Saturday, November 7, 2026 11:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ନବୀନଙ୍କ ଗସ୍ତରେ ଗଞ୍ଜାମ ଜନସମୁଦ୍ର

ବନ୍ୟା ପ୍ରଭାବିତ ଅଞ୍ଚଳ ବୁଲିଲେ

by Our Correspondent
07 Nov, 2026- 07:26 PM
in Latest News, News
1 min read
0
ନବୀନଙ୍କ ଗସ୍ତରେ ଗଞ୍ଜାମ ଜନସମୁଦ୍ର

ଭୁବନେଶ୍ୱର: ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ବନ୍ୟା କ୍ଷତିଗ୍ରସ୍ତ ଅଞ୍ଚଳ ଅନୁଧ୍ୟାନରେ ଯାଇଥିଲେ । ଶେରଗଡ଼, ହିଞ୍ଜିଳି, ଆସିକା ଓ ସୋରଡ଼ା ଅଞ୍ଚଳରେ ବିପନ୍ନ ଲୋକଙ୍କୁ ଭେଟି ସେମାନଙ୍କର ଅଭାବ ଅସୁବିଧା ପଚାରିଥିଲେ ଏବଂ ସମବେଦନା ଜଣାଇଥିଲେ । ନବୀନଙ୍କୁ ଭେଟି ଦୁଃଖ ଜଣାଇବାକୁ ଲୋକଙ୍କ ମଧ୍ୟରେ ଭୀଷଣ ବ୍ୟଗ୍ରତା ପରିଲକ୍ଷିତ ହୋଇଥିଲା । ସମଗ୍ର ଅଞ୍ଚଳ ଜନସମୁଦ୍ର ପାଲଟି ଯାଇଥିଲା । ନବୀନ ତାଙ୍କ ଦୁର୍ଦ୍ଦଶା ଦୂର କରିଦେବେ ବୋଲି ସମସ୍ତଙ୍କର ଭରସା ଥିଲା ।

ନବୀନ ପଟ୍ଟନାୟକଙ୍କୁ ଭେଟିବାକୁ ବିଭିନ୍ନ ସ୍ଥାନରେ ହଜାର ହଜାର ଲୋକ ଉପସ୍ଥିତ ରହି ସେମାନଙ୍କ ଦୁଃଖ ଜଣାଇଥିଲେ । ଚାଷୀ ମାନେ ନଷ୍ଟ ହୋଇଯାଇଥିବା ଧାନ କେଣ୍ଡା ଓ ଆଖୁ ଗଛ ଧରି ବନ୍ୟା ପରିଚାଳନାରେ ସରକାରୀ ଉଦାସୀନତାକୁ ନେଇ କ୍ଷୋଭ ପ୍ରକାଶ କରିଥିଲେ । ବନ୍ୟାରେ ଘର ଭାଙ୍ଗି ଯାଇଥିବା ଓ ନିଜ ଜୀବିକା ହରାଇଥିବା ଲୋକମାନେ ସେମାନଙ୍କ ଅସୁବିଧା ଜଣାଇଥିଲେ । ୨୪ ବର୍ଷ ଶାସନରେ ଏଭଳି ହଇରାଣ ଗଞ୍ଜାମବାସୀ କେବେ ହୋଇ ନଥିଲେ କହି ଲୋକମାନେ ତାଙ୍କ ଦୁଃଖ ଜଣାଇଥିଲେ ।

ନବୀନ ପ୍ରଥମେ ଶେରଗଡ଼ ସହର ଓ ଏହାର ନିକଟବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରି ଦୁର୍ଦ୍ଦଶାର ସମ୍ମୁଖୀନ ହେଉଥିବା ଲୋକମାନଙ୍କ ସମସ୍ୟା ଓ ଅଭିଯୋଗ ଶୁଣିଥିଲେ । ବନ୍ୟା ଯୋଗୁଁ ଘରଦ୍ୱାର, ଚାଷଜମି, ରାସ୍ତାଘାଟ ସମ୍ପୂର୍ଣ୍ଣ ନଷ୍ଟ ହୋଇଥିବା ନେଇ ଲୋକମାନେ ତାଙ୍କୁ ଅବଗତ କରାଇଥିଲେ । ଏହାପରେ ହିଞ୍ଜିଳିକାଟୁ ବ୍ଲକ ଅନ୍ତର୍ଗତ ନୂଆ ବୁରୁପଡ଼ା ଗ୍ରାମପଞ୍ଚାୟତ ପରିଦର୍ଶନ କରି ଲୋକମାନଙ୍କ ଜୀବନ ଓ ଜୀବିକା ଉପରେ ପଡ଼ିଥିବା ପ୍ରଭାବର ଆକଳନ କରିଥିଲେ । ଏଥିସହିତ ହିଞ୍ଜିଳିକାଟୁ ନିକଟବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳ ମଧ୍ୟ ପରିଦର୍ଶନ କରି କ୍ଷତିଗ୍ରସ୍ତ ଲୋକଙ୍କ ସମସ୍ୟା ଓ ଦୁର୍ଦ୍ଦଶାର ସ୍ଥିତି ଅନୁଧ୍ୟାନ କରିଥିଲେ ।

ଏହାପରେ ଆସିକା ସାଇନ୍ସ କଲେଜ ନିକଟସ୍ଥ କୋଟିନଡ଼ା ଏବଂ ଆସିକା ସହର ଓ ଏହାର ନିକଟବର୍ତ୍ତୀ ବନ୍ୟା ପ୍ରଭାବିତ ଅଞ୍ଚଳ ପରିଦର୍ଶନ କରିଥିଲେ । ବନ୍ୟା ବିପନ୍ନ ପରିବାର ଓ ଚାଷୀମାନଙ୍କ ସହ ଆଲୋଚନା କରିବା ସହିତ କ୍ଷତିଗ୍ରସ୍ତ ଚାଷଜମି ଓ ସ୍ଥାନୀୟ ଭିତ୍ତିଭୂମିର କ୍ଷୟକ୍ଷତି ସମ୍ପର୍କରେ ଅନୁଧ୍ୟାନ କରିଥିଲେ । ସୋରଡ଼ା ବ୍ଲକର ଟାଟାବାଲିସ୍ଥିତ କନ୍ଧୁଣୀ ଦେବୀ ପଡ଼ିଆରେ ପହଞ୍ଚି ବାଲିଗୋଛା ଅଞ୍ଚଳକୁ ଯାଇଥିଲେ । ସେଠାରେ ସେ ଚାଷୀ ଓ ସ୍ଥାନୀୟ ଲୋକଙ୍କ ସହ ଆଲୋଚନା କରି ବନ୍ୟା ଯୋଗୁଁ ହୋଇଥିବା ଫସଲ କ୍ଷୟକ୍ଷତି ଏବଂ ବନ୍ୟା ପରବର୍ତ୍ତୀ ସମସ୍ୟା ସମ୍ପର୍କରେ ଅବଗତ ହୋଇଥିଲେ ।

ବନ୍ୟା ବିପନ୍ନଙ୍କ ଦୁର୍ଦ୍ଦଶାକୁ ନେଇ ଗଭୀର ଉଦବେଗ ପ୍ରକାଶ କରିଥିଲେ ନବୀନ ପଟ୍ଟନାୟକ । ବିପନ୍ନ ପରିବାର ଗୁଡ଼ିକୁ ପର୍ଯ୍ୟାପ୍ତ ସହାୟତା, କ୍ଷୟକ୍ଷତିର ଆକଳନ, ଚାଷୀମାନଙ୍କୁ କ୍ଷତିପୂରଣ ଏବଂ ଭିତ୍ତିଭୂମିର ପୁନରୁଦ୍ଧାର ଉପରେ ସେ ଗୁରୁତ୍ୱ ଦେଇଥିଲେ ।

ଗଣମାଧ୍ୟମକୁ ପ୍ରତିକ୍ରିୟାରେ କହିଥିଲେ- ମୋ ନିର୍ବାଚନମଣ୍ଡଳୀ ସମେତ ଗଞ୍ଜାମ ଜିଲ୍ଲାର ୪ଟି ଭିନ୍ନ ଭିନ୍ନ ବନ୍ୟାଞ୍ଚଳ ପରିଦର୍ଶନ କରିବା ପରେ ବନ୍ୟା ବିପନ୍ନ ପରିବାର ଓ ଚାଷୀମାନଙ୍କ ଦୁଃଖ ଓ ଦୁର୍ଦ୍ଦଶାକୁ ଅତି ନିକଟରୁ ଦେଖିଛି । ସେମାନେ ଦୁର୍ଦ୍ଦିନରେ ଦିନ କାଟୁଛନ୍ତି । ଏହି ସମୟରେ ସେମାନଙ୍କୁ ତୁରନ୍ତ ସହାୟତାର ଆବଶ୍ୟକତା ରହିଛି । ମୁଁ ରାଜ୍ୟ ସରକାରଙ୍କୁ ନିବେଦନ କରୁଛି, କ୍ଷତିଗ୍ରସ୍ତ ଚାଷୀ ଓ ବନ୍ୟା ବିପନ୍ନ ପରିବାରଗୁଡ଼ିକୁ ଆବଶ୍ୟକୀୟ କ୍ଷତିପୂରଣ ଓ ରିଲିଫ୍ ସହାୟତା ପ୍ରଦାନ କରନ୍ତୁ । ସେମାନଙ୍କ ଦୁଃଖ ଓ ଯନ୍ତ୍ରଣାକୁ କୌଣସି ପରିସ୍ଥିତିରେ ଅଣଦେଖା କରାଯିବା ଉଚିତ୍ ନୁହେଁ ।

ଏହି ପରିଦର୍ଶନ ସମୟରେ ଆସ୍କା ଓ ଶେରଗଡ଼ରେ ସ୍ଥାନୀୟ ବ୍ୟବସାୟୀ ସଂଘ ପକ୍ଷରୁ ବିରୋଧୀ ଦଳ ନେତାଙ୍କୁ ସେମାନଙ୍କ କ୍ଷୟକ୍ଷତି ସମ୍ପର୍କରେ ସ୍ମାରକପତ୍ର ଦିଆଯାଇଥିଲା ।

ନବୀନ ପଟ୍ଟନାୟକଙ୍କ ଏହି ଗସ୍ତ ସମୟରେ ଦେବୀ ପ୍ରସାଦ ମିଶ୍ର, ପ୍ରତାପ ଜେନା,
 ଉଷା ଦେବୀ, ବିକ୍ରମ ପଣ୍ଡା, ଚନ୍ଦ୍ରଶେଖର ସାହୁ, ରମେଶ ଚନ୍ଦ୍ର ଚ୍ୟାଉପଟ୍ଟନାୟକ, ଭୃଗୁ ବକ୍ସିପାତ୍ର, ରଞ୍ଜିତା ସାହୁ, ପୂର୍ଣ୍ଣ ସ୍ୱାଇଁ, ମଞ୍ଜୁଳା ସ୍ୱାଇଁ, ଚିନ୍ମୟ ସାହୁ, ଇପ୍ସିତା ସାହୁ, ଦେବାନନ୍ଦ ମହାପାତ୍ର, ପ୍ରଣବ ବଳବନ୍ତରାୟ, ରୂପେଶ ପାଣିଗ୍ରାହୀ, ଚିନ୍ମୟାନନ୍ଦ ଶ୍ରୀରୂପ ଦେବ, ଶ୍ରୀକାନ୍ତ ସାହୁ, ସଂଘମିତ୍ରା ଦଳେଇ, ସୁବାସ ମହାରଣା, ଡ଼ ଲେନିନ ମହାନ୍ତି, ତୁମ୍ବନାଥ ପଣ୍ଡାଙ୍କ ସମେତ ଦଳର ଅନ୍ୟାନ୍ୟ ନେତୃବୃନ୍ଦ ଓ ସ୍ଥାନୀୟ ପ୍ରତିନିଧିମାନେ ଉପସ୍ଥିତ ଥିଲେ ।

Previous Post

କେନ୍ଦୁଝରକୁ ମୁଖ୍ୟମନ୍ତ୍ରୀଙ୍କ ଦୀପାବଳୀ ଭେଟି

Next Post

ଯୁବ ଅଧିକାରୀଙ୍କ ଲାଞ୍ଚ କାରବାର

Next Post
ଯୁବ ଅଧିକାରୀଙ୍କ ଲାଞ୍ଚ କାରବାର

ଯୁବ ଅଧିକାରୀଙ୍କ ଲାଞ୍ଚ କାରବାର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA