Wednesday, June 24, 2026 08:31 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୧୭ ରେ ଓଡ଼ିଶା ବନ୍ଦ ଡାକରା

ଏକଜୁଟ୍ ହେଲେ ୮ ବିରୋଧୀ ଦଳ

by Our Correspondent
15 Jul, 2025- 09:20 PM
in Latest News, News
1 min read
0
୧୭ ରେ ଓଡ଼ିଶା ବନ୍ଦ ଡାକରା

ଭୁବନେଶ୍ୱର: ଫକୀରମୋହନ ମହାବିଦ୍ୟାଳୟର ଛାତ୍ରୀ ସୌମ୍ୟାଶ୍ରୀ ବିଶିଙ୍କ ମୃତ୍ୟୁ ଆତ୍ମହତ୍ୟା ନୁହେଁ, ଏହା ଏକ ବ୍ୟବସ୍ଥାକୃତ ହତ୍ୟା ବୋଲି ମିଳିତ ବିରୋଧୀ ଦଳ ତରଫରୁ ରାଜ୍ୟ କୁହାଯାଇଛି। ଏହି ଦୁଃଖଦ ଏବଂ ଦୁର୍ଭାଗ୍ୟଜନକ ଘଟଣାର ସତ୍ୟାସତ୍ୟ ଅନୁସନ୍ଧାନ ପାଇଁ ଉଚ୍ଚ ନ୍ୟାୟାଳୟର ଜଣେ କାର୍ଯ୍ୟରତ ବିଚାରପତିଙ୍କ ଦ୍ବାରା ନ୍ୟାୟିକ ତଦନ୍ତ କରାଯାଉ। ନୈତିକତା ଦୃଷ୍ଟିରୁ ଉଚ୍ଚ ଶିକ୍ଷା ମନ୍ତ୍ରୀ, ବାଲେଶ୍ଵର ସାଂସଦ ଏବଂ ବାଲେଶ୍ବର ବିଧାୟକ ଇସ୍ତଫା ଦିଅନ୍ତୁ। ବାଲେଶ୍ଵର ସାଂସଦ, ବିଧାୟକ, ଜିଲ୍ଲାପାଳ ଏବଂ ଏସପିଙ୍କୁ ତଦନ୍ତ ପରିସରଭୁକ୍ତ କରାଯାଉ। ଏହି ଘଟଣାରେ ସମଗ୍ର ରାଜ୍ୟ ସ୍ତମ୍ଭିଭୂତ ହୋଇ ଯାଇଛି। ଉପରୋକ୍ତ ଦାବି ଉପରେ ମହିଳା ସୁରକ୍ଷା ପାଇଁ ଶହୀଦ ଛାତ୍ରୀଙ୍କ ସ୍ମୃତିରେ ୧୭ ଜୁଲାଇରେ ଓଡ଼ିଶା ବନ୍ଦକୁ ଜନସାଧାରଣ ସମର୍ଥନ ଦେଇ ସଫଳ କରିବା ପାଇଁ ବିରୋଧୀ ଦଳମାନେ ନିବେଦନ କରିଛନ୍ତି। ବିଜେପିର କୁଶାସନ ବିରୋଧରେ ରାଜ୍ୟର ସମସ୍ତ ସମଭାବାପନ୍ନ ଦଳ ଏବଂ ସଂଗଠନ ମାନେ ଏକାଠି ହୋଇ ଏହି ବନ୍ଦକୁ ସଫଳ କରିବା ପାଇଁ ଆହ୍ଵାନ ଦିଆଯାଇଛି। ତିନି ଦିନ ଧରି ସମଗ୍ର ରାଜ୍ୟରେ କ୍ୟାଣ୍ଡେଲ୍ ଶୋଭାଯାତ୍ରା ଓ ଶ୍ରଦ୍ଧାଞ୍ଜଳି ସଭା ଅୟୋଜନ କରାଯିବ ।

ଛାତ୍ର-ଛାତ୍ରୀଙ୍କ ମନ୍ଦିର ହେଉଛି ଶିକ୍ଷାନୁଷ୍ଠାନ। ସେଠାରେ ଛାତ୍ର ଛାତ୍ରୀଙ୍କର ନିରାପତ୍ତା ନାହିଁ। ଭୟଙ୍କର ଦୁର୍ନୀତି, ଜାଲିଆତି, ପାତର ଅନ୍ତର, ମାର୍କ ପାଇଁ ମାନସିକ ଚାପ, କ୍ୟାରିୟର ପାଇଁ ଯୌନ ନିର୍ଯାତନା ଭଳି ଘଟଣା ଘଟିବା ଅତ୍ୟନ୍ତ ଉଦବେଗଜନକ ଏବଂ ଚିନ୍ତାଜନକ। ସମଗ୍ର ବ୍ୟବସ୍ଥାରେ ଦୁର୍ନୀତି କର୍କଟ ରୋଗ ଭଳି ଗ୍ରାସ କରିଛି। ସରକାରୀ ଶିକ୍ଷାନୁଷ୍ଠାନ ଠାରୁ ଘରୋଇ ଶିକ୍ଷାନୁଷ୍ଠାନର ସ୍ଥିତି ଆହୁରି ଭୟଙ୍କର। ବ୍ୟାବସାୟିକ ଶିକ୍ଷାନୁଷ୍ଠାନ ମାନେ ପ୍ରାଇଭେଟ୍ ଗୁଣ୍ଡା ବାହିନୀ ରଖିଛନ୍ତି। କିଟ୍ ବିଶ୍ଵବିଦ୍ୟାଳୟ ହଷ୍ଟେଲରେ ଘଟିଥିବା ନେପାଳୀ ଛାତ୍ରୀଙ୍କ ଆତ୍ମହତ୍ୟା ଏବଂ ପୁଣି ଗୁଣ୍ଡା ବାହିନୀ ଦ୍ଵାରା ନେପାଳୀ ଛାତ୍ରଛାତ୍ରୀଙ୍କୁ ପାଶବିକ ଆକ୍ରମଣ ଘଟଣାରେ ମୋହନ ସରକାର କିଟ୍ ବିଶ୍ଵବିଦ୍ୟାଳୟ କର୍ତ୍ତୃପକ୍ଷଙ୍କ ବିରୋଧ ରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କଲେ ନାହିଁ ।

ସରକାରଙ୍କ ଉଦାସୀନତା ଯୋଗୁଁ କ୍ୟାମ୍ପସ ଗୁଡ଼ିକରେ ମାନସିକ ନିର୍ଯାତନା, ଯୌନ ନିର୍ଯାତନା ଏବଂ ମାଫିଆ ରାଜ କାର୍ଯ୍ୟ ଅଧିକ ବଳବତ୍ତର ହୋଇଛି। ଫକୀର ମୋହନ ମହାବିଦ୍ୟାଳୟ ଘଟଣା ଏହି ଘୃଣ୍ୟ କାର୍ଯ୍ୟର ଏକ ପ୍ରତିଫଳନ ମାତ୍ର ବୋଲି ବିରୋଧୀ ଦଳ ମାନେ କହିଛନ୍ତି।

ଏହି କେଳେଙ୍କାରୀ ସାଙ୍ଗକୁ ମାଲକାନାଗିରିରେ ସାମ୍ୱାଦିକଙ୍କୁ ହତ୍ୟା, ଗଞ୍ଜାମ ଜିଲ୍ଲାରେ ପୁଣି ମହିଳାଙ୍କୁ ଗଣ ଦୁଷ୍କର୍ମ, ଗୋପାଳପୁରରେ ଯୁବତୀଙ୍କୁ ଗଣଦୁଷ୍କର୍ମ, ଧରାକୋଟରେ ଦଳିତଙ୍କ ଉପରେ ପାଶବିକ ଅତ୍ୟାଚାର, ଶିମିଳିପାଳ ଅଭୟାରଣ୍ୟରେ ଜଙ୍ଗଲ ବିଭାଗ କର୍ମଚାରୀଙ୍କ ଦ୍ବାରା ଆଦିବାସୀ ମହିଳାଙ୍କ ଉପରେ ଯୌନ ନିର୍ଯାତନା, ମାଲକାନଗିରିରେ ଖ୍ରୀଷ୍ଟିଆନ ସମ୍ପ୍ରଦାୟଙ୍କ ଉପରେ ଆକ୍ରମଣ, ରାଜ୍ୟ ତମାମ୍ ବଙ୍ଗଳା ଭାଷାଭାଷୀ ନାଗରିକଙ୍କୁ ଅଯଥା ଗିରଫ ଓ ଡିଟେନସନ, ବିଏମସି ଅଧିକାରୀଙ୍କ ଉପରେ ବିଜେପି କର୍ମୀ ମାନେ ବର୍ବର ଆକ୍ରମଣ କରିବା, ନୀଳଗିରି ବିଧାୟକଙ୍କ ମହିଳା ନେତ୍ରୀଙ୍କ ପ୍ରତି ଅଶାଳୀନ ମନ୍ତବ୍ୟ, ରଥଯାତ୍ରା ପରିଚାଳନାରେ ଅବହେଳା ଯୋଗୁଁ ଶ୍ରଦ୍ଧାଳୁଙ୍କ ମୃତ୍ୟୁ ଓ ଅନେକ ଗୁରୁତର ଭାବେ ଆହତ ଇତ୍ୟାଦି ସମସ୍ତ ଘଟଣାରେ ମୋହନ ସରକାରଙ୍କ ବିଫଳତା, ବ୍ୟର୍ଥତା, ଅପାରଗତା ପ୍ରମାଣିତ ହୋଇଛି।
ରାଜ୍ୟରେ ଜଙ୍ଗଲରାଜ ଚାଲିଛି। ସମଗ୍ର ପୁଲିସ୍ ବିଭଗ ସ୍ଥାଣୁ ପାଲଟିଛି। ଓଡ଼ିଶା ରାଜ୍ୟ ବର୍ତ୍ତମାନ୍ ଅପରାଧୀଙ୍କ ଚରାଭୂଇଁ ହୋଇଛି। ମୋହନ ମାଝୀ ସରକାର ଶାସନ କରିବାର ସମସ୍ତ ନୈତିକ ଅଧିକାର ହରାଇଛନ୍ତି ବୋଲି ମିଳିତ ବିରୋଧୀ ଦଳ ଏକ ପ୍ରେସ ବିଜ୍ଞପ୍ତିରେ ପ୍ରକାଶ କରିଛନ୍ତି। ବିଜେପି ଶାସନର ଜଙ୍ଗଲରାଜ ବିରୋଧରେ ମହିଳା, ଛାତ୍ରୀ, ଶିଶୁ, ବରିଷ୍ଠ ନାଗରିକ, ଦଳିତ, ଆଦିବାସୀ ଏବଂ ସଂଖ୍ୟାଲଘୁ ସମ୍ପ୍ରଦାୟର ନିରାପତ୍ତା, ସାମାଜିକ ସୁରକ୍ଷା, ସାମ୍ବିଧାନିକ ଅଧିକାର ଏବଂ ମାନବିକ ଅଧିକାର ପାଇଁ ୧୭ ଜୁଲାଇ ରେ ଓଡ଼ିଶା ବନ୍ଦ ପାଳନ କରାଯିବ।

ଆଜି ପୂର୍ବାହ୍ନ କଂଗ୍ରେସ ଭବନରେ ଅନୁଷ୍ଠିତ ମିଳିତ ସାମ୍ୱାଦିକ ସମ୍ମିଳନୀରେ ରେ କଂଗ୍ରେସ ଦଳ ତରଫରୁ ରାଜ୍ୟ ସଭାପତି ଭକ୍ତ ଚରଣ ଦାସ, କଂଗ୍ରେସ ବିଧାୟକ ଦଳର ନେତା ରାମଚଂଦ୍ର କାଡାମ୍, ସି ପି ଆଇ ରାଜ୍ୟ ସମ୍ପାଦକ ଆଶିଷ କାନୁନଗୋ, ସି ପି ଆଇ (ଏମ୍) ରାଜ୍ୟ ସମ୍ପାଦକ ସୁରେଶ ଚନ୍ଦ୍ର ପାଣିଗ୍ରାହୀ, ସି ପି ଆଇ (ଏମ୍ ଏଲ)- ଲିବେରେସନ୍ ରାଜ୍ୟ ସମ୍ପାଦକ ଯୁଧିଷ୍ଠିର ମହାପାତ୍ର, ଅଲ୍ ଇଣ୍ଡିଆ ଫରୱାର୍ଡ ବ୍ଲକ୍ ରାଜ୍ୟ ସାଧାରଣ ସମ୍ପାଦକ,ଜ୍ୟୋତି ରଞ୍ଜନ ମହାପାତ୍ର, ଏନ୍ ସି ପି ରାଜ୍ୟ ସଭାପତି ବିକ୍ରମ ସ୍ବାଇଁ, ଏସ ପି ରାଜ୍ୟ ସାଧାରଣ ସମ୍ପାଦକ ପ୍ରତାପ ବାରିକ, ଆର୍ ଜେ ଡି ରାଜ୍ୟ ସାଧାରଣ ସମ୍ପାଦକ ହେମନ୍ତ କୁମାର ପ୍ରମୁଖ ରାଜ୍ୟ ନେତୃବୃନ୍ଦ ଉପସ୍ଥିତ ଥିଲେ । ଏହା ସହିତ ଅନ୍ୟମାନଙ୍କ ମଧ୍ୟ ରେ ପୂର୍ବତନ ବିଧାୟକ ଏନ୍ ନାରାୟଣ ରେଡ୍ଡୀ, ଅରବିନ୍ଦ ଦାସ, ଜୟନ୍ତ ଦାସ, ଶିଶିର ହୁଇ, ଯମେଶ୍ୱର ସାମନ୍ତରା, ବଦ୍ରି ନାରାୟଣ ଦାଶ, ମହେନ୍ଦ୍ର ପରିଡ଼ା ପ୍ରମୁଖ ନେତୃବୃନ୍ଦ ଉପସ୍ଥିତ ଥିଲେ।

Previous Post

ମଲା ପରେ କି ନ୍ୟାୟ??

Next Post

ବିଜେଡିକୁ ବଳ ଦେଖାଇଲା ପୁଲିସ

Next Post
ବିଜେଡିକୁ ବଳ ଦେଖାଇଲା ପୁଲିସ

ବିଜେଡିକୁ ବଳ ଦେଖାଇଲା ପୁଲିସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA