Friday, June 5, 2026 07:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମିଶନ ଶକ୍ତି ପକ୍ଷରୁ ସିନ୍ଦୂର ଯାତ୍ରା

by Our Correspondent
16 May, 2025- 11:22 PM
in Latest News, News
1 min read
0
ମିଶନ ଶକ୍ତି ପକ୍ଷରୁ ସିନ୍ଦୂର ଯାତ୍ରା
Spread the love

ଭୁବନେଶ୍ୱର: ଅପରେସନ ସିନ୍ଦୁରର ସଫଳତା ପାଳନ ଅବସରରେ ଭୁବନେଶ୍ୱରର ମାଷ୍ଟରକ୍ୟାଣ୍ଟିନ ଠାରେ ଆୟୋଜିତ ସିନ୍ଦୂର ଯାତ୍ରାରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଯୋଗଦେଇ ଅପରେସନ ସିନ୍ଦୂର କେବଳ ଏକ ନାମ ନୁହେଁ, ଭାରତୀୟ ସେନାର ସାହସ ଓ ନାରୀ ସମ୍ମାନର ଏହା ଏକ ଅଭିନବ ସମାହାର। ଆମର ବୀର ଯବାନମାନଙ୍କୁ ଏହି ପଦଯାତ୍ରା ଦ୍ଵାରା ଆମେ ସ୍ମରଣ କରୁଛୁ ବୋଲି କହିଥିଲେ।

ସୂଚନାଯୋଗ୍ୟଯେ, ରାଜ୍ୟରେ ମହିଳା ସଶକ୍ତିକରଣ ପାଇଁ ଉଦ୍ଧିଷ୍ଟ ମିଶନ ଶକ୍ତି ବିଭାଗ ଦ୍ୱାରା ମୁଖ୍ୟତଃ ମହିଳା ମାନଙ୍କୁ ନେଇ ଆୟୋଜିତ ଏହି ପଦଯାତ୍ରା ମାଷ୍ଟରକ୍ୟାଣ୍ଟିନ ରୋଡ଼ ଠାରୁ ଆରମ୍ଭ ହୋଇ ରମାଦେବୀ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିଲା ।

ଏହି ପଦଯାତ୍ରାରେ ହଜାର ହଜାର ସଂଖ୍ୟାରେ ମହିଳା ଯୋଗ ଦେଇଥିବା ବେଳେ, ଭାରତୀୟ ନୌସେନାର ସର୍ଜେଣ୍ଟ୍ ଲେଫ୍ଟେନାଣ୍ଟ୍ କମାଣ୍ଡର, ଅନନ୍ୟା ଦଳବେହେରା, ଓ ପେହେଲଗାଓଁ ଠାରେ ସହିଦ୍ ହୋଇଥିବା ପ୍ରଶାନ୍ତ ଶତପଥୀଙ୍କ ଧର୍ମପତ୍ନୀ ଶ୍ରୀମତୀ ପ୍ରିୟଦର୍ଶିନୀ ଆଚାର୍ଯ୍ୟ ଉପସ୍ଥିତ ରହି ଏହି ଅପରେସନ ସିନ୍ଦୁର ସଫଳତାର ପଦଯାତ୍ରାରେ ଭାଗ ନେଇଥିଲେ ।

ଏହି ଅବସରରେ ମୁଖ୍ୟମନ୍ତ୍ରୀ ନିଜ ଅଭିଭାଷଣରେ କହିଥିଲେଯେ, ଭାରତୀୟ ନାରୀଟିଏ ମଥାରେ ସିନ୍ଦୁର ପିନ୍ଧିଲା ସମୟରେ ଏହା ସଂକଳ୍ପ ନେଇଥାଏ ଯେ ସେ ନିଜ ସ୍ୱାମୀ ଓ ପରିବାର ପାଇଁ ସମସ୍ତ ବାଧାବିଘ୍ନକୁ ସହି ଏକ ସୁଦୃଢ଼ କବଚ ଭାବେ ସୁରକ୍ଷା ଦେବ। ସିନ୍ଦୁରର ରଙ୍ଗ ନାଲି। ଏହି ନାଲି ରଙ୍ଗ ବିଜୟର ପ୍ରତୀକ ଏବଂ ବିପଦର ମଧ୍ୟ ପ୍ରତୀକ। ଯଶସ୍ୱୀ ପ୍ରଧାନମନ୍ତ୍ରୀ ମୋଦୀଜୀ ଏହି ସିନ୍ଦୁରର ନାଲି ରଙ୍ଗକୁ ଶତୃମାନଙ୍କ ପାଇଁ ବିପଦ ଏବଂ ଭାରତବାସୀଙ୍କ ପାଇଁ ବିଜୟର ସଂକେତ ଦେଇ, ଏହି ମିଶନର ନାଁ ଅପରେସନ୍ ସିନ୍ଦୁର ରଖିଛନ୍ତି।

ଯେପରି ସିନ୍ଦୂର ପ୍ରତ୍ୟେକ ଭାରତୀୟ ନାରୀଙ୍କର ଗର୍ବ ଓ ଗୌରବ ସେପରି ଆମ ଭାରତୀୟ ଯବାନ ଆମ ସମସ୍ତଙ୍କ ପାଇଁ ଗର୍ବ ଓ ଗୌରବ। ଆମ ଯବାନମାନଙ୍କର ଅଭୁତପୂର୍ବ ପରାକ୍ରମ ଓ ଶୌର୍ଯ୍ୟ ପାଇଁ ମୁଁ ସେମାନଙ୍କୁ ଅଶେଷ ଅଶେଷ ଅଭିନନ୍ଦନ ଜଣାଉଛି। ଆଜିର ଏହି ଯାତ୍ରା କେବଳ ଏକ ପଦଯାତ୍ରା ନୁହେଁ, ଏହା ହେଉଛି ମାତୃଭୂମି ପ୍ରତି ଆମର ସମର୍ପଣ, ସାହସ ଓ ଶକ୍ତିର ନିଦର୍ଶନ ବୋଲି ସେ କହିଥିଲେ।

ସେ ପୁଣି କହିଥିଲେଯେ, ଆପଣମାନେ କର୍ଣ୍ଣେଲ ସୋଫିଆ କ୍ୟୁରେସି ଓ ୱିଙ୍ଗ କମାଣ୍ଡର ଭ୍ୟୋମିକା ସିଂହଙ୍କୁ ଟେଲିଭିଜନରେ ଦେଖିଥିବେ। ଉଭୟ ଆଜି ବନି ଯାଇଛନ୍ତି ଭାରତୀୟ ନାରୀ ଶକ୍ତିର ପ୍ରତୀକ । ଆମ ସେନା ବାହିନୀର ନାରୀ ଶକ୍ତିର ସାହସ, ବୁଦ୍ଧିମତା ଓ ଦୃଢ଼ ସଂକଳ୍ପର ଏକ ଉଦାହରଣ ଆଜି ମୁଁ ଆପଣମାନଙ୍କ ମଧ୍ୟରେ ଦେଖିପାରୁଛି। ଓଡ଼ିଶା ସରକାର ଓ ଓଡ଼ିଶାର ଜନସାଧାରଣ ଏବେ ନାରୀଶକ୍ତିକୁ ଆଗରେ ରଖୁଛନ୍ତି | ବିଭିନ୍ନ କ୍ଷେତ୍ରରେ ନାରୀମାନଙ୍କ ବିକାଶ ପାଇଁ ଆମେ ଅନେକ ଯୋଜନା ଓ ସୁଯୋଗ ସୃଷ୍ଟି କରିଛୁ, ଯାହା ଦ୍ୱାରା ଆପଣମାନେ ଆପଣଙ୍କ ଶକ୍ତିକୁ ପରିପ୍ରକାଶ କରିପାରିବେ।

ଉକ୍ତ କାର୍ଯ୍ୟକ୍ରମରେ ବାଚସ୍ପତି ଶ୍ରୀମତୀ ସୁରମା ପାଢୀ, ଉପ-ମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡା, ନର୍ଲା ବିଧାୟିକା, ଶ୍ରୀମତୀ ମନୋରମା ମହାନ୍ତି, ହିନ୍ଦୋଳ ବିଧାୟିକା, ଶ୍ରୀମତୀ ସୀମା ନାୟକ, ଅତିରିକ୍ତ ମୁଖ୍ୟ ଶାସନ ସଚିବ ତଥା ଉନ୍ନୟନ କମିଶନର ଶ୍ରୀମତୀ ଅନୁ ଗର୍ଗ, କମିଶନର ତଥା ଶାସନ ସଚିବ, ମିଶନ ଶକ୍ତି, ଶ୍ରୀମତୀ ଶାଳିନୀ ପଣ୍ଡିତ, ମିଶନ ଶକ୍ତି ନିର୍ଦ୍ଦେଶିକା, ମୋନିକା ପ୍ରିୟଦର୍ଶିନୀ, ସମାଜସେବୀ ଶ୍ରୀମତୀ ପିଙ୍କି ପ୍ରଧାନ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ମିଡିଆ ହାଉସ୍ ରେ କାଷ୍ଟିଂ କାଉଚ୍!

Next Post

ମୋହନ ପ୍ରଶାସନରେ କେଁ କଟର!

Next Post
ମୋହନ ପ୍ରଶାସନରେ କେଁ କଟର!

ମୋହନ ପ୍ରଶାସନରେ କେଁ କଟର!

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA