Tuesday, May 26, 2026 10:49 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଅମର ବିଜେପିରେ ମିଶିବା ଦୁଇ ଦଳର ଡିଲ୍: କଂଗ୍ରେସ

by Our Correspondent
04 Nov, 2025- 11:28 PM
in Latest News, News, Politics
1 min read
0
ଅମର ବିଜେପିରେ ମିଶିବା ଦୁଇ ଦଳର ଡିଲ୍: କଂଗ୍ରେସ

ନୂଆପଡ଼ା / ଭୁବନେଶ୍ୱର  : ନୂଆପଡା ଖୁଣ୍ଟିଆ ଭବନଠାରେ ପିସସି ମିଡ଼ିଆ ସେଲ ପକ୍ଷରୁ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଯୋଗଦେଇ ପୂର୍ବତନ ବିଧାୟକ ତଥା ପିସିସିର ବରିଷ୍ଠ ଉପସଭାପତି ଡ଼ ଦେବାଶିଷ ପଟ୍ଟନାୟକ ବିଜେପି ବିଜେଡିଙ୍କ ଭାତୃପ୍ରେମ ଏବଂ କେତେ ନିବିଡ଼ ତାହା ପ୍ରକାଶ କରିଛନ୍ତି।

ଡ ପଟ୍ଟନାୟକ କହିଲେ, ଅମର ପଟ୍ଟନାୟକଙ୍କୁ ପାଞ୍ଚଜଣ ଲୋକ ଚିନ୍ହିବେକି ନାହିଁ ସନ୍ଦେହ । ମହାଶୟ ବିଜେପିରେ ମିଶିବାର ମାତ୍ର ଘଣ୍ଟାକ ପୂର୍ବରୁ ବିଜେଡି ସାମାଜିକ ଗଣମାଧ୍ୟମରେ ଉଦବୋଧନ ଦେଉଥିଲେ କିନ୍ତୁ ଏକ ଫୋନ ଆସିଲା ପରେ ବାବୁ ବିଜେପି ଅଫିସ ହାଜର ହୋଇ ଗେରୁଆ ପିନ୍ଧିଲେ ଓ ପ୍ରଧାନମନ୍ତ୍ରୀଙ୍କ ଭାଷଣ ମତେ ଆକୃଷ୍ଟ କରିଥିଲା ବୋଲି ଗୀତ ଗାଇଲେ ।

ବିଜେପିକୁ ସେ ଯେତେ ଗାଳି ଗୁଲଜ କରିଛନ୍ତି ତା ସତ୍ୱେ ମଧ୍ୟ ବିଜେପି ତାଙ୍କୁ ନିଜ ଦଳକୁ ନେବା ଆଶ୍ଚର୍ଯ୍ୟ ବିଷୟ । ହୁଏତ ଗାଳି ଗୁଲଜ କଲେ ବିଜେପି ତାହା ପ୍ରଶଂସା ବୋଲି ବିଚାର କରୁ ଥାଇପାରେ ।

ସେ ରାଜ୍ୟସଭା ସାଂସଦ ହୋଇ ମୁଖପାତ୍ର ମଧ୍ୟ ଥିଲେ ଏବଂ ସେ ସମୟରେ ବିଜେପିର ପ୍ରତ୍ୟେକ କାର୍ଯ୍ୟକଳାପକୁ ତୀବ୍ର ନିନ୍ଦା କରୁଥିଲେ । ଏପରିକି ବିଜେପି ତାହା ଖଣ୍ଡନ କରିବା ପାଇଁ ଅନେକ ସମୟରେ ବିବୃତି ମଧ୍ୟ ରଖୁଥିଲା ।

ନୂଆପଡାରେ ପ୍ରାର୍ଥୀ ଅଦଳ ବଦଳ ଏବଂ ପ୍ରଚାର ପ୍ରସାର ଦେଖିଲେ ସାଧାରଣ ବ୍ୟକ୍ତିଟିଏ ମଧ୍ୟ କହି ଦେବ ବିଜେପି ବିଜେଡି ଭାଇ ଭାଇ ବୋଲି। ନୂଆଦିଲ୍ଲୀରେ କେତେବେଳେ ଡିଲ ହେଉଛି ତ କେତେବେଳେ ଭୁବନେଶ୍ୱରରେ ଡିଲ ହେଉଛି । ନବୀନ ବାବୁ ସବୁ ଜାଣନ୍ତି ନଜାଣିଲା ଭଳି ବ୍ୟବହାର କରନ୍ତି । ଅମର ପଟ୍ଟନାୟକ ବିଜେପି ଯିବା ଏଇ ଡିଲ ଅନ୍ତର୍ଗତ ।

ବିଜେଡି ବିଜେପି ସହିତ ନାହିଁ ବୋଲି ଲୋକଙ୍କ ଧାରଣା ନ ଆସୁ ସେଥିପାଇଁ ନୂଆପଡା ଗସ୍ତ କରିଥିଲେ । ନୂଆପଡା ଗସ୍ତ କଲେ କଣ ନୂଆପଡା ବିଜେଡି କର୍ମକର୍ତ୍ତାଙ୍କ ସାଥିରେ କରା ଯାଇଥିବା ବିଶ୍ୱାସଘାତକତା ଲିଭି ଯିବ । ବିଜେପି କେବଳ ଚୋରୀ ଡକାୟତି ଓ ଭୟ ବଳରେ ନିର୍ବାଚନ ଜିତିବାକୁ ଚେଷ୍ଟା କରୁଛି । ଭୋଟ ଚୋରୀ ପୁଣି ପ୍ରାର୍ଥୀ ଚୋରୀ ତ କେତେବେଳେ କଂଗ୍ରେସ ଅଫିସ ଉପରେ ପୁଲିସ ଚଢ଼ାଉ ତ କେତେବେଳେ ବିଜେପି ବିଧାୟକଙ୍କ ପିଏସଓ ଲୋକଙ୍କୁ ଭୟଭୀତ କରିବା ପାଇଁ ଫାଙ୍କା ଗୁଳି ଚାଳନା କରୁଛି ।
ଆମ କଂଗ୍ରେସ ପ୍ରାର୍ଥୀ ଆଦିବାସୀ ନେତା ନୂଆପଡାର ମାଟିର ସନ୍ତାନ ଓ ଗର୍ବ । ତାଙ୍କ ଲୋକପ୍ରିୟତା ଏବଂ ପିସିସି ସଭାପତିଙ୍କ ସାଧାରଣ ଜନତାଙ୍କ ସହିତ ସୁସମ୍ପର୍କ ତଥା ତାଙ୍କ ଅକ୍ଲାନ୍ତ ପରିଶ୍ରମ ଦେଖି ବିଜେପି ଛାନିଆ ହୋଇଯାଉଛି ।

କିନ୍ତୁ ନୂଆପଡାବାସୀ ଜାଣନ୍ତି ନୂଆପଡାର ବିକାଶ ଓ ଆଦିବାସୀଙ୍କ ଉନ୍ନତି କେବଳ କଂଗ୍ରେସ ଓ ଘାସିରାମ ମାଝୀ କରିପାରିବେ । ଘାସିରାମଙ୍କ ବିଜୟ ହେବ ବୋଲି ଡ ପଟ୍ଟନାୟକ କହିଛନ୍ତି। ନୂଆପଡା କଂଗ୍ରେସ ଗଣମାଧ୍ୟମ ସଂଯୋଜକ ସୁଧୀର ମିଶ୍ରଙ୍କ ସଂଯୋଜନାରେ ଆଜିର ସାମ୍ବାଦିକ ସମ୍ମୀଳନୀରେ ଯୁବନେତା ମୂରଲୀଧର ନାୟକ, ପୂର୍ବତନ ବିଧାୟକ ବିନୋଦ ପାତ୍ର ଓ ପିସିସି ୱାର ରୁମ ସଦସ୍ୟ ଶାନ୍ତନୁ ସାହୁ ଉପସ୍ଥିତ ଥିଲେ।

Previous Post

‘ଜୟ ଢ଼ୋଲକିଆ ଡ଼ାହା ମିଛ କହୁଛନ୍ତି’

Next Post

‘ନବୀନ ଭିତରେ କୋଳାକୋଳି ବାହାରେ କଳି କରନ୍ତି’

Next Post
‘ନବୀନ ଭିତରେ କୋଳାକୋଳି ବାହାରେ କଳି କରନ୍ତି’

'ନବୀନ ଭିତରେ କୋଳାକୋଳି ବାହାରେ କଳି କରନ୍ତି'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA