Thursday, April 30, 2026 10:54 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ବିଜେପିରେ ଚେଲାଚାମୁଣ୍ଡାଙ୍କ ରାଜ୍

by Our Correspondent
23 Oct, 2017- 08:08 PM
in Latest News, Politics
1 min read
0
ବିଜେପିରେ ଚେଲାଚାମୁଣ୍ଡାଙ୍କ ରାଜ୍
ଭୁବନେଶ୍ୱର: ବିଜେପିର ୪ ଜଣିଆ ମୁଖପାତ୍ର ଟିମ୍ ଓ ୨୨ ଜଣିଆ ପ୍ୟାନେଲିଷ୍ଟ ନାଁ ଘୋଷଣା ହେଲା ପରେ ଦଳରେ ବିଦ୍ରୋହ ଦେଖାଦେଇଛି । ଅଭିଜ୍ଞତା, ଜ୍ଞାନ, ଗାରିମାକୁ ସମ୍ମାନ ନ ଦେଇ ଧର୍ମେନ୍ଦ୍ର ପ୍ରଧାନଙ୍କ ବିଖ୍ୟାତ ଚେଲାଚାମୁଣ୍ଡାଙ୍କୁ ତାଲିକାରେ ରଖାଯାଇଥିବାରୁ ଦଳର ଅନେକ ନେତା କ୍ଷୋଭ ପ୍ରକାଶ କରିଛନ୍ତି ।
ନୂଆ ତାଲିକାରେ ସଜ୍ଜନ ଶର୍ମା, ଗୋଲକ ମହାପାତ୍ର, ସୁଦୀପ୍ତ ରାୟ, ଦିଲ୍ଲୀପ ମହାନ୍ତିଙ୍କୁ ମୁଖପାତ୍ର ନିଯୁକ୍ତି ଦିଆଯାଇଛି । ଧର୍ମେନ୍ଦ୍ରଙ୍କ ପ୍ରତି ଏମାନଙ୍କର ପ୍ରବଳ ଭକ୍ତି ଓ ଆନୁଗତ୍ୟ ଜଣାଶୁଣା । ସଜ୍ଜନ ଓ ଗୋଲକଙ୍କ କଥା ଅଲଗା ହେଲେ ସୁଦୀପ୍ତ ଓ ଦିଲ୍ଲୀପଙ୍କ ନିଯୁକ୍ତିକୁ ଦଳର ଅନେକ ନେତା ବିରୋଧ କରିଛନ୍ତି । ମୁଖପାତ୍ର ଭାବେ ସୁଦୀପ୍ତଙ୍କର ସେଭଳି କୌଣସି କଳା ନ ଥିଲା ବେଳେ ଦିଲ୍ଲୀପଙ୍କ କ୍ଷେତ୍ରରେ ଚେକ୍ ଆଣ୍ଡ ବାଲାନ୍ସ ଥିଓରିକୁ ସେମାନେ ନାପସନ୍ଦ କରିଛନ୍ତି । ପ୍ୟାନେଲିଷ୍ଟ ତାଲିକାରେ ପଶିଥିବା କାଳିନ୍ଦୀ ସାମଲ, ଦିଲ୍ଲୀପ ମଲ୍ଲିକ, ଟଙ୍କଧର ତ୍ରିପାଠୀ, ସୁରଥ ବିଶ୍ୱାଳ, ପିଙ୍କି ପ୍ରଧାନ ପ୍ରଭୃତିଙ୍କ ନାଁ ସ୍ୱାଭିମାନୀ ବିଜେପି ନେତାଙ୍କୁ ଆଘାତ ଦେଇଛି । କଂଗ୍ରେସରୁ କାଲି ଆସିଥିବା ରାଜେନ୍ଦ୍ର ପଣ୍ଡାଙ୍କୁ ପ୍ୟାନେଲିଷ୍ଟ ଭାବେ ଚୟନ କରାଯିବା ସେମାନଙ୍କୁ ଭୀଷଣ ଅପମାନିତ କରିଛି ।
ବିଜେପିରେ ଟାଲେଣ୍ଟେଡ୍ ନେତାଙ୍କ ଅଭାବ ନାହିଁ । ଦଳରେ ପୁରୁଖା, ଅଭିଜ୍ଞ ନେତା ଭର୍ତ୍ତି ହୋଇଛନ୍ତି । ବିଶ୍ୱଭୂଷଣ ହରିଚନ୍ଦନଙ୍କଠାରୁ ଆରମ୍ଭ କରି ମନମୋହନ ସାମଲ, କନକ ବର୍ଦ୍ଧନ ସିଂହଦେଓ, ସୁରେଶ ପୂଜାରୀ, ସମୀର ଦେ, ନୟନ କିଶୋର ମହାନ୍ତି, ମୁରଲୀ ଶର୍ମା, ସୁରମା ପାଢ଼ୀଙ୍କ ଭଳି ଅଭିଜ୍ଞ ନେତା ଅଛନ୍ତି । ବିଷ୍ଣୁ ଦାସ, ଯତୀନ ମହାନ୍ତିଙ୍କ ଭଳି ଯୁବପୀଢ଼ିର ଟାଲେଣ୍ଟ ଅଛନ୍ତି । ସୁବାସ ଚୌହାନଙ୍କ ଭଳି ଫାୟାର ବ୍ରାଣ୍ଡ ନେତା ବି ଅଛନ୍ତି । ହେଲେ ମୁଖପାତ୍ର କି ପ୍ୟାନେଲିଷ୍ଟ ଯୋଗ୍ୟତାର ମାପକାଠି ସେମାନଙ୍କୁ ଛୁଇଁପାରିନି । ଧର୍ମେନ୍ଦ୍ରଙ୍କ ମାମଲତକାରଙ୍କ ପାଖରେ ଗୋଡ଼ଭାଙ୍ଗି ସେମାନେ ଛିଡ଼ା ହୋଇପାରିନାହାନ୍ତି ବୋଲି ଦଳର ଜଣେ ବରିଷ୍ଠ ନେତା କ୍ଷୋଭ ପ୍ରକାଶ କରିଛନ୍ତି ।
ଦଳର ଜଣେ ଅସନ୍ତୁଷ୍ଟ ବରିଷ୍ଠ ନେତାଙ୍କ ମତରେ ଏଠିକା ବିଜେପିରେ ଗଣତନ୍ତ୍ର ନାହିଁ କି ଟାଲେଣ୍ଟର ସମ୍ମାନ ନାହିଁ । ଯିଏ ତୋଷାମଦି ଜାଣିଲା ସେ ବଡ଼ ନେତା ହେଲା । ପାର୍ଟିର ମୁଖପାତ୍ର ଓ ପ୍ୟାନେଲିଷ୍ଟ ତାଲିକା ତିନି ନମ୍ବରରୁ ପ୍ରସ୍ତୁତ ହୋଇଛି । ଧର୍ମେନ୍ଦ୍ରଙ୍କ ଗୁମାସ୍ତା ଓ ଜଣେ ବଡ଼ ଚାଟୁକାର ତାଙ୍କ ଇଚ୍ଛାରେ ତାଲିକା ପ୍ରସ୍ତୁତ କରିଛନ୍ତି । ଏହାକୁ ବରଦାସ୍ତ କରାଯିବନି । ଆଗକୁ ଏହା ଭୟଙ୍କର ରୂପ ନେବ ବୋଲି ସେ ଚେତାଇ ଦେଇଛନ୍ତି ।
Previous Post

ମୁହଁ ଇସ୍ପାତ, ପଛ ସନ୍ନିପାତ !

Next Post

ଧର୍ମେନ୍ଦ୍ରରାଜ୍! ଗୁମର ଖୋଲିଲେ ବିଜୟ

Next Post
ଧର୍ମେନ୍ଦ୍ରରାଜ୍! ଗୁମର ଖୋଲିଲେ ବିଜୟ

ଧର୍ମେନ୍ଦ୍ରରାଜ୍! ଗୁମର ଖୋଲିଲେ ବିଜୟ

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA