Friday, May 8, 2026 05:00 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଭୟଙ୍କର,ଅସମ୍ଭାଳ ସ୍ଥିତି: ପୁଲିସ ସାମ୍ନାରେ ପିଟି ମାରିଦେଲେ

ବାଲିଅନ୍ତାରେ କଙ୍ଗାରୁ କୋର୍ଟ

by Our Correspondent
08 May, 2026- 12:21 AM
in Crime, Latest News, News
1 min read
0
ଭୟଙ୍କର,ଅସମ୍ଭାଳ ସ୍ଥିତି: ପୁଲିସ ସାମ୍ନାରେ ପିଟି ମାରିଦେଲେ

ଭୁବନେଶ୍ୱର: ପୁଲିସ ଉପରୁ ଲୋକଙ୍କର ଭୟ ତୁଟିଗଲା। ଲୋକଙ୍କର ଭରସା ତୁଟିଗଲା। ଆଇନ କାନୁନ ପଙ୍ଗୁ ହୋଇଗଲା। ଏହାର ଫଳ ହୋଇଛି ଯିଏ ଯାହାକୁ ପାରିଲା ମାରିଲା। ରେପ୍ କଲା। ଚୋରି କଲା। ଡକାଏତି କଲା। ମୋଟାମୋଟି କହିଲେ, ରାଜ୍ୟରେ ଏବେ ଭୟଙ୍କର ଅବସ୍ଥା। ୪ ଦିନ ତଳେ ପୁରୀ ଜିଲ୍ଲା କଣାସରେ ଜଣେ ଯୁବକଙ୍କୁ ବିଚ୍ ରାସ୍ତାରେ ସମସ୍ତଙ୍କ ସାମନାରେ ୫ ଜଣ ଦୁର୍ବୃତ୍ତ ମାଛ ପନିକିରେ ହାଣି ବୁଲେଟ୍ ଚଢ଼ାଇ ଦେଇଥିଲେ। ସେହି ଦୃଶ୍ୟ ସମସ୍ତଙ୍କ ଛାତି ଥରାଇ ଦେଇଥିଲା। ଏହାର ଦୁଇ ଦିନ ପରେ ଗଞ୍ଜାମର ହିଞ୍ଜିଳିରେ ଜଣେ ଗର୍ଭବତୀ ମହିଳାଙ୍କୁ ତା’ର ୩ ବର୍ଷର ଛୁଆ ଆଗରେ ଗାଁ ଦାଣ୍ଡରେ ଦୁର୍ବୃ ହାଣି ମାରିଦେଲା। ଆଉ ଏବେ.. ଖୋଦ୍ ରାଜଧାନୀ ଉପକଣ୍ଠ ବାଲିଅନ୍ତା ଅଞ୍ଚଳରେ ଆଉ ଏକ ଲୋମହର୍ଷଣକାରୀ ଓ ବର୍ବରକାଣ୍ଡ ଦେଖିବାକୁ ମିଳିଛି। ଦୁଇ ଯୁବତୀଙ୍କୁ ଅସଦାଚରଣ ଅଭିେଯାଗରେ ଜଣେ ଯୁବକଙ୍କୁ ସାଧାରଣ ଲୋକେ ପିଟି ପିଟି ମାରିଦେଇଛନ୍ତି। ତାହା ପୁଣି ଦିନ ଦ୍ବିପ୍ରହରରେ ପୁଲିସ ସାମନାରେ। ଲୋକଙ୍କ ମାଡ଼ରେ ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇ ହସ୍ପିଟାଲ୍ ରେ ଭର୍ତ୍ତି ହୋଇଛନ୍ତି। ଏହି ଘଟଣା ସମଗ୍ର ରାଜ୍ୟରେ ଆଲୋଡ଼ନ ସୃଷ୍ଟି କରିଛି।

ଗୁରୁବାର ଦିନ ପ୍ରାୟ ୧୨ଟା ବେଳେ ଏହି ଘଟଣା ଘଟିଛି। ଅଭିେଯାଗ ଅନୁଯାୟୀ, ସୌମ୍ୟରଞ୍ଜନ ସ୍ବାଇଁ ଏବଂ ଓମ୍ ପ୍ରକାଶ ମହାନ୍ତି ନାମକ ଦୁଇ ଯୁବକ ବାଲିଅନ୍ତା ରାସ୍ତାରେ ବାଇକ୍ ରେ ଯାଉଥିବା ବେଳେ ସ୍କୁଟିରେ ଯାଉଥିବା ଦୁଇ ଯୁବତୀଙ୍କୁ ଆଗ କୁଆଡେ଼ କମେଣ୍ଟ ମାରିଥିଲେ। ପରେ ରାମଚନ୍ଦ୍ରପୁର ବ୍ରିଜ୍ ପାଖରେ ସ୍କୁଟିକୁ ଧକ୍କା ଦେଇ ଯୁବତୀଙ୍କୁ ତଳେ ପକାଇ ଦେଇଥିଲେ। ଏହାପରେ ଯୁବକଦ୍ବୟ ସେମାନଙ୍କୁ ଅସଦାଚରଣ କରିଥିଲେ। ଯୁବତୀଙ୍କ ଚିତ୍କାର ଶୁଣି ଗାଁ ଲୋକ ରୁଣ୍ଡ ହୋଇଥିଲେ। ପୁଲିସକୁ ଖବର ଯାଇଥିଲା। ସଂପୃକ୍ତ ଦୁଇ ଯୁବକ ସେଠାରୁ ଖସି ପଳାଉଥିବା ବେଳେ ଲୋକେ ତଡ଼ି ତଡ଼ି ଧରିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚିଲା ବେଳକୁ ଆରମ୍ଭ ହୋଇଯାଇଥିଲା ଅମାନୁଷିକ ଆକ୍ରମଣ। ପୁଲିସ ସାମ୍ନାରେ ଲୋକମାନେ ଦୁଇ ଅଭିଯୁକ୍ତଙ୍କୁ ଘୋଷାଡ଼ି ଘୋଷାଡ଼ି ପିଟିଥିଲେ। ମୁଖ୍ୟ ଅଭିଯୁକ୍ତ କୁହାଯାଉଥିବା ସୌମ୍ୟରଞ୍ଜନଙ୍କୁ ଏକ ବାଉଁଶରେ ହାତଗୋଡ଼ ବାନ୍ଧି ଦେଇଥିଲେ ଏବଂ ଟେକି ବାରମ୍ବାର କଚାଡ଼ି ଥିଲେ। ଅତ୍ୟନ୍ତ ଅମାନବୀୟ ଓ ନିର୍ଦ୍ଦୟ ଭାବେ ବିଧା ଗୋଇଠା, ଯିଏ ଯେମିତି ପାରିଲେ ପିଟିଥିଲେ।

ବହୁ ସମୟ ପରେ ଯାଇ ଲୋକଙ୍କ କବଳରୁ ପୁଲିସ ଉଦ୍ଧାର କରି କ୍ୟାପିଟାଲ୍ ହସ୍ପିଟାଲ୍ କୁ ନେଇଥିଲା। ଚିକିତ୍ସାଧୀନ ଅବସ୍ଥାରେ ସୌମ୍ୟରଞ୍ଜନଙ୍କର ମୃତ୍ୟୁ ହୋଇଥିଲା ବେଳେ ଓମ୍ ପ୍ରକାଶଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି। ମୃତ ସୌ ଲମ୍ୟରଞ୍ଜନ ସ୍ଥାନୀୟ ମୌଜପୁର ଗାଁର। ରେଲେଓ୍ବରେ କନେଷ୍ଟବଳ ଚାକିରି କରିଥିଲେ ବୋଲି ତାଙ୍କ ପରିବାର ଲୋକେ କହିଛନ୍ତି। ଭୁବନେଶ୍ବରର ୟୁନିଟ୍-୬ ରେ ଏକ ଜିମ୍ ସେଣ୍ଟର ମଧ୍ୟ ଚଳାଉଥିଲେ।

ଅସଦାଚରଣର ଶିକାର ଦୁଇ ଯୁବତୀଙ୍କ ଏତଲା ଆଧାରରେ ପୁଲିସ ଆଜି ରାତିରେ ୪ ଜଣଙ୍କୁ ଗିରଫ କରିଛି। ତେବେ ପୁଲିସ ସେମାନଙ୍କୁ ଉଠାଇ ନେଉଥିବା ବେଳେ ଗାଁ ଲୋକ ପୁଲିସକୁ ମଧ୍ୟ ଆକ୍ରମଣ କରିବାକୁ ପଛାଇ ନ ଥିଲେ। ଗ୍ରାମବାସୀମାନେ ବାଲିଅନ୍ତା ଥାନା ଭିତ ଖଣ୍ଡପ୍ରଳୟ କରିଛନ୍ତି।

ଅନ୍ୟପକ୍ଷରେ ସୌମ୍ୟରଞ୍ଜନଙ୍କ ବାପାମାଆ ତାଙ୍କ ପୁଅ ନିର୍ଦ୍ଦୋଷ ବୋଲି ଦାବି କରିଛନ୍ତି। ପୁଅ କେବେ ନିଶା ଖାଏନାହିଁ କି କୌଣସି ଖରାପ କାମରେ ଲିପ୍ତ ନ ଥିଲା। ତାଙ୍କ ପୁଅ ଷଡ଼ଯନ୍ରର ଶିକାର ହୋଇଛି ବୋଲି ତାଙ୍କ ମାଆ କହିଛନ୍ତି। ପୁଲିସ ସାମ୍ନାରେ ଲୋକମାନେ ପୁଅକୁ ପିଟି ପିଟି ମାରିଦେବା ଘଟଣାକୁ ବୃଦ୍ଧ ବାପାମାଆ ଗ୍ରହଣ କରିନାହାନ୍ତି।

ନବୀନଙ୍କ ଉଦବେଗ

 

ରାଜ୍ୟରେ ଭୁଶୁଡ଼ି ଗଲାଣି ଆଇନର ଶାସନ: ବିଜେଡି

ରାଜଧାନୀ ଉପକଣ୍ଠ ବାଲିଅନ୍ତା ରାମଚନ୍ଦ୍ରପୁର ବି୍ରଜ୍ ନିକଟରେ ପୋଲିସ୍ର ଉପସ୍ଥିତିକୁ ଭୃକ୍ଷେପ ନ କରି ପିଟି ପିଟି ଜଣେ ଯୁବକଙ୍କୁ ମାରିଦେବା ଘଟଣା ଦୁର୍ଭାଗ୍ୟଜନକ ଓ ରାଜ୍ୟରେ ଆଇନର ଶାସନ ଭୁଶୁଡ଼ି ପଡ଼ିଛି ବୋଲି ବିଜେଡି ଅଭିଯୋଗ କରିଛି । ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ଦଳର ମୁଖପାତ୍ର ତଥା ଗଣମାଧ୍ୟମ ସଂଯୋଜକ ଡ଼ ଲେନିନ ମହାନ୍ତି ଓ ମୁଖପାତ୍ର ତୁମ୍ବନାଥ ପଣ୍ଡା କହିଛନ୍ତି ଯେ, ଗତ ୧ ସପ୍ତାହ ମଧ୍ୟରେ ରାଜ୍ୟରେ ବୃଦ୍ଧି ପାଉଥିବା ଜଘନ୍ୟ ଅପରାଧ ଓ ହତ୍ୟାକାଣ୍ଡ ଆଗରୁ କେବେ ଦେଖିବାକୁ ମିଳିନଥିଲା । ବିଜେପି ସରକାରକୁ ଆସିଲା ପରେ ରାଜ୍ୟ ଗୃହ ବିଭାଗର ଅପାରଗତା ଲାଗି ଆଜି ଓଡ଼ିଶା ସାରା ଦେଶରେ ନିନ୍ଦିତ ହେଉଛି ।

ଡ଼ ଲେନିନ ମହାନ୍ତି କହିଥିଲେ ଯେ, ଶାନ୍ତିପି୍ରୟ ଓଡ଼ିଶାରେ ପ୍ରତ୍ୟେକ ଦିନ ଘଟୁଥିବା ହିଂସାକାଣ୍ଡ ପାଇଁ ରାଜ୍ୟବାସୀ ନିଜକୁ ଅସୁରକ୍ଷିତ ମଣୁଛନ୍ତି । ହିଞ୍ଜିଳିରେ ସ୍ପଷ୍ଟ ଦିବାଲୋକରେ ଜଣେ ଗର୍ଭବତୀ ମହିଳାଙ୍କୁ ହତ୍ୟା ଓ କଣାସରେ ଜଣେ ଯୁବକଙ୍କ ଉପରେ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ ସମସ୍ତଙ୍କୁ ବିଚଳିତ କରିଥିବା ବେଳେ ଆଜିର ଘଟଣା ପରେ ପୋଲିସ୍ ପ୍ରଶାସନିକ ବ୍ୟବସ୍ଥା ଉପରେ ଲୋକଙ୍କ ଆସ୍ଥା ତୁଟିଯାଇଛି ।

ଶ୍ରୀ ତୁମ୍ବନାଥ ପଣ୍ଡା କହିଥିଲେ ଯେ, ପ୍ରଚାର ସର୍ବସ୍ୱ ସରକାର ଆଇନର ଶାସନ ପ୍ରତି ସମ୍ପୂର୍ଣ୍ଣ ସମ୍ବେଦନହୀନ ହୋଇପଡ଼ିଥିବାର ଫଳ ପ୍ରତିଦିନ ରାଜ୍ୟବାସୀ ଭୋଗୁଛନ୍ତି । ସରକାରଙ୍କ ଅପାରଗତା ଲାଗି ରାଜ୍ୟରେ ଉଦ୍ବେଗଜନକ ଭାବେ ହିଂସାକାଣ୍ଡ ବୃଦ୍ଧି ପାଉଛି । ବିଭତ୍ସ ଘଟଣାମାନ ଘଟିଲା ପରେ ସରକାରଙ୍କ ନିଦ ଭାଙ୍ଗୁଛି ଏବଂ ଆଇନ ଅନୁସାରେ କାର୍ଯ୍ୟାନୁଷ୍ଠାନ ନେବେ ବୋଲି ସରକାର କହୁଛନ୍ତି । କିନ୍ତୁ ଅପରାଧ ନିରାକରଣ ପାଇଁ କୌଣସି ପଦକ୍ଷେପ ସରକାର ନେଉନାହାନ୍ତି । ଏଭଳି ପରିସ୍ଥିତି ଲାଗି ରହିଲେ ବ୍ୟବସ୍ଥା ଉପରୁ ଲୋକଙ୍କ ଭରସା ତୁଟିଯିବ । ନେଡି ଗୁଡ଼ କହୁଣୀକୁ ବୋହି ଯିବା ପୂର୍ବରୁ ଡବଲ ଇଞ୍ଜିନ ସରକାର ହିଂସାକାଣ୍ଡ ରୋକିବାକୁ ପଦକ୍ଷେପ ନିଅନ୍ତୁ ।

କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ

ଭୁବନେଶ୍ୱରର ବାଲିଅନ୍ତା ଅଞ୍ଚଳରେ ଜଣେ ଯୁବକଙ୍କୁ ହତ୍ୟା ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଗଭୀର ଦୁଃଖ ପ୍ରକାଶ କରିଛନ୍ତି । ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ପୋଲିସ ମହାନିର୍ଦ୍ଦେଶକ ଶ୍ରୀ ୱାଇ.ବି ଖୁରାନିଆଙ୍କ ସହିତ କଥା ହୋଇ ଘଟଣାର ପୁଙ୍ଖାନୁପୁଙ୍ଖ ଯାଞ୍ଚ୍ କରିବା ସହିତ ଦୋଷୀମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏଭଳି ଭିଡ଼ ହତ୍ୟା ଘଟଣାର ଯେପରି ପୁନରାବୃତ୍ତି ନହୁଏ, ସେଥିପ୍ରତି ପୋଲିସ ପ୍ରଶାସନ ଓ ପୋଲିସ ବାହିନୀ ସତର୍କ ରହିବାକୁ ମୁଖ୍ୟମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ରାଜ୍ୟରେ ଆଇନର ଶାସନ ପ୍ରତିଷ୍ଠା କରିବା ପାଇଁ ପୋଲିସ କଠୋରରୁ କଠୋରତମ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ସେ ନିର୍ଦ୍ଦେଶ ଦେଇଛନ୍ତି। ଏହି ଘଟଣା ସମ୍ପର୍କରେ ମୁଖ୍ୟମନ୍ତ୍ରୀ ରାଜ୍ୟ ମହିଳା କମିଶନ ଅଧ୍ୟକ୍ଷା ଶ୍ରୀମତୀ ଶୋଭନା ମହାନ୍ତିଙ୍କ ସହିତ ମଧ୍ୟ ଆଲୋଚନା କରିଛନ୍ତି। ଘଟଣାର ସମସ୍ତ ଦିଗ ପ୍ରତି ସଚେତନ ରହି ପ୍ରକୃତ ସତ୍ୟ ଖୋଜି ବାହାର କରିବା ପାଇଁ ଏହି ଘଟଣାରେ ଯେଉଁ ମହିଳାମାନଙ୍କ ସହିତ ଦୁର୍ବ୍ୟବହାର ହୋଇଥିବାର ଅଭିଯୋଗ ହୋଇଛି, ସେମାନଙ୍କ ସହିତ ଆଲୋଚନା କରିବାକୁ ଅଧ୍ୟକ୍ଷା ଶ୍ରୀମତୀ ମହାନ୍ତି  ବାଲିଅନ୍ତା ଯିବେ ବୋଲି ଜଣା ଯାଇଛି।

Previous Post

ଅମଣିଷପଣିଆର ପ୍ରମାଣ ମିଳିଲା

Next Post

ଆଉ କେତେ ଦୁଃଖ କରିବେ ମୁଖ୍ୟମନ୍ତ୍ରୀ ?

Next Post
ଆଉ କେତେ ଦୁଃଖ କରିବେ ମୁଖ୍ୟମନ୍ତ୍ରୀ ?

ଆଉ କେତେ ଦୁଃଖ କରିବେ ମୁଖ୍ୟମନ୍ତ୍ରୀ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA