Friday, June 26, 2026 06:37 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଦୋକାନ ଖୋଲା, ଗରାଖ ପାଉନାହାନ୍ତି ସୌମ୍ୟ

by Our Correspondent
03 Oct, 2017- 07:31 PM
in Latest News, Politics
1 min read
0
ଦୋକାନ ଖୋଲା, ଗରାଖ ପାଉନାହାନ୍ତି ସୌମ୍ୟ
ଭୁବନେଶ୍ୱର: ଦଶହରା ଛୁଟି ଖୋଲୁ ଖୋଲୁ ନିଜ ଖବରକାଗଜର ପ୍ରଥମପୃଷ୍ଠାରେ ଏକ ଲମ୍ବାଚଉଡ଼ା ଖବର ବନେଇଛନ୍ତି ସୌମ୍ୟରଂଜନ ପଟ୍ଟନାୟକ । ରଚନା ଭିତରେ ନିଜ କଥାଟିକୁ ବେଶ୍ ଚତୁରତାର ସହ ଥୋଇଛନ୍ତି । ଏଭଳି..(୧) ‘ଦଳକୁ ଗୌଣ କରି ପ୍ରସଙ୍ଗକୁ ବଡ଼ କରିବା’ ର ସୌମ୍ୟଙ୍କ ଆହ୍ୱାନ ରାଜନୈତିକ ଦଳ ପାଇଁ ଚିନ୍ତାଜନକ ପରିସ୍ଥିତି ସୃଷ୍ଟି କଲାଣି । ଖାସ୍ ସେଥିପାଇଁ ନିକଟରେ ମୁଖ୍ୟମନ୍ତ୍ରୀ ତାଙ୍କୁ ନବୀନ ନିବାସ ଡାକି ଆଲୋଚନା କରିଥିଲେ । (୨) ଜାନକୀଙ୍କ ଅବର୍ତ୍ତମାନରେ ତାଙ୍କ ଭୋଟବ୍ୟାଙ୍କର ଏକ ବଡ଼ ପ୍ରତିଶତ ତାଙ୍କ(ସୌମ୍ୟ) ସହିତ ରହିଛି । (୩) ୨୦୧୯ ନିର୍ବାଚନରେ ସୌମ୍ୟ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ, ତାଙ୍କ ନେତୃତ୍ୱକୁ ଗ୍ରହଣ କରୁଥିବା ସଂଗଠନମାନଙ୍କୁ ତାଙ୍କର ବାର୍ତ୍ତ କ’ଣ ହେବ, ତାହାକୁ ନେଇ ସେ ଏପର୍ଯ୍ୟନ୍ତ ନିରବ ରହିଛନ୍ତି ।
ସରଳ ଭାଷାରେ ବୁଝିଲେ, ସୌମ୍ୟ ନିଜ ଖବରକାଗଜ ଜରିଆରେ ବଡ଼ ବଡ଼ ରାଜନୈତିକ ଦଳକୁ କହିବାକୁ ଚାହିଁଛନ୍ତି ଯେ ତାଙ୍କୁ ଅଣଦେଖା କରା ନ ଯାଉ । ସେ ଭାରି ପାୱାରଫୁଲ୍ । ରାଜ୍ୟରେ ଚାଷୀ, ଚିଟଫଣ୍ଡ, ଶିକ୍ଷକ ଆନ୍ଦୋଳନର ସେ ପୁରୋଧା । ଏହି ପ୍ରସଙ୍ଗ ଭୋଟରଙ୍କ ମନ ବଦଳେଇଦେବ । ଆଉ ଏହି ପ୍ରସଙ୍ଗକୁ ଧରିଥିବା ସଂଗଠନର ନେତୃତ୍ୱ ତାଙ୍କ ହାତରେ । ତାଙ୍କରି ବାର୍ତ୍ତା ଉପରେ ନିର୍ଭର କରିବ ଏହି ବର୍ଗର ଭୋଟ । ଅର୍ଥାତ୍ ଚାଷୀ, ଚିଟଫଣ୍ଡ ଜମାକାରୀ ଓ ଶିକ୍ଷକଙ୍କ ଭୋଟକୁ ସେ ଯୁଆଡେ ଚାହିଁବେ ସିଆଡେ ମୋଡ଼ିବେ । ଜାନକୀଙ୍କ ଭୋଟବ୍ୟାଙ୍କର ଉତ୍ତରାଧିକାରୀ ଭାବେ ଅତିରିକ୍ତ ଦାବି କରି ସୌମ୍ୟ ନିଜକୁ ବହୁତ ପାୱାରଫୁଲ୍ ଦେଖାଇବାକୁ ଚେଷ୍ଟା କରିଛନ୍ତି । ଆସନ୍ତା ନିର୍ବାଚନରେ ତାଙ୍କ ଭଳି ନେତା ବଡ଼ ପ୍ରଭାବ ରଖିବେ ବୋଲି ନିଜ କାଗଜ ଜରିଆରେ ପ୍ରଚାର କରିଛନ୍ତି ।
ସୌମ୍ୟ ଙ୍କ ଏହି ‘ଖବର’ ଚାଲ୍ ରାଜନୈତିକ ମହଲରେ ଜମାଣିଆ ଚର୍ଚ୍ଚା ଧରିଛି । ନିଜର ଅନିଶ୍ଚିତ ରାଜନୈତିକ ଭବିଷ୍ୟତ ତାଙ୍କୁ ଏଭଳି ଖବର ଛପାଇବାକୁ ବାଧ୍ୟ କରିଥିବା କୁହାଯାଉଛି । ଚାଷୀ, ଚିଟଫଣ୍ଡ, ଶିକ୍ଷକଙ୍କ ସ୍ୱାର୍ଥ କଥା କହି ବିଭିନ୍ନ ସଂଗଠନର ହାତ ଧରିଥିବା ସୌମ୍ୟ ନିଜ ହାତରେ ଗଢ଼ିଥିବା ‘ଆମ ଓଡ଼ିଶା ପାର୍ଟି’ର ଅସ୍ଥିତ୍ୱ ରଖିପାରିନାହାନ୍ତି । ଖଣ୍ଡପଡ଼ାରେ ଲୋକେ ତାଙ୍କୁ ପ୍ରତ୍ୟାଖ୍ୟାନ କରିଛନ୍ତି । ମନି, ମିଡ଼ିଆ ପାୱାର୍ କାମ ଦେଉନି । ସବୁ ଥାଇ କିଛି ନ ଥିବାର ହତାଶାରେ କ’ଣ କରିବେ ନ କରିବେ ସ୍ଥିର କରିପାରୁନାହାନ୍ତି ।
ଚର୍ଚ୍ଚା ହେଉଛି, ସୌମ୍ୟଙ୍କର ରାଜନୈତିକ ଭାଗ୍ୟଆକାଶ ପୂରାପୂରି ଅନ୍ଧାରରେ । ରାଜନୈତିକ କୂଳ କିନାରା ପାଉନାହାନ୍ତି । ନିଜ ଗୋଡ଼ରେ ଛିଡ଼ା ହେବାର ଆଶା ଛାଡ଼ି କେତେବେଳେ ବିଜେଡ଼ିରେ ତ କେତେବେଳେ ବିଜେପିରେ ମିଶିବାକୁ ଚାହୁଁଛନ୍ତି । ହେଲେ ମୂଲଚାଲ ଛିଣ୍ଡିପାରୁନି । ତାଙ୍କର ମତିଗତି, ଆକାଂକ୍ଷା ଓ ଅଭିଳାଷ କୁଆଡେ ନବୀନ ପଟ୍ଟନାୟକଙ୍କୁ ଠିକ୍ ଲାଗୁନି କି ଧର୍ମେନ୍ଦ୍ର ପ୍ରଧାନଙ୍କୁ ଠିକ୍ ଲାଗୁନି । ତେଣୁ ନବୀନ ନିବାସ ମନ୍ତ୍ରଣା କି ଶାହାଙ୍କ ଡିନର୍ ପାର୍ଟି ମନ୍ତ୍ରଣା ରେଜଲ୍ଟ ଦେଇପାରିନି । କଂଗ୍ରେସ ୟାଡେ ଯାହା ହୁଅନ୍ତା, କିନ୍ତୁ ନିରଞ୍ଜନ ପଟ୍ଟନାୟକଙ୍କୁ ଗାଦି ନ ମିଳିବା ତାଙ୍କ ବାଟ ବନ୍ଦ କରିଦେଇଛି । ବେଳେ ବେଳେ ନିଜ ଖବରକାଗଜରେ ଏମିତି ଗୁଗୁଲି ଛାଡ଼ି ତୃତୀୟ ଶକ୍ତିର ଇସାରା ଛାଡୁଥିଲେ ବି ତାହା ସୁହାଉନି । ଓଡ଼ିଶାରେ ତାହାର ବାସ୍ତବତା ତାଙ୍କୁ ପଛକୁ ଠେଲିଆଣୁଛି । ଯାହାକୁ ଏକାଠି କରିବାକୁ ଚାହୁଁଛନ୍ତି ସୌମ୍ୟଙ୍କ ଉପରେ ସେମାନଙ୍କ ଭରସା ପାଉନି । ନିଜକୁ ଯେତେ ସର୍ବଶକ୍ତିମାନ ବୋଲାଇଲେ ବି ତାହା ଫରକ୍ ପକାଇପାରୁନି ।
ମୋଟାମୋଟି, ସୌମ୍ୟଙ୍କ ରାଜନୈତିକ ଆଭିମୁଖ୍ୟ ଏବେ ଫୁଲ୍ ଦ୍ୱନ୍ଦରେ ବୋଲି ଖୋଦ୍ ତାଙ୍କର ସମର୍ଥକଙ୍କଠାରୁ ଜଣାପଡ଼ିଛି । ସେ ସ୍ଥିର କରିପାରୁନାହାନ୍ତି ନିଜର ବାଟ । ନିଜ ଟିଭି ଏବଂ ଖବରକାଗଜକୁ ବି ଅବାଟରେ ଛାଡ଼ି ଦେଇଛନ୍ତି । ନିଜ ଟିଭି ଉପରେ ତାଙ୍କର ଆଦୌ ନିୟନ୍ତ୍ରଣ ନାହିଁ । ସେହି ଟିଭି କେତେବେଳେ କାହାର ଜୟ ଜୟକାର କରୁଛି ଜଣାପଡୁନି । ଖବରକାଗଜର ବି ନିରପେକ୍ଷ କି ନିର୍ଦ୍ଦିଷ୍ଟ ପାର୍ଟି ଷ୍ଟାଣ୍ଡ ନାହିଁ । କେତେବେଳେ ନବୀନଗାନ ତ କେତେବେଳେ ଧର୍ମେନ୍ଦ୍ରଗାନ । କାହାକୁ ସୁହାଇ କେଉଁ ଖବର ହେବ ନ ହେବ ଦ୍ୱନ୍ଦରେ ପଡ଼ିଛନ୍ତି ସୌମ୍ୟ । ସୁତରାଂ ମିଡ଼ିଆ ପାୱାରର ସଦୁପଯୋଗ କରିବାରେ ମଧ୍ୟ ସେ ବିଫଳ ହୋଇଥିବା ସମର୍ଥକ କହିଛନ୍ତି ।
୨୦୧୯ ନିର୍ବାଚନରେ ସୌମ୍ୟ କେଉଁ ଭୂମିକାରେ ଅବତୀର୍ଣ୍ଣ ହେବେ, ତାଙ୍କ ନେତୃତ୍ୱକୁ ଗ୍ରହଣ କରୁଥିବା ସଂଗଠନମାନଙ୍କୁ ତାଙ୍କର ବାର୍ତ୍ତା କ’ଣ ହେବ, ସେଥିରେ ସେ ନିରବ ରହନ୍ତୁ କି ବାର୍ତ୍ତା ପଠାନ୍ତୁ ତାହା ବିଜେଡ଼ି କି ବିଜେପି ଉପରେ ସାମାନ୍ୟତମ ପ୍ରଭାବ ପକାଇବ ନାହିଁ । ସୌମ୍ୟ ରାଜନୈତିକ ଧ୍ରୁବୀକରଣ କଥା ଚିନ୍ତା ନ କରି ନିଜ ପାଇଁ ଶେଷ ସ୍ୱପ୍ନ(ବିଧାନସଭା କି ଲୋକସଭା ଆସନ ଖଣ୍ଡେ) ଦେଖିବାରେ ମନନିବେଶ କରିବା ଠିକ୍ ହେବ ବୋଲି ରାଜନୈତିକ ସମୀକ୍ଷକମାନେ ମତ ଦେଇଛନ୍ତି ।
Previous Post

ବିଜେପୁର ବିଜେପି ଫାଇଟ୍: ନାରାୟଣଙ୍କ ସପକ୍ଷରେ ପୂଜାରୀ

Next Post

ନାରାୟଣଙ୍କୁ ମନେଇଦେଲେ ଧର୍ମେନ୍ଦ୍ର

Next Post
ନାରାୟଣଙ୍କୁ ମନେଇଦେଲେ ଧର୍ମେନ୍ଦ୍ର

ନାରାୟଣଙ୍କୁ ମନେଇଦେଲେ ଧର୍ମେନ୍ଦ୍ର

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA