ଭୁବନେଶ୍ୱର: ବିଭିନ୍ନ ଜାଗାର ପ୍ରଚଳିତ ଇଂରାଜୀ ବନାନର ସଂଶୋଧନ କରାଯାଇଛି । ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ପକ୍ଷରୁ ଆଜି ଏହାର ବିଜ୍ଞପ୍ତି ପ୍ରକାଶ ପାଇଛି । ୨୬ ଜିଲ୍ଲାର ୬୪ ଟି ଜାଗାର ଇଂରାଜୀ ବନାନ ସଂଶୋଧନ ହୋଇଛି ।
ସେହି ଜାଗାଗୁଡ଼ିକ ହେଲା- ଅନୁଗୋଳ, ପାଲଲହଡ଼ା, ତାଳଚେର, ବଲାଙ୍ଗୀର, ବଙ୍ଗୋମୁଣ୍ଡା, ବାଲେଶ୍ୱର, ନୀଳଗିରି, ସୋର, ବରଗଡ଼, ରାଜବୋଡ଼ାସମ୍ବର, ବନ୍ତ, ବୌଦ୍ଧଗଡ଼, କଟକ, ସାଲେପୁର, ବଡ଼ମ୍ବା, ଆଠଗଡ଼, ଦେବଗଡ଼, ରିଆମାଳ, ବ୍ରହ୍ମପୁର, ହିଞ୍ଜିଳିକାଟୁ, ଆସିକା, ସୋରଡ଼ା, ଦଶରଥପୁର, ଧର୍ମଶାଳା, ବେଲପାହାଡ଼, ଜୁନାଗଡ଼, ଧର୍ମଗଡ଼, ଜୟପାଟଣା, ଲାଞ୍ଜିଗଡ଼, ଭବାନୀପାଟଣା, କନ୍ଧମାଳ, କେନ୍ଦ୍ରାପଡ଼ା, ଆଳି, ମହାକାଳପଡ଼ା, କେନ୍ଦୁଝର, ବଡ଼ବିଲ, କେନ୍ଦୁଝରଗଡ଼, ଖୋରଧା, ବୋଲଗଡ଼, ବାଣପୁର, ଜଟଣୀ, ଜୟପୁର, ପଡ଼ିଆ, ବେତନଟି, ଶାମାଖୁଣ୍ଟା, ମୋରଡ଼ା, ରାସଗୋବିନ୍ଦପୁର, ପାଞ୍ଚପୀଢ଼, ଉମରକୋଟ, ନୟାଗଡ଼, ଦଶପଲ୍ଲା, ଖଡ଼ିଆଳ, ନିମାପଡ଼ା, ସୋନପୁର, ବିନିକା, ସୁନ୍ଦରଗଡ଼, ବଣାଇଗଡ଼, କୋଇଡ଼ା,ଲେଫ୍ରିପଡ଼ା, ସବଡେଗା, ବଡ଼ଗାଁ, ଲହୁଣିପଡ଼ା ଏବଂ ରାଉରକେଲା ।