Sunday, September 20, 2026 03:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୩, ୬୦୦ କୋଟିର ନିବେଶ ପ୍ରସ୍ତାବ

ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀରେ ମୁଖ୍ୟମନ୍ତ୍ରୀଙ୍କ ଯୋଗଦାନ

by Our Correspondent
19 Sep, 2026- 11:36 PM
in Latest News, News
1 min read
0
୨୩, ୬୦୦ କୋଟିର ନିବେଶ ପ୍ରସ୍ତାବ

ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଦୁଇଦିନିଆ ନୂଆଦିଲ୍ଲୀ ଗସ୍ତରୁ ଆଜି ଫେରିଛନ୍ତି । ଏହି ଦୁଇଦିନ ମଧ୍ୟରେ ଗତକାଲି ସେମିକନ୍ ଇଣ୍ଡିଆ ୨୦୨୬ ସମ୍ମିଳନୀରେ ଯୋଗ ଦେଇଥିଲେ ଏବଂ ଆଜି କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀମତୀ ନିର୍ମଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ଆୟୋଜିତ ରାଜ୍ୟ ଅର୍ଥମନ୍ତ୍ରୀମାନଙ୍କ ସମ୍ମିଳନୀରେ ଯୋଗ ଦେଇଛନ୍ତି ।

ଏହି ସମ୍ମିଳନୀରୁ ଫେରିବା ପରେ ଆଜି ଭୁବନେଶ୍ୱର ବିମାନବନ୍ଦର ଠାରେ ମୁଖ୍ୟମନ୍ତ୍ରୀ ଗଣମାଧ୍ୟମ ଆଗରେ ବିବୃତି ରଖି କହିଥିଲେ ଯେ, ଆଜି ଅନୁଷ୍ଠିତ ହୋଇଥିବା ରାଜ୍ୟ ଅର୍ଥମନ୍ତ୍ରୀ ସମ୍ମିଳନୀରେ ବିକଶିତ ଭାରତର ଲକ୍ଷ୍ୟ ପୂରଣ ପାଇଁ ଆବଶ୍ୟକୀୟ ଅର୍ଥ ଉପଲବ୍‌ଧତା (Financing India’s Journey towards Viksit Bharat) ସମ୍ପର୍କରେ ବ୍ୟାପକ ଆଲୋଚନା ହୋଇଛି ।

ଏଥିରେ ବିଶେଷକରି କୃଷି କ୍ଷେତ୍ରର ବିକାଶ ଦିଗରେ ଏଗ୍ରୀକଲ୍‌ଚର ଲଜିଷ୍ଟିକ୍, କୋଲ୍‌ଡ ଚେନ୍, ଓୟାର୍‌ ହାଉସିଙ୍ଗ୍ ପାଇଁ ଅର୍ଥର ବ୍ୟାପକ ଆବଶ୍ୟକତାକୁ ଦୃଷ୍ଟିରେ ରଖି କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଏଥିପାଇଁ ଅର୍ଥ ଯୋଗାଇଦେବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ ।

ଏଥିସହିତ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ପ୍ରଧାନମନ୍ତ୍ରୀ କ୍ଲିନ୍‌ ଏନର୍ଜି ଉପରେ ଅଧିକ ଗୁରୁତ୍ୱ ପ୍ରଦାନ କରୁଛନ୍ତି । ଓଡ଼ିଶା ମଧ୍ୟ ପାରମ୍ପରିକ ଶକ୍ତି ଉତ୍ପାଦନରୁ କ୍ଲିନ୍ ଏନର୍ଜି ଉତ୍ପାଦନ ଦିଗରେ ଅଗ୍ରସର ହେଉଛି। କ୍ଲିନ୍‌ ଏନର୍ଜି ଉପରେ ଫୋକସ୍ ରଖି ରାଜ୍ୟରେ ଶକ୍ତି ଭିତ୍ତିଭୂମି କ୍ଷେତ୍ରରେ ଭାୟାବିଲିଟି ଗ୍ୟାପ୍ ଫଣ୍ଡିଙ୍ଗ୍ ଏବଂ ମଲ୍‌ଟି ଲେଟରାଲ୍ ପାର୍ଟନର୍‌ସିପ୍‌ ଉପରେ ସେ ଏହି କନ୍‌ଫରେନ୍ସରେ ଗୁରୁତ୍ୱ ଆରୋପ କରିଥିଲେ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି ।

ଗତକାଲିର ସେମିକନ ଇଣ୍ଡିଆ ୨୦୨୬ ସମ୍ମିଳନୀ ବିଷୟରେ ଆଲୋକପାତ କରି ସେ କହିଥିଲେ ଯେ, ଏହି ସମ୍ମିଳନୀରେ ଓଡ଼ିଶାର ସେମିକଣ୍ଡକ୍ଟର ଓ ଆଡ୍‌ଭାନ୍ସ ଟେକ୍ନୋଲୋଜି କ୍ଷେତ୍ରକୁ ଅଭୂତପୂର୍ବ ସଫଳତା ମିଳିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଜୀଙ୍କ ବିକଶିତ ଭାରତ ସଂକଳ୍ପକୁ ସାକାର କରିବା ଦିଗରେ ପୂର୍ବ ଭାରତରେ ସେମିକଣ୍ଡକ୍ଟର ଓ ଇଲେକ୍ଟ୍ରୋନିକ୍ସ କ୍ଷେତ୍ରରେ ନେତୃତ୍ୱ ନେବାକୁ ଓଡ଼ିଶା ସମ୍ପୂର୍ଣ୍ଣ ପ୍ରସ୍ତୁତ ବୋଲି ମୁଖ୍ୟମନ୍ତ୍ରୀ ଦୃଢ଼ୋକ୍ତି ପ୍ରକାଶ କରିଥିଲେ ।

ସେ କହିଲେ ଯେ, ରାଜ୍ୟରେ ସେମିକଣ୍ଡକ୍ଟର ଶିଳ୍ପ ପ୍ରତିଷ୍ଠାକୁ ପ୍ରୋତ୍ସାହିତ କରିବା ପାଇଁ ସେମିକଣ୍ଡକ୍ଟର ତୃତୀୟ ଆମେଣ୍ଡମେଣ୍ଟକୁ ମଞ୍ଜୁରୀ ଦିଆଯାଇଛି । ରାଜ୍ୟରେ ଏକ ସ୍ୱତନ୍ତ୍ର ସେମିକଣ୍ଡକ୍ଟର ମାନୁଫାକ୍ଚରିଙ୍ଗ୍ ହବ୍ ସୃଷ୍ଟି କରିବା ପାଇଁ କଟକର ନରାଜ ଠାରେ ୮୭୦ ଏକର ପରିମିତ ଅଞ୍ଚଳରେ ଏକ ବିଶ୍ୱସ୍ତରୀୟ ଓଡ଼ିଶା ସିଲିକନ ଭ୍ୟାଲି ପ୍ରତିଷ୍ଠା କରିବା ପାଇଁ ନିଷ୍ପତ୍ତି ନିଆଯାଇଛି ବୋଲି ସେ କହିଥିଲେ ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ରାଜ୍ୟରେ ଗବେଷଣାର ଅଭିବୃଦ୍ଧି ପାଇଁ ଓ ଗବେଷଣା ଉପଲବ୍‌ଧ ଜ୍ଞାନକୁ ବାଣିଜ୍ୟିକ କାର୍ଯ୍ୟରେ ଲଗେଇବା ପାଇଁ IIT Bhubaneswarର ସହଭାଗୀତାରେ ୪୫୨ କୋଟି ଟଙ୍କାର National Industry Co-Development Hub on Integrated Power Electronics ପ୍ରକଳ୍ପକୁ ମଞ୍ଜୁରୀ ମିଳିଛି । ଏଥିରେ ଓଡ଼ିଶା ସରକାରଙ୍କ ୧୨୫ କୋଟି ଟଙ୍କାର ଯୋଗଦାନ ରହିଛି । ଏହାଦ୍ୱାରା ରାଜ୍ୟର ମେଧାବୀ ଉଚ୍ଚଶିକ୍ଷିତ ଯୁବପିଢି ବିଦେଶ ନ ଯାଇ ନିଜ ରାଜ୍ୟରେ ହିଁ ସମ୍ମାନଜନକ ନିଯୁକ୍ତି ପାଇପାରିବେ ବୋଲି ସେ କହିଥିଲେ । ଏ ସବୁ ପଦକ୍ଷେପ ଗୁଡ଼ିକ ଦ୍ୱାରା ଓଡ଼ିଶା ଏବେ Mine Economy ରୁ Mind Economy ଆଡ଼କୁ ଅଗ୍ରସର ହେଉଛି ବୋଲି ସେ କହିଥିଲେ ।

ସେମିକନ ଇଣ୍ଡିଆ ୨୦୨୬ରେ ଓଡ଼ିଶା ପ୍ରାୟ ୨୩,୬୦୦ କୋଟି ଟଙ୍କାର ନିବେଶ ପ୍ରସ୍ତାବ ପାଇଛି ବୋଲି ସୂଚନା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଏହା ମାଧ୍ୟମରେ ୬ ହଜାରରୁ ଅଧିକ ନୂତନ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି ହେବ । ଏଥି ସହିତ ସମ୍ମିଳନୀରେ ସିଲିକନ୍ କାର୍ବାଇଡ୍ ସବଷ୍ଟ୍ରେଟ୍ ୱେଫର ପ୍ରସ୍ତୁତି ପାଇଁ QuadQuantum ସଂସ୍ଥା ସହିତ Letter of Intent ସ୍ୱାକ୍ଷରିତ ହୋଇଛି ବୋଲି ସେ ସୂଚନା ଦେଇଥିଲେ । ଏହି ଇଭେଣ୍ଟରେ ୧୮ଟି କମ୍ପାନୀ ସହିତ ୱାନ୍ ଟୁ ୱାନ୍ ଆଲୋଚନା, ୫ଟି କମ୍ପାନୀ ସହିତ ରାଉଣ୍ଡଟେବୁଲ ବୈଠକ ହେବା ସହିତ ୩ଟି କମ୍ପାନୀ ଓଡ଼ିଶା ସହିତ ଲେଟର ଅଫ୍ ଇଣ୍ଟେଣ୍ଟ ବା ଆଗ୍ରହ ପତ୍ର ସ୍ୱାକ୍ଷର କରିଛନ୍ତି ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ ।

ଏହି ସମ୍ମିଳନୀରେ ଜାପାନ, ସ୍ୱିଡେନ, ତାଇୱାନ୍‌ର ପ୍ରତିନିଧି ଦଳ ଏବଂ ଲ୍ୟାମ୍‌ ରିସର୍ଚ୍ଚ, ଆପ୍ଲାଏଡ୍‌ ମେଟେରିଆଲ୍ସ, ସିକ୍‌ସେମ୍, ଥ୍ରୀ-ଡି ଗ୍ଲାସ୍‌ ସଲ୍ୟୁସନ୍, ଇଣ୍ଟେଲ୍‌ ଭଳି ପ୍ରମୁଖ ବିଶ୍ୱସ୍ତରୀୟ ଟେକ୍ନୋଲୋଜି ଭଳି କମ୍ପାନୀ ଗୁଡିକ ସହିତ ମଧ୍ୟ ସଫଳ ଆଲୋଚନା ହୋଇଛି ଏବଂ ଏହା ମାଧ୍ୟମରେ ଆଗାମୀ ଦିନରେ ଅଧିକ ପୁଞ୍ଜି ନିବେଶ ଆସିବ ବୋଲି ସେ ଆଶା ରଖିଛନ୍ତି ।

Previous Post

ରାତିଅଧରେ ପ୍ରେମବାଉଳା: ବନ୍ଧା ହେଲେ ଅତିରିକ୍ତ ସଚିବ

Next Post

ଏମଡିଆର ପରିଣାମ ଆକଳନ ହେଉ

Next Post
ଏମଡିଆର ପରିଣାମ ଆକଳନ ହେଉ

ଏମଡିଆର ପରିଣାମ ଆକଳନ ହେଉ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA