Sunday, May 31, 2026 04:27 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ମା’ ଶିଖାଇଛନ୍ତି ଭୁଲ୍ କରି ନଥିଲେ କାହାକୁ ଡରିବୁନୁ

କୁତ୍ସାରଟନାକାରୀଙ୍କୁ ଅଚ୍ୟୁତ ସାମନ୍ତଙ୍କ ଜବାବ

by Our Correspondent
03 Dec, 2025- 11:44 PM
in Latest News, News
1 min read
0
ମା’ ଶିଖାଇଛନ୍ତି ଭୁଲ୍ କରି ନଥିଲେ କାହାକୁ ଡରିବୁନୁ
Spread the love

ଭୁବନେଶ୍ୱର: ‘ମୋ ମାଆ ମୋତେ ସବୁବେଳେ ଶିଖାଇଥିଲେ ଯେ ପର୍ଯ୍ୟନ୍ତ ନାରୀ ଚୋରି କି ଧନ ଚୋରି କରିନୁ ସେପର୍ଯ୍ୟନ୍ତ ଜୀବନରେ କାହାକୁ ଡରିବୁନୁ । ତେଣିକି ଯେତେ ଟିଭି କ୍ୟାମେରା ତୋ ପଛରେ ପଡୁ । ଲୋକଙ୍କ ପ୍ରେମ ଓ ସ୍ନେହ ଯୋଗୁଁ ମୁଁ କଠିନ ପରିଶ୍ରମ କରେ । ଓଡ଼ିଶାର ଉନ୍ନତି ପାଇଁ କାମ କରୁଛି । କିଟ୍ ଏବଂ କିସ୍ ମୋ ସମ୍ପତ୍ତି ନୁହଁ । ଏଠି ଖଣ୍ଡିଏ ଇଟା ବି ପଡ଼ିଲେ ତାହା ଓଡ଼ିଶାର ସମ୍ପତ୍ତି । ମୁଁ ଏହି ଅନୁଷ୍ଠାନର ରକ୍ଷକ ମାତ୍ର । ମୁଁ ମଲା ପରେ ବି ପରିବାର ଲୋକଙ୍କର ଗୋଡ଼ ଏଠି ପଡ଼ିବ ନାହିଁ ।’

ଶିକ୍ଷାବିତ୍ ସମାଜସେବୀ ଅଚ୍ୟୁତ ସାମନ୍ତଙ୍କର ଏହି କେଇପଦ କଥା ଉପସ୍ଥିତ ସମସ୍ତଙ୍କ ମନରେ ଭାବପ୍ରବଣତା ଭରିଦେଇଥିଲା । ନିଜ ମାଆଙ୍କ ବିଷୟରେ କହିଲା ବେଳେ ସେ ଯେତିକି ଭାବବିହ୍ୱଳ ହୋଇଥିଲେ, ତାଙ୍କୁ ଶୁଣୁଥିବା ଅତିଥିମାନେ ତାଙ୍କଠାରୁ ଅଧିକ ଭାବବିହ୍ୱଳ ହୋଇଯାଇଥିଲେ । ଅଚ୍ୟୁତଙ୍କ ମାତ୍ର ୪ ମିନିଟ୍ ର ଭାଷଣ ସମସ୍ତଙ୍କ ମନରେ ଶିହରଣ ସୃଷ୍ଟି କରିଥିଲା । କରତାଳିରେ ଫାଟି ପଡ଼ିଥିଲା ସଭାସ୍ଥଳ ।

ଅବସର ଥିଲା ଅଚ୍ୟୁତ ସାମନ୍ତଙ୍କ ସଦ୍ୟତମ ପୁସ୍ତକ ‘ମୋ ମା ମୋ ପ୍ରେରଣା’ ର ଉନ୍ମୋଚନ କାର୍ଯ୍ୟକ୍ରମ । ଓଡ଼ିଶାର ପୂର୍ବତନ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟ ଅତିଥି ଭାବେ ଯୋଗଦେଇ ପୁସ୍ତକକୁ ଉନ୍ମୋଚନ କରିଥିଲେ । ଶ୍ରୀ ସାମନ୍ତଙ୍କ ଅନ୍ୟ ୫ଟି ପୁସ୍ତକ ମଧ୍ୟ ଅତିଥିଙ୍କ ଦ୍ୱାରା ଉନ୍ମୋଚିତ ହୋଇଥିଲା ।

ପ୍ରଫେସର ଲାଲ୍ ତାଙ୍କ ଭାଷଣରେ ଶ୍ରୀ ସାମନ୍ତଙ୍କ ମା’ଙ୍କୁ ଢ଼େର୍ ପ୍ରଶଂସା କରିଥିଲେ । ଅଚୁ୍ୟତଙ୍କ ମା’ ଗଭୀର ତ୍ୟାଗ କରିଥିଲେ ଏବଂ ଦେବକୀଙ୍କ ପରି ଜଣେ ମା’ ଭାବରେ ଯିଏ ଜଗତକୁ କୃଷ୍ଣ ଆଣିଥିଲେ । ମା’ ଅପରିହାର୍ଯ୍ୟ । ଯଦି ଆପଣ ଇଶ୍ୱରଙ୍କ ପାଖରେ ପହଞ୍ଚିବାକୁ ଚାହାନ୍ତି, ତେବେ ଆପଣଙ୍କୁ ପ୍ରଥମେ ଆପଣଙ୍କ ମା’ଙ୍କୁ ସମ୍ମାନ କରିବାକୁ ପଡ଼ିବ ବୋଲି ସେ କହିଥିଲେ ।

ପ୍ରଫେସର ଲାଲଙ୍କ ସହ ଅତୀତର କିଛି ଭାବପ୍ରବଣ ମୁହୂର୍ତ୍ତର ସ୍ମୃତିଚାରଣରୁ ଭାଷଣ ଆରମ୍ଭ କରିଥିଲେ ଶ୍ରୀ ସାମନ୍ତ । କହିଥିଲେ, ମୋ ମା’ କହୁଥିଲେ, ବଞ୍ଚିଥିବା ବେଳେ ଯଦି ଦଶଟା ଲୋକ ଆପଣଙ୍କୁ ଭଲ ନ କହିଲେ ଆପଣ ବଞ୍ଚିବାଟା ମରିବା ସହ ସମାନ । ମୋ ମା’ ସେତେ ପାଠ ପଢ଼ି ନ ଥିଲେ । କିନ୍ତୁ ମୋତେ ଶିଖାଇଥିଲେ ଯେ ପର୍ଯ୍ୟନ୍ତ ନାରୀ ଚୋରି ଧନ ଚୋରି କରିନୁ ସେପର୍ଯ୍ୟନ୍ତ ଜୀବନରେ କାହାକୁ ଡରିବୁନୁ । ଯେତେ ଟିଭି କ୍ୟାମେରା ତୋ ପଛରେ ପଡୁ ।

ଶ୍ରୀ ସାମନ୍ତ କହିଥିଲେ, ଆଜି ପର୍ଯ୍ୟନ୍ତ ମୁଁ କେବେ କାହାରି କ୍ଷତି କରିନି । କିନ୍ତୁ କେତେ ପଡ଼ିଛନ୍ତି ପଛରେ । ଦିନ ରାତି ଏକ କରିଦେଇଛନ୍ତି । ମୁଁ ଅବା କ’ଣ କରୁଛି? ଓଡ଼ିଶାର ଉନ୍ନତି କରୁଛି । କିଟ୍ କି କିସ୍ ରେ ଯଦି ଗୋଟେ ଇଟା ପକୋଉଛି ତାହା ହେଉଛି ଓଡ଼ିଶାର ସମ୍ପତ୍ତି । ଇଏ ଗୋଟିଏ ଅନୁଷ୍ଠାନ ଯୋଉଠି ମୋ ପରିବାର ଲୋକଙ୍କର ସମ୍ପର୍କ ନାହିଁ । ମୁଁ ମଲା ପରେ ବି ଏଠି ପରିବାର ଲୋକ ଗୋଡ଼ ପକେଇବେନି । ଇଏ ହେଉଛି ଓଡ଼ିଶାର ସମ୍ପତ୍ତି । ମୁଁ ଏହାର ରକ୍ଷକ ମାତ୍ର । ଛୋଟିଆ ଭଡ଼ା ଘରେ ରୁହେ । ମୋ ଲାଇଫ୍ ଷ୍ଟାଇଲ୍ ଏୟା । ମୋତେ ଭଗବାନ ସୁଯୋଗ ଦେଇଛନ୍ତି । ଯୋଉ ପିଲାକୁ ଦିନେ ଦି ପଟ ରୁଟି ମିଳୁ ନ ଥିଲା ସେଇ ଛୋଟିଆ ଲୋକ ଉପରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବେ କୋଟିଏ ଲୋକଙ୍କ ଦାନାପାଣି ନିର୍ଭର କରୁଛି । ଭଗବାନ ମତେ ଏହାକୁ ସମ୍ଭାଳିବାକୁ ଦେଇଛନ୍ତି । ମୁଁ ସମ୍ଭାଳୁଛି । ସାଧୁତାର ସହ ସମ୍ଭାଳିଛି ।

ଆଗରୁ କହିଛି, ଏବେ ବି କହୁଛି, ଯୋଉ ଦିନ ମୋ ନାଁରେ ପଦେ ପ୍ରକୃତରେ କିଏ ବାହାର କରିଦେବ ସେଦିନ ସନ୍ୟାସୀ ହୋଇଯିବି । କାରଣ ସେମିତି ମୁଁ ନିଜକୁ ବଜାୟ ରଖିଛି । ଏହା ହେଉଛି ଭଗବାନଙ୍କ ଆଶୀର୍ବାଦ । ତେଣୁ କୁତ୍ସାରଟନାକାରୀ ମୋର କିଛି କ୍ଷତି ପାରିପାରିବେନି । ୨୦୦୫ ମସିହାର ଏକ ଘଟଣା ଉଲ୍ଲେଖ କରି ଶ୍ରୀ ସାମନ୍ତ କହିଲେ, ଜଣେ ବହୁ ବିଶିଷ୍ଟ ଶିକ୍ଷାବିତ୍ କହିଥିଲେ ଯେ ଅଚୁ୍ୟତ ସାମନ୍ତକୁ ଏତେ ତଳକୁ ଫୋପାଡ଼ି ଦେବି ସେ ସେହି ତଳୁ ଉଠିପାରିବନି । ମୁଁ ସେତେବେଳେ କହିଥିଲି ଅଚୁ୍ୟତ ସାମନ୍ତ ଏତେ ତଳୁ ଆସିଛି, ତା’ଠୁ ଅଧିକ ତଳ କିଛି ନାହିଁ । ପତ୍ର ଗୋଟୋଉଥିଲି । ଧାନ ସିଜୋଉଥିଲି । ଏଠି ସେଠି ମାଗିକି ଗାଁରେ ଆମେ ଖାଉଥୁଲୁ । ତା’ଠୁ ତଳ ଆଉ ଅଛି କ’ଣ? ମୁଁ ଏତେ ତଳୁ ଆସିଛି ଯେ ଆଉ ତଳ ନାହିଁ । ଆପଣ ପକେଇବେ କ’ଣ?

ଭାଷଣ ଶେଷରେ ଶ୍ରୀ ସାମନ୍ତ କହିଥିଲେ ଯେ ସାରା ପୃଥିବୀର ଲୋକଙ୍କ ଭଲ ପାଇବା ଯୋଗୁଁ ଆଜି ମୁଁ ଏତେ କାମ କରୁଛନ୍ତି । ଓଡ଼ିଶା ଲୋକଙ୍କ ପାଇଁ କାମ କରିବାରେ ମୋର ଆନନ୍ଦ । ସବୁ ରାଜ୍ୟ ମୋତେ ସବୁ ଦେବାକୁ କହି ଡାକୁଛନ୍ତି । ମାତ୍ର ମୁଁ ମନା କରଦେଇଛି । ଓଡ଼ିଶାରେ ଜନ୍ମ ହୋଇଛି, ଓଡ଼ିଶାରେ କାମ କରି ମରିବି ।

ପ୍ରଫେସର ଶଶାଙ୍କ ଚୂଡ଼ାମଣି ତାଙ୍କ ସଭାପତିତ୍ୱ ଭାଷଣରେ ଅଚୁ୍ୟତ ସାମନ୍ତଙ୍କ ପ୍ରାରମ୍ଭିକ ସଂଘର୍ଷମୟ ଦିନଗୁଡ଼ିକ ବିଷୟରେ କହିଥିଲେ, ଯାହାକୁ ପୁସ୍ତକରେ ଉପସ୍ଥାପନ କରାଯାଇଛି । ବରିଷ୍ଠ ଲେଖକ ରକ୍ଷକ ନାୟକ ପୁସ୍ତକଟିକୁ ‘ସାହାସ ଏବଂ ପ୍ରେରଣାର କାହାଣୀରେ ପରିପୂର୍ଣ୍ଣ ଭଲ ଏବଂ କଷ୍ଟକର ସମୟର ମିଶ୍ରଣ’ ଭାବେ ବର୍ଣ୍ଣନା କରିଥିଲେ । ଶିକ୍ଷାବିତ୍ ପ୍ରଫେସର ହରେକୃଷ୍ଣ ଶତପଥୀ ପୁସ୍ତକଟିର ସମୀକ୍ଷା କରିଥିଲେ । ବିଶିଷ୍ଟ ସାମ୍ବାଦିକ ଓ ସ୍ତମ୍ଭକାର ଉମାପଦ ବୋଷ ମଧ୍ୟ ପୁସ୍ତକ ବିଷୟରେ କହିଥିଲେ । ‘ମୋ ମା ମୋ ପ୍ରେରଣା’ ପୁସ୍ତକର ପ୍ରକାଶକ ବିଦ୍ୟାପୁରୀର ଜୀବାନନ୍ଦ ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ ।

Previous Post

ପ୍ରସନ୍ନଙ୍କୁ ଅପେକ୍ଷା କରାଇଲେ ପ୍ରଭାତୀ! କିଛି ଦିନ ତଳେ

Next Post

ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କୁ ଅପମାନ

Next Post
ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କୁ ଅପମାନ

ବିଧାନସଭାରେ ମହାତ୍ମା ଗାନ୍ଧୀଙ୍କୁ ଅପମାନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA