ଭୁବନେଶ୍ୱର: ପୁଲିସ ଉପରୁ ଲୋକଙ୍କର ଭୟ ତୁଟିଗଲା। ଲୋକଙ୍କର ଭରସା ତୁଟିଗଲା। ଆଇନ କାନୁନ ପଙ୍ଗୁ ହୋଇଗଲା। ଏହାର ଫଳ ହୋଇଛି ଯିଏ ଯାହାକୁ ପାରିଲା ମାରିଲା। ରେପ୍ କଲା। ଚୋରି କଲା। ଡକାଏତି କଲା। ମୋଟାମୋଟି କହିଲେ, ରାଜ୍ୟରେ ଏବେ ଭୟଙ୍କର ଅବସ୍ଥା। ୪ ଦିନ ତଳେ ପୁରୀ ଜିଲ୍ଲା କଣାସରେ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ସମସ୍ତଙ୍କ ସାମନାରେ ୫ ଜଣ ଦୁର୍ବୃତ୍ତ ମାଛ ପନିକିରେ ହାଣି ବୁଲେଟ୍ ଚଢ଼ାଇ ଦେଇଥିଲେ। ସେହି ଦୃଶ୍ୟ ସମସ୍ତଙ୍କ ଛାତି ଥରାଇ ଦେଇଥିଲା। ଏହାର ଦୁଇ ଦିନ ପରେ ଗଞ୍ଜାମର ହିଞ୍ଜିଳିରେ ଜଣେ ଗର୍ଭବତୀ ମହିଳାଙ୍କୁ ତା’ର ୩ ବର୍ଷର ଛୁଆ ଆଗରେ ଗାଁ ଦାଣ୍ଡରେ ଦୁର୍ବୃ ହାଣି ମାରିଦେଲା। ଆଉ ଏବେ.. ଖୋଦ୍ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଆଉ ଏକ ଲୋମହର୍ଷଣକାରୀ ଓ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ଦୁଇ ଯୁବତୀଙ୍କୁ ଅସଦାଚରଣ ଅଭିେଯାଗରେ ଜଣେ ଯୁବକଙ୍କୁ ସାଧାରଣ ଲୋକେ ପିଟି ପିଟି ମାରିଦେଇଛନ୍ତି। ତାହା ପୁଣି ଦିନ ଦ୍ବିପ୍ରହରରେ ପୁଲିସ ସାମନାରେ। ଲୋକଙ୍କ ମାଡ଼ରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।
ଗୁରୁବାର ଦିନ ପ୍ରାୟ ୧୨ଟା ବେଳେ ଏହି ଘଟଣା ଘଟିଛି। ଅଭିେଯାଗ ଅନୁଯାୟୀ, ସୌମ୍ୟରଞ୍ଜନ ସ୍ବାଇଁ ଏବଂ ଓମ୍ ପ୍ରକାଶ ମହାନ୍ତି ନାମକ ଦୁଇ ଯୁବକ ବାଲିଅନ୍ତା ରାସ୍ତାରେ ବାଇକ୍ ରେ ଯାଉଥିବା ବେଳେ ସ୍କୁଟିରେ ଯାଉଥିବା ଦୁଇ ଯୁବତୀଙ୍କୁ ଆଗ କୁଆଡେ଼ କମେଣ୍ଟ ମାରିଥିଲେ। ପରେ ରାମଚନ୍ଦ୍ରପୁର ବ୍ରିଜ୍ ପାଖରେ ସ୍କୁଟିକୁ ଧକ୍କା ଦେଇ ଯୁବତୀଙ୍କୁ ତଳେ ପକାଇ ଦେଇଥିଲେ। ଏହାପରେ ଯୁବକଦ୍ବୟ ସେମାନଙ୍କୁ ଅସଦାଚରଣ କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ଗାଁ ଲୋକ ରୁଣ୍ଡ ହୋଇଥିଲେ। ପୁଲିସକୁ ଖବର ଯାଇଥିଲା। ସଂପୃକ୍ତ ଦୁଇ ଯୁବକ ସେଠାରୁ ଖସି ପଳାଉଥିବା ବେଳେ ଲୋକେ ତଡ଼ି ତଡ଼ି ଧରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଆରମ୍ଭ ହୋଇଯାଇଥିଲା ଅମାନୁଷିକ ଆକ୍ରମଣ। ପୁଲିସ ସାମ୍ନାରେ ଲୋକମାନେ ଦୁଇ ଅଭିଯୁକ୍ତଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଥିଲେ। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୌମ୍ୟରଞ୍ଜନଙ୍କୁ ଏକ ବାଉଁଶରେ ହାତଗୋଡ଼ ବାନ୍ଧି ଦେଇଥିଲେ ଏବଂ ଟେକି ବାରମ୍ବାର କଚାଡ଼ି ଥିଲେ। ଅତ୍ୟନ୍ତ ଅମାନବୀୟ ଓ ନିର୍ଦ୍ଦୟ ଭାବେ ବିଧା ଗୋଇଠା, ଯିଏ ଯେମିତି ପାରିଲେ ପିଟିଥିଲେ।
ବହୁ ସମୟ ପରେ ଯାଇ ଲୋକଙ୍କ କବଳରୁ ପୁଲିସ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ କୁ ନେଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ହୋଇଥିଲା ବେଳେ ଓମ୍ ପ୍ରକାଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତ ସୌ ଲମ୍ୟରଞ୍ଜନ ସ୍ଥାନୀୟ ମୌଜପୁର ଗାଁର। ରେଲେଓ୍ବରେ କନେଷ୍ଟବଳ ଚାକିରି କରିଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ଭୁବନେଶ୍ବରର ୟୁନିଟ୍-୬ ରେ ଏକ ଜିମ୍ ସେଣ୍ଟର ମଧ୍ୟ ଚଳାଉଥିଲେ।
ଅସଦାଚରଣର ଶିକାର ଦୁଇ ଯୁବତୀଙ୍କ ଏତଲା ଆଧାରରେ ପୁଲିସ ଆଜି ରାତିରେ ୪ ଜଣଙ୍କୁ ଗିରଫ କରିଛି। ତେବେ ପୁଲିସ ସେମାନଙ୍କୁ ଉଠାଇ ନେଉଥିବା ବେଳେ ଗାଁ ଲୋକ ପୁଲିସକୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଗ୍ରାମବାସୀମାନେ ବାଲିଅନ୍ତା ଥାନା ଭିତ ଖଣ୍ଡପ୍ରଳୟ କରିଛନ୍ତି।
ଅନ୍ୟପକ୍ଷରେ ସୌମ୍ୟରଞ୍ଜନଙ୍କ ବାପାମାଆ ତାଙ୍କ ପୁଅ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। ପୁଅ କେବେ ନିଶା ଖାଏନାହିଁ କି କୌଣସି ଖରାପ କାମରେ ଲିପ୍ତ ନ ଥିଲା। ତାଙ୍କ ପୁଅ ଷଡ଼ଯନ୍ରର ଶିକାର ହୋଇଛି ବୋଲି ତାଙ୍କ ମାଆ କହିଛନ୍ତି। ପୁଲିସ ସାମ୍ନାରେ ଲୋକମାନେ ପୁଅକୁ ପିଟି ପିଟି ମାରିଦେବା ଘଟଣାକୁ ବୃଦ୍ଧ ବାପାମାଆ ଗ୍ରହଣ କରିନାହାନ୍ତି।
ନବୀନଙ୍କ ଉଦବେଗ







