Tuesday, May 26, 2026 03:09 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଜୟ ଢ଼ୋଲକିଆ ଡ଼ାହା ମିଛ କହୁଛନ୍ତି’

ବିଜେଡି ପ୍ରେସମିଟ୍

by Our Correspondent
04 Nov, 2025- 11:22 PM
in Latest News, News, Politics
1 min read
0
‘ଜୟ ଢ଼ୋଲକିଆ ଡ଼ାହା ମିଛ କହୁଛନ୍ତି’

ଜୟ ଓ ତାଙ୍କ ମାଆଙ୍କ ମନ୍ତବ୍ୟ ଭିତ୍ତିହୀନ ଓ ଦୁର୍ଭାଗ୍ୟଜନକ

ଭୁବନେଶ୍ୱର: ବିଜେପି ପ୍ରାର୍ଥୀ ଜୟ ଢୋଲକିଆ ଏବଂ ତାଙ୍କ ମାଆ ଆଜି ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ପ୍ରତି ଯେଉଁ ଅରୁଚିକର, ତଥ୍ୟ ବିହୀନ ମନ୍ତବ୍ୟ ଦେଇଛନ୍ତି ତାହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ଓ ଭିତ୍ତିହୀନ ବୋଲି କହିଛନ୍ତି ବିଜେଡିର ବରିଷ୍ଠ ନେତ୍ରୀ ଡ଼ ଲେଖାଶ୍ରୀ ସାମନ୍ତସିଂହାର । ନିଜ ବ୍ୟକ୍ତିଗତ ସ୍ୱାର୍ଥ ପାଇଁ ଦଳ ବଦଳାଇବା ପରେ ବିଜେଡି ବିରୋଧରେ ଅମୂଳକ ମନ୍ତବ୍ୟ ଦେବା ଆଦୌ ଗ୍ରହଣୀୟ ନୁହେଁ ବୋଲି ସେ କହିଛନ୍ତି । ଆଜି ଏଠାରେ ଆୟୋଜିତ ସାମ୍ୱାଦିକ ସମ୍ମିଳନୀରେ କଡ଼ା ପ୍ରତିକ୍ରିୟା ରଖି ସେ କହିଛନ୍ତି ଯେ, ଜୟ ଢୋଲକିଆ ନିଜ ସ୍ୱାର୍ଥ ପାଇଁ କୌଣସି ଦଳକୁ ବି ଯାଇପାରିବେ । କିନ୍ତୁ ନିଜ ସ୍ୱାର୍ଥ ସାଧନ ପାଇଁ ଯେଉଁ ଦଳ ସହିତ ତାଙ୍କ ବାପାଙ୍କ ପରିଚୟ ଥିଲା, ଯେଉଁ ନେତାଙ୍କ ସହ ସ୍ୱର୍ଗତ ରାଜୁ ଭାଇ ଦୀର୍ଘ ଦିନ ଧରି କାମ କରିଥିଲେ, ନିଜ ଆନୁଗତ୍ୟ ପ୍ରକାଶ କରି ଆସୁଥିଲେ, ସେହି ଦଳକୁ ହଠାତ୍ କୁତ୍ସାରଟନା କରିବା ହୀନମାନ୍ୟତାର ପରିଚୟ । ଏହାକୁ ହୀନ ରାଜନୀତି ବୋଲି କୁହାଯିବ ।

ରାଜୁ ଭାଇ ତିନି ଥର ବିଧାୟକ ହୋଇଛନ୍ତି, ନବୀନ ବାବୁଙ୍କ ସରକାରରେ ମନ୍ତ୍ରୀ ହୋଇଛନ୍ତି । ଆଜି ଯେଉଁମାନେ ବିଜେଡି ସହ ରାଜୁ ଭାଇଙ୍କ ସମ୍ପର୍କକୁ ନେଇ ପ୍ରଶ୍ନ ଉଠାଉଛନ୍ତି, ସେମାନଙ୍କୁ କହିବାକୁ ଚାହୁଁ, ବିଜେଡିର ଆର୍ଶୀବାଦ ବିନା ସେ ବିଧାୟକ ହୋଇଥିଲେ କି? ନବୀନ ବାବୁଙ୍କ ସହଯୋଗ ବିନା ସେ କିପରି ମନ୍ତ୍ରୀ ହେଲେ । ଶେଷ ପର୍ଯ୍ୟନ୍ତ ନବୀନ ବାବୁଙ୍କ ସହ ରାଜୁ ଭାଇଙ୍କର ଉତ୍ତମ ସମ୍ପର୍କ ଥିଲା । ନିର୍ବାଚନ ପରାଜୟ ଭୟରେ ଜୟଙ୍କୁ ନେଇ ଏକ ହୀନ ରାଜନୀତିର କାର୍ଡ ଖେଳାଯାଇଛି ।

ରାଜୁ ଭାଇ ଚେନ୍ନାଇରେ ଚିକିତ୍ସିତ ହେଉଥିବା ବେଳେ ପ୍ରତ୍ୟେକ ଦିନ ନବୀନ ନିବାସରୁ ତାଙ୍କ ସ୍ୱାସ୍ଥ୍ୟାବସ୍ଥାର ଯାଞ୍ଚ କରାଯାଉଥିଲା । ସେଠାରେ ତାଙ୍କର ଭଲ ଚିକିତ୍ସା ପାଇଁ ବିଜେଡି ପକ୍ଷରୁ ବ୍ୟବସ୍ଥା କରାଯାଇଥିଲା । ପରେ ନବୀନ ବାବୁ ନିଜ ଚିକିତ୍ସା ପାଇଁ ମୁମ୍ୱାଇ ଗଲେ । ସେ ସମୟରେ ଦୁର୍ଭାଗ୍ୟବଶତଃ ରାଜୁ ଭାଇଙ୍କର ପରଲୋକ ହେଲା । ଏହାପରେ ତାଙ୍କ ମରଶରୀରକୁ ନୂଆପଡ଼ା ଆଣିବା ପାଇଁ ନବୀନ ବାବୁଙ୍କ ନିଦେ୍ର୍ଦଶକ୍ରମେ ଚାଟାର୍ଡ ବିମାନର ବ୍ୟବସ୍ଥା କରାଯାଇଥିଲା । ତାଙ୍କ ମୃତଦେହ ଆସିବା ପରେ ଅନ୍ତ୍ୟେଷ୍ଟି କ୍ରିୟା କେବଳ ବିଜେଡି ସହଯୋଗରେ ହୋଇଥିଲା । ଏକାଦଶାହରେ ଦଳର ବହୁ ତୁଙ୍ଗ ନେତା ଉପସ୍ଥିତ ଥିଲେ ଏବଂ ନବୀନ ବାବୁ ଦିଲ୍ଲୀରୁ ଭିଡିଓ କନଫରେସିଂ ଜରିଆରେ ଯୋଗ ଦେଇଥିଲେ । ଜୟ ଢୋଲକିଆ କେବଳ କାହା ଦ୍ୱାରା ପ୍ରେରିତ ହୋଇ ବିଜେଡି ବିରୋଧରେ ଅଣଦେଖା ଅଭିଯୋଗ କରୁଛନ୍ତି । ବିଜେପିର ପ୍ରାର୍ଥୀ ହେଲା ପରେ ଜୟ ବିଜେଡି ବିରୋଧରେ ବିଷୋଦଗାର କରୁଛନ୍ତି ବୋଲି ଶ୍ରୀମତୀ ସାମନ୍ତସିଂହାର କହିଛନ୍ତି । ଏହି ସାମ୍ୱାଦିକ ସମ୍ମିଳନୀରେ ନୂଆପଡ଼ା ବିଜେଡି ସଭାପତି ଅବନୀ ରଞ୍ଜନ ଯୋଶୀ ଉପସ୍ଥିତ ଥିଲେ ।

ଫାଇଦା ପାଇଁ ପଟ୍ଟ ପରିବର୍ତ୍ତନ କରି ଜୟ ଡାହା
ମିଛ କହୁଛନ୍ତି

ବିଜେଡି ଓ ନବୀନ ବାବୁ ସ୍ୱର୍ଗତ ରାଜେନ୍ଦ୍ର ଢୋଲକିଆଙ୍କୁ ଅଣଦେଖା କରିଥିବା ନେଇ ଆଜି ଜୟ ଢୋଲକିଆ ଏବଂ ତାଙ୍କ ମାତା ଯେଉଁ ମନ୍ତବ୍ୟ ଦେଇଛନ୍ତି, ତାହାର ତୀବ୍ର ନିନ୍ଦା କରିଛନ୍ତି ବିଜେଡିର ବରିଷ୍ଠ ନେତା ସଞ୍ଜୟ କୁମାର ଦାସବର୍ମା । ସେ କହିଛନ୍ତି ଯେ, ଜୟଙ୍କ ଅଭିଯୋଗ ଦୁର୍ଭାଗ୍ୟଜନକ ଓ ନିରାଧାର । ଦଳ ସଭାପତି ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ ନେତୃତ୍ୱ ତଥା ଆଶୀର୍ବାଦରେ ତିନି ଥର ବିଧାୟକ ଭାବେ ଜିତିଥିଲେ ସ୍ୱର୍ଗତ ରାଜୁ ଢୋଲକିଆ । ସ୍ୱର୍ଗତ ରାଜୁ ଢୋଲକିଆଙ୍କୁ ନବୀନ ବାବୁ ମଧ୍ୟ ମନ୍ତ୍ରୀ କରିଥିଲେ । ନୂଆପଡାରେ ବିକାଶ ଯାହା ବି ହୋଇଛି ତାହା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଶୀର୍ବାଦ ଯୋଗୁଁ ହୋଇଛି । ରାଜେନ୍ଦ୍ରଙ୍କ ବିଚାରଧାରାକୁ ହତ୍ୟା କରି ଜୟ ଢୋଲକିଆ ବିଜେପିକୁ ଯାଇ ଡାହା ମିଛ କହୁଛନ୍ତି । ଜୟ ନିଜ ମନ୍ତବ୍ୟର ଆତ୍ମସମୀକ୍ଷା କରନ୍ତୁ ।

ଶ୍ରୀ ଦାସବର୍ମା କହିଥିଲେ ଯେ, ଜୟ ସ୍ପଷ୍ଟ ଭାବେ କହିଥିଲେ, ମୁଁ ନବୀନ ପଟ୍ଟନାୟକଙ୍କ ସହ ଅଛି, ବିଜୁ ବିଚାରଧାର ସହ ଅଛି । ନବୀନ ବାବୁ ମୋତେ ଆଶୀର୍ବାଦ କରିଛନ୍ତି ନୂଆପଡାରେ ପ୍ରାର୍ଥୀ ହେବା ପାଇଁ । ତା ପରେ ଦିଲ୍ଲୀରେ କ’ଣ ଡିଲ୍ ହେଲା ଯେ, ସେ ବିଜେଡି ଛାଡି ବିଜେପି ପଳାଇଲେ । ତାହାକୁ ଜୟ ଢୋଲକିଆ ସ୍ପଷ୍ଟ କରିବା ଉଚିତ । ରାଜେନ୍ଦ୍ର ଢୋଲକିଆଙ୍କ ବିଚାରଧାରାକୁ ହତ୍ୟା କରି ରାଜନୈତିକ ସ୍ୱାର୍ଥ ହାସଲ କରିବା ପାଇଁ ଜୟ ଢୋଲକିଆ ଯେଉଁ ଅପଚେଷ୍ଟା କରୁଛନ୍ତି, ସେଥିରେ ସେ ସଫଳ ହେବେ ନାହିଁ । ରାଜେନ୍ଦ୍ର ଢୋଲକିଆ ଅସୁସ୍ଥ ହେବା ପରେ ଦଳ ସଭାପତି ନବୀନ ପଟ୍ଟନାୟକ ତାଙ୍କ ସହ ଯୋଗାଯୋଗରେ ଥିଲେ । ନବୀନ ବାବୁଙ୍କ ନିର୍ଦେଶରେ ଚେନ୍ନାଇରୁ ରାଜୁ ଭାଇଙ୍କ ମରଶରୀର ଆଣିବା ପାଇଁ ଚାର୍ଟର ଫ୍ଲାଇଟର ବ୍ୟବସ୍ଥା କରାଯାଇଥିଲା । ଶ୍ରଦ୍ଧାଞ୍ଜଳି ସଭାରେ ବିଜୁ ପ୍ରେମୀ ଓ ଢୋଲକିଆ ପ୍ରେମୀ ଏକାଠି ହୋଇଥିଲେ । ନବୀନ ବାବୁ ଦିଲ୍ଲୀରେ ଥିବାରୁ ଭର୍ଚୁଆଲରେ ଯୋଗ ଦେଇଥିଲେ । ଜୟ ଢୋଲକିଆଙ୍କ ରାଜନୈତିକ ପଟ୍ଟ ପରିବର୍ତ୍ତନ ପାଇଁ ଯେଉଁ ଡିଲ ହୋଇଛି ତାହାର ଆଜି ପର୍ଦ୍ଦାଫାଶ ହୋଇଛି । ନୂଆପଡାବାସୀ ଏହାର ସଠିକ୍ ଜବାବ ଦେବେ । ବିଜୁ ବିଚାରଧାରା ଓ ରାଜୁ ଢୋଲକିଆଙ୍କ ଜୀବନବ୍ୟାପୀ ଯେଉଁ ସଂଘର୍ଷ ରହିଛି, ତାହାକୁ ଯିଏ ହତ୍ୟା କରିଛି ନୂଆପଡାବାସୀ ହିଁ ତା’ର ଉଚିତ୍ ଜବାବ ଦେବେ ବୋଲି ଶ୍ରୀ ଦାସବର୍ମା କହିଛନ୍ତି ।

Previous Post

ଖୁବ ଶୀଘ୍ର ପାରାଦୀପରେ ହେବ ଏୟାରପୋର୍ଟ

Next Post

ଅମର ବିଜେପିରେ ମିଶିବା ଦୁଇ ଦଳର ଡିଲ୍: କଂଗ୍ରେସ

Next Post
ଅମର ବିଜେପିରେ ମିଶିବା ଦୁଇ ଦଳର ଡିଲ୍: କଂଗ୍ରେସ

ଅମର ବିଜେପିରେ ମିଶିବା ଦୁଇ ଦଳର ଡିଲ୍: କଂଗ୍ରେସ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA