Sunday, May 31, 2026 12:25 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରାଜଧାନୀରେ କଟିବନି ଲାଇନ୍

ବିଶ୍ୱସ୍ତରୀୟ ଗୁଣାତ୍ମକ ବିଦ୍ୟୁତ ସେବା: ମୁଖ୍ୟମନ୍ତ୍ରୀ

by Our Correspondent
09 Apr, 2026- 11:51 PM
in Latest News, News
1 min read
0
ରାଜଧାନୀରେ କଟିବନି ଲାଇନ୍
Spread the love

ଭୁବନେଶ୍ୱର: ରାଜଧାନୀବାସୀଙ୍କ ପାଇଁ ଖୁସି ଖବର । ନିକଟ ଭବିଷ୍ୟତରେ ରାଜଧାନୀରେ ବିଦ୍ୟୁତ ସମସ୍ୟା ରହିବନି । ଲାଇନ୍ କଟିବନି କି ଲୋ ଭୋଲେଟେଜ୍ ସମସ୍ୟା ରହିବନି । ଲୋକମାନେ ନିରବଚ୍ଛିନ୍ନ ବିଜୁଳି ପାଇବେ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ମୁହଁରୁ ଏହି ପ୍ରତିଶ୍ରୁତି ମିଳିଛି । ଆଜି ରାଜଧାନୀ ଉପକଣ୍ଠ ବାଲିଅନ୍ତାଠାରେ ୩ଟି ନୂତନ ଗ୍ରୀଡ଼୍ ସବଷ୍ଟେସନ୍, ୮ଟି ଗୁରୁତ୍ୱପୂର୍ଣ୍ଣ ଟ୍ରାନସମିସନ୍ ଲାଇନ୍ ଉଦଘାଟନ ଅବସରରେ ରାଜଧାନୀରେ ନିରବଚ୍ଛିନ୍ନ, ଉଚ୍ଚ ଗୁଣବତ୍ତା ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ବାଲିଅନ୍ତାଠାରେ ପ୍ରାୟ ୬୦୦ କୋଟି ଟଙ୍କା ବ୍ୟୟରେ ଏହି ୩ଟି ନୂତନ ଗ୍ରୀଡ୍ ସବ୍‌ଷ୍ଟେସନ – ବାଲିଅନ୍ତା, ସତ୍ୟନଗର, ଏବଂ କଟକର ଏସ୍‌.ସି.ବି. ମେଡିକାଲରେ ସ୍ଥାପନ କରାଯାଇଛି। ଯାହାଦ୍ୱାରା ଅଞ୍ଚଳର ପ୍ରାୟ ୨୨ ଲକ୍ଷ ଉପଭୋକ୍ତା ଲାଭାନ୍ବିତ ହେବେ। ଏହା ସହିତ ଭୁବନେଶ୍ୱରକୁ ଏକ ବିକଳ୍ପ ବିଦ୍ୟୁତ ଉତ୍ସ ସହିତ ସଂଯୋଗ ମଧ୍ୟ କରାଯାଇଛି। ଆଗାମୀ ଦିନରେ କଟକ ଓ ଭୁବନେଶ୍ୱରକୁ ଏକାଧିକ ଫିଡର ଲାଇନ ଦ୍ବାରା ସଂଯୁକ୍ତ କରାଯିବ। ଏହାଦ୍ବାରା ରାଜଧାନୀବାସୀ ନିରନ୍ତର ଗୁଣାତ୍ମକ ବିଦ୍ୟୁତସେବା ପାଇପାରିବେ।

ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହି ପ୍ରକଳ୍ପ ଗୁଡିକ ବହୁ ପୂର୍ବରୁ ମଞ୍ଜୁରୀ ପାଇଥିଲେ ମଧ୍ୟ କୋର୍ଟ କେସ୍ ଓ ବିଭିନ୍ନ ସମସ୍ୟା ଯୋଗୁ ଏ ଗୁଡିକର କାର୍ଯ୍ୟ ଆରମ୍ଭ ହୋଇପାରୁ ନଥିଲା। ନୂଆ ସରକାର ଦାୟିତ୍ବ ଗ୍ରହଣ କଲାପରେ, ଏହି ପ୍ରକଳ୍ପ ଉପରେ ଗୁରୁତ୍ବ ଦିଆଯାଇ ସମସ୍ତ ସମସ୍ୟାର ସମାଧାନ କରି ବର୍ଷକ ତଳେ କାମ ଆରମ୍ଭ ହୋଇଥିଲା। ମାତ୍ର ୧ ବର୍ଷ ମଧ୍ୟରେ ଓପିଟିସିଏଲ ପକ୍ଷରୁ ୪ଟି ଗୁରୁତ୍ବପୂର୍ଣ୍ଣ ବିଦ୍ୟୁତ ପ୍ରକଳ୍ପ କାମ ସମ୍ପୂର୍ଣ୍ଣ ହୋଇଛି। ଏଥି ମଧ୍ୟରୁ ନୟାପଲ୍ଲୀ ଗ୍ରୀଡ ଗତବର୍ଷ ଠାରୁ ବିଦ୍ୟୁତ ସେବା ଆରମ୍ଭ ହୋଇସାରିଛି। ରାଜଧାନୀ ବାସୀଙ୍କୁ ବିଶ୍ବସ୍ତରୀୟ ବିଦ୍ୟୁତସେବା ପ୍ରଦାନ ପାଇଁ ରାଜ୍ୟ ସରକାରଙ୍କ ଦୃଢ ସଂକଳ୍ପ ଯୋଗୁ ଏହା ସମ୍ଭବ ହୋଇପାରିଛି ବୋଲି ପ୍ରକାଶ କରି ମୁଖ୍ୟମନ୍ତ୍ରୀ କହିଥିଲେ ଯେ ‘ଯେଉଁଠି ଦୃଢ ଇଛାଶକ୍ତି ଥାଏ, ସେଠାରେ ଅସମ୍ଭବ ସମ୍ଭବ ହୁଏ’। ସେଥିପାଇଁ ଆମେ ମାତ୍ର ୧ ବର୍ଷ ଭିତରେ ୪ଟି ଗ୍ରୀଡ ସବ୍‌-ଷ୍ଟେସନ କାମ ସମ୍ପୂର୍ଣ୍ଣ କରିପାରିଲୁ । ଭୁବନେଶ୍ୱରର ବିଦ୍ୟୁତ ଶକ୍ତି ଚାହିଦା ଦୁଇଗୁଣା ହେବ । ଯାହା ବର୍ତ୍ତମାନ ଏକ ହଜାର ମେଗାୱାଟ୍ ଅଛି ତାହା ୨୦୩୦ ସୁଦ୍ଧା ଦୁଇ ହଜାର ମେଗାୱାଟ୍‌ରେ ପହଁଚିବ ।

ମୁଖ୍ୟମନ୍ତ୍ରୀ ତାଙ୍କ ଅଭିଭାଷଣରେ କହିଥିଲେ ଯେ, ରାଜଧାନୀ ଭୁବନେଶ୍ୱରର ଭବିଷ୍ୟତ ବିକାଶକୁ ଦୃଷ୍ଟିରେ ରଖି ବିଦ୍ୟୁତ୍ ଭିତ୍ତିଭୂମିକୁ ସୁଦୃଢ ଏବଂ ଆଧୁନିକ କରିବା ପାଇଁ ରାଜ୍ୟ ସରକାର ପ୍ରତିବଦ୍ଧ। ଏହି ନୂତନ GIS ଗ୍ରୀଡ ସବଷ୍ଟେସନ ଓ ସଂଲଗ୍ନ ଟ୍ରାନ୍ସମିସନ ଲାଇନଗୁଡ଼ିକ ରାଜଧାନୀରେ ନିରବଚ୍ଛିନ୍ନ, ଉଚ୍ଚ ଗୁଣସ୍ତରୀୟ ଏବଂ ନିର୍ଭରଯୋଗ୍ୟ ବିଦ୍ୟୁତ୍ ଯୋଗାଣ ସୁନିଶ୍ଚିତ କରିବ। ଏହା ଫଳରେ ଶିଳ୍ପ, ବ୍ୟବସାୟ, ଆଇଟି ଏବଂ ନଗରୀୟ ଜୀବନର ସମଗ୍ର ବିକାଶ ତ୍ୱରାନ୍ୱିତ ହେବ ବୋଲି ସେ କହିଥିଲେ।

ଉପମୁଖ୍ୟମନ୍ତ୍ରୀ ତଥା ଶକ୍ତିମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ ନିଜ ଅଭିଭାଷଣରେ କହିଥିଲେ ଯେ, ଆମ ସରକାରଙ୍କ ଦ୍ୱାରା ଲୋକଙ୍କୁ ଦିଆ ଯାଇଥିବା ପ୍ରତିଶ୍ରୁତିକୁ ଆମେ ରକ୍ଷା କରିଛୁ। ଏଥର ଭୁବନେଶ୍ୱର ଓ ବାଲିଅନ୍ତା ଅଞ୍ଚଳରେ ନୂଆ ଶକ୍ତିର ସ୍ରୋତ ଭାବେ ଏହି ଗ୍ରୀଡ଼ ସବଷ୍ଟେସନ କାର୍ଯ୍ୟ କରିବ। ଲୋକମାନେ ଆଉ ଲୋ ଭୋଲ୍ଟେଜ ସମସ୍ୟାର ସମ୍ମୁଖୀନ ହେବେ ନାହିଁ। ଏହିଭଳି ବଡ଼ ବଡ଼ ପ୍ରକଳ୍ପ ସମ୍ପୂର୍ଣ୍ଣ କରିବା ପାଇଁ ସ୍ଥାନୀୟ ଲୋକଙ୍କ ସହଯୋଗ ସର୍ବଦା ଆବଶ୍ୟକ। ଏଥିପାଇଁ ସ୍ଥାନୀୟ ଲୋକମାନେ ଏଥିରେ ସହଯୋଗ କରନ୍ତୁ ଆଗକୁ ରାଜ୍ୟରେ ଏମିତି ଜାରି ରହିବ। ଧାର୍ଯ୍ୟ ସମୟ ସୀମା ମଧ୍ୟରେ କାର୍ଯ୍ୟ ଶେଷ କରିଥିବାରୁ ଓପିଟିସିଏଲକୁ ଧନ୍ୟବାଦ ଜଣାଇଥିଲେ।

ଏହି ଅବସରରେ ଭୁବନେଶ୍ବରର ପାଶ୍ବବର୍ତ୍ତୀ ନଦୀ ଗୁଡିକର ପୁନରୁଦ୍ଧାର ଉପରେ ଆଲୋକପାତ କରି ମୁଖ୍ୟମନ୍ତ୍ରୀ କହିଲେ ଯେ, ପ୍ରାଚୀ ନଦୀର ପୁନଃରୁଦ୍ଧାର ପାଇଁ ୩୦୦ କୋଟି ଟଙ୍କା ମଂଜୁର ହୋଇଥିବା ବେଳେ ଭୁବନେଶ୍ୱର-ଜୟଦେବ ଅଂଚଳରେ ଥିବା ଧନୁଆ ନଦୀର ପୁନଃରୁଦ୍ଧାର ପାଇଁ ଦ୍ଵିତୀୟ ଫେଜ୍ ରେ ୭୫ କୋଟି ଟଙ୍କା ଅନୁମୋଦନ ହୋଇସାରିଛି । ଏଥିସହିତ ସଂଜୀବନୀ ଯୋଜନାରେ ଦୟା ନଦୀର ପୁନଃରୁଦ୍ଧାର ପାଇଁ ୧୭୦ କୋଟି ଟଙ୍କା ଏବଂ ଦୟା ପଶ୍ଚିମ କେନାଲ ପୁନଃରୁଦ୍ଧାର ଓ ଉନ୍ନତିକରଣ କରିବା ପାଇଁ ୪୦୦ କୋଟି ଟଙ୍କା ଅନୁମୋଦନ ହୋଇଛି, ଏବଂ ଖୁବ ଶୀଘ୍ର ସମସ୍ତ କାର୍ଯ୍ୟ ଆରମ୍ଭ ହେବ ବୋଲି ଘୋଷଣା କରିଥିଲେ।

ଉକ୍ତ କାର୍ଯ୍ୟକ୍ରମରେ ଭୁବନେଶ୍ବର ସାଂସଦ ଶ୍ରୀମତୀ ଅପରାଜିତା ଷଡଙ୍ଗୀ, ଜୟଦେବ ବିଧାୟକ ଶ୍ରୀଯୁକ୍ତ ନବକିଶୋର ମଲ୍ଲିକ, ଓପିଟିସିଏଲ ସିଏମଡି ଭାସ୍କର ଜ୍ୟୋତି ଶର୍ମା ଏବଂ ଖୋର୍ଦ୍ଧା ଜିଲ୍ଲାପାଳ ଅମ୍ରିତ ଋତୁରାଜ ପ୍ରମୁଖ ଉପସ୍ଥିତ ଥିଲେ।

Previous Post

ଇସ୍ତଫାପତ୍ର ଗ୍ରହଣ କଲେ ନବୀନ

Next Post

କିଏ ହେବେ ନୂଆ ନେତା?

Next Post
କିଏ ହେବେ ନୂଆ ନେତା?

କିଏ ହେବେ ନୂଆ ନେତା?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA