ଯେ ପଦ ପଦବୀ ପାଇଁ ସେ ରାଜନୀତିକୁ ଆସି ନ ଥିଲେ । ଓଡିଶାର ବିକାଶ, ଓଡିଶାର ପୂର୍ବ ଗୌରବ ଓ ଓଡିଆ ସ୍ୱାଭିମାନ ପାଇଁ ତାଙ୍କ committment ତାଙ୍କୁ ରାଜନୀତିକୁ ଆଣିଥିଲା । ଇଣ୍ଡୋନେସିଆର ମୁକ୍ତି ସଂଗ୍ରାମ ହେଉ ବା Unesco Kalinga ପୁରସ୍କାର, ଓଡିଆ ଜାତିର ପରିଚୟକୁ, ସେ ନୂଆ heights କୁ ନେଇଥିଲେ ।

ବିଜୁ ବାବୁ କେବଳ ରାଜ୍ୟ ବା ଜାତୀୟ ସ୍ତରର ନେତା ନ ଥିଲେ ସେ ଜଣେ ବିଶ୍ୱ ନେତା ଥିଲେ । ସେ ଥିଲେ ଦେଶ ର ଗର୍ବ । ତାଙ୍କ ଲେଗସି କୁ ଲିଭାଇବା ସହଜ ନୁହେଁ ବୋଲି କହିଥିଲେ ।

ପଞ୍ଚାୟତ ବ୍ୟବସ୍ଥାକୁ  ସଶକ୍ତ କରିବା ଏବଂ ସେଥିରେ ମା ମାନଙ୍କ ପାଇଁ ୩୩ ପ୍ରତିଶତ ସଂରକ୍ଷଣ କରି ବିଜୁ ବାବୁ ଦେଶରେ ଇତିହାସ ସୃଷ୍ଟି କରିଥିଲେ । କ୍ଷମତାର ବିକେନ୍ଦ୍ରିକରଣ ଉପରେ ସେ ଜୋର ଦେଉଥିଲେ । ସରପଞ୍ଚଙ୍କୁ ସେ ଗାଁର ମୁଖ୍ୟମନ୍ତ୍ରୀ ବୋଲି କହୁଥିଲେ । ଏକ ସଶକ୍ତ ପଂଚାୟତ୍ତିରାଜ ବ୍ୟବସ୍ଥା ପାଇଁ ଏହା ଥିଲା ବିଜୁ ବାବୁଙ୍କ ପ୍ରତିବଦ୍ଧତାର ନିଦର୍ଶନ। ବାସ୍ତବିକ ଏକ ସୁସ୍ଥ ପଞ୍ଚାୟତ ବ୍ୟବସ୍ଥା ହିଁ ଶକ୍ତିଶାଳୀ ଗଣତନ୍ତ୍ରରେ ପରିଚୟ ବୋଲି କହିଥିଲେ ।

ପଞ୍ଚାୟତି ରାଜ ବ୍ୟବସ୍ଥାକୁ ମଜବୁତ୍‌ କରିବାରେ ବିଜୁ ବାବୁଙ୍କ ଅବଦାନକୁ ଅଣଦେଖା କରାଯାଇ ପାରିବ ନାହିଁ ବୋଲି ମତ ଦେଇ ନବୀନ କହିଥିଲେ ଯେ ଏବେ କିଛି ବର୍ଷ ହେଲା କିଛି ଲୋକ ଇତିହାସକୁ ବିକୃତ କରିବା ପାଇଁ ଉଦ୍ୟମ କରୁଛନ୍ତି । କିନ୍ତୁ ଲୋକ ସେମାନଙ୍କୁ କେବେ ସଫଳ ହେବାକୁ ଦେବେ ନାହିଁ । କାରଣ ଇତିହାସ ହେଉଛି ସମୟର ଖୋଲା ପୁସ୍ତକ ଏବଂ ଭବିଷ୍ୟତ ସମସ୍ତଙ୍କ ମୂଲ୍ୟାୟନ ନିରପେକ୍ଷ ଭାବରେ କରିଥାଏ । ବିଜୁବାବୁଙ୍କ ଅବର୍ତମାନରେ ମଧ୍ୟ ତାଙ୍କ ଅତୁଟ ଲୋକପ୍ରିୟତା ଉପରେ ଆଲୋକପାତ କରି ନବୀନ କହିଥିଲେ ସରକାର ଆସିବ, ସରକାର ଯିବ । କିନ୍ତୁ ବିଜୁ ବାବୁ ସବୁଦିନ ପାଇଁ ସବୁ ଓଡିଆଙ୍କ ହୃଦୟରେ ରହିଛନ୍ତି ଓ ରହିଥିବେ ଏବଂ ତାଙ୍କ ଅବଦାନ ପାଇଁ ଓଡିଆ ଜାତି ଗର୍ବ କରୁଥିବ ଏବଂ ଭବିଷ୍ୟତ ପୀଢି ପାଇଁ ପ୍ରେରଣା ଯୋଗାଇ ଚାଲିଥିବ ।

Previous Post

ବିଜୁବାବୁଙ୍କୁ ଛୋଟ ଦେଖାଇବାକୁ ଉଦ୍ୟମ!

Next Post

ବିଜୁ ବାବୁ ଆମ ପ୍ରେରଣା: ମୁଖ୍ୟମନ୍ତ୍ରୀ

Next Post
ବିଜୁ ବାବୁ ଆମ ପ୍ରେରଣା: ମୁଖ୍ୟମନ୍ତ୍ରୀ

ବିଜୁ ବାବୁ ଆମ ପ୍ରେରଣା: ମୁଖ୍ୟମନ୍ତ୍ରୀ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA