Tuesday, June 23, 2026 01:04 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

କ୍ରସ୍ ଭୋଟିଂ କରିଥିବା ୧୧ ବିଧାୟକଙ୍କୁ ସୁରକ୍ଷା ଦେଲେ ବାଚସ୍ପତି

ଗଣତନ୍ତ୍ରର ହତ୍ୟା:ବିଜେଡି

by Our Correspondent
22 Jun, 2026- 11:00 PM
in Latest News, News
1 min read
0
କ୍ରସ୍ ଭୋଟିଂ କରିଥିବା ୧୧ ବିଧାୟକଙ୍କୁ ସୁରକ୍ଷା ଦେଲେ ବାଚସ୍ପତି

ଭୁବନେଶ୍ୱର: ଗତ ମାର୍ଚ୍ଚରେ ଅନୁଷ୍ଠିତ ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ୧୧ ବିଧାୟକଙ୍କୁ ସୁରକ୍ଷା ମିଳିଛି । ସେମାନଙ୍କୁ ଅଯୋଗ୍ୟ ଘୋଷଣା କରି ସଭ୍ୟପଦ ରଦ୍ଦ ପାଇଁ ବିଜେଡି ଏବଂ କଂଗ୍ରେସ ପକ୍ଷରୁ ଦାଖଲ ହୋଇଥିବା ପୃଥକ୍ ଆବେଦନକୁ ବାଚସ୍ପତି ଶ୍ରୀମତୀ ସୁରମା ପାଢ଼ୀ ଖାରଜ କରିଦେଇଛନ୍ତି । ଆବେଦନରେ ଆବଶ୍ୟକ ତଥ୍ୟ, ପ୍ରମାଣ ଓ ସତ୍ୟପାଠର ଅଭାବ ଥିବାରୁ ଏହା ସମ୍ପୂର୍ଣ୍ଣ ନୁହେଁ ବୋଲି ବିବେଚନା କରିଛନ୍ତି । ବିଧାନସଭା ରୁଲ୍-୬ ର ସବ୍ ରୁଲ୍- ୬ ଓ ୭ ଅନୁଯାୟୀ ପ୍ରମାଣ ଓ ତଥ୍ୟ ଉପସ୍ଥାପନ ନ ହୋଇଥିବାରୁ ଆବେଦନ ଖାରଜ ହୋଇଥିବା ବାଚସ୍ପତି ରାୟ ଦେଇଛନ୍ତି ।

ରାଜ୍ୟସଭା ନିର୍ବାଚନରେ ବିଜେଡିର ୮ ବିଧାୟକ ରମାକାନ୍ତ ଭୋଇ, ଅରବିନ୍ଦ ମହାପାତ୍ର, ନବକିଶୋର ମଲ୍ଲିକ, ସନାତନ ମହାକୁଡ଼, ଚକ୍ରଧର କଅଁର, ସୌଭିକ ବିଶ୍ୱାଳ, ଦେବୀରଞ୍ଜନ ତ୍ରିପାଠୀ ଏବଂ କଂଗ୍ରେସର ତିନି ବିଧାୟକ ସୋଫିଆ ଫିରଦୋସ, ରମେଶ ଜେନା ଏବଂ ଦାଶରଥୀ ଗମାଙ୍ଗ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ବିଜେପି ସମର୍ଥିତ ଦିଲ୍ଲୀପ ରାୟଙ୍କ ସପକ୍ଷରେ କ୍ରସ୍ ଭୋଟିଂ କରିଥିଲେ । ପରବର୍ତ୍ତୀ ସମୟରେ ଉଭୟ ଦଳ ପକ୍ଷରୁ କ୍ରସ୍ ଭୋଟିଂ କରିଥିବା ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ ପାଇଁ ବାଚସ୍ପତିଙ୍କୁ ଫେରାଦ କରାଯାଇଥିଲା । ଏପ୍ରିଲ୍ ୨୭ ରେ ବିଜେଡି ପକ୍ଷରୁ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ବାଚସ୍ପତିଙ୍କୁ ଦେଇଥିବା ପିଟିସନ୍ ରେ ୮ ବିଧାୟକ ଦଳୀୟ ହ୍ୱିପ୍ ନ ମାନି ସ୍ୱେଚ୍ଛାକୃତ ଭାବେ ଦଳ ବିରୋଧରେ ଯାଇଥିବାରୁ ସମ୍ବିଧାନର ଦଶମ ଅନୁଚ୍ଛେଦ ଅନୁଯାୟୀ ସେମାନଙ୍କର ସଭ୍ୟପଦ ରଦ୍ଦ କରିବାକୁ ଦାବି କରିଥିଲେ । କଂଗ୍ରେସ ମଧ୍ୟ ଅନୁରୂପ ଦାବି କରିଥିଲା ।

ପାଖାପାଖି ଦୁଇମାସ ପରେ ବାଚସ୍ପତି ଆଜି ଦୁଇ ଦଳର ପିଟିସନ୍ ଉପରେ ନିଜର ରାୟ ଶୁଣାଇଥିଲେ । ବାଚସ୍ପତିଙ୍କ ବିଚାରରେ, ଏହି ପିଟିସନ ୧୯୮୭ ଦଳବଦଳ ନିୟମ ଧାରା ୬ ଓ ୭ର ବାଧ୍ୟତାମୂଳକ ସର୍ତ୍ତଗୁଡ଼ିକୁ ପୂରଣ କରୁ ନ ଥିଲା । ଆବେଦନ ସହ ଦିଆଯାଇଥିବା ଦଲିଲରେ ଆବେଦନକାରୀଙ୍କର ସ୍ୱାକ୍ଷର ନ ଥିଲା । ଆନେକ୍ସଚର୍, ଡିଜିଟାଲ୍ ପ୍ରମାଣରେ ଆବେଦନକାରୀଙ୍କ ସ୍ୱାକ୍ଷର ନ ଥିଲା । ଆବଶ୍ୟକ ଥିବା ଆଇନଗତ ସପୋର୍ଟିଂ ଆଫିଡେଭିଟ୍ ଦାଖଲ କରାଯାଇ ନ ଥିଲା । ବାଚସ୍ପତି ଏହି ଆବେଦନକୁ ଅସ୍ପଷ୍ଟ, ଭ୍ରମାନ୍ତକ ଓ ଆଧାରହୀନ ବୋଲି ଅଭିହିତ କରିଥିଲେ । ୧୯୮୭ ଦଳବଦଳ ନିୟମର ଧାରା ୭(୨) ର କ୍ଷମତା ପ୍ରୟୋଗ କରି ସେ ମାମଲାକୁ ପ୍ରାରମ୍ଭିକ ସ୍ତରରୁ ଖାରଜ କରିଦେଇଛନ୍ତି ।

କୋର୍ଟ ଯିବୁ :ଭକ୍ତ

ବାଚସ୍ପତିଙ୍କ ନିଷ୍ପତ୍ତି ବିରୋଧରେ କୋର୍ଟକୁ ଯିବୁ ବୋଲି କହିଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ବାଚସ୍ପତି ଖାରଜ କରିବା ପୂର୍ବରୁ ଦରକାର କରୁଥିବା କାଗଜପତ୍ର ମାଗିଥିଲେ ଭଲ ହୋଇଥାନ୍ତା । ଆମକୁ ସେ ସୁଯୋଗ ଦେଲେ ନାହିଁ । ଆମେ ଜାଣିଥିଲୁ ସେ ଏହି ନିଷ୍ପତ୍ତି ନେବେ । କୋର୍ଟରେ ଆମେ ସବୁ ପ୍ରମାଣ ଦେବୁ ବୋଲି ପିସିସି ସଭାପତି କହିଛନ୍ତି ।

ଗଣତନ୍ତ୍ରର ହତ୍ୟା:ବିଜେଡି

ରାଜ୍ୟସଭା ନିର୍ବାଚନରେ କ୍ରସ୍ ଭୋଟିଂ କରିଥିବା ବିଧାୟକମାନଙ୍କ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରି ବାଚସ୍ପତି ନିଜ ପଦବୀର ଗାରିମା କ୍ଷୁଣ୍ଣ କରିବା ସହ ଗଣତନ୍ତ୍ରକୁ ହତ୍ୟା କରିଛନ୍ତି । ଏହା ୫୨ତମ ସମ୍ବିଧାନ ସଂଶୋଧନ ଓ ସମ୍ବିଧାନର ୧୦ମ ପରିଚ୍ଛେଦର ସମ୍ପୂର୍ଣ୍ଣ ପରିପନ୍ଥୀ ବୋଲି କହିଛି ବିଜେଡି ।

ଆଜି ଶଙ୍ଖ ଭବନରେ ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ପୂର୍ବତନ ବାଚସ୍ପତି ତଥା ବିରୋଧୀ ଦଳ ମୁଖ୍ୟ ସଚେତକ ଶ୍ରୀମତୀ ପ୍ରମିଳା ମଲ୍ଲିକ ଓ ପୂର୍ବତନ ମନ୍ତ୍ରୀ ତଥା ବିଧାୟକ ଡ଼ ଅରୁଣ ସାହୁ କହିଥିଲେ ଯେ, ବାଚସ୍ପତି ଦଳୀୟ ମନୋଭାବ ରଖି ଏହି ନିଷ୍ପତ୍ତି ନେଇଛନ୍ତି । ନିଲମ୍ବିତ ବିଧାୟକମାନେ ବିଜେପିକୁ ଭୋଟ୍ ଦେଇଥିବାରୁ ସଭ୍ୟପଦ ରଦ୍ଦ ଆବେଦନ ଖାରଜ କରିଛନ୍ତି ବାଚସ୍ପତି ।

ଶ୍ରୀମତୀ ମଲ୍ଲିକ କହିଥିଲେ ଯେ, ତାଙ୍କ ଦଳୀୟ ନେତାଙ୍କ ଦ୍ୱାରା ପ୍ରଭାବିତ ହୋଇ ବିଭିନ୍ନ ଆଳ ଦେଖାଇ ବାଚସ୍ପତି ବିଜୁ ଜନତା ଦଳର ଆବେଦନକୁ ଖାରଜ କରିଛନ୍ତି । ଗୋଟିଏ ଦଳର ଟିକେଟରେ ନିର୍ବାଚିତ ହୋଇ ଅନ୍ୟ ଦଳକୁ ଭୋଟ୍ ଦେବା ଦଳବିରୋଧୀ କାର୍ଯ୍ୟ । ଏମିତି ଏକ ଘଟଣାରେ ସିମ୍ଲା ବିଧାନସଭାରେ ଯେଉଁ ଆଧାରରେ ବିଧାୟକ ମାନଙ୍କୁ ନିଲମ୍ବିତ କରାଯାଇଥିଲା, ସେହି ଆଧାରରେ ଏଠାରେ ମଧ୍ୟ କାର୍ଯ୍ୟାନୁଷ୍ଠାନ ହେବା ଉଚିତ୍ । ଅଲଗା ଅଲଗା କାରଣ ଦର୍ଶାଇ କ୍ରସ୍ ଭୋଟିଂ କରିଥିବା ବିଧାୟକଙ୍କ ସଭ୍ୟପଦ ରଦ୍ଦ କରିବା ପରିବର୍ତ୍ତେ ତାଙ୍କ ସପକ୍ଷରେ ନିଷ୍ପତ୍ତି ନେବା ଦୁର୍ଭାଗ୍ୟଜନକ । ଆମେ ଆଶା କରୁଛୁ ମାନ୍ୟବର ବାଚସ୍ପତି ଆମ ସହ ଆଲୋଚନା କରି ତାଙ୍କ ନିଷ୍ପତ୍ତିକୁ ପରିବର୍ତ୍ତନ କରିବେ ।

ଡ଼ ସାହୁ କହିଥିଲେ ଯେ ସଂସଦୀୟ ଗଣତନ୍ତ୍ରରେ ରାଜନୈତିକ ଉତ୍ତରଦାୟିତ୍ୱ ଓ ଜନମତକୁ ସମ୍ମାନ ସର୍ବାଗ୍ରେ । ବିଜେପି ସରକାର ସମୟରେ ଏହାର ସୁରକ୍ଷା ପାଇଁ ସ୍ୱର ଉତ୍ତୋଳନ କରିବାର ଜରୁରୀ ଆବଶ୍ୟକତା ଅଛି । ରାଜ୍ୟସଭା ନିର୍ବାଚନରେ ବିଜୁ ଜନତା ଦଳର ୮ ଜଣ ବିଧାୟକ ଦଳୀୟ ନିଷ୍ପତ୍ତି ବିରୋଧରେ ଯାଇ ବିଜେପି ଦଳକୁ ଭୋଟ୍ ଦେଇଥିଲେ । ୫୨ତମ ସମ୍ବିଧାନ ସଂଶୋଧନ ଅନୁଯାୟୀ ବିଜୁ ଜନତା ଦଳ ଉଠାଇଥିବା ପ୍ରଶ୍ନର ସଠିକ ନିର୍ଣ୍ଣୟ ନେଇନାହାନ୍ତି ବାଚସ୍ପତି । ସମ୍ବିଧାନର ୧୦ମ ପରିଚ୍ଛେଦ ଅନୁଯାୟୀ ଜଣେ ବିଧାୟକ ଯେଉଁ ଦଳରୁ ନିର୍ବାଚିତ ହୋଇଥାଏ, ସେହି ଦଳର ନିଷ୍ପତ୍ତି ବିରୋଧରେ ଆଚରଣ ଓ ଉଚ୍ଚାରଣ କରିବା ଦଳର ସଦସ୍ୟତା ପରିତ୍ୟାଗ କରିବା ସହ ସମାନ । ସଦସ୍ୟଙ୍କ କାର୍ଯ୍ୟକଳାପ, ସାର୍ବଜନୀନ ବକ୍ତବ୍ୟ ଓ ଦଳ ବିରୋଧୀ କାର୍ଯ୍ୟ ମାଧ୍ୟମରେ ଏହା ପ୍ରମାଣିତ ।

ବିଜେଡି ଆବେଦନର ମୂଳ ପ୍ରଶ୍ନ ଥିଲା, ଏହି ୮ ଜଣ ବିଧାୟକ ନିଜ ଆଚରଣ ଦ୍ୱାରା ଦଳର ସଦସ୍ୟତା ସ୍ୱଇଚ୍ଛାରେ ପରିତ୍ୟାଗ କରିଛନ୍ତି । ମାନ୍ୟବର ସୁପ୍ରିମକୋର୍ଟ ତାଙ୍କ ରାୟରେ ସ୍ପଷ୍ଟ କରିଛନ୍ତି ଯେ, କେବଳ ଔପଚାରିକ ଭାବରେ ଦଳ ଛାଡ଼ିବା ନୁହେଁ, ଦଳବିରୋଧୀ ଆଚରଣ ମଧ୍ୟ ସଦସ୍ୟତା ପରିତ୍ୟାଗ ଭାବେ ବିବେଚନା କରାଯିବ । କିନ୍ତୁ ମାନ୍ୟବର ବାଚସ୍ପତି ଏହାକୁ ଅଣଦେଖା କରି ମୂଳ ପ୍ରଶ୍ନର ନିଷ୍ପତ୍ତି ନ ନେଇ ପ୍ରକ୍ରିୟାଗତ ତ୍ରୁଟି କମା, ଫୁଲ୍ ଷ୍ଟପ୍ ଭଳି ଛୋଟ ଛୋଟ ବିଷୟ ଉପରେ ଗୁରୁତ୍ୱ ଦେଇଛନ୍ତି । ଆମେ ଦୃଢ଼ ଆଶାବାଦୀ ମାନ୍ୟବର ଉଚ୍ଚ ନ୍ୟାୟାଳୟ ଏବଂ ଆବଶ୍ୟକ ହେଲେ ସର୍ବୋଚ୍ଚ ନ୍ୟାୟାଳୟ ସମ୍ବିଧାନର ମର୍ଯ୍ୟାଦା, ଜନମତର ପବିତ୍ରତା ଓ ଦଳବିରୋଧୀ ଆଇନର ଉଦେ୍ଦଶ୍ୟକୁ ସୁରକ୍ଷିତ ରଖିବେ । ପରିଶେଷରେ ସମ୍ବିଧାନ ଓ ଆଇନର ବିଜୟ ହେବ ।

Previous Post

ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଏକାଠି ହେଲେ ବୁଦ୍ଧିଜୀବୀ

Next Post

୬୪ ଜାଗାର ଇଂରାଜୀ ବନାନ ସଂଶୋଧନ

Next Post
୬୪ ଜାଗାର ଇଂରାଜୀ ବନାନ ସଂଶୋଧନ

୬୪ ଜାଗାର ଇଂରାଜୀ ବନାନ ସଂଶୋଧନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA