ଭୁବନେଶ୍ୱର: ଉତ୍କଳ ବିଶ୍ୱବିଦ୍ୟାଳୟ ସ୍ନାତକୋତ୍ତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗର ପ୍ରାକ୍ତନ ଅଧ୍ୟାପିକା ସ୍ୱର୍ଗତଃ ଲିପି ହେମ୍ବ୍ରମ ସ୍ମାରକୀ ବତ୍କୃତା ଓଡ଼ିଆ ବିଭାଗ ଓ ସ୍ମୃତି ପରିଷଦ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇ ଯାଇଛି। ଏହି ସମାରୋହକୁ ଉଦଘାଟନ କରିଥିଲେ ବିଶିଷ୍ଟ ନାଟ୍ୟକାର ଓ ସାହିତ୍ୟ ସମାଲୋଚକ ପ୍ରାକ୍ତନ ପ୍ରଫେସର ନାରାୟଣ ସାହୁ। ଲିପି ହେମ୍ରମଙ୍କ ସ୍ମରଣିକା ପାଠ କରିଥିଲେ ଦିନେଶ କୁମାର ନାଏକ। ସମ୍ମାନିତ ଅତିଥି ଭାବରେ ବିଶିଷ୍ଟ କବି ଡକ୍ଟର ଅପର୍ଣ୍ଣା ମହାନ୍ତି ଲେଖକୀୟ ଜୀବନର ସ୍ୱର ସମ୍ପର୍କରେ ସ୍ମାରକୀ ବତ୍କୃତା ପ୍ରଦାନ କରିଥିଲେ। ସଭାପତିତ୍ୱ କରିଥିଲେ ବିଭାଗ-ମୁଖ୍ୟ ଡକ୍ଟର ରୁଦ୍ରନାରାୟଣ ମହାପାତ୍ର।
ଦ୍ଵିତୀୟ ଅଧିବେଶନ ଆରମ୍ଭ ହୋଇଥିଲା ପ୍ରଫେସର ମଣୀନ୍ଦ୍ର କୁମାର ମେହେରଙ୍କ ସଭାପତିତ୍ୱରେ। ଅତିଥି ପରିଚୟ ପ୍ରଧାନ କରିଥିଲେ ଅତିଥି ପ୍ରାଧ୍ୟାପକ ଡକ୍ଟର ସଂଗ୍ରାମ କେଶରୀ ରାଉତ। ଏ ଅବସରରେ ସମ୍ମାନିତ ଅତିଥି ଡକ୍ଟର ନିଶାମଣି ସ୍ୱାଇଁ କବି ଗଡ଼ନାୟକଙ୍କ କାବ୍ୟସ୍ୱର ଉପରେ ବିସ୍ତୃତ ଆଲୋଚନା କରିଥିଲେ। ଲିପି ମାଡାମଙ୍କ ଚିତ୍ର ମୁରୁଜରେ ଜୀବନ୍ତ ଭାବରେ ଅଙ୍କନ କରିଥିବା ଛାତ୍ରୀ ଶିଖା ମଲ୍ଲି୍କଙ୍କୁ ପୁରସ୍କାର ମଧ୍ୟ ପ୍ରଦାନ କରାଯାଇଥିଲା। ଶେଷରେ ଧନ୍ୟଵାଦ ଅର୍ପଣ କରିଥିଲେ ପାଠଚକ୍ର ସମ୍ପାଦକ ଦିନେଶ କୁମାର ନାଏକ।