Tuesday, May 26, 2026 11:40 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଧର୍ମେନ୍ଦ୍ରରାଜ୍! ଗୁମର ଖୋଲିଲେ ବିଜୟ

by Our Correspondent
24 Oct, 2017- 04:17 PM
in Latest News, Politics
1 min read
0
ଧର୍ମେନ୍ଦ୍ରରାଜ୍! ଗୁମର ଖୋଲିଲେ ବିଜୟ
ଭୁବନେଶ୍ୱର: ଧର୍ମେନ୍ଦ୍ର ପ୍ରଧାନଙ୍କ ରାଜୁତିଦାରରେ ଥିବା ରାଜ୍ୟ ବିଜେପିର କୋଣଠେସା ବରିଷ୍ଠ ନେତା ବିଜୟ ମହାପାତ୍ର ଆଜି ତାଙ୍କ ମନର କଥା ଖୋଲିଛନ୍ତି । ‘ବିଜେପିରେ ବରିଷ୍ଠ ନେତା ଅଲୋଡା ହୋଇପଡ଼ିଛନ୍ତି । ଅଲୋଡ଼ାଙ୍କ ସଂଖ୍ୟା ବଢ଼ିଚାଲିଛି । ଅଭିଜ୍ଞ ଓ ପୁରୁଖା ନେତାଙ୍କ ମନରେ ଆଶଙ୍କା ଓ ସନ୍ଦେହ ବଢ଼ୁଛି’ ବୋଲି ବିଜୟ କହିଛନ୍ତି । ଖାଲି ସେତିକି ନୁହେଁ, ଓଡ଼ିଶାରେ ବିଜେପିର ୧୨୦ ପ୍ଲସ୍ ମିଶନ୍ କୁ ଠାରରେ ଗ୍ରହଣ କରିପାରିନାହାନ୍ତି ସେ । କେନ୍ଦ୍ରୀୟ ନେତା ଓ ମନ୍ତ୍ରୀମାନେ ଓଡ଼ିଶାର ବାସ୍ତବ ରାଜନୈତିକ ସ୍ଥିତି ଜାଣନ୍ତୁ ବୋଲି ବିଜୟ ପରାମର୍ଶ ଦେଇଛନ୍ତି । ଯାଜପୁର ପଞ୍ଚାୟତ ଉପନିର୍ବାଚନ ଫଳାଫଳର ସମୀକ୍ଷା ହେଉ କହି ବିଜେପି ମୁଣ୍ଡିଆଳମାନଙ୍କ ଗାଲରେ ଚୂନ ବୋଳିଛନ୍ତି ।
ବିଜୟ ମହାପାତ୍ରଙ୍କ ଏହି ମନ୍ତବ୍ୟ ଧର୍ମେନ୍ଦ୍ରଙ୍କ ଶିବିରକୁ ଚହଲେଇଦେଇଛି । ବିଜୟଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ପାଇଁ ଚାଟୁକାରମାନେ ଚୁଗୁଲି ଆରମ୍ଭ କରିଛନ୍ତି । ଦିଲ୍ଲୀ ନେତୃତ୍ୱ ପାଖରେ ଫେରାଦ ହୋଇ ଧର୍ମେନ୍ଦ୍ରଙ୍କୁ ଖୁସି କରାଇବାକୁ ସେମାନେ ଚାହିଁଛନ୍ତି । ତେବେ ସେହି ଗୋଷ୍ଠୀର ଆଉ କିଛି ଘନିଷ୍ଠ ଚାଟୁକାର ବିଜୟଙ୍କ ବିରୋଧରେ ଦଳୀୟ କାର୍ଯ୍ୟାନୁଷ୍ଠାନ ସପକ୍ଷରେ ମୂଳରୁ ନାହାନ୍ତି । ବିଜୟଙ୍କୁ ଦଳରେ ପକେଇ ପକେଇ ସଢ଼େଇ ଦେବାକୁ ସେମାନେ ବିକଳ୍ପ କୌଶଳ ଧରିଛନ୍ତି । ସମ୍ଭବତଃ ଏହି ଦ୍ୱିତୀୟ କୌଶଳ ଦିଲ୍ଲୀମନ୍ତ୍ରୀଙ୍କ ମନକୁ ପାଇଛି । ସେହି ଅନୁଯାୟୀ ବିଜୟଙ୍କ କ୍ଷେତ୍ରରେ ବିଜେପି ହାଇକମାଣ୍ଡ ଏ ପର୍ଯ୍ୟନ୍ତ ଅସମ୍ଭବ ନିରବତା ଅବଲମ୍ବନ କରୁଛନ୍ତି । ବିଜୟ ଯେ ଏହାର ଗନ୍ଧ ପାଇ ନ ଥିବେ ତାହା ନୁହେଁ । ମାତ୍ର ତାଙ୍କ ପାଖରେ ତ୍ୱରିତ ବିକଳ୍ପ ନ ଥିବାରୁ ହୁଏତ ପଦ୍ମ ଛାଇ ତଳୁ ମୁଣ୍ଡ କାଢ଼ି ପାରୁନାହାନ୍ତି ।
ତେବେ ଖାଲି ବିଜୟ ନୁହଁନ୍ତି, ଦଳର ଅଧିକାଂଶ ବରିଷ୍ଠ ନେତା ଏବେ ସମଦଶା ଭୋଗୁଛନ୍ତି । ବିଜୟଙ୍କ ଖୁଲମ୍ ଖୋଲା ମନ୍ତବ୍ୟ ସେମାନଙ୍କୁ ଉତ୍ସାହିତ କରିଛି । ଖୋଲାଖୋଲି ସେମାନେ ଗଣମାଧ୍ୟମକୁ ଆସିବାକୁ ଚାହିଁ ନ ଥିଲେ ମଧ୍ୟ ଧର୍ମେନ୍ଦ୍ର ଶିବିରର ମନମାନି ଓ ଆତଙ୍କରାଜରେ ତ୍ରାହି ତ୍ରାହି ଡାକିଛନ୍ତି । ବିଜେପି ମୁଖପାତ୍ର ଓ ପ୍ୟାନେଲିଷ୍ଟ ତାଲିକାରୁ ଦଳର ହୀନମାନ କିଭଳି ଅବସ୍ଥାକୁ ଯାଇଛି ତାହା ଭଲଭାବେ ବୁଝିପାରୁଥିବେ ବୋଲି ଜଣେ ବରିଷ୍ଠ ନେତା କହିଛନ୍ତି । ସମୟ ଆସିଛି ସେମାନେ ଉତ୍ପାତ କରୁଛନ୍ତି । ନିର୍ବାଚନ ବେଳେ ସେମାନଙ୍କ ତୋଡ଼ ଭାଙ୍ଗିଯିବ ବୋଲି ସେ ସତର୍କ କରାଇଛନ୍ତି ।
ରାଜନୈତିକ ପଣ୍ଡିତଙ୍କ କହିବାନୁଯାୟୀ, ଅର୍ଥବଳ ଓ ଅହଂକାରରେ ଭୋଟ ଜିତି ହୁଏନି । ରାଜ୍ୟ ବିଜେପି ସଭାପତି ବସନ୍ତ ପଣ୍ଡାଙ୍କ ନୂଆପଡ଼ାରେ ଦଳ ତିନି ନମ୍ବରରେ ରହିବା ପରେ ବି ନେତାଙ୍କ ଅହଂକାର କମିନି । ଏହି ପରିପ୍ରେକ୍ଷୀରେ ଯାଜପୁର ପଞ୍ଚାୟତ ଉପନିର୍ବାଚନ ଫଳର ସମୀକ୍ଷା ପାଇଁ ବିଜୟ ମହାପାତ୍ରଙ୍କ ଆହ୍ୱାନ ଅନେକ କଥା ସଙ୍କେତ ଦେଉଛି ।
ସୂଚନାଯୋଗ୍ୟ, ଯାଜପୁର ଜିଲ୍ଲାର ବିଝାଂରପୁର ବ୍ଲକ୍ ଅରେଇ ପଂଚାୟତର ୪ ନଂ ୱାର୍ଡରେ ଗତ ମାସରେ ଅନୁଷ୍ଠିତ ୱାର୍ଡମେମ୍ବର ଉପନିର୍ବାଚନରେ ବିଜେପି ପ୍ରାର୍ଥୀ କାଳନ୍ଦୀ ଜେନା ବିଜେଡ଼ି ପ୍ରାର୍ଥୀ ମେଘନାଦ ଜେନାଙ୍କଠାରୁ ପରାସ୍ତ ହୋଇଥିଲେ । ନିର୍ଦ୍ଦିଷ୍ଟ ଭାବେ ଏହି ୱାର୍ଡକୁ ଜୁଲାଇ ୫ ତାରିଖରେ ଅମିତ୍ ଶାହା-ଧର୍ମେନ୍ଦ୍ର ପ୍ରଧାନ ‘ମୋ ବୁଥ୍ ସବୁଠୁ ମଜବୁତ’ କାର୍ଯ୍ୟକ୍ରମରେ ଆସିଥିଲେ । ସୁତରାଂ ୱାର୍ଡମେମ୍ବର ସିଟ୍ ଖଣ୍ଡେ ବି ଜିତାଇପାରିଲେନି ଶାହା-ଧର୍ମେନ୍ଦ୍ର ଯୋଡି । ଖାଲି ବିଝାରପୁର ନୁହେଁ, ସୁକିନ୍ଦାର ହରିପୁର ଓ ବର୍ତଣ୍ଡା ଗ୍ରାମପଞ୍ଚାୟତ ଉପନିର୍ବାଚନରେ ବି ବିଜେପି ଚିତପଟାଙ୍ଗ ମାରିଛି । ଯାଜପୁର ଜିଲ୍ଲାରେ ବିଜେଡ଼ିର ପ୍ରବଳ ଗୋଷ୍ଠୀକନ୍ଦଳ, ବିଜେପିର ବିଜେଡ଼ି ବଡ଼ଶିକାର, ବିଜେପି ବଡ଼ବଡ଼ିଆଙ୍କ ଘନ ଘନ ଅଞ୍ଚଳ ଗସ୍ତ ଓ ପ୍ରଚାର ସତ୍ତ୍ୱେ ବିଜେପି ନିଜ ସ୍ଥିତି ସମ୍ଭାଳିପାରିନି । ସେଥିରେ ପୁଣି ମିଶନ୍ ୧୨୦ ପ୍ଲସ୍ ? ଏୟା ହିଁ କହିବାକୁ ଚାହିଁଛନ୍ତି ବିଜୟ ମହାପାତ୍ର ।
Previous Post

ବିଜେପିରେ ଚେଲାଚାମୁଣ୍ଡାଙ୍କ ରାଜ୍

Next Post

ଫେରିଲେ ଟୁଇଟ୍ ମାଷ୍ଟର୍

Next Post
ଫେରିଲେ ଟୁଇଟ୍ ମାଷ୍ଟର୍

ଫେରିଲେ ଟୁଇଟ୍ ମାଷ୍ଟର୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA