Wednesday, June 24, 2026 09:11 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୁଷ୍କର୍ମ ଅଭିଯୋଗ: ବନ୍ଧା ହେଲେ ଛାତ୍ର କଂଗ୍ରେସ ସଭାପତି

ପଦରୁ ନିଲମ୍ବିତ, ପିସିସିର ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍

by Our Correspondent
21 Jul, 2025- 02:59 PM
in Crime, Latest News, News
1 min read
0
ଦୁଷ୍କର୍ମ ଅଭିଯୋଗ: ବନ୍ଧା ହେଲେ ଛାତ୍ର କଂଗ୍ରେସ ସଭାପତି

ଭୁବନେଶ୍ୱର: ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନ ଗିରଫ ହୋଇଛନ୍ତି । ୪ ମାସ ତଳେ ଜଣେ ୧୯ ବର୍ଷୀୟା ଇଞ୍ଜିନିୟରିଂ ଛାତ୍ରୀଙ୍କୁ ଥଣ୍ଡା ପାନୀୟରେ ନିଶା ମିଶାଇ ସେ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଗତକାଲି ସଂଧ୍ୟା ସାଢ଼େ ୮ଟାରେ ପୀଡ଼ିତା ମଞ୍ଚେଶ୍ୱର ଥାନାକୁ ଆସି ଅଭିଯୋଗ କଲା ମାତ୍ରେ ପୁଲିସ କାଳବିଳମ୍ବ ନ କରି ଉଦିତଙ୍କୁ ତାଙ୍କ ଘରୁ ଉଠାଇ ଆଣି ଗିରଫ କରିିଥିଲା । ଆଜି ତାଙ୍କୁ କୋର୍ଟ ଚାଲାଣ କରାଯାଉଛି ।

ପୀଡ଼ିତାଙ୍କ ଅଭିଯୋଗ ଅନୁଯାୟୀ ଗଲା ମାର୍ଚ୍ଚ ୧୮ ତାରିଖ ଅପରାହ୍ନରେ ତାଙ୍କର ଦୁଇ ଜଣ ପୁଅ ଓ ଝିଅ ସାଙ୍ଗ ସହ ମିଶି ସେ ମାଷ୍ଟରକ୍ୟାଣ୍ଟିନ୍ ଛକ ଆଡ଼େ ବୁଲିବାକୁ ଆସିଥିଲେ । ସେଠାରେ ପୁରୁଷ ବନ୍ଧୁ ଜଣଙ୍କ ଉଦିତ୍ ପ୍ରଧାନଙ୍କୁ ଡାକି ସେମାନଙ୍କ ସହ ପରିଚିତ କରାଇଥିଲେ । ଏହାପରେ ଉଦିତଙ୍କ ଗାଡ଼ିରେ ସମସ୍ତେ ବସି ନୟାପଲ୍ଲୀସ୍ଥିତ ଏକ ହୋଟେଲକୁ ଯାଇଥିଲେ । ସେଠାରେ ସେମାନେ ମଦ ପିଇଥିଲେ । ମାତ୍ର ଅଭିଯୋଗକାରିଣୀ ମଦ ପିଇବାକୁ ମନା କରିଥିଲେ । ଉଦିତ ତାଙ୍କୁ ବାଧ୍ୟ କରି ଏକ ମୃଦ୍ୟୁ ପାନୀୟ ପିଇବାକୁ ଦେଇଥିଲେ । ଯେଉଁଥିରେ ନିଶା ମିଶିଥିଲା । ଏହାକୁ ପିଇବା ପରେ ପୀଡ଼ିତାଙ୍କ ମୁଣ୍ଡ ଘୂରାଇ ଦେଇଥିଲା । ତାଙ୍କୁ ଘରେ ଛାଡ଼ିଦେବାକୁ ସେ ଅନୁରୋଧ କରିଥିଲେ ମଧ୍ୟ ଉଦିତ ଏବଂ ଅନ୍ୟମାନେ ଶୁଣି ନ ଥିଲେ । ଏହାପରେ ସେ ସଂଜ୍ଞାହୀନ ହୋଇଗଲେ । ସଂଜ୍ଞା ଫେରିଲା ପରେ କଷ୍ଟ ଅନୁଭବ କଲେ । ଉଦିତ ତାଙ୍କୁ ଦୁଷ୍କର୍ମ କରିଛି ବୋଲି ବୁଝିଲେ ।

ଏ ସମ୍ପର୍କରେ ଉଦିତଙ୍କୁ ପଚାରିବାରୁ ସେ ଧମକ ଦେଇଥିଲେ । କାହାକୁ ଜଣାଇଲେ ଭୟଙ୍କର ପରିଣତି ଭୋଗିବାକୁ ପଡ଼ିବ ବୋଲି କହିଥିଲେ । ଉଦିତ ଜଣେ ଛାତ୍ରନେତା ହୋଇଥିବାରୁ ସେ ଡରିଯାଇଥିଲେ ଏବଂ ନିରବ ରହିବାକୁ ବାଧ୍ୟ ହୋଇଥିଲେ ବୋଲି ପୀଡ଼ିତା ଏତଲାରେ ଦର୍ଶାଇଛନ୍ତି ।

ଘଟଣାର ୪ ମାସ ପରେ ଉଦିତଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗକୁ ନେଇ ବିଭିନ୍ନ ଚର୍ଚ୍ଚା ଆଲୋଚନା ଚାଲିଥିବା ବେଳେ କଂଗ୍ରେସ ନେତୃତ୍ୱ ତାଙ୍କ ବିରୋଧରେ ତ୍ୱରିତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ଜାତୀୟ ଛାତ୍ର କଂଗ୍ରେସ ସଭାପତି ବରୁଣ ଚୌଧୁରୀ ଏକ ବିବୃତି ଜାରି କରି ରାଜ୍ୟ ଛାତ୍ର କଂଗ୍ରେସ ସଭାପତି ଉଦିତ ପ୍ରଧାନଙ୍କୁ ଦଳରୁ ନିଲମ୍ବିତ କରାଯାଇଥିବା ଜଣାଇଛନ୍ତି । ଜାତୀୟ ଛାତ୍ର କଂଗ୍ରେସ ଶୂନ୍ୟ ସହନଶୀଳତା ନୀତିରୁ ହଟିବାର ପ୍ରଶ୍ନ ଉଠୁନାହିଁ ବୋଲି ସେ ଜଣାଇବା ସହ ଉତ୍ତରଦାୟିତ୍ୱ ଏବଂ ନ୍ୟାୟ ହାସଲ ପାଇଁ ସଂଗଠନ ପ୍ରତିଶ୍ରୁତିବଦ୍ଧ ବୋଲି କହିଛନ୍ତି । ବାଲେଶ୍ୱର ପୀଡ଼ିତାଙ୍କୁ ନ୍ୟାୟ ଦେବା ପାଇଁ ଲଢ଼େଇ ଜାରି ରହିବ ବୋଲି ସଂକଳ୍ପ ଦୋହରାଇଛନ୍ତି ।

ଏପଟେ ଅଭିଯୋଗ ଘଟଣା ସମ୍ପର୍କରେ ତଥ୍ୟ ଅନୁଧ୍ୟାନ ପାଇଁ ପିସିସି ସଭାପତି ଭକ୍ତ ଚରଣ ଦାସ ଏକ ତଥ୍ୟ ଅନୁଧ୍ୟାନ କମିଟି ଗଠନ କରିଛନ୍ତି । ଉକ୍ତ କମିଟି ଖୁବ୍ ଶୀଘ୍ର ଅଭିଯୋଗକାରିଣୀକୁ ଭେଟି ତାଙ୍କ ସହିତ ଆଲୋଚନା କରିବେ ଏବଂ ପିସିସିକୁ ଏକ ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ପିସିସି ଉପସଭାପତି ସସ୍ମିତା ବେହେରାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ତଥ୍ୟ ଅନୁଧ୍ୟାନ କମିଟିରେ ବିଧାୟିକା ସୋଫିଆ ଫିଦେ୍ର୍ଦାଷ, ପିସିସି ସମ୍ପାଦିକା ଡ. ଦେବସ୍ମିତା ଶର୍ମା, ବିଧାୟିକା ପ୍ରାର୍ଥୀ ସୋନାଲି ସାହୁ, ପିସିସି ମୁଖପାତ୍ର ଜୟଶ୍ରୀ ପାତ୍ର ଏବଂ ପିସିସି ମୁଖପାତ୍ର ଡ. ମନିଶା ଦାସ ପଟ୍ଟନାୟକ ସଦସ୍ୟା ଅଛନ୍ତି ।

ଛାତ୍ର କଂଗ୍ରେସ ସଭାପତିଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗକୁ ନେଇ ରାସ୍ତାକୁ ଓହ୍ଲାଇଛି ଏବିଭିପି । ଲୋୟର ପିଏମଜିରେ ଏବିଭିପି ସଦସ୍ୟମାନେ କଂଗ୍ରେସ ବିରୋଧରେ ନାରାବାଜି କରିଛନ୍ତି ।

Previous Post

ବ୍ୟବସ୍ଥା ଫେଲ୍: ଓଟିଇଟି ପ୍ରଶ୍ନପତ୍ର ଲିକ୍, ପରୀକ୍ଷା ସ୍ଥଗିତ

Next Post

ବିଜେଡି ପାଇଁ ଅଗ୍ନି ପରୀକ୍ଷାର ବେଳ

Next Post
ବିଜେଡି ପାଇଁ ଅଗ୍ନି ପରୀକ୍ଷାର ବେଳ

ବିଜେଡି ପାଇଁ ଅଗ୍ନି ପରୀକ୍ଷାର ବେଳ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA