Sunday, September 20, 2026 02:43 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଏମଡିଆର ପରିଣାମ ଆକଳନ ହେଉ

ଆଭିମୁଖ୍ୟ ସ୍ପଷ୍ଟ କଲା ବିଜେଡି

by Our Correspondent
19 Sep, 2026- 11:41 PM
in Latest News, News
1 min read
0
ଏମଡିଆର ପରିଣାମ ଆକଳନ ହେଉ

ଭୁବନେଶ୍ୱର: ୟୁପିଆଇକୁ ନେଇ ବିଜେଡିର ଆଭିମୁଖ୍ୟ ସ୍ପଷ୍ଟ କରିଛନ୍ତି ରାଜ୍ୟସଭା ସାଂସଦ ଡ଼ ସଂତୃପ୍ତ ମିଶ୍ର। ନୂଆଦିଲ୍ଲୀରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରସ୍ତାବିତ ଏମଡିଆର୍ ବ୍ୟବସ୍ଥା ନୀତିର ଏହି ପରିବର୍ତ୍ତନ ଅନେକ ପ୍ରଶ୍ନ ଉଠାଇଥିବା କହିଛନ୍ତି ।

ଡ଼ ମିଶ୍ର କହିଛନ୍ତି, ୨ ହଜାର ଟଙ୍କାରୁ ଅଧିକ ନେଣଦେଣ ଉପରେ କେନ୍ଦ୍ର ସରକାର ଯେଉଁ ଶୁଳ୍କ ଲାଗୁ କରିଛନ୍ତି, ଏହା ଦ୍ୱାରା ସାଧାରଣ ଜନତା, ସୀମିତ ଲାଭରେ କାରବାର କରୁଥିବା କ୍ଷୁଦ୍ର ବ୍ୟବସାୟୀ ଓ ବ୍ୟବସାୟିକ ପ୍ରତିଷ୍ଠାନ ଉପରେ ଏହାର ପ୍ରଭାବ ପଡ଼ିବ । ସରକାର ପୂର୍ବରୁ ୟୁପିଆଇକୁ ଏକ ସ୍ୱଳ୍ପ ଖର୍ଚ୍ଚ ଏବଂ ସହଜରେ ଉପଲବ୍ଧ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥା ଭାବେ ପ୍ରୋତ୍ସାହିତ କରିଆସିଛନ୍ତି । କିନ୍ତୁ ଏବେ ୟୁପିଆଇକୁ ନେଇ ଯେଉଁ ପରିବର୍ତ୍ତନ କରାଯାଇଛି, ତାହାର ପରିଣାମ ବିଷୟରେ ଆକଳନ କରାଯିବା ଆବଶ୍ୟକ । ସରକାର କହୁଛନ୍ତି ଯେ, ଏହି ନୂଆ ନିୟମରେ ସିଧାସଳଖ ଭାବେ ଗ୍ରାହକ ମାନଙ୍କ ଠାରୁ ଶୁଳ୍ପ ଆଦାୟ କରାଯିବ ନାହିଁ । କିନ୍ତୁ କ୍ଷୁଦ୍ର ବ୍ୟବସାୟୀ ଓ ବ୍ୟବସାୟୀମାନେ ପ୍ରାୟତଃ ସୀମିତ ଲାଭ ମାର୍ଜିନ୍ ରେ କାରବାର କରନ୍ତି, ତେଣୁ ଡିଜିଟାଲ୍ କାରବାର ସହିତ ଜଡ଼ିତ ଯେକୌଣସି ଅତିରିକ୍ତ ଖର୍ଚ୍ଚ ସେମାନଙ୍କ ବ୍ୟବସାୟିକ ଅର୍ଥନୀତି ଉପରେ ପ୍ରଭାବ ପକାଇପାରେ । ବ୍ୟବସାୟୀମାନେ ଯେପରି ପରୋକ୍ଷ ଭାବେ ଏହି ଅତିରିକ୍ତ ଖର୍ଚ୍ଚକୁ ଅଧିକ ମୂଲ୍ୟ କିମ୍ୱା ଅନ୍ୟାନ୍ୟ ଶୁଳ୍କ ଆକାରରେ ଗ୍ରାହକଙ୍କ ଉପରେ ଲଦିବାକୁ ବାଧ୍ୟ ନହୁଅନ୍ତି, ସେଥିପାଇଁ ସରକାର କେଉଁ ବ୍ୟବସ୍ଥା କରିବେ ତାହା ସ୍ପଷ୍ଟ କରିବା ଆବଶ୍ୟକ । ଓଡ଼ିଶାର ବିଜେପି ସାଂସଦମାନେ ଏହି ପ୍ରସଙ୍ଗରେ ନୀରବ କାହିଁକି ? ଏହି ବ୍ୟବସ୍ଥା ରାଜ୍ୟର ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟୀ ଓ ଗ୍ରାହକମାନଙ୍କ ଉପରେ ପ୍ରଭାବ ପକାଇପାରେ । ତେଣୁ ଓଡ଼ିଶାରୁ ନିର୍ବାଚିତ ହୋଇଥିବା ବିଜେପି ସାଂସଦମାନେ କେନ୍ଦ୍ର ସରକାରଙ୍କ ଠାରୁ ସମ୍ପୂର୍ଣ୍ଣ ତଥ୍ୟ ମାଗିବା ସହ ସଂସଦରେ ଏହି ପ୍ରସଙ୍ଗ ଉଠାଇ ରାଜ୍ୟବାସୀଙ୍କ ଆଶଙ୍କାକୁ ଦୂର କରିବା ଉଚିତ ।

ଡ଼ ମିଶ୍ର ଆହୁରି କହିଥିଲେ ଯେ, ଡିଜିଟାଲ୍ ପେମେଣ୍ଟ ବ୍ୟବସାୟୀଙ୍କ ପାଇଁ ତୁଳନାତ୍ମକ ଭାବେ ଅଧିକ ମହଙ୍ଗା କିମ୍ୱା ଜଟିଳ ହୋଇଗଲେ ନୂତନ ବ୍ୟବସ୍ଥାର ଅପ୍ରତ୍ୟାଶିତ ପରିଣାମ ହୋଇପାରେ । ଭାରତ ଡିଜିଟାଲ୍ ପେମେଣ୍ଟର ଏକ ସଂସ୍କୃତି ଗଢ଼ିବାରେ ବର୍ଷ ବର୍ଷ ଧରି ପ୍ରୟାସ କରିଛି ଏବଂ ୟୁପିଆଇ ଦୈନନ୍ଦିନ ଆର୍ଥିକ କାରବାରର ଏକ ଅବିଚ୍ଛିନ୍ନ ଅଂଶ ହୋଇପାରିଛି । ତେଣୁ ଯେକୌଣସି ପରିବର୍ତ୍ତନକୁ ଯତ୍ନର ସହ ମୂଲ୍ୟାୟନ କରିବା ଆବଶ୍ୟକ । କେନ୍ଦ୍ର ସରକାର ଏମଡିଆର୍ ବ୍ୟବସ୍ଥା ସମ୍ପର୍କରେ ସମ୍ପୂର୍ଣ୍ଣ ସ୍ୱଚ୍ଛତା ରଖିବା ଆବଶ୍ୟକ । ଏଭଳି ଏକ ଗୁରୁତ୍ୱପୂର୍ଣ୍ଣ ନୀତିଗତ ନିଷ୍ପତ୍ତି ନେବା ପୂର୍ବରୁ କେନ୍ଦ୍ର ସରକାର ବ୍ୟାଙ୍କ, ବ୍ୟବସାୟୀ, କ୍ଷୁଦ୍ର ବ୍ୟବସାୟୀ, ଆର୍ଥିକ ପ୍ରଯୁକ୍ତି କମ୍ପାନୀ, ପେମେଣ୍ଟ ସେବା ପ୍ରଦାନକାରୀ ସଂସ୍ଥା, ଗ୍ରାହକ ସଂଗଠନ ଏବଂ ପ୍ରଯୁକ୍ତି ବିଶେଷଜ୍ଞଙ୍କ ସହ ପରାମର୍ଶ କରିବା ଆବଶ୍ୟକ । ୟୁପିଆଇ କେବଳ ଏକ ପେମେଣ୍ଟ ପ୍ଲାଟଫର୍ମ ନୁହେଁ, ଏହା ଭାରତର ଡିଜିଟାଲ୍ ଭିତ୍ତିଭୂମିର ଏକ ଗୁରୁତ୍ୱପୂର୍ଣ୍ଣ ଅଂଶ । ପ୍ରତିଦିନ ଲକ୍ଷ ଲକ୍ଷ ନାଗରିକ, କ୍ଷୁଦ୍ର ବ୍ୟବସାୟୀ, ବ୍ୟବସାୟିକ ପ୍ରତିଷ୍ଠାନ ଓ ସେବା ପ୍ରଦାନକାରୀ ସଂସ୍ଥା ଏହା ଉପରେ ନିର୍ଭର କରନ୍ତି । ତେଣୁ ଏହି ନୂଆ ନିୟମ ଦ୍ୱାରା ଯେପରି କୌଣସି ସମସ୍ୟା ନ ଉପୁଜିବ ସେଥିପ୍ରତି ଦୃଷ୍ଟି ଦିଆଯାଉ । ୟୁପିଆଇ ସମ୍ପର୍କିତ ଯେକୌଣସି ବ୍ୟବସ୍ଥାରେ ଗ୍ରାହକ, କ୍ଷୁଦ୍ର ବ୍ୟବସାୟୀ ଓ ବ୍ୟବସାୟୀ ମାନଙ୍କ ସ୍ୱାର୍ଥକୁ ଗୁରୁତ୍ୱ ଦେଇ ଡିଜିଟାଲ୍ ପେମେଣ୍ଟ ବ୍ୟବସ୍ଥାର ଦୀର୍ଘମିଆଦୀ ସ୍ଥାୟୀତ୍ୱ ଓ ବିକାଶ ସୁନିଶ୍ଚିତ କରାଯାଉ ।

Previous Post

୨୩, ୬୦୦ କୋଟିର ନିବେଶ ପ୍ରସ୍ତାବ

Next Post

ପରିବାରର ଚାଲିଗଲା ୭ ଜୀବନ

Next Post
ପରିବାରର ଚାଲିଗଲା ୭ ଜୀବନ

ପରିବାରର ଚାଲିଗଲା ୭ ଜୀବନ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA