Tuesday, May 26, 2026 06:22 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଖୁବ ଶୀଘ୍ର ପାରାଦୀପରେ ହେବ ଏୟାରପୋର୍ଟ

କଳିଙ୍ଗ ବାଲିଯାତ୍ରାର ୨୦୨୫ର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଲେ ମୁଖ୍ୟମନ୍ତ୍ରୀ

by Our Correspondent
04 Nov, 2025- 11:11 PM
in Latest News, News
1 min read
0
ଖୁବ ଶୀଘ୍ର ପାରାଦୀପରେ ହେବ ଏୟାରପୋର୍ଟ

ଭୁବନେଶ୍ୱର: ଆଜି ପାରାଦୀପ ଠାରେ ଆୟୋଜିତ କଳିଙ୍ଗ ବାଲିଯାତ୍ରାର ଉଦ୍‌ଘାଟନୀ ଉତ୍ସବରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ  ମାଝୀ କହିଥିଲେ ଯେ, କଳିଙ୍ଗ ବାଲିଯାତ୍ରା ହେଉଛି ଓଡ଼ିଆ ସାଧବ ପୁଅଙ୍କ ସାହସର ପ୍ରତୀକ ଆଉ ସେଇଥିପାଇଁ  ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର ମୁଖଶାଳା ପାଲଟିଛି ଏବଂ ଓଡ଼ିଶାର ଅର୍ଥନୈତିକ ପ୍ରଗତିର ଦ୍ୱାରଦେଶ।

ଓଡ଼ିଶା କୁ ପାରାଦୀପ ମାଧ୍ୟମରେ କିଭଳି ସମୃଦ୍ଧ କରାଯିବ ସେଥିପାଇଁ ମୁଖ୍ୟମନ୍ତ୍ରୀ ପାରାଦୀପକୁ ଗ୍ରୀନ ହାଇଡ୍ରୋଜେନ ହବ ହେବ ବୋଲି ଘୋଷଣା କରିଥିଲେ। ଏହା ସହିତ ସେ କହିଥିଲେ ଯେ ପାରାଦୀପକୁ ପର୍ଯ୍ୟଟନର କେନ୍ଦ୍ରସ୍ଥଳୀ କରିବା ପାଇଁ ମଙ୍ଗଳା ନଦୀ ରେ କ୍ରୁଜ ଟର୍ମିନାଲ ନିର୍ମାଣ ହେବ ଏବଂ ରାଜ୍ୟ ସରକାର ଏଥିପାଇଁ ୫୦୦ କୋଟି ଟଙ୍କାର ଅର୍ଥ ବ୍ୟବସ୍ଥା କରିଛନ୍ତି। ପାରାଦୀପ ସହରରେ ଖୁବ ଶୀଘ୍ର ଏୟାର ପୋର୍ଟ ହେବ ଏବଂ ଏବେ ପାରାଦୀପ କେବଳ ଜଳପଥ ଓ ସ୍ଥଳ ପଥ ନୁହେଁ ବରଂ ଆକାଶପଥ ସହିତ ମଧ୍ୟ ସଂଯୋଗ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

କାର୍ଯ୍ୟକ୍ରମରେ ଅଭିଭାଷଣ ରଖି ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ବାଲିଯାତ୍ରା ହେଉଛି ଓଡ଼ିଆ ପରମ୍ପରା ଓ ସଂସ୍କୃତିର ଏକ ଗୌରବୋଜ୍ଜଳ ଉତ୍ସବ । ଏହା ଆମକୁ ମନେପକାଏ ଯେ – ଆମ ପୂର୍ବଜମାନେ ସମୁଦ୍ରର ଉଚ୍ଚ ତରଙ୍ଗକୁ ଜୟ କରି, ଜାହାଜ ନେଇ ସୁବର୍ଣ୍ଣ ଦ୍ୱୀପ ଓ ବିଭିନ୍ନ ଦେଶ ସହିତ ବାଣିଜ୍ୟ ଓ ସାଂସ୍କୃତିକ ସମ୍ପର୍କ ସ୍ଥାପନ କରିଥିଲେ।

ପାରାଦୀପ ଆଜି ପୂର୍ବ ଭାରତରେ ବିକାଶର ମୁଖଶାଳା ପାଲଟିଛି ଏବଂ ଓଡ଼ିଶାର ଅର୍ଥନୈତିକ ପ୍ରଗତିର ଦ୍ୱାରଦେଶ । ଏଠାରୁ ଆରମ୍ଭ ହେଉଛି ଆମ ରାଜ୍ୟର ଉନ୍ନତି ଓ ବିକାଶର ନୂତନ ଅଧ୍ୟାୟ। ପାରାଦୀପ ବନ୍ଦର ଆଜି ଭାରତର ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ବନ୍ଦର, ଯାହା ଆଜି ଶିଳ୍ପ, ବାଣିଜ୍ୟ ଓ ରୋଜଗାରର ଏକ କେନ୍ଦ୍ରବିନ୍ଦୁ ହୋଇପାରିଛି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।

ସେ କହିଥିଲେ ଯେ, ପାରାଦୀପ ଓଡିଶାର ବିକାଶର ଏକ ଅଭିନ୍ନ ଅଙ୍ଗ। ପାରାଦୀପରେ ଅନୁଷ୍ଠିତ କଳିଙ୍ଗ ବାଲିଯାତ୍ରା ବିକାଶ ଓ ବିରଶତର ଏକ ଉତ୍କୃଷ୍ଟ ଉଦାହରଣ। ପାରାଦୀପ ବାଲିଯାତ୍ରା ବ୍ୟବସାୟ ଓ ପରମ୍ପରାର ଅପୂର୍ବ ସମ୍ମିଶ୍ରଣ।ଆଜିଠାରୁ ହେଉଥିବା ଏହି ବାଲିଯାତ୍ରାରେ ରାଜ୍ୟ ତଥା ରାଜ୍ୟ ବାହାରରୁ ଅନେକ ବ୍ୟବସାୟୀ ଏବଂ ବ୍ୟବସାୟିକ ଅନୁଷ୍ଠାନ ନିଜ ନିଜ ସାମଗ୍ରୀ ଏବଂ ସେବା ପ୍ରଦର୍ଶନ କରିବେ। ଏହା ଆମର ସ୍ଥାନୀୟ ଲୋକ ଏବଂ ବ୍ୟବସାୟୀଙ୍କ ପାଇଁ ଅନେକ ସମ୍ଭାବନା ସୃଷ୍ଟି କରିବ। ଆମ ଶିଳ୍ପୀମାନଙ୍କୁ ସଶକ୍ତ କରିବା, ତାଙ୍କର କୌଶଳକୁ ନୂଆ ବଜାର ଯୋଗାଇବା, ଓଡ଼ିଶା ସରକାରର ପ୍ରାଥମିକତା।

ରାଜ୍ୟସରକାରଙ୍କ ବନ୍ଦର ଭିତ୍ତିକ ଉନ୍ନତି ବିଷୟରେ କହିବାକୁ ଯାଇ ମୁଖ୍ୟମନ୍ତ୍ରୀ କହିଥିଲେଯେ, ପାରାଦୀପ ବନ୍ଦର  ପୂର୍ବ ଭାରତର ଏକ ବଡ ବ୍ୟବସାୟିକ ବନ୍ଦର। ବନ୍ଦର ସହିତ ପାରାଦୀପର ସର୍ବାଙ୍ଗୀନ ଉନ୍ନତି ପାଇଁ ଆମ ସରକାର ସମସ୍ତ ପ୍ରକାର କାର୍ଯ୍ୟ କରିବେ। ପାରାଦୀପକୁ କେବଳ ଶିଳ୍ପସମୃଦ୍ଧ ଅଞ୍ଚଳ ନୁହେଁ, ପାରାଦୀପରେ ଗ୍ରୀନଫିଲଡ୍ ବିମାନ ବନ୍ଦର ପ୍ରତିଷ୍ଠା, ଭୁବନେଶ୍ୱର-ଖୋର୍ଦ୍ଧା-ଜଟଣୀ-କଟକ-ପାରାଦୀପ ଓ ପୁରୀକୁ ନେଇ ଏକ ମହାନଗରୀ ବିକଶିତ କରିବା, ଶିଳ୍ପ କରିଡର ପ୍ରସ୍ତୁତ କରିବା, ପାରାଦୀପ ବେଳାଭୂମିକୁ ପର୍ଯ୍ୟଟନର ବିକାଶ ଉପଯୋଗୀ କରିବା ଇତ୍ୟାଦି ଅନେକ ଯୋଜନା ଆମର ରହିଛି। ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲା ବିଶେଷକରି ପାରାଦୀପ ଅଞ୍ଚଳର ଅଭୁତପୂର୍ବ ବିକାଶ ଘଟିବ ।

ସେ ଆହୁରି କହିଥିଲେ ଯେଏହି ବିକାଶରେ ଡବଲ ଇଞ୍ଜିନ ଡବଲ ଗତିରେ କାମ କରିବ। ଆପଣମାନେ ଜଗତସିଂହପୁର ଜିଲ୍ଲାକୁ ପ୍ରକୃତରେ ଟ୍ରିପଲ ଇଞ୍ଜିନରେ ପରିଣତ କରିଛନ୍ତି। ପ୍ରାୟ ସମସ୍ତ ଜନପ୍ରତିନିଧିଙ୍କୁ ବି ଆପଣ ରାଜ୍ୟ ସରକାରଙ୍କ ସହିତ ଯୋଡିଛନ୍ତି। ଏହାର ପ୍ରଭାବ ବି ଦେଖିବାକୁ ମିଳୁଛି। ବିଶ୍ଵର ବଡ ବଡ କମ୍ପାନୀମାନେ ଏଠାରେ ନିଜ ନିଜର ଶିଳ୍ପ ପ୍ରତିଷ୍ଠା କରିଛନ୍ତି କିମ୍ବା ଆଗ୍ରହ ପ୍ରକାଶ କରିଛନ୍ତି। ଆଗାମୀ ଦିନରେ ଜଗତସିଂହପୁର ଜିଲ୍ଲା, ବିଶେଷ ଭାବେ ପାରାଦୀପ ଓ ଏହାର ଆଖପାଖ ଆଞ୍ଚଳ ଦ୍ରୁତ ଶିଳ୍ପାୟନ ଦେଖିବ। ଶିଳ୍ପାୟନ ହେଲେ, ରୋଜଗାର ସୃଷ୍ଟି ହେବ ଏବଂ ଏଠାକାର ଅର୍ଥନୀତିକୁ ବଳ ମିଳିବ।

କାର୍ଯ୍ୟକ୍ରମରେ ଯୋଗ ଦେଇ ଶିଳ୍ପ ଓ ଦକ୍ଷତା ବିକାଶ ମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ କହିଥିଲେ ଯେ କଳିଙ୍ଗ ବାଲିଯାତ୍ରାକୁ ଉଦଘାଟନ କରି ଏହି ଐତିହାସିକ ମେଳାର ଗୌରବ କୁ ଅକ୍ଷୁର୍ଣ୍ଣ ରଖିଛନ୍ତି। ଓଡିଶାକୁ ସମୃଦ୍ଧ ଓଡ଼ିଶାରେ ପରିଣତ କରିବା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶୃତିବଦ୍ଧ ଏବଂ ଏହା ଆମ ସରକାର କ୍ଷମତାକୁ ଆସିବା ଦିନ ଠାରୁ ହିଁ କାମରେ କରି ଦେଖାଉଛନ୍ତି।

କାର୍ଯ୍ୟକ୍ରମରେ ଜଗତସିଂହପୁର ସାଂସଦ ଡ. ବିଭୁପ୍ରସାଦ ତରାଇ, ତିର୍ତ୍ତୋଲ ବିଧାୟକ ଡ. ରମାକାନ୍ତ ଭୋଇ, ପାରାଦୀପ ବନ୍ଦର କର୍ତ୍ତୃପକ୍ଷର ଅଧ୍ୟକ୍ଷ ପି. ଏଲ୍.ହରନାଧ ପ୍ରମୁଖ ମଂଚାସୀନ ଥିଲେ। ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଜେ. ସୋନାଲ ସ୍ୱାଗତ ଭାଷଣ ଦେଇଥିବା ବେଳେ ଆରକ୍ଷୀ ଅଧିକ୍ଷକ ଅଙ୍କିତ କୁମାର ବର୍ମା ଧନ୍ୟବାଦ ଦେଇଥିଲେ। କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରିଣୀ ଶ୍ରୀମତୀ ପ୍ରତୀଚୀ ତନୟା ମହାନ୍ତି ମଞ୍ଚ ପରିଚାଳନା କରିଥିଲେ।

Previous Post

ବିଜେଡିର ଅଳିଆ ବିଜେପିରେ!

Next Post

‘ଜୟ ଢ଼ୋଲକିଆ ଡ଼ାହା ମିଛ କହୁଛନ୍ତି’

Next Post
‘ଜୟ ଢ଼ୋଲକିଆ ଡ଼ାହା ମିଛ କହୁଛନ୍ତି’

'ଜୟ ଢ଼ୋଲକିଆ ଡ଼ାହା ମିଛ କହୁଛନ୍ତି'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA