Saturday, July 4, 2026 01:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଜାପାନରୁ ଆସିବ ୬୭୦୦୦୦୦୦୦୦୦୦

ଗ୍ଲୋବାଲ୍ ଗ୍ରୀନ୍ ହବ୍ ହେବ ଓଡ଼ିଶା: ମୁଖ୍ୟମନ୍ତ୍ରୀ

by Our Correspondent
03 Jul, 2026- 08:40 PM
in Latest News, News
1 min read
0
ଜାପାନରୁ ଆସିବ ୬୭୦୦୦୦୦୦୦୦୦୦

ଭୁବନେଶ୍ୱର: ଜାପାନର ଏସସିଏମଇ ଗ୍ରୁପ ଓ ଆଇଏଚଆଇ କର୍ପୋରେସନ୍ ସହିତ ରାଜ୍ୟ ସରକାର ଏକ ସହଯୋଗ ପତ୍ର ବା ଏମଓସି ସ୍ୱାକ୍ଷର କରିଛନ୍ତି। ଏହି ଦୁଇଟି କମ୍ପାନୀ ଓଡିଶାରେ ସ୍ୱଚ୍ଛ ଶକ୍ତି ଏବଂ ଅନ୍ୟାନ୍ୟ ଶିଳ୍ପ ପ୍ରକଳ୍ପରେ ବ୍ୟାପକ ରୂପରେ ନିବେଶ କରିବା ପାଇଁ ଉଦ୍ୟମ କରିବେ। ଏହି ସହଯୋଗ ଦ୍ୱାରା ଟେକ୍ନୋଲୋଜି ଟ୍ରାନ୍ସଫର, ପରିବେଶ ଅନୁକୂଳ ଦୀର୍ଘସ୍ଥାୟୀ ଶିଳ୍ପାୟନ ସହିତ ଓଡିଶାରେ ବ୍ୟାପକ ନିଯୁକ୍ତି ଓ ଅର୍ଥନୈତିକ ସୁଯୋଗ ସୃଷ୍ଟି ହେବ। ଏହି ଦୁଇଟି କମ୍ପାନୀ ଓଡିଶାରେ ୩ଟି ପ୍ରକଳ୍ପ ସ୍ଥାପନ କରିବା ପାଇଁ ସହଯୋଗର ହାତ ବଢାଇଛନ୍ତି। ଏହାର ସମୁଦାୟ ନିବେଶ ମୂଲ୍ୟ ପ୍ରାୟ ୬୭,୦୦୦ କୋଟି(୬୭୦୦୦୦୦୦୦୦୦୦) ଟଙ୍କା ଏବଂ ଏହା ଦ୍ୱାରା ୭,୬୦୦ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ ବୋଲି କୁହାଯାଇଛି ।

ଏହି ପ୍ରକଳ୍ପ ଗୁଡିକ ହେଲା ଗୋପାଳପୁରରେ ୦.୪ ଏମଟିପିଏ କ୍ଷମତା ବିଶିଷ୍ଟ ଗ୍ରୀନ ଆମୋନିଆ ପ୍ରକଳ୍ପ। ଏଥିରେ ୨୦,୦୦୦ କୋଟି ଟଙ୍କା ନିବେଶ ହେବ ଏବଂ ଏହାଦ୍ୱାରା ୩,୪୦୦ ନିଯୁକ୍ତି ସୃଷ୍ଟି ହେବ। ଏହା ସହିତ ଏହି ପ୍ରକଳ୍ପରେ ଅତିରିକ୍ତ ୧,୦୦୦ କୋଟି ଟଙ୍କା ନିବେଶରେ ଏକ ଜେଟି ବିହୀନ ଫ୍ଲୋଟିଙ୍ଗ୍ ଟର୍ମିନାଲ୍ ଭିତ୍ତିଭୂମି ସୃଷ୍ଟି କରାଯିବ। ଏହା ସହିତ ପାରାଦୀପରେ ୩୪,୦୦୦ କୋଟି ଟଙ୍କା ବିନିଯୋଗରେ ୦.୮ ଏମଟିପିଏ କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ଆମୋନିଆ ପ୍ରକଳ୍ପ ପ୍ରତିଷ୍ଠା କରାଯିବ। ଏହାଦ୍ୱାରା ୩,୬୦୦ ନିଯୁକ୍ତି ସୃଷ୍ଟି ହେବ। ତୃତୀୟ ପ୍ରକଳ୍ପଟି ହେଉଛି ୧୨,୦୦୦ କୋଟି ଟଙ୍କା ବିନିଯୋଗରେ ପାରାଦୀପରେ ୦.୧ ଏମଟିପିଏ କ୍ଷମତା ବିଶିଷ୍ଟ ଏକ ଗ୍ରୀନ୍ ମିଥାନଲ୍ ପ୍ରକଳ୍ପ କରାଯିବ। ଏହା ଦ୍ୱାରା ୬୦୦ ନିଯୁକ୍ତି ସୃଷ୍ଟି ହେବ।

ଆଜି ଲୋକସେବା ଭବନର କନଭେନସନ୍‌ ସେଣ୍ଟରଠାରେ ଜାପାନର ବିଜିନେସ୍ ଡେଲିଗେଟ୍ ମାନଙ୍କ ସହିତ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଓଡିଶାରେ ସବୁଜ ଅର୍ଥନୀତିର ଅଭିବୃଦ୍ଧି ସମ୍ପର୍କରେ ଆଲୋଚନା କରିଛନ୍ତି। ଓଡ଼ିଶାର ଶିଳ୍ପ ଅଭିବୃଦ୍ଧିର ପରବର୍ତ୍ତୀ ଅଧ୍ୟାୟ ଏବେ ପ୍ରଯୁକ୍ତିବିଦ୍ୟା, ନବସୃଜନ ଓ ସବୁଜ ଅର୍ଥନୀତି (ଗ୍ରୀନ୍ ଇକୋନୋମି) ଦ୍ୱାରା ପରିଚାଳିତ ହେବ । ଆଧୁନିକ ଟେକ୍ନୋଲୋଜିର ପ୍ରୟୋଗରେ ଓଡିଶାକୁ ଏକ ‘ଗ୍ଲୋବାଲ୍ ଗ୍ରୀନ୍ ହବ୍’ ରେ ପରିଣତ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଓଡ଼ିଶା ବର୍ତ୍ତମାନ ସୁଦ୍ଧା ୧୨ଟି ପ୍ରମୁଖ ଗ୍ରୀନ୍ ହାଇଡ୍ରୋଜେନ୍ ଏବଂ ଗ୍ରୀନ୍ ଆମୋନିଆ ପ୍ରକଳ୍ପକୁ ମଞ୍ଜୁରୀ ଦେଇସାରିଛି। ଏହାଦ୍ୱାରା ରାଜ୍ୟକୁ ୨ ଲକ୍ଷ କୋଟିରୁ ଅଧିକ ଟଙ୍କାର ପୁଞ୍ଜିନିବେଶ ଆସିବା ସହ ୩୬ ହଜାରରୁ ଅଧିକ ନିଯୁକ୍ତି ସୁଯୋଗ ସୃଷ୍ଟି ହେବ। ପାରାଦୀପ, କେନ୍ଦ୍ରାପଡ଼ା ଓ ଗୋପାଳପୁରକୁ ନେଇ ଦୁଇଟି ସବୁଜ ଶିଳ୍ପ କରିଡର ବିକାଶ କରାଯାଉଛି, ଯାହା ଭାରତର ‘ଇସ୍ପାତ ରାଜଧାନୀ’ ଓଡ଼ିଶାକୁ ଗ୍ରୀନ୍ ଷ୍ଟିଲ୍ ଉତ୍ପାଦନରେ ବିଶ୍ୱସ୍ତରୀୟ ଅଗ୍ରଣୀ କରାଇବ।

ଏସିଏମଇ ଗ୍ରୁପ୍‌ର ଚେୟାରମ୍ୟାନ୍ ତଥା ମ୍ୟାନେଜିଂ ଡିରେକ୍ଟର ମନୋଜ କୁମାର ଉପାଧ୍ୟାୟ ଓଡ଼ିଶାର ଶିଳ୍ପାନୁକୂଳ ପରିବେଶକୁ ପୁଞ୍ଜିନିବେଶର ଶ୍ରେଷ୍ଠ ଗନ୍ତବ୍ୟସ୍ଥଳ ବୋଲି କହିଛନ୍ତି । ସେ କହିଛନ୍ତି ଯେ ବର୍ତ୍ତମାନ ସମୟରେ ସବୁଜ ଶକ୍ତି କ୍ଷେତ୍ରରେ ନିବେଶ ପାଇଁ ଓଡ଼ିଶା ସବୁଠାରୁ ଅନୁକୂଳ ଏବଂ ଆକର୍ଷଣୀୟ ସ୍ଥାନ ଭାବେ ଉଭା ହୋଇଛି। ଭୌଗୋଳିକ ଦୃଷ୍ଟିକୋଣରୁ ଓଡ଼ିଶା ଜାପାନର ଅଧିକ ନିକଟତର। ତେଣୁ ଓଡ଼ିଶାରେ ଉତ୍ପାଦିତ ସବୁଜ ଶକ୍ତିକୁ ଖୁବ୍ ସହଜରେ ଜାପାନକୁ ରପ୍ତାନି କରାଯାଇପାରିବ ଏବଂ ଆଗାମୀ ଦିନରେ ଓଡ଼ିଶା ସଫଳତାର ସହ ଜାପାନକୁ ଶକ୍ତି ରପ୍ତାନୀ କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ।

ଏହି କାର୍ଯ୍ୟକ୍ରମରେ ଶିଳ୍ପମନ୍ତ୍ରୀ ସମ୍ପଦ ଚନ୍ଦ୍ର ସ୍ୱାଇଁ, ମୁଖ୍ୟ ସଚିବ ଶ୍ରୀମତୀ ଅନୁ ଗର୍ଗ, ଜାପାନୀ ପ୍ରତିନିଧିମଣ୍ଡଳ ସମେତ ଟି.ଆର୍‌.ଏଲ୍‌. କ୍ରୋସାକି, ଟି.ୱାଇ.କେ. କର୍ପୋରେସନ୍‌, ଇଣ୍ଡୋ ନିସିନ୍‌, ଏ.ସି.ଏମ୍‌.ଇ. ଗ୍ରୁପ୍‌, ଆଇ.ଏଚ୍‌.ଆଇ. କର୍ପୋରେସନ୍‌ ଓ ମିତ୍‌ସୁବିଶିର ପ୍ରତିନିଧିବୃନ୍ଦ ଏବଂ ବିଶ୍ୱ ବ୍ୟାଙ୍କ, ଆନ୍ତର୍ଜାତୀୟ ଅର୍ଥ ନିଗମ ଓ ଏସିଆନ ଡେଭଲପମେଣ୍ଟ ବ୍ୟାଙ୍କର ପ୍ରତିନିଧିମାନେ ମଧ୍ୟ ଏହି ଆଲୋଚନାରେ ସାମିଲ ହୋଇଥିଲେ। ଶିଳ୍ପ ବିଭାଗର ଅତିରିକ୍ତ ମୁଖ୍ୟ ଶାସନ ସଚିବ ହେମନ୍ତ ଶର୍ମା ସ୍ୱାଗତ ଭାଷଣ ପ୍ରଦାନ କରିଥିଲେ। ଇପିକଲ୍‌ ର ପରିଚାଳନା ନିର୍ଦ୍ଦେଶକ ଶ୍ରୀମତୀ ଆବୋଲି ସୁନୀଲ ନରଭାଣେ ଆଲୋଚନା ଶେଷରେ ଧନ୍ୟବାଦ୍ ଅର୍ପଣ କରିଥିଲେ।

Previous Post

ରୋଗୀଙ୍କ ଜୀବନ ସହ ଖେଳ!

Next Post

ଗରିବ ହୋଇ ରହିବନି ‘ପଖାଳ’

Next Post
ଗରିବ ହୋଇ ରହିବନି ‘ପଖାଳ’

ଗରିବ ହୋଇ ରହିବନି 'ପଖାଳ'

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA