Friday, September 25, 2026 04:36 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

୨୮ରେ ବିଜେଡିର ବିଶାଳ ବିକ୍ଷୋଭ

ଏମଏମଡିଆର ପ୍ରସଙ୍ଗ

by Our Correspondent
24 Sep, 2026- 11:24 PM
in Latest News, News
1 min read
0
୨୮ରେ ବିଜେଡିର ବିଶାଳ ବିକ୍ଷୋଭ

ଭୁବନେଶ୍ୱର: ଏମଏମଡିଆର ସଂଶୋଧନ ଆଇନ କେନ୍ଦ୍ର ସରକାରଙ୍କ ଦ୍ୱାରା ପାରିତ ହେବା ପରେ, ଏହାକୁ ତୀବ୍ର ବିରୋଧ କରି ଆସୁଥିବା ବିଜେଡି ଏହି କଳା ଆଇନର ପ୍ରତ୍ୟାହାର ଦାବିରେ ରାଜରାସ୍ତାକୁ ଓହ୍ଲାଇବାକୁ ନିଷ୍ପତ୍ତି ନେଇଛି । ଆସନ୍ତା ୨୮ ତାରିଖରେ ଲୋୟର ପିଏମଜିରେ ଏକ ବିଶାଳ ଗଣ ବିକ୍ଷୋଭ ସଭା କାର୍ଯ୍ୟକ୍ରମ ଆୟୋଜିତ ହେବ । ଦଳର ସଭାପତି ତଥା ପୂର୍ବତନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଯୋଗ ଦେବେ । ଶଙ୍ଖ ଭବନରେ ଆୟୋଜିତ ଏକ ସାମ୍ୱାଦିକ ସମ୍ମିଳନୀରେ ଦଳର ବରିଷ୍ଠ ଉପସଭାପତି ଦେବୀ ପ୍ରସାଦ ମିଶ୍ର, ଉପସଭାପତି ପ୍ରତାପ ଜେନା, ବିଧାୟଜ ଡ. ଅରୁଣ କୁମାର ସାହୁ, ପୂର୍ବତନ ମନ୍ତ୍ରୀ ତଥା ପିଏସି ସଦସ୍ୟ ସୁଦାମ ମାରାଣ୍ଡି ଓ ବରିଷ୍ଠ ସାଧାରଣ ସମ୍ପାଦକ ପ୍ରୀତି ରଞ୍ଜନ ଘଡ଼ାଇ ଏମଏମଡିଆର ସଂଶୋଧନ ଆଇନ ଏକ କଳା ଆଇନ ବୋଲି କହିବା ସହିତ ଏହାର ପ୍ରତ୍ୟାହାର ଦାବିରେ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ବୋଲି ସୂଚନା ଦେଇଛନ୍ତି ।

ଶ୍ରୀ ମିଶ୍ର କହିଥିଲେ, ଖଣି ଓ ଖଣି ଥିବା ଜମି ଉପରେ ଥିବା ରାଜ୍ୟ ମାନଙ୍କ ଅଧିକାରକୁ ଏମଏମଡିଆର ସଂଶୋଧନ ଆଇନ ମାଧ୍ୟମରେ କେନ୍ଦ୍ର ସରକାର ଛଡାଇ ନେଇଛନ୍ତି, ଯାହା ଦେଶର ସଂଘୀୟ ବ୍ୟବସ୍ଥା ଉପରେ ଆକ୍ରମଣ । ଦେଶର ଗଚ୍ଛିତ ଥିବା ସମୁଦାୟ ଖଣିଜ ସମ୍ପଦ ମଧ୍ୟରୁ କେବଳ ଓଡ଼ିଶାରେ ଏହାର ୪୪ ପ୍ରତିଶତ ଖଣିଜ ସମ୍ପଦ ରହିଥିବାରୁ, ଏହି ସଂଶୋଧିତ ଆଇନ ଯୋଗୁ ଓଡିଶା ସର୍ବାଧିକ କ୍ଷତି ସହିତ । ଦୁଃଖ ଓ ପରିତାପର ବିଷୟ ରାଜ୍ୟ ବିଜେପି ନେତା ମାନେ କ୍ଷତି ନୁହେଁ ବରଂ ଲାଭ ହେବ ବୋଲି ବିତଣ୍ଡା ଯୁକ୍ତି ବାଢୁଛନ୍ତି । ତେଣୁ, ଏହାର ପ୍ରତ୍ୟାହାର ଦାବିରେ ବିଜେଡି ଆସନ୍ତା ୨୮ ତାରିଖରେ ଲୋୟର ପିଏମଜି ଠାରେ ଏକ ବିଶାଳ ଗଣବିକ୍ଷୋଭ ସଭା ଆୟୋଜିତ ହେବ, ଯେଉଁଥିରେ ବିଜେଡି ସଭାପତି ଯୋଗଦେବେ ।

ଶ୍ରୀ ଜେନା କହିଥିଲେ, ଏମଏମଡିଆର ସଂଶୋଧନ ଆଇନ ଏକ କଳା ଆଇନ ଓ ଏହା ରାଜ୍ୟ ସ୍ୱାର୍ଥକୁ କୁଠାରଘାତ କରିଛି । ଖଣି ଓ ଖଣି ଥିବା ଜମି ଉପରେ ରାଜ୍ୟ ସରକାର ଟିକସ ଓ ଲେଭି ଲଗାଇ ପାରିବେ ବୋଲି ୨୦୦୪ରେ ନବୀନ ପଟ୍ଟନାୟକ ଏକ ଆଇନ ଆଣିଥିଲେ । ଏହି ଆଇନକୁ କିଛି ଖଣି କମ୍ପାନୀ ଅଦାଲତରେ ଚ୍ୟାଲେଞ୍ଜ କରାଯିବା ଦ୍ୱାରା, ଦୀର୍ଘ ଦିନ ଧରି ସର୍ବୋଚ୍ଚ ନ୍ୟାୟାଳୟରେ ବିଚାରଧୀନ ରହିଥିଲା । ୨୫ ଜୁଲାଇ ୨୦୨୪ରେ ସର୍ବୋଚ୍ଚ ନ୍ୟାୟାଳୟଙ୍କ ୯ ଜଣିଆ ଖଣ୍ଡପୀଠ, ଖଣି ଓ ଖଣି ଉପରେ ରାଜ୍ୟ ସରକାର ମାନେ ଟିକସ ଓ ଲେଭି ଲଗାଇ ପାରିବେ ବୋଲି ଆଦେଶ ଦେଇଥିଲେ । ଏହାଦ୍ୱାରା, ଓଡିଶା ବକେୟା ବାବଦକୁ ୧ ଲକ୍ଷ କୋଟି ଟଙ୍କା ଓ ଖଣିରୁ ବାର୍ଷିକ ରାଜସ୍ୱ ବାବଦକୁ ୧୨, ୦୦୦ କୋଟି ଟଙ୍କାର ରାଜସ୍ୱ ପାଇବାର ସୁଯୋଗ ସୃଷ୍ଟି ହେଲା । କିନ୍ତୁ, କେନ୍ଦ୍ର ସରକାରଙ୍କ ଦ୍ୱାରା ଅଣାଯାଇଥିବା ଏମଏମଡିଆର ସଂଶୋଧନ ଆଇନ ଯୋଗୁ ଏହି ସୁଯୋଗ ହାତଛଡା ହୋଇଗଲା ।

ଡ. ସାହୁ କହିଥିଲେ, ଏମଏମଡିଆର ସଂଶୋଧନ ଆଇନ ସିଧାସଳଖ ଓଡିଶାକୁ ବିପୁଳ କ୍ଷତି ପହଞ୍ଚାଉ ଥିବା ବେଳେ ସଂସଦର ଲୋକସଭାରେ ଥିବା ବିଜେପିର ୨୦ ସାଂସଦ ଓ ରାଜ୍ୟସଭାରେ ଥିବା ୫ ସାଂସଦ ନିରବ ସମର୍ଥନ ଦେଇଥିଲେ । ଅପରପକ୍ଷରେ, ଓଡ଼ିଶାର ବିଜେପି ସରକାର ମଧ୍ୟ କେନ୍ଦ୍ର ସରକାରଙ୍କର ଆଗରେ ହାତ ଟେକିଦେଲେ । ବିଜେଡି ଏହାକୁ ବିଧାନସଭା ଭିତରେ ଜୋରଦାର ବିରୋଧ କରିଛି । ଏହା ବିରୋଧରେ ରାଜ୍ୟବ୍ୟାପୀ ଆନ୍ଦୋଳନ ଓ ଅର୍ଥନୈତିକ ଅବରୋଧ କରାଯିବ ।

ଶ୍ରୀ ମାରାଣ୍ଡି କହିଥିଲେ, ଦେଶରେ ମହଜୁଦ ଥିବା ଅଧିକାଂଶ ଖଣି ଅଞ୍ଚଳ ଗୁଡିକରେ ମୁଖ୍ୟତଃ ଆଦିବାସୀ ମାନେ ବାସ କରିଥାନ୍ତି । ଜଳ, ଜଙ୍ଗଲ ଓ ଜମି ଆଦିବାସୀ ସଂସ୍କୃତି ସହିତ ଜଡିତ ହୋଇ ରହିଛି । ଯେଉଁଭଳି ଏକତରଫା ଭାବେ କେନ୍ଦ୍ର ସରକାର ଏହି ଆଇନ ସଂଶୋଧନ କଲେ, ତାହା ନିଶ୍ଚିତ ଭାବେ ଆଦିବାସୀଙ୍କ ଜୀବନ ଧାରା ଉପରେ ନକାରାତ୍ମକ ପ୍ରଭାବ ପକାଇବ । ତେଣୁ ଏହି ଆଇନ ପ୍ରତ୍ୟାହାର ପାଇଁ ବିଜେଡି ରାଜ୍ୟବ୍ୟାପୀ ଆନ୍ଦୋଳନ କରିବ ।

ଶ୍ରୀ ଘଡ଼ାଇ କହିଥିଲେ, ଏମଏମଡିଆର ସଂଶୋଧନ ଆଇନ ରାଜ୍ୟ ସ୍ୱାର୍ଥର ବିରୋଧୀ ହୋଇ ଥିବାରୁ ବିଜେଡି ପ୍ରଥମ ଦିନରୁ ଏହାକୁ ବିରୋଧ କରି ଆସୁଛି । ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଆହ୍ୱାନକ୍ରମେ ବିଜୁ ଜନତା ଦଳର ନେତୃବୃନ୍ଦ ଓ ଅଗଣିତ କର୍ମୀ ଏହି କଳା ଆଇନ ପ୍ରତ୍ୟାହାର ଦାବିରେ ଆନ୍ଦୋଳନ କରିବା ପାଇଁ ସଂକଳ୍ପବଦ୍ଧ । ତେଣୁ ୨୮ ସେପ୍ଟେମ୍ୱର ଦିନ ହେବାକୁ ଯାଉଥିବା ଆନ୍ଦୋଳନରେ ରାଜ୍ୟବାସୀ ସମର୍ଥନ ଓ ସହଯୋଗ କରିବା ପାଇଁ ବିଜେଡି ତରଫରୁ ନିବେଦନ କରୁଛୁ ।

Previous Post

ଏମଏମଡିଆର ହଙ୍ଗାମା

Next Post

ଏଜିଙ୍କ ଟିପ୍ପଣୀ ପାଇଁ କ୍ଷମା ମାଗିଲେ ଏସଜି

Next Post
ଏଜିଙ୍କ ଟିପ୍ପଣୀ ପାଇଁ କ୍ଷମା ମାଗିଲେ ଏସଜି

ଏଜିଙ୍କ ଟିପ୍ପଣୀ ପାଇଁ କ୍ଷମା ମାଗିଲେ ଏସଜି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA