Friday, September 25, 2026 04:23 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

‘ଜ୍ଞାନେଶ ହଟାଓ’ ଅଭିଯାନରେ ନବୀନ

ସିଇସିଙ୍କ ଇସ୍ତଫା ଦାବି କଲେ

by Our Correspondent
25 Sep, 2026- 12:05 PM
in Latest News, News
1 min read
0
‘ଜ୍ଞାନେଶ ହଟାଓ’ ଅଭିଯାନରେ ନବୀନ

‘ଏସଆଇଆରର ପୁନଃସମୀକ୍ଷା ହେଉ’

ଭୁବନେଶ୍ୱର: ମୁଖ୍ୟ ନିର୍ବାଚନ କମିସନର ଜ୍ଞାନେଶ କୁମାରଙ୍କ “ଭୋଟ ଚୋରି”‘ କେଳେଙ୍କାରୀକୁ ନେଇ ସାରା ଦେଶ ହୁଲସ୍ତୁଲ । ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ତାଙ୍କୁ ‘ଦେଶଦ୍ରୋହୀ’ ଆଖ୍ୟା ଦେଇ ଇସ୍ତଫା ଦାବି କରିଛନ୍ତି । କକ୍ରୋଚ୍ ପାର୍ଟି ତାଙ୍କୁ ୨୪ ଘଣ୍ଟାର ମହଲତ ଦେଇଛନ୍ତି । ଏ ପ୍ରସଙ୍ଗରେ ବିଜେଡି ସଭାପତି ନବୀନ ପଟ୍ଟନାୟକ ଆଜି ମୁହଁ ଖୋଲିଛନ୍ତି । ମୁଖ୍ୟ ନିର୍ବାଚନ କମିସନର(ସିଇଓ)ଙ୍କ ଇସ୍ତଫା ଦାବି କରି ଏସଆଇଆର ପ୍ରକ୍ରିୟାର ପୁନଃସମୀକ୍ଷା ଆବଶ୍ୟକ ବୋଲି ମତ ଦେଇଛନ୍ତି । ଏସଆଇଆର୍ କାର୍ଯ୍ୟକ୍ରମକୁ ବିଜେଡି ପ୍ରଥମରୁ ବିରୋଧ କରୁଛି । ଏହି କାର୍ଯ୍ୟକ୍ରମରେ ବ୍ୟାପକ ଅନିୟମିତତା ହୋଇଛି ବୋଲି ସେ କହିଛନ୍ତି ।

ସେହିଭଳି, ଏମଏମଡିଆର ପ୍ରସଙ୍ଗରେ ଦଳର କଠୋର ଆଭିମୁଖ୍ୟ ଦୋହରାଇଛନ୍ତି ନବୀନ । ସଂସଦରେ ସଂଶୋଧନ ବିଲ୍ ପାରିତ ବେଳେ ବିଜେପିର ୨୦ ସାଂସଦ ଚୁପ୍ ରହିବାକୁ ସେ ନାପସନ୍ଦ କରିବା ସହ ଏହାର ପୁନଃ ସମୀକ୍ଷା ପାଇଁ ସରକାରଙ୍କ ଉପରେ ଚାପ ପକାଯିବ ବୋଲି କହିଛନ୍ତି । ଏମଏମଡିଆର ସଂଶୋଧନ ଆଇନ ରାଜ୍ୟର ରାଜସ୍ୱ ପାଇଁ ବଡ଼ କ୍ଷତି ଆଣିବ ବୋଲି ନବୀନ ତାଙ୍କ ପ୍ରତିକ୍ରିୟାରେ କହିଛନ୍ତି ।

ସୂଚନାଥାଉକି,ଏମଏମଡିଆର ସଂଶୋଧନ ବିଲ୍ କୁ ନବୀନ ପ୍ରଥମରୁ ବିରୋଧ କରି ଆସୁଛନ୍ତି । ଏ ସମ୍ପର୍କରେ ଆଲୋଚନା ପାଇଁ ବିଧାନସଭାର ସ୍ୱତନ୍ତ୍ର ଅଧିବେଶନ ଡାକିବାକୁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଆଗ ଚିଠି ଲେଖିଥିଲେ । ଏହା ପରେ ବିଜେପି ସାଂସଦମାନଙ୍କୁ ଚିଠି ଲେଖି ଦଳମତ ନିର୍ବିଶେଷରେ ଓଡ଼ିଶା ମାଟିର ସ୍ୱାର୍ଥ ପାଇଁ କାମ କରିବାକୁ ପରାମର୍ଶ ଦେଇଥିଲେ । ନିକଟରେ ବିଧାନସଭାରେ ଏମଏମଡିଆର ଉପରେ ମୋସନ୍ ଆଣି ସ୍ୱତନ୍ତ୍ର ଆଲୋଚନା କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଆଉ ଏକ ଚିଠି ଲେଖିଥିଲେ ।

ଏହି ପ୍ରସଙ୍ଗକୁ ନେଇ ବିଧାନସଭାରେ ବିଜେଡି ପ୍ରତିବାଦ ଜାରି ରଖିଛି । ବିଧାନସଭା ଆରମ୍ଭରୁ କଂଗ୍ରେସ ଏହା ବିରୋଧରେ ସ୍ୱର ଉଠାଇଥିବା ବେଳେ ଏବେ ଉଭୟ ଦଳର ଏହା ମୁଖ୍ୟ ପ୍ରସଙ୍ଗ ହୋଇଛି । ଲଗାତର ଚତୁର୍ଥ ଦିନ ପାଇଁ ଆଜି ବିଧାନସଭା ଅଚଳ ହୋଇଛି । କଂଗ୍ରେସ ବିଧାୟକମାନେ ପ୍ଲାକାର୍ଡ ଧରି ଗୃହରେ ପ୍ରତିବାଦ ଜାରି ରଖିଥିବା ବେଳେ ବିଜେଡି ବିଧାୟକମାନେ ରାଜରାସ୍ତାକୁ ଓହ୍ଲାଇ ପ୍ରତିବାଦ କରୁଛନ୍ତି । ଗତକାଲି ଓଏଏମସି ଅଫିସ ଆଗରେ ଅର୍ଥନୈତିକ ଅବରୋଧ ଆନ୍ଦୋଳନ କରିଥିଲେ । ଆଜି ଏଜି ଛକରେ ଧାରଣା ଦେଇଛନ୍ତି ।

ଏମଏମଡିଆର ସଂଶୋଧନ ଆଇନ ପ୍ରତ୍ୟାହାର ନହେଲା ପର୍ଯ୍ୟନ୍ତ ଆନ୍ଦୋଳନ ଜାରି ରହିବ ଏବଂ ଆଗକୁ ବ୍ୟାପକ ହେବ ବୋଲି ଉଭୟ ବିଜେଡି ଓ କଂଗ୍ରେସ ପକ୍ଷରୁ ଚେତାବନୀ ଦିଆଯାଇଛି ।

Previous Post

ଏଜିଙ୍କ ଟିପ୍ପଣୀ ପାଇଁ କ୍ଷମା ମାଗିଲେ ଏସଜି

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA