Sunday, September 20, 2026 03:33 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ପରିବାରର ଚାଲିଗଲା ୭ ଜୀବନ

ତୀର୍ଥ ହେଲା କାଳ

by Our Correspondent
19 Sep, 2026- 11:46 PM
in Latest News, News
1 min read
0
ପରିବାରର ଚାଲିଗଲା ୭ ଜୀବନ

ଭୁବନେଶ୍ୱର: ସାନ ଝିଅର ନିର୍ବନ୍ଧ ପାଇଁ ପ୍ରସ୍ତୁତି ସରିଥିଲା । ଖୁସିରେ ମସଗୁଲ ଥିଲେ ବେହେରା ପରିବାର । ମା’ ଙ୍କ ଆଶୀର୍ବାଦ ଭିକ୍ଷା କରିବାକୁ ଯାଇଥିଲେ । ହେଲେ ଦଇବର ବିଚାର ଅଲଗା ଥିଲା । ଅଲଗା ବାଟକୁ ଟାଣି ହୋଇଗଲେ । ଯେଉଁଠୁ କେହି ଆଉ ଫେରନ୍ତିନି । ଏଭଳି ଏକ ହୃଦୟ ବିଦାରକୁ ଘଟଣା ଆଜି ସମସ୍ତଙ୍କୁ ସ୍ତବ୍ଧ କରିଦେଇଛି । ମଧ୍ୟପ୍ରଦେଶକୁ ମନ୍ଦିର ଦର୍ଶନ ପାଇଁ ଯାଇଥିବା ଭୁବନେଶ୍ୱର ଜୟଦେବ ବିହାର ଅଞ୍ଚଳର ଗୋଟେ ପରିବାରର ୭ ଜଣଙ୍କର ଦୁଃଖଦ ମୃତ୍ୟୁ ଘଟିଛି । ରାସ୍ତାରେ ଆସୁଥିବା ବେଳେ ରାସ୍ତାକଡ଼ ଏକ ନାଳରେ ଭାସିଯାଇ ସମସ୍ତେ ପ୍ରାଣ ହରାଇଛନ୍ତି । ମୃତକଙ୍କ ମଧ୍ୟରେ ଅଛନ୍ତି ୩ ପିଲା, ୨ ମହିଳା ଏବଂ ୩ ପୁରୁଷ ।

ମଧ୍ୟପ୍ରଦେଶର ଅଗର ମାଲୱା ଜିଲ୍ଲାର ନାଲଖେଡ଼ା ଅଞ୍ଚଳରେ ଏହି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି । ଗାଡ଼ିରେ ଡ୍ରାଇଭରଙ୍କୁ ମିଶାଇ ୮ ଜଣ ଥିଲେ । ମା’ ବଗଳାମୁଖୀ ମନ୍ଦିର ଦର୍ଶନ ନିମନ୍ତେ ଯାଉଥିବା ବେଳେ ପ୍ରବଳ ବର୍ଷା ଯୋଗୁଁ ନାଳ ପାଣିରେ ବୁଡ଼ିଥିବା ଏକ ରାସ୍ତାରେ ସେମାନଙ୍କ ଗାଡ଼ି ପଡ଼ିଥିଲା । ରାସ୍ତାରେ ନାଳପାଣିର ସୁଅ ଛୁଟୁଥିଲେ ମଧ୍ୟ ନିଶାର୍ଦ୍ଧ ରାତି ଓ ଘୋର ଅନ୍ଧାର ଭିତରେ ସ୍ଥାନୀୟ ଅଞ୍ଚଳର ଡ୍ରାଇଭର ଠିକ୍ ରେ ଠଉରାଇ ପାରି ନ ଥିଲେ । ରାସ୍ତା ଅତିକ୍ରମ କରିଯିବେ ବୋଲି ଭାବିଲା ବେଳକୁ ଗାଡ଼ି ପାଣିର ସ୍ରୋତରେ ଭାସିଯାଇଥିବା ଅନୁମାନ କରାଯାଉଛି । ଗାଡ଼ି ଭିତରେ ଶ୍ୱାସରୁଦ୍ଧ ହୋଇ ସମସ୍ତଙ୍କର ଜୀବନ ଚାଲିଯାଇଥିଲା ।

ଅଧାରାତିରେ ଏହି ନିଛାଟିଆ ରାସ୍ତାରେ ଲୋକଙ୍କର ଚଳପ୍ରଚଳ ନ ଥିବାରୁ ଦୁର୍ଘଟଣା ସମ୍ପର୍କରେ ସକାଳୁ ଜଣାପଡ଼ିଥିଲା । ସ୍ଥାନୀୟ ଲୋକ ପୁଲିସକୁ ଖବର ଦେଲା ପରେ ଉଦ୍ଧାର କାର୍ଯ୍ୟ ଆରମ୍ଭ ହୋଇଥିଲେ ମଧ୍ୟ ସବୁ ସରିଯାଇଥିଲା । ସେମାନଙ୍କ ପାଖରେ ଥିବା ଆଧାର କାର୍ଡରୁ ପୁଲିସ ପରିଚୟ ସଂଗ୍ରହ କରିଥିଲା । ପୁଲିସ ଏବଂ ସ୍ଥାନୀୟ ପ୍ରଶାସନ ଗାଡ଼ି ଭିତରୁ ଶବଗୁଡ଼ିକୁ ବାହାର କରିଥିଲେ । କେଉଁ ପରିସ୍ଥିତିରେ ଦୁର୍ଘଟଣା ହେଲା ତାହାର ତଦନ୍ତ ଆରମ୍ଭ ହୋଇଛି ।

ମୃତକମାନେ ଜୟଦେବବିହାର ଅଞ୍ଚଳର ପ୍ରତିଷ୍ଠିତ ବନ ଢ଼ାବା ମାଲିକ ବନମାଳି ବେହେରାଙ୍କ ପରିବାରର ସଦସ୍ୟ । ସେମାନେ ହେଲେ- ଜ୍ଞାନେନ୍ଦ୍ର ବେହେରା(ଜ୍ୱାଇଁ), ରୀତାରାଣୀ ବେହେରା(ବଡ଼ଝିଅ), ରାଧାରାଣୀ ବେହେରା(ସାନଝିଅ), ଶିବ ପ୍ରସାଦ ବେହେରା(ପୁଅ), ବି. ସାଇ ସ୍ୱସ୍ତିକ(ନାତି), କ୍ରିଷ୍ଣା ରାଜବୀର(ନାତି) ଏବଂ ସାଇରା ସୋନପ୍ରଭା(ନାତୁଣୀ) । ଗୁରୁବାର ରାତିରେ ସେମାନେ ଘରୁ ଯାଇଥିଲେ । ବୁଧବାର ଫେରିଥାନ୍ତେ । ରାଧାରାଣୀଙ୍କର ବିବାହ ସ୍ଥିର ହୋଇସାରିଥିଲା । ଆସନ୍ତା ୨୭ ତାରିଖରେ ତାଙ୍କର ନିର୍ବଦ୍ଧ ହୋଇଥାନ୍ତା । ସେଥିପାଇଁ ପରିବାରର ସମସ୍ତେ ବେଶ୍ ଖୁସି ଥିଲେ ।

ମଧ୍ୟପ୍ରଦେଶରୁ ମୃତଦେହ ବିମାନରେ ଭୁବନେଶ୍ୱର ଆଣିବା ପାଇଁ ବନେ୍ଦାବସ୍ତ ହୋଇଛି । ରାଜ୍ୟ ସରକାର ଏହି ଖର୍ଚ୍ଚ ବହନ କରିବେ ।

ଏହି ଦୁଃଖଦ ଘଟଣାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଏବଂ ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଗଭୀର ଦୁଃଖ ପ୍ରକାଶ କରିବା ସହ ଶୋକସନ୍ତପ୍ତ ପରିବାରବର୍ଗଙ୍କୁ ସମବେଦନା ଜଣାଇଛନ୍ତି ।

Previous Post

ଏମଡିଆର ପରିଣାମ ଆକଳନ ହେଉ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA