Friday, June 26, 2026 02:07 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ବିଜୁବାବୁଙ୍କୁ ଛୋଟ ଦେଖାଇବାକୁ ଉଦ୍ୟମ!

ଏ କି ଓଡ଼ିଆ ଅସ୍ମିତା ?

by Our Correspondent
04 Mar, 2025- 04:41 PM
in Latest News, News
1 min read
0
ବିଜୁବାବୁଙ୍କୁ ଛୋଟ ଦେଖାଇବାକୁ ଉଦ୍ୟମ!

ଭୁବନେଶ୍ୱର: ବିଜୁ ପଟ୍ଟନାୟକ ବଡ଼ ନା ରଘୁବର ଦାସ? ଉତ୍ତର- ରଘୁବର ଦାସ ।

ଏକଥା ଆମେ କହୁନୁ । ମୋହନ ସରକାରଙ୍କ କାର୍ଯ୍ୟକଳାପ ଏହି ଉତ୍ତରକୁ ପରିପୃଷ୍ଟ କରୁଛି । ଓଡ଼ିଆ ଅସ୍ମିତାର ଦ୍ୱାହି ଦେଇ ଶାସନଗାଦିକୁ ଆସିଥିବା ରାଜ୍ୟର ବିଜେପି ସରକାର ଓଡ଼ିଆ ଜାତିର ବୀରପୁରୁଷ ବିଜୁବାବୁଙ୍କ ନାମ ନିଶାନା ଖତମ୍ କରିବାକୁ ବସିଥିବା ବେଳେ ଜଣେ ଓଡ଼ିଆ ଅଫିସରଙ୍କୁ ମାଡ଼ ମାରି ଜୋତା ଚଟେଇଥିବା ପୂର୍ବତନ ରାଜ୍ୟପାଳ ଝାଡ଼ଖଣ୍ଡୀ ରଘୁବରଙ୍କ ପୁଅକୁ ସୁରକ୍ଷା ଦେଇଛନ୍ତି । ସୁତରାଂ ମୋହନ ସରକାରଙ୍କ ପାଇଁ ବିଜୁ ବାବୁ ଛୋଟ, ରଘୁବର ବଡ଼ ବୋଲି ଲୋକଙ୍କ ମଧ୍ୟରେ ଧାରଣା ହେବା ସ୍ୱାଭାବିକ ।

ସ୍ୱର୍ଗତ ବିଜୁ ପଟ୍ଟନାୟକ କିଏ ତାହା ଉଲ୍ଲେଖ କରିବାର ଆବଶ୍ୟକତା ନାହିଁ । ରାଜ୍ୟ ଓ ଦେଶ ପାଇଁ ତାଙ୍କର ଅବଦାନ ସର୍ବଜନବିଦିତ । କୌଣସି ରାଜନୈତିକ ଦଳର ପରିଚୟରେ ଏହି ଦିବଙ୍ଗତ ଉଚ୍ଚାଙ୍ଗ ନେତାଙ୍କୁ ଆବଦ୍ଧ ରଖିବା ଆଉ ସମୀଚୀନ ନୁହେଁ । ବାସ୍ତବରେ ଓଡ଼ିଆ ମାଟିର ସେ ଥିଲେ ଗର୍ବ ଓ ଗୌରବ । ତାଙ୍କର କାର୍ଯ୍ୟ ତାଙ୍କୁ ପ୍ରବାଦ ପୁରୁଷର ଆଖ୍ୟା ଦେଇଛି । ଦଳମତ ନିର୍ବିଶେଷରେ ସବୁ ଓଡ଼ିଆଙ୍କ ହୃଦୟରେ ସେ ସଦାସର୍ବଦା ବିରାଜମାନ । ଏଥିରେ କାହାରି ଦ୍ୱିମତ ନ ରହିବା କଥା ।

ମାତ୍ର ମୋହନ ସରକାରଙ୍କ ଦୃଷ୍ଟିରେ ବିଜୁବାବୁ ବୋଧେ ସେୟା ନୁହଁନ୍ତି, ଯେତିକି କୁହାଯାଉଛି । ତାହା ହୋଇଥିଲେ ଶାସନ ଗାଦିକୁ ଆସୁ ଆସୁ ବିଜୁ ବାବୁଙ୍କ ନାଁରେ ପ୍ରଚଳିତ ସବୁ ସରକାରୀ ଯୋଜନାର ନାଁ ବଦଳି ନ ଥାନ୍ତା । ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା(ବିଏସକେୱାଇ), ବିଜୁ ପକ୍କା ଘର, ବିଜୁ ସେତୁ ଯୋଜନା, ବିଜୁ ଯୁବ ସଶକ୍ତିକରଣ ଯୋଜନା, ବିଜୁ ସହରାଞ୍ଚଳ ବିଦ୍ୟୁତିକରଣ ଯୋଜନା, ବିଜୁ କେବିକେ, ବିଜୁ କନ୍ଧମାଳ ଓ ଗଜପତି ଯୋଜନା ଏବଂ ବିଜୁ ଶିଶୁ ସୁରକ୍ଷା ଯୋଜନାରେ ବ୍ରେକ୍ ଲାଗିଛି । ବିଜୁ ବାବୁଙ୍କ ନାମରେ ନାମିତ ଯୋଜନାଗୁଡ଼ିକୁ ମୋହନ ସରକାର ବରଦାସ୍ତ କରିନାହାନ୍ତି ।

ଏହାପୂର୍ବରୁ ମୋହନ ସରକାର ସର୍ବପ୍ରଥମେ ବିଜୁ ପଟ୍ଟନାୟକଙ୍କ ନାମରେ ନାମିତ ରାଜ୍ୟର ସର୍ବୋଚ୍ଚ କ୍ରୀଡ଼ା ପୁରସ୍କାରର ନାଁ ବଦଳେଇ ଦେଇଥିଲେ । ଓଡ଼ିଶା ରାଜ୍ୟ କ୍ରୀଡ଼ା ସମ୍ମାନ ନାମରେ ଏହାକୁ ନାମିତ କରାଯାଇ ରାଜ୍ୟ କ୍ରୀଡ଼ା ବିଭାଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମାତ୍ର ବିଜେଡି ପକ୍ଷରୁ ଏହାକୁ ପ୍ରବଳ ବିରୋଧ ହେବାରୁ ସରକାର ନିଷ୍ପତ୍ତି ପ୍ରତ୍ୟାହାର କରିବାକୁ ବାଧ୍ୟ ହୋଇଥିଲେ ।

ବାକି ଯେଉଁ ଗୋଟିକରେ ବିଜୁ ବାବୁଙ୍କ ସହ ଲୋକଙ୍କର ଭାବାବେଗ ବେଶୀ ଜଡ଼ିତ ଥିଲା ସେଥିରେ ଚୋଟ ପକେଇଛନ୍ତି ମୋହନ ସରକାର । ବିଜୁବାବୁଙ୍କ ଜନ୍ମ ତାରିଖରୁ ପଞ୍ଚାୟତିରାଜ ଦିବସକୁ ଅଲଗା କରିବାକୁ ନିଷ୍ପତ୍ତି ନେଇଛନ୍ତି । ଏପ୍ରିଲ୍ ୨୪ ଜାତୀୟ ପଞ୍ଚାୟତିରାଜ ଦିବସ ଦିନ ହିଁ ଏଣିକି ଓଡ଼ିଶାରେ ପଞ୍ଚାୟତିରାଜ ଦିବସ ପାଳନ ହେବ ବୋଲି ଗତକାଲି ରାଜ୍ୟ ସରକାର ଘୋଷଣା କରିଛନ୍ତି ।

ସୂଚନାଥାଉକି, ପ୍ରତିବର୍ଷ ବିଜୁ ବାବୁଙ୍କ ଜନ୍ମ ଦିନ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିଲା । ଓଡ଼ିଶାରେ ପ୍ରାୟ ତିନି ଦଶନ୍ଧି ଧରି ଏହା ପାଳିତ ହୋଇ ଆସୁଥିଲା । ୨୦୨୦ ମସିହାରୁ ଏହି ଦିନକୁ ସରକାରୀ ଛୁଟି ଘୋଷଣା କରାଯାଇଥିଲା । ଚଳିତବର୍ଷର ସରକାରୀ କ୍ୟାଲେଣ୍ଡରରେ ମଧ୍ୟ ମାର୍ଚ୍ଚ ୫ ତାରିଖ ପଞ୍ଚାୟତିରାଜ ଦିବସ ଭାବେ ଅପରିବର୍ତ୍ତିତ ଥିଲା । ସେହିଦିନ ସରକାରୀ ଛୁଟି ମଧ୍ୟ ଅପରିବର୍ତ୍ତିତ ଥିଲା ।

ଗତକାଲି ସଂଧ୍ୟା ପର୍ଯ୍ୟନ୍ତ ପୂର୍ବ ନିଷ୍ପତ୍ତି କାଏମ୍ ଥିଲା । ମାତ୍ର ପଞ୍ଚାୟତିରାଜ ଦିବସ ପାଳନ ପାଇଁ ସରକାରଙ୍କ ପକ୍ଷରୁ କୌଣସି ନିର୍ଦ୍ଦେଶନାମା ଜାରି ହୋଇ ନ ଥିଲା । ସରକାର କ’ଣ କରିବେ ନ କରିବେ ଦୋ ଦୋ ପାଞ୍ଚରେ ଥିଲେ । ସରକାରଙ୍କ ଏହି ମତିଗତି ଜାଣି ଅପରାହ୍ନରେ ବିଜେଡି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀରେ ସରକାରଙ୍କ ଅଭିପ୍ରାୟକୁ ପ୍ରଶ୍ନ କରାଯାଇଥିଲା । ତେବେ ରାତିରେ ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ସରକାରଙ୍କ ନିଷ୍ପତ୍ତି ଘୋଷଣା ହୋଇଥିଲା ।

ଏହି ନିଷ୍ପତ୍ତି ପୂର୍ବପ୍ରସ୍ତୁତ ନ ଥିଲା ବୋଲି ମଧ୍ୟ ଜଣାପଡୁଛି । କାରଣ ମୁଖ୍ୟମନ୍ତ୍ରୀଙ୍କ ଅଫିସ ପକ୍ଷରୁ ଜାରି ପ୍ରଥମ ପ୍ରେସ୍ ରିଲିଜ୍ ରେ ଭୁଲ୍ ତଥ୍ୟ ଦିଆଯାଇଥିଲା । ଓଡ଼ିଶାରେ ୨୦୨୦ ମସିହାରୁ ୫ ମାର୍ଚ୍ଚ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରାଯାଉଥିବା ସେଥିରେ ଉଲ୍ଲେଖ କରାଯାଇଥିଲା । ତେବେ ତାହା ଭୁଲ୍ ବୋଲି ଜାଣିଲା ପରେ ସଂଶୋଧିତ ପ୍ରେସ୍ ରିଲିଜ୍ ଜାରି କରାଯାଇଥିଲା ।

ରାଜ୍ୟ ସରକାରଙ୍କ ଏହି ନିଷ୍ପତ୍ତିକୁ ବିଜେଡି ପ୍ରବଳ ବିରୋଧ କରିଛି । ଦଳର ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ପ୍ରସାଦ ମିଶ୍ର ଏବଂ ମିଡିଆ ସଂଯୋଜକ ପ୍ରତାପ ଜେନା ଏହାକୁ ଦୃଢ଼ ଭାବରେ ନିନ୍ଦା କରିବା ସହ ନିଷ୍ପତ୍ତି ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଛନ୍ତି । ନଚେତ୍ ବିଜେଡି ରାଜରାସ୍ତାରେ ଆନ୍ଦୋଳନ କରିବ ବୋଲି ଚେତାବନୀ ଦେଇଛନ୍ତି । ବିଜୁ ବାବୁଙ୍କ ଭଳି ଜଣେ ରାଷ୍ଟ୍ରନୀତିଜ୍ଞ, ସ୍ୱାଧିନତା ସଂଗ୍ରାମୀ ଏବଂ ପ୍ରବାଦ ପୁରୁଷଙ୍କୁ ପ୍ରତି ବିଜେପିର ଏହା ହୀନମନ୍ୟତା ବୋଲି କହିଛନ୍ତି ।

ଶ୍ର୍ରୀ ମିଶ୍ର କହିଛନ୍ତି, ଦେଶରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥା ପ୍ରତିଷ୍ଠାର ମୁଖ୍ୟ କର୍ଣ୍ଣଧାର ଥିଲେ ବିଜୁ ପଟ୍ଟନାୟକ । ଡ. ବଳବନ୍ତରାୟ ମେହେଟ୍ଟାଙ୍କୁ ଦେଶରେ ପଞ୍ଚାୟତିରାଜ ବ୍ୟବସ୍ଥାର ଜନକ କୁହାଯାଉଥିବା ବେଳେ ଏହି ବ୍ୟବସ୍ଥାକୁ ସୁଦୃଢ଼ ତଥା ସଫଳ ରୂପାୟନ କରିବା କ୍ଷେତ୍ରରେ ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ଅବଦାନ ଅତୁଳନୀୟ । ୧୯୬୧ ମସିହାରେ ରାଜ୍ୟର ମୁଖ୍ୟମନ୍ତ୍ରୀ ଭାବେ ଦାୟିତ୍ୱ ନେବା ପରେ ବିଜୁବାବୁ ପଞ୍ଚାୟତିରାଜ ବ୍ୟବସ୍ଥା ମାଧ୍ୟମରେ ଗ୍ରାମାଞ୍ଚଳରେ ମାନବ ସମ୍ବଳ ଓ କୁଟୀର ଶିଳ୍ପ ବିକାଶ ଦିଗରେ କାର୍ଯ୍ୟ ଆରମ୍ଭ କରିଥିଲେ । ୧୯୯୦ ମସିହାରେ ଦ୍ୱିତୀୟ ଥର ପାଇଁ ମୁଖ୍ୟମନ୍ତ୍ରୀ ହେବା ପରେ ରାଜ୍ୟରେ ତ୍ରିସ୍ତରୀୟ ପଞ୍ଚାୟତିରାଜ ବ୍ୟବସ୍ଥାର ମୂଳଦୁଆ ପକାଇଥିଲେ ଏବଂ ଜିଲ୍ଲା ପରିଷଦ, ପଞ୍ଚାୟତ ସମିତି ଓ ଗ୍ରାମ ପଞ୍ଚାୟ ବ୍ୟବସ୍ଥା ପ୍ରବର୍ତ୍ତନ କରିବା ପାଇଁ ରାଜ୍ୟ ବିଧାନସଭାରେ ବିଲ୍ ପାରିତ କରିଥିଲେ ।

ବିଜୁ ବାବୁଙ୍କର ଏହି ନିଷ୍ପତ୍ତି ୧୯୯୨ ମସିହାରେ ସମ୍ବିଧାନର ୭୪ତମ ସଂଶୋଧନ ମାଧ୍ୟମରେ ସମଗ୍ର ଦେଶରେ କାର୍ଯ୍ୟକାରୀ କରାଯାଇଥିଲା । ବିଜୁବାବୁଙ୍କ ଦୂରଦର୍ଶୀ ନିଷ୍ପତ୍ତି ଫଳରେ ଏହି ବ୍ୟବସ୍ଥାରେ ମହିଳାଙ୍କ ପାଇଁ ଏକ ତୃତୀୟାଂଶ ସ୍ଥାନ ସଂରକ୍ଷଣ ବ୍ୟବସ୍ଥା ହୋଇପାରିଥିଲା । ତାଙ୍କର ଏହି ଅବଦାନକୁ ସ୍ମରଣୀୟ କରିବା ପାଇଁ ବିଜୁବାବୁଙ୍କ ଜନ୍ମଦିନ ମାର୍ଚ୍ଚ ୫ ତାରିଖକୁ ପଞ୍ଚାୟତିରାଜ ଦିବସ ଭାବେ ପାଳନ କରା ହୋଇଆସୁଛି ।ବିଜୁବାବୁଙ୍କ ଭଳି ଜଣେ ରାଷ୍ଟ୍ରନୀତିଜ୍ଞ, ଯିଏ ୩ଟି ଦେଶର ସ୍ୱାଧୀନତା ସଂଗ୍ରାମରେ ଅଂଶଗ୍ରହଣ କରିଥିଲେ ଏବଂ ଯାହାଙ୍କ ମରଶରୀରରେ ୩ଟି ଦେଶର ଜାତୀୟ ପତାକା ଶୋଭା ପାଉଥିଲା, ସେଭଳି ଜଣେ ବ୍ୟକ୍ତିତ୍ୱଙ୍କ ଅବଦାନକୁ ସମ୍ମାନ ଜଣାଇବାରେ କୁଣ୍ଠାବୋଧ କରିବା ରାଜ୍ୟ ବିଜେପି ସରକାରଙ୍କ ଅସୂୟାଭାବ ଓ ହୀନମନ୍ୟତାର ପରିଚୟ ବୋଲି ଶ୍ରୀ ମିଶ୍ର କହିଛନ୍ତି ।

ତେବେ ରାଜ୍ୟ ସରକାରଙ୍କ ପକ୍ଷରୁ ଏ ନେଇ କୌଣସି ପ୍ରତିକ୍ରିୟା ଆସିନାହିଁ ।

Previous Post

ରକ୍ତ କୋଷିକା ଉପାଦାନ ସଂଗ୍ରହ ଉପରେ ଗୁରୁତ୍ୱ ଦିଅ

Next Post

ବିଜୁବାବୁ ଓଡ଼ିଆଙ୍କ ହୃଦୟରେ ରହିଛନ୍ତି, ରହିଥିବେ: ନବୀନ

Next Post
ବିଜୁବାବୁ ଓଡ଼ିଆଙ୍କ ହୃଦୟରେ ରହିଛନ୍ତି, ରହିଥିବେ: ନବୀନ

ବିଜୁବାବୁ ଓଡ଼ିଆଙ୍କ ହୃଦୟରେ ରହିଛନ୍ତି, ରହିଥିବେ: ନବୀନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA