Tuesday, June 23, 2026 04:01 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଶଙ୍ଖଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ

ନିଲମ୍ବନ ପ୍ରତ୍ୟାହାର ଦାବି

by Our Correspondent
23 Jan, 2026- 11:58 PM
in Latest News, News, Politics
1 min read
0
ଶଙ୍ଖଭବନ ଘେରିଲେ ଅରବିନ୍ଦଙ୍କ ସମର୍ଥକ

ଭୁବନେଶ୍ୱର: ଆଗ ଶଙ୍ଖଭବନ ଘେରିଲେ । ହୋ ହଲ୍ଲା କଲେ । ସେଠାରୁ ନବୀନ ନିବାସ ଆଡକୁ ମୁହାଁଇଲେ । ପାଟକୁରା ବିଧାୟକ ଅରବିନ୍ଦ ମହାପାତ୍ରଙ୍କ ଶହ ଶହ ସମର୍ଥକ ଏହିଭଳି ଭାବେ ଆଜି ରାଜଧାନୀରେ ଶକ୍ତି ପ୍ରଦର୍ଶନ କରିଥିଲେ । ଅରବିନ୍ଦଙ୍କ ବିରୋଧରେ ଅଣାଯାଇଥିବା ଅଭିଯୋଗ ଭିତ୍ତିହୀନ ଏବଂ ତାଙ୍କ ପ୍ରତି ଅବିଚାର କରାଯାଇଛି ବୋଲି ଗର୍ଜନ କରି ନିଲମ୍ବନ ପ୍ରତ୍ୟାହାର ପାଇଁ ଜିଦ୍ ଧରିଥିଲେ । ସେମାନଙ୍କର ଏକ ପ୍ରତିନିଧି ଦଳକୁ ଶଙ୍ଖ ଭବନ ଡାକି ଦଳର ଦୁଇ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଏବଂ ପ୍ରତାପ ଜେନା ଆଲୋଚନା କରିଥିଲେ ମଧ୍ୟ ସେମାନେ ଶାନ୍ତ ପଡ଼ି ନ ଥିଲେ । ସଭାପତି ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ନବୀନ ନିବାସ ଯିବାକୁ ଉଦ୍ୟମ କରିଥିଲେ । ମାତ୍ର ଅଧାବାଟରୁ ପୁଲିସ ସେମାନଙ୍କୁ ଫେରାଇ ଦେଲା ।

ଅରବିନ୍ଦ ମହାପାତ୍ରଙ୍କ ଶତାଧିକ ସମର୍ଥକ ନବୀନ ନିବାସ ଆସୁଛନ୍ତି ବୋଲି ଆଜି ସକାଳେ ପ୍ରଚାର ହୋଇଥିଲା । ନବୀନ ନିବାସର ସୁରକ୍ଷା ଦୃଷ୍ଟିରୁ ପୁଲିସ ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରି ଦିଆଯାଇଥିଲା । ଏୟାରପୋର୍ଟ ଛକରୁ ନବୀନ ନିବାସ ପର୍ଯ୍ୟନ୍ତ ପୁଲିସ ଛାଉଣି ହୋଇଯାଇଥିଲେ । ଫରେଷ୍ଟ ପାର୍କରେ ଚାରି ଥାକିଆ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଥିଲା । ପୁଲିସ ସମ୍ପୂର୍ଣ୍ଣ ସଜାଗ ଥିବା ବେଳେ ଗରଦପୁର ବ୍ଲକ୍ ଅଧ୍ୟକ୍ଷଙ୍କ ନେତୃତ୍ୱରେ ଶତାଧିକ ସମର୍ଥକ ଏକ ପଟୁଆରରେ ଆସି ଶଙ୍ଖ ଭବନ ଆଗରେ ପହଞ୍ଚିଥିଲେ । ପାଖାପାଖି ଦେଢ଼ଘଣ୍ଟା କାଳ ଶଙ୍ଖଭବନକୁ ଘେରି ରହିଥିଲେ । ବିଧାୟକ ନିଦେ୍ର୍ଦାଷ ଏବଂ ତାଙ୍କ ବିରୋଧରେ ଚକ୍ରାନ୍ତ କରାଯାଇଛି ବୋଲି ଗଣମାଧ୍ୟମ ଆଗରେ ପ୍ରତିକ୍ରିୟା ଦେଇଥିଲେ । ଅରବିନ୍ଦଙ୍କ ଉପରୁ ନିଲମ୍ବନ ତୁରନ୍ତ ପ୍ରତ୍ୟାହାର କରିବାକୁ ଦାବି କରିଥିଲେ । ସଭାପତିଙ୍କୁ ଭେଟି ଏହି ଦାବି ଜଣାଇବେ ବୋଲି ଜିଦ୍ କରିଥିଲେ ।

କୌଣସି ଅପ୍ରୀତିକର ପରିସ୍ଥିତି ଆଶଙ୍କାରେ ଶଙ୍ଖଭବନରେ ଉପସ୍ଥିତ ଦଳର ଦୁଇ ବରିଷ୍ଠ ନେତା ଦେବୀ ପ୍ରସାଦ ମିଶ୍ର ଓ ପ୍ରତାପ ଜେନା ସେମାନଙ୍କର ଏକ ପ୍ରତିନିଧି ଦଳକୁ ଆଲୋଚନା ପାଇଁ ଡାକିଥିଲେ । ପ୍ରାୟ ଅଧଘଣ୍ଟା ଧରି ଆଲୋଚନା ହୋଇଥିଲା । ବାହାରକୁ ଆସି ପ୍ରତିନିଧିଦଳ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ଆଲୋଚନା ସକରାତ୍ମକ ଥିଲା ଏବଂ ଅରବିନ୍ଦଙ୍କ ଉପରୁ ନିଲମ୍ବନ ଆଦେଶର ପୁନର୍ବିଚାର ପାଇଁ ପ୍ରତିଶ୍ରୁତି ପାଇଥିବା କହିଥିଲେ । ବରିଷ୍ଠ ନେତାଦ୍ୱୟ ପୁନର୍ବିଚାର ପାଇଁ ସମୟ ମାଗିଛନ୍ତି ଏବଂ ସଭାପତିଙ୍କ ସହ ଆଲୋଚନା କରିବା ପରେ ନିଷ୍ପତ୍ତି ନିଆଯିବ ବୋଲି ପ୍ରତିଶ୍ରୁତି ଦେଇଛନ୍ତି ।

ଏହା ପରେ ବି ସମର୍ଥକମାନଙ୍କର ମନ ବୁଝି ନ ଥିଲା । ସଭାପତିଙ୍କୁ ଭେଟିବାକୁ ସେମାନେ ନବୀନ ନିବାସ ଆଡ଼କୁ ଅଗ୍ରସର ହୋଇଥିଲେ । ତେବେ ଫରେଷ୍ଟ ପାର୍କ ଛକରେ ପୁଲିସ କର୍ଡନ ଯୋଗୁଁ ଅଟକି ଯାଇଥିଲେ । ପୁଲିସ ସୁରକ୍ଷା ବଳୟ ଭେଦି ଆଗକୁ ଯିବା ସେମାନଙ୍କ ପକ୍ଷେ ସମ୍ଭବ ହୋଇ ନ ଥିଲା ।

ଟାର୍ଗେଟ୍ ରେ ଅତନୁ

ଅରବିନ୍ଦ ମହାପାତ୍ରଙ୍କ ସମର୍ଥନରେ ଆସିଥିବା ବିଜେଡି କର୍ମୀମାନଙ୍କର ଟାର୍ଗେଟ୍ ରେ ଥିଲେ ପୂର୍ବତନ ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ । ଅରବିନ୍ଦଙ୍କୁ ବିଜେଡିରୁ ନିଲମ୍ବନ ପାଇଁ ଅତନୁ ଦାୟୀ ବୋଲି ସେମାନେ କହିଥିଲେ । ଅତନୁଙ୍କ କଥାରେ ପଡ଼ି ନବୀନ ବାବୁ ଏହି ନିଷ୍ପତ୍ତି ନେଇଛନ୍ତି ବୋଲି ବିଷୋଦଗାର କରିଥିଲେ । ସେମାନଙ୍କର ଅଭିଯୋଗ, ବିଜୟ ମହାପାତ୍ରଙ୍କ ଉପରେ ଥିବା ରାଗ ତାଙ୍କ ପୁଅ ଅରବିନ୍ଦଙ୍କ ଉପରେ ସୁଝାଇଛନ୍ତି । ବିଧାୟକ ଭାବେ ଅରବିନ୍ଦଙ୍କର ପ୍ରଦର୍ଶନ ଭଲ । ମାତ୍ର ତାଙ୍କୁ ଦୁର୍ନୀତିଗ୍ରସ୍ତ ଓ ବିଶ୍ୱାସଘାତକ ବୋଲି ଅତନୁ କହିଛନ୍ତି । ନବୀନ ବାବୁଙ୍କୁ ଉସକାଇ ନିଲମ୍ବନ କରାଇଛନ୍ତି । ନବୀନ ବାବୁ ଏହାର ପୁନର୍ବିଚାର କରିବାକୁ ସେମାନେ ଦାବି କରିଥିଲେ । ନଚେତ୍ ନବୀନଙ୍କ ହାତଛାଡ଼ି ଦେବେ ବୋଲି ଚେତାବନୀ ଦେଇଥିଲେ ।

Previous Post

କିସ୍‍ ରେ ୬୬ତମ ପ୍ରୌଢ଼ ଶିକ୍ଷା ସମ୍ମିଳନୀ ଉଦ୍‍ଘାଟିତ

Next Post

ଦୀର୍ଘ ଦିନ ପରେ ଏକାଠି ହେଲେ ଦୁଇବନ୍ଧୁ

Next Post
ଦୀର୍ଘ ଦିନ ପରେ ଏକାଠି ହେଲେ ଦୁଇବନ୍ଧୁ

ଦୀର୍ଘ ଦିନ ପରେ ଏକାଠି ହେଲେ ଦୁଇବନ୍ଧୁ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA