Monday, June 22, 2026 01:16 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଏକାଠି ହେଲେ ବୁଦ୍ଧିଜୀବୀ

ପର୍ବତ ବଞ୍ଚାଓ, ଜଙ୍ଗଲ ବଞ୍ଚାଓ ଓ ନଦୀ ବଞ୍ଚାଓ ଚିନ୍ତନ ବୈଠକ

by Our Correspondent
21 Jun, 2026- 10:59 PM
in Latest News, News
1 min read
0
ପ୍ରାକୃତିକ ସମ୍ପଦର ସୁରକ୍ଷା ପାଇଁ ଏକାଠି ହେଲେ ବୁଦ୍ଧିଜୀବୀ

ଭୁବନେଶ୍ୱର : ଓଡ଼ିଶାର ଚିନ୍ତାଶୀଳ ଲୋକଙ୍କ ମଞ୍ଚ “ଆଗାମୀ ଓଡିଶା” ପକ୍ଷରୁ ଆଜି ଗୀତଗୋବିନ୍ଦ ସମ୍ମିଳନୀ କକ୍ଷରେ ‘ପର୍ବତ ବଞ୍ଚାଓ, ଜଙ୍ଗଲ ବଞ୍ଚାଓ ଓ ନଦୀ ବଞ୍ଚାଓ’ ବିଷୟ କୁ ନେଇ ଏକ ଚିନ୍ତନ ବୈଠକ ଆୟୋଜିତ ହୋଇ ଯାଇଛି। ପର୍ବତ ହେଉଛି ଆମ ପାଇଁ ପାଣିଟାଙ୍କି ସଦୃଶ । ଜଙ୍ଗଲ ହେଉଛି ଧରିତ୍ରୀର ଫୁସଫୁସ ଓ ନଦୀ ହେଉଛି ଆମର ଧମନୀ । ଏସବୁ ବିନା ମଣିଷ ସମାଜ ଓ ଜୀବଜଗତର ଅସ୍ତିତ୍ବ ରହିବ ନାହିଁ । ଏହି ତିନୋଟି ଜୀବନର ଅତି ମୌଳିକ ପ୍ରାକୃତିକ ଉପାଦାନର ସୁରକ୍ଷା ପାଇଁ ଆଜି ଆରମ୍ଭ ହୋଇଛି ଏକ ପ୍ରୟାସ । ଓଡ଼ିଶାର ପ୍ରତିଷ୍ଠିତ ବୁଦ୍ଧିଜୀବୀ, ପରିବେଶବିତ, ପୂର୍ବତନ ପ୍ରଶାସକ, ସାମ୍ବାଦିକ, ବୈଜ୍ଞାନିକ ତଥା ସାମାଜିକ କର୍ମୀ ମାନଙ୍କ ବୈଠକରେ ଏ ସଂକ୍ରାନ୍ତରେ ଗୁରୁତ୍ୱପୂର୍ଣ ନିଷ୍ପତି ମାନ ନିଆଯାଇଛି ।

ପୂର୍ବତନ ପୁଲିସ ମହାନିର୍ଦେଶକ ଅମୀୟ ଭୂଷଣ ତ୍ରିପାଠୀଙ୍କ ସଭାପତିତ୍ୱରେ ଆୟୋଜିତ ଏହି ବୈଠକରେ ଆଗାମୀ ଓଡିଶା ଓ ମହାନଦୀ ବଞ୍ଚାଓ ଆନ୍ଦୋଳନର ଆବାହକ ସୁଦର୍ଶନ ଦାସ ବୈଠକ ବିଷୟରେ ପ୍ରାରମ୍ଭିକ ସୂଚନା ଦେଇ କହିଥିଲେ ଯେ ଓଡ଼ିଶାର ଅତ୍ୟନ୍ତ ଗୁରୁତ୍ୱପୂର୍ଣ ପ୍ରାକୃତିକ ବିଭବ ହେଉଛି ପାହାଡ଼, ଜଙ୍ଗଲ ଓ ନଦୀ । ଏସବୁ ବ୍ୟତିରେକେ ଓଡିଶା ଜନ ଜୀବନର ଅସ୍ତିତ୍ବ ରହିବ ନାହିଁ । ସେଥିପାଇଁ ଓଡ଼ିଶାବାସୀ ଏସବୁ ର ସୁରକ୍ଷା ପାଇଁ ଏବେଠୁ ଚିନ୍ତା ନକଲେ ଭବିଷ୍ୟତ ପିଢ଼ି ଆମକୁ କେବେ କ୍ଷମା ଦେବ ନାହିଁ ।

ବୈଠକର ଅନ୍ୟତମ ଆବାହକ ଡ଼ ଅରବିନ୍ଦ ବେହେରା ଅଭିବୃଦ୍ଧି ସର୍ବସ୍ବ ବିକାଶ ବାସ୍ତବରେ ବିକାଶ ନୁହଁ । ବିଶ୍ୱର ଅନେକ ଦେଶ ଶୁନ୍ୟ ଅଭିବୃଦ୍ଧି ଭିତ୍ତିକ ବିକାଶର ମାର୍ଗରେ ଚାଲୁଛନ୍ତି । କାରଣ ତାହାହିଁ ନିରନ୍ତର ବିକାଶ ଯାହାକୁ ପିଢ଼ି ପରେ ପିଢ଼ି ଉପଭୋଗ କରି ପାରିବେ । ଅନ୍ୟତମ ଆବାହକ ସଂଜୀବ ହୋତା କହିଲେ ଯେ ଆମର ତଥାକଥିତ ବିକାଶ ପ୍ରକ୍ରିୟା ନିରୀହ ଆଦିବାସୀ ମାନଙ୍କ ପାଇଁ ବିସ୍ଥାପନର କାରଣ ପାଲଟିଛି ଏବଂ ସେ ବିକାଶ ପ୍ରକ୍ରିୟା ସେମାନଙ୍କ ଜୀବନକୁ ଉନ୍ନତ କରିବା ପରିବର୍ତ୍ତେ ଦୁର୍ବିସହ କରି ଦେଇଛି । ତେଣୁ ବିକଳ୍ପ ବିକାଶ ପ୍ରକ୍ରିୟାକୁ ଆପଣେଇବା ଆଜି ଜରୁରୀ ।

ବୈଠକରେ ସମସ୍ତଙ୍କ ମତାମତ ନେବା ପରେ ଚାରୋଟି ପ୍ରସ୍ତାବ ଗୃହୀତ ହୋଇଥିଲା । ଖଣି ସର୍ବସ୍ବ ଅର୍ଥନୀତି ଓଡିଶାକୁ ମାନବ ବିକାଶ କୈନ୍ଦ୍ରିକ ରାସ୍ତାରେ ନେବାକୁ ଅକ୍ଷମ । ତେଣୁ ଆଉ ଅଧିକ ଖଣି ଲିଜ ଦିଆଯିବ। ଉଚିତ ନୁହଁ । ସେଥିପାଇଁ ଏହି ମଞ୍ଚ ପକ୍ଷରୁ ଓଡିଶା ସରକାରଙ୍କୁ ଆଉ ନୂଆ ଖଣି ଲିଜ ନଦେବାକୁ ଅନୁରୋଧ କରି ଚିଠି ଲେଖା ଯିବ । ଆବଶ୍ୟକ ପଡିଲେ ଓଡ଼ିଶାର ବୁଦ୍ଧିଜୀବୀ ସମୂହ ଏଥିପାଇଁ ରାଜରାସ୍ତାରେ ଛିଡା ହେବେ । ଦ୍ୱିତୀୟତଃ ଓଡିଶା ସରକାର ୨୦୩୬ ଓ ୨୦୪୭ ମସିହା ପାଇଁ ବିକଶିତ ଓଡ଼ିଶାର ସ୍ବପ୍ନ ଦେଖାଇଛନ୍ତି ଯାହା ଅର୍ଥନୈତିକ ଅଭିଦୃଦ୍ଧି ସର୍ବସ୍ବ । ସରକାର ୨୦୩୬ ବେଳକୁ ଓଡ଼ିଶାର ଅର୍ଥନୀତି ୫୦୦ ବିଲିୟନ ଡ଼ଲାର ଓ ୨୦୪୭ ବେଳକୁ ୧.୫ ଟ୍ରିଲିୟନ ଡ଼ଲାରରେ ପହଂଚିବ ବୋଲି ସ୍ବପ୍ନ ଦେଖାଇଛନ୍ତି । ମାତ୍ର ତାହା ଓଡ଼ିଶାର ପ୍ରାକୃତିକ ସମ୍ପଦ ବିନିମୟରେ ହିଁ ହେବ ଯାହା ଓଡ଼ିଶାର ଜନ ଜୀବନକୁ ଧ୍ବଂସ ଆଡକୁ ନେଇଯିବ । ତେଣୁ ଓଡିଶା ପାଇଁ ଏକ ମାନବ ବିକାଶ କୈନ୍ଦ୍ରିକ ବିକାଶର ନକ୍ସା ପ୍ରସ୍ତୁତ କରାଯିବ । ଏଥିପାଇଁ ଏକ ଟିମ କାର୍ଯ୍ୟ କରିବ ଏବଂ ଓଡିଶା ପାଇଁ ଏକ ଲୋକ କୈନ୍ଦ୍ରିକ ଭିଜନ ଡକୁମେଣ୍ଟ ପ୍ରସ୍ତୁତ ହେବ । ତୃତୀୟତଃ ଓଡ଼ିଶାର ପାହାଡ଼, ଜଙ୍ଗଲ ଓ ନଦୀର ସୁରକ୍ଷା ପାଇଁ ଜନ ଜାଗରଣ ସୃଷ୍ଟି କରାଯିବ ଓ ଏଥିପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ଗଣ ସମ୍ମିଳନୀ ଓ ସଭା ସମିତି ମାନ ଆୟୋଜନ କରାଯିବ ।

ଆଜିର ଏହି ବୈଠକରେ ବିଶିଷ୍ଟ ପରିବେଶବିତ ପ୍ରଫୁଲ୍ଲ ସାମନ୍ତରାୟ, ବରିଷ୍ଠ ସାମ୍ବାଦିକ ରବି ଦାସ, ପୂର୍ବତନ ମନ୍ତ୍ରୀ ନିରଞ୍ଜନ ପଟନାୟକ, ପୂର୍ବତନ ପ୍ରଶାସକ କରୁଣାକର ପଟନାୟକ, ଓଡିଶା ପରିବେଶ ସମିତିର କାର୍ଯ୍ୟକାରୀ ସଭାପତି ଡ଼ ଜୟକୃଷ୍ଣ ପାଣିଗ୍ରାହୀ ଓ ସମ୍ପାଦକ ଇଞ୍ଜିନିଅର ମନୋରଞ୍ଜନ ମିଶ୍ର, ଜଳ ସମ୍ପଦ ବିଭାଗର ମୁଖ୍ୟ ସର୍ବୋଚ୍ଚ ଯନ୍ତ୍ରୀ ହରିଶ୍ଚନ୍ଦ୍ର ବେହେରା, ସର୍ବୋଚ୍ଚ ଯନ୍ତ୍ରୀ ଆଶୁତୋଷ ଦାଶ, ଜିଓଲୋଜିକାଲ ସର୍ଭେ ଅଫ ଇଣ୍ଡିଆର ପୂର୍ବତନ ସହ ମୁଖ୍ୟ ନିର୍ଦେଶକ ଡ଼ ଶୁଭ୍ରାଂଶୁ ଦାସ, ପ୍ରଫେସର ସୁଯ୍ୟ ନାୟକ, ପ୍ରଫେସର ସନ୍ଦୀପ କୁଣ୍ଡୁ, ବରିଷ୍ଠ ସାମ୍ବାଦିକ ସନ୍ଦୀପ ମିଶ୍ର, ସତ୍ୟ ସୁନ୍ଦର ଭଞ୍ଜ, ପ୍ରଫେସର ଏସ କେ ପାଲିତ, ଜନ ସ୍ୱାସ୍ଥ୍ୟ ଅଭିଯାନ ର ଆବାହକ ଗୌରାଙ୍ଗ ମହାପାତ୍ର, ପିଟିଆଇର ପୂର୍ବତନ ଏଡିଟର ରାଜେଶ ମହାପାତ୍ର, ବରିଷ୍ଠ ସାମ୍ବାଦିକ ଦିଲୀପ ବିଶୋଇ, ଗବେଷକ ପ୍ରଦୀପ ବୈଶାଖ, ଡ଼ କପିଲ ମିଶ୍ର, ବିଶିଷ୍ଟ ଗାନ୍ଧିବାଦୀ ନେତା ଡ଼ ବିଶ୍ୱଜିତ, ପ୍ରଫେସର ସ୍ୱାଧୀନ ପଟନାୟକ, ସୁମିତ୍ରା ପଟେଲ, ବାବାଜୀ ବିଶ୍ୱାଳ, ବିଜୟ ପ୍ରଧାନ, ସଚିକାନ୍ତ ପ୍ରଧାନ, ଇ ହେମନ୍ତ ପାତ୍ର କୁଶ କୁମାର ବେହେରା ପ୍ରମୁଖ ଆଲୋଚନାରେ ଭାଗ ନେଇଥିଲେ ଏବଂ ବିଷୟବସ୍ତୁ ଉପରେ ବିଭିନ୍ନ ଦିଗରୁ ଆଲୋଚନା କରିଥିଲେ ।

Previous Post

ବନ୍ଧା ହେଲେ ମନ୍ତ୍ରୀଙ୍କ ପୁତୁରା

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA