Monday, May 25, 2026 06:26 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧରାପଡ଼ିଲା ଧର୍ମେନ୍ଦ୍ରଙ୍କ ଭୟଙ୍କର ଖେଳ !

by Our Correspondent
27 Sep, 2017- 12:29 PM
in Latest News, Politics
1 min read
1
ଧରାପଡ଼ିଲା ଧର୍ମେନ୍ଦ୍ରଙ୍କ ଭୟଙ୍କର ଖେଳ !
ଭୁବନେଶ୍ୱର: ଛତ୍ରପୁରର ଯୁବ ବିଜେଡ଼ି ନେତା ତଥା କାଉନସିଲର ଲକ୍ଷ୍ମୀଦତ୍ତ ପ୍ରଧାନଙ୍କ ବିଭତ୍ସ୍ୟ ହତ୍ୟାର ମୁଖ୍ୟ ସୂତ୍ରଧର ହେଉଛନ୍ତି କୃଷ୍ଣଚନ୍ଦ୍ର ନାୟକ । ହତ୍ୟାକାଣ୍ଡ ର ମୁଖ୍ୟ ଖଳନାୟକ ଭାବେ ପ୍ରଥମରୁ ତାଙ୍କରି ନାଁ ହିଁ ଚର୍ଚ୍ଚା ହେଉଥିଲା । କାଲି ଖୋଦ୍ ଗଂଜାମ ଏସପି ତାହାକୁ ସ୍ପଷ୍ଟ କରିଛନ୍ତି । କୃଷ୍ଣଚନ୍ଦ୍ର ଏବଂ ଲକ୍ଷ୍ମୀପୁର ସମିତି ସଭ୍ୟ ଏନ୍.ଦୁର୍ଯୋଧନ ରେଡ୍ଡି ହତ୍ୟାକାଣ୍ଡର ମୁଖ୍ୟ ଷଡ଼ଯନ୍ତ୍ରକାରୀ ବୋଲି ସେ କହିଛନ୍ତି । ୧୦ ଦିନର ତଦନ୍ତ ପରେ ଏସପି ଏହି ଦୁଇ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ନାଁ ପଦାକୁ ଆଣିଛନ୍ତି । ସବୁଠାରୁ ବଡ଼କଥା, ଷଡ଼ଯନ୍ତ୍ରକାରୀ କୃଷ୍ଣଚନ୍ଦ୍ର ଜଣେ ଯାହିତାହି ନେତା ନୁହଁନ୍ତି । କୋଟି କୋଟି ଓଡ଼ିଆ ଯୁବକଙ୍କୁ ସୁନେଲି ସ୍ୱପ୍ନ ଦେଖାଉଥିବା ସୁପର୍ ପାୱାରଫୁଲ ଧର୍ମେନ୍ଦ୍ର ପ୍ରଧାନଙ୍କ ଗଂଜାମ ଯୁଦ୍ଧକ୍ଷେତ୍ରର ନୂଆ ସାରଥୀ । ତାଙ୍କୁ ଆଗରେ ରଖି ଗଂଜାମରେ ବିଜେପି ସଂଗଠନକୁ ସୁଦୃଢ଼ କରିବା ଯୋଜନା କରିଥିଲେ ଧର୍ମେନ୍ଦ୍ର ।
ଧର୍ମେନ୍ଦ୍ରଙ୍କ ପ୍ରଚେଷ୍ଟା ଓ ଆର୍ଶିବାଦରେ ବାମପନ୍ଥୀ ନେତା କୃଷ୍ଣଚନ୍ଦ୍ର ଏଇ ୪ ମାସ ତଳେ ଗେରୁଆ ଦକ୍ଷିଣପନ୍ଥୀ ପାଲଟିଛନ୍ତି । ଓଡ଼ିଶାରେ ‘ମୋ ବୁଥ ସବୁଠୁ ମଜବୁତ’ କାର୍ଯ୍ୟକ୍ରମ ବ୍ରହ୍ମପୁରରୁ ଶୁଭାରମ୍ଭ ଦିନ ମେ ୨୦ ତାରିଖରେ କୃଷ୍ଣଚନ୍ଦ୍ରଙ୍କୁ କୋଳେଇଥିଲେ ଧର୍ମେନ୍ଦ୍ର । ଅମିତ୍ ଶାହାଙ୍କ ଉପସ୍ଥିତିରେ ଧର୍ମେନ୍ଦ୍ର ତାଙ୍କୁ ଦଳରେ ମିଶାଇ କୁଣ୍ଢେଇ ପକେଇଥିଲେ । କୃଷ୍ଣଚନ୍ଦ୍ରଙ୍କୁ ପାଇ ମଞ୍ଚରେ ଉପସ୍ଥିତ ବସନ୍ତ ପଣ୍ଡା, ଭୃଗୁ ବକ୍ସିପାତ୍ର ଖୁସିରେ ଭାବପ୍ରବଣ ହୋଇପଡ଼ିଥିଲେ । ଖାଲି ସେତିକି ନୁହେଁ, କୃଷ୍ଣଚନ୍ଦ୍ରଙ୍କ ପାଇଁ ଆୟୋଜିତ ଏହି ମିଶ୍ରଣ ପର୍ବ ବେଶ୍ ଜାକଜମକ ଥିଲା । ଧର୍ମେନ୍ଦ୍ର ତାଙ୍କ ପାଇଁ ରୋଡ୍ ସୋ କରିଥିଲେ । କୃଷ୍ଣଚନ୍ଦ୍ର ଏବଂ ସହଯୋଗୀଙ୍କ ଯୋଗଦାନ ବିଜେପିକୁ ଅଧିକ ଶକ୍ତିଶାଳୀ କଲା ବୋଲି ଘୋଷଣା କରିଥିଲେ ।
୪ ମାସ ପୁରିନି । ଗତ ୧୬ ତାରିଖରେ ଛତ୍ରପୁରର ଟାଣୁଆ ଯୁବ ବିଜେଡ଼ି ନେତା ଲକ୍ଷ୍ମୀଦତ୍ତ ପ୍ରଧାନଙ୍କୁ ବିଭତ୍ସ୍ୟ ଭାବେ ହତ୍ୟା କରାଗଲା । ସଂଘବଦ୍ଧ ଯୁବକ ଲକ୍ଷ୍ମୀଙ୍କ ଘରେ ପଶି ତାଙ୍କୁ ଖଣ୍ଡା, କାତିରେ ହାଣି ପକାଇଲେ । ପ୍ରତିରୋଧ କରୁଥିବା ଲକ୍ଷ୍ମୀଙ୍କ ଭାଇଙ୍କ ଉପରେ ମଧ୍ୟ ସେମାନଙ୍କ ଖଣ୍ଡାଚୋଟ ପଡ଼ିିଲା । ଏହି ନିର୍ମମ ହତ୍ୟାକାଣ୍ଡର ସିସିଟିଭି ଭିଜୁଆଲ୍ ସମଗ୍ର ରାଜ୍ୟବାସୀଙ୍କ ଛାତି ଥରେଇଦେଇଛି । ହତ୍ୟାକାଣ୍ଡରେ ସଂପୃକ୍ତ ୧୩ ଜଣଙ୍କୁ ପୁଲିସ ଗିରଫ କଲା ପରେ ଏସପି ଖୋଲିଛନ୍ତି ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ନାଁ । ସେଇ କୃଷ୍ଣଚନ୍ଦ୍ର ନାୟକ । ବ୍ୟକ୍ତିଗତ କାରଣରୁ ନୁହେଁ, ରାଜନୈତିକ କାରଣରୁ ସେ ଲକ୍ଷ୍ମୀଦତ୍ତଙ୍କୁ ସଫା କରିବା ଯୋଜନା କରିଥିଲେ ବୋଲି ପୁଲିସ ପ୍ରମାଣ ପାଇଛି । ହତ୍ୟାକାଣ୍ଡ ପରେ ଅପରାଧୀଙ୍କ ପାଇଁ ଅର୍ଥଯୋଗାଡ଼ କରିବା, ରାଜ୍ୟ ବାହାରକୁ ଫେରାର କରାଇବାରେ କୃଷ୍ଣଚନ୍ଦ୍ର ମୁଖ୍ୟ ଭୂମିକା ନେଇଥିଲେ ବୋଲି ପୁଲିସ ପାଖରେ ଯଥେଷ୍ଟ ପ୍ରମାଣ ଥିବା ଏସପି କହିଛନ୍ତି । ଏଇଠି ମନେ ପକାଇଦେଉଛୁ, ହତ୍ୟାକାଣ୍ଡର ପରଦିନ ଭୁବନେଶ୍ୱରରେ ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପି ମୁଖପାତ୍ର ସଜ୍ଜନ ଶର୍ମା କହିଥିଲେ, ବିଜେପି ହିଂସାରେ ବିଶ୍ୱାସ କରେନି ।
ବିରୋଧୀ ରାଜନୈତିକ ପ୍ରତିପକ୍ଷଙ୍କୁ ଘରେ ପଶି ବିଭତ୍ସ ଭାବେ ହତ୍ୟା କରିବା କ’ଣ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଜେପିର ରଣକୌଶଳ ? ଲୋକଙ୍କ ହୃଦୟ ଜୟ କରି ନୁହେଁ ବରଂ ଡରାଇ, ମାରି କ୍ଷମତା ଆହରଣ କ’ଣ ଧର୍ମେନ୍ଦ୍ରଙ୍କର ପଲଟିକାଲ୍ ଷ୍ଟ୍ରାଟେଜି ? ନବୀନଙ୍କ ଗଡ଼ ଗଂଜାମରେ ବିଜେଡ଼ିକୁ ଦୁର୍ବଳ କରିବା ପାଇଁ ବାହୁବଳୀ କୃଷ୍ଣଚନ୍ଦ୍ରଙ୍କୁ କ’ଣ ଧର୍ମେନ୍ଦ୍ର କିଣିଥିଲେ ? ତାଙ୍କୁ ଜିଲ୍ଲା ସଂପାଦକ ଦାୟିତ୍ୱର ମୁଖା ପିନ୍ଧାଇ କ’ଣ ସୁପାରି କିଲର୍ ସଜାଇଥିଲେ ? ଏଭଳି ଅନେକ ପ୍ରଶ୍ନର ଜବାବ ଖୋଜୁଛନ୍ତି ଜନତା । ଶାସନଗାଦିକୁ ଆସିବା ପାଇଁ ବିଜେପି ଲୋକଙ୍କ ମନରେ ଭୟ ଓ ଆତଙ୍କର ବୀଜ ବୁଣୁଥିବା ଚର୍ଚ୍ଚାକୁ ଗଂଜାମ ଉଦାହରଣ ଆହୁରି ଜୋର୍ କରିଛି ।
ସୂଚନାଯୋଗ୍ୟ, କଟକର ବାହୁବଳୀ ଧଳସାମନ୍ତ ବ୍ରଦର୍ସଙ୍କ ସହ ଧର୍ମେନ୍ଦ୍ରଙ୍କ ସମ୍ପର୍କର ବି ନଜିର ରହିଛି । ୨୦୧୬ ଜାନୁଆରୀରେ ଧଳସାମନ୍ତଭ୍ରାତାଙ୍କ ନିମନ୍ତ୍ରଣ ରକ୍ଷା କରି ଧର୍ମେନ୍ଦ୍ର କଟକରେ ଯୋଗଦେଇଥିବା କାର୍ଯ୍ୟକ୍ରମର ଫଟୋ ରାଜନୈତିକ ମହଲରେ ଝଡ଼ ସୃଷ୍ଟି କରିଥିଲା । ସେହି ଉତ୍ସବରେ ଧର୍ମେନ୍ଦ୍ର ଧଳସାମନ୍ତ ବ୍ରଦର୍ସଙ୍କୁ ବ୍ୟକ୍ତିଗତ ଭାବେ ପ୍ରଶଂସାରେ ପୋତି ପକାଇଥିଲେ । ସେମାନଙ୍କୁ କଟକର ବାଇମୁଣ୍ଡି ଆଖ୍ୟା ଦେବାକୁ କୁଣ୍ଠାବୋଧ କରି ନ ଥିଲେ । ଧଳସାମନ୍ତ ବ୍ରଦର୍ସଙ୍କ ସହ ସମ୍ପର୍କକୁ ନଜରଅନ୍ଦାଜ କରିଥିବା ଧର୍ମେନ୍ଦ୍ର ଏବେ କୃଷ୍ଣଚନ୍ଦ୍ରଙ୍କ ସହ ସମ୍ପର୍କକୁ କେମିତି ବ୍ୟାଖ୍ୟା କରୁଛନ୍ତି ତାହା ଦେଖିବାର କଥା ।
Previous Post

ଗୁରୁଗାଓଁରେ ଦୁର୍ଗାପୂଜା ମହୋତ୍ସବ

Next Post

ବୁଦ୍ଧିଜୀବୀ ମହଲରେ ହଇଚଇ

Next Post
ବୁଦ୍ଧିଜୀବୀ ମହଲରେ ହଇଚଇ

ବୁଦ୍ଧିଜୀବୀ ମହଲରେ ହଇଚଇ

Comments 1

  1. srinivas rao says:
    9 years ago

    First ganjam dist honourable SP take custudy to Dharmendra Pradhan if not possible handover the same to crime branch or CBI.

    Reply

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA