Thursday, June 25, 2026 01:35 PM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ଫେରିଲେ ଟୁଇଟ୍ ମାଷ୍ଟର୍

by Our Correspondent
24 Oct, 2017- 09:23 PM
in Latest News, Politics
1 min read
0
ଫେରିଲେ ଟୁଇଟ୍ ମାଷ୍ଟର୍
ଭୁବନେଶ୍ୱର: ପୋଖତ କଂଗ୍ରେସ ନେତା ପି.ଚିଦାମ୍ବରମ୍ ଙ୍କ ପରିବାର ସହ ବୈଜୟନ୍ତ ‘ଜୟ’ ପଣ୍ଡାଙ୍କ ବ୍ୟବସାୟିକ ସମ୍ପର୍କ ପେଡ଼ି ଖୋଲିଥିଲେ ଛତିଶଗଡ଼ର ପୂର୍ବତନ ମୁଖ୍ୟମନ୍ତ୍ରୀ ଅଜିତ୍ ଯୋଗୀ । ଦିଲ୍ଲୀରେ ତାହାକୁ ନେଇ ତୁମ୍ବିତୋଫାନ କରିଥିଲେ । ହେଲେ ଟୁଇଟ୍ ମାଷ୍ଟର ବୈଜୟନ୍ତଙ୍କର ଟୁଇଟ୍ ହାଣ୍ଡଲ ତାହାର ଜବାବ ଦେଇପାରିଲାନି । ଅଜିତ୍ ଯୋଗୀ ଆଣିଥିବା ଅଭିଯୋଗ ସତ ବୋଲି ବୈଜୟନ୍ତଙ୍କ ନିରବତା ଜଣାଇଥିଲା । ତେବେ ସେହି କଂଗ୍ରେସ ଦଳ ସହ ମେଣ୍ଟ ସମ୍ଭାବନା ଉପରେ ବରିଷ୍ଠ ମନ୍ତ୍ରୀ ଦାମୋଦର ରାଉତଙ୍କ ବୟାନ ଟୁଇଟ୍ ମାଷ୍ଟରଙ୍କ ଛାତି ଚହଲାଇ ଦେଇଛି । କଂଗ୍ରେସ ସହ ବିଜେଡ଼ିର ମେଣ୍ଟ ପ୍ରସଙ୍ଗ ତାଙ୍କୁ ଭାରି ବାଧିଛି । ୮୦ ଓ ୯୦ ଦଶକରେ କଂଗ୍ରେସ ଓଡ଼ିଶାର ଯେଉଁ କ୍ଷତି କରିଥିଲା ତାହାର ଭରଣା ପାଇଁ ବୈଜୟନ୍ତ କୁଆଡେ ଝାଳନାଳ ବୁହାଇ ବିଜେଡ଼ି ଗଠନରେ ସହାୟତା କରିଥିଲେ । ଏବେ ସେହି କଂଗ୍ରେସ ସହ ହାତ ମିଳାଇବା ପ୍ରଶ୍ନ ତାଙ୍କୁ କଷ୍ଟ ଦେଉଛି ବୋଲି ବୈଜୟନ୍ତ ଆଜି ଟୁଇଟ୍ କରିଛନ୍ତି ।
ରାଜନୈତିକ ଚର୍ଚ୍ଚାରୁ କିଛି ଦିନ ହେଲା ଦୂରେଇ ରହିଥିବା ବୈଜୟନ୍ତଙ୍କର ଏହି ଟୁଇଟ୍ ଓଡ଼ିଶା ରାଜନୀତିକୁ ପୁଣି ସରଗରମ କରିଛି । ବିଜେଡ଼ି ପାଇଁ କଂଗ୍ରେସ ଅଛୁଆଁ ବୋଲି ସେ ଜଣାଇ ଦେଇଛନ୍ତି । ଦାମବାବୁ ଉଠାଇଥିବା ପ୍ରସଙ୍ଗ ଉପରେ ସହମତ ହୋଇନାହାନ୍ତି ବରଂ ବିଜେଡ଼ିକୁ କଂଗ୍ରେସ ବିରୋଧୀ କହି ନିଜକୁ ସଚ୍ଚା ବିଜେଡ଼ିପ୍ରେମୀ(!) ଦେଖାଇଛନ୍ତି । ଦାମବାବୁ ବୈଜୟନ୍ତଙ୍କ ଟୁଇଟ୍ ର ଜବାବ ଦେଇଛନ୍ତି । ବୈଜୟନ୍ତଙ୍କୁ ଲକ୍ଷ୍ୟ କରି କହିଛନ୍ତି, ଯେ ପକ୍ଷୀ ଉଡ଼େ ଯେତେ ଦୂର, ସେ ଜାଣେ ତାହାର ବ୍ୟବହାର । ଅଶୀ ଓ ନବେ ଦଶକରେ ରାଜନୀତିରେ ତାଙ୍କର ସ୍ଥିତି କ’ଣ ଥିଲା ମୁଁ ଜାଣିନି । ଯିଏ ଯାହାକୁ ରସିଲା, ମଲ୍ଲୀଫୁଲ ପରି ବାସିଲା । ଦାମବାବୁ ଏମିତି ଚିକ୍କଣ ସଳଖ ଢ଼ଗ କହି ବୈଜୟନ୍ତଙ୍କ କଂଗ୍ରେସ ଓ ବିଜେପି ଲିଙ୍କ୍ ଆଡକୁ ଇଙ୍ଗିତ କରିଛନ୍ତି । ଦାମବାବୁ ତାଙ୍କର ଗତକାଲିର ମନ୍ତବ୍ୟରୁ ନ ହଟି ତାକୁ ଦୋହରାଇଛନ୍ତି । କହିଛନ୍ତି, ମୁଁ କଂଗ୍ରେସର ସମର୍ଥକ ନୁହେଁ । ତାଙ୍କୁ ସବୁବେଳେ ବିରୋଧ କରି ଆସୁଛି । ଆମର ଏକାକୀ ଲଢ଼ିବାର ଶକ୍ତି ଥିଲେ ବି କଂଗ୍ରେସ ଅଛୁଆଁ ନୁହେଁ ।
ଦାମଙ୍କ ମେଣ୍ଟ ଥିଓରିରୁ ବିଜେଡ଼ି ଏକାକୀ ଆଗାମୀ ନିର୍ବାଚନ ଲଢ଼ିବାର ଭୟ ବାରି ହେଉଥିଲେ ମଧ୍ୟ ସେ କିନ୍ତୁ ମାନିବାକୁ ନାରାଜ । ଅଣବିଜେପି ଶକ୍ତିଙ୍କୁ ଏକାଠି କରି ବିଜେପି ଭଳି ସାମ୍ପ୍ରଦାୟିକ ଶକ୍ତିକୁ ଦୂରେଇ ରଖିବା ତାଙ୍କର ଯୁକ୍ତି । ନିଷ୍ପତ୍ତି ଦଳ ମୁଖିଆଙ୍କ ଉପରେ ସେ ଛାଡ଼ିଛନ୍ତି । ଆଜି ସୁପ୍ରିମୋ ଟୁଇଟ୍ କରି କଂଗ୍ରେସ ଓ ବିଜେପିଠାରୁ ବିଜେଡ଼ିର ସମାନ ଦୂରତା ଆଭିମୁଖ୍ୟ ପୁଣି ଥରେ ସ୍ପଷ୍ଟ କରିଛନ୍ତି ।
ହେଲେ ବୈଜୟନ୍ତ ମଝିରେ ଏମିତି ଗୁଗୁଲି ଛାଡ଼ି କି ବାର୍ତ୍ତା ଦେବାକୁ ଚାହିଁଛନ୍ତି ? ବିଜେଡ଼ିର ହିତ ପାଇଁ ଲେଖିଛନ୍ତି କି ନଖ ଘଷି କଳି ବଢ଼ାଇବାର ଚାଲ୍ ଖେଳିଛନ୍ତି ? ବିଜେଡ଼ିରୁ ବୈଜୟନ୍ତ ଏକଘରିକିଆ ହୋଇସାରିଛନ୍ତି । ବିଭିନ୍ନ ରାଜନୈତିକ ପ୍ରସଙ୍ଗରେ ତାଙ୍କର ବୟାନବାଜି ବିଜେଡ଼ିକୁ ସବଳ କରିନି ବରଂ କ୍ଷତାକ୍ତ କରୁଛି । ବିଜେଡ଼ିରେ ଅସ୍ଥିରତା ସୃଷ୍ଟି କରିବା ତାଙ୍କର ପ୍ରାଥମିକତା ହୋଇଛି । ତେଣୁ ବିଜେଡ଼ିର ଆଦର୍ଶ କଥା କହି ସେ ଦଳୀୟ ନେତାଙ୍କ ମଧ୍ୟରେ ଫାଟ ଓ ବିଭ୍ରାନ୍ତ ସୃଷ୍ଟି କରିବାକୁ ଯେ ଉଦ୍ୟମ କରି ନ ଥିବେ ତାହା କିଏ କହିବ ବୋଲି ବିଜେଡ଼ିର ଜଣେ ବରିଷ୍ଠ ପ୍ରବକ୍ତା ନିଜ ନାଁ ଗୋପନ ରଖିବା ସର୍ତ୍ତରେ କହିଛନ୍ତି । ଦଳର ଆଭିମୁଖ୍ୟ ସୁପ୍ରିମୋ ସ୍ଥିର କରିବେ । ସେଥିରେ ବୈଜୟନ୍ତ ମୁଣ୍ଡ ଖେଳାଇବା କି ଭଲେଇ ହବାର ଆବଶ୍ୟକତା ନାହିଁ ବୋଲି ସେ ପରାମର୍ଶ ଦେଇଛନ୍ତି ।
ସେପଟେ ଅଶୀ ଓ ନବେ ଦଶକରେ କଂଗ୍ରେସର ଅତ୍ୟାଚାର କଥା କହୁଥିବା ବୈଜୟନ୍ତ କେଉଁ ପୃଷ୍ଠଭୂମିରେ ପି.ଚିଦାମ୍ବରମ୍ ଙ୍କ ପରିବାର ସହ ବ୍ୟବସାୟିକ ସମ୍ପର୍କ ଯୋଡ଼ିଥିଲେ ତାହା ଉପରେ ସାନି ପ୍ରଶ୍ନ କରିଛନ୍ତି ଜଣେ ବରିଷ୍ଠ ମନ୍ତ୍ରୀ । ବୈଜୟନ୍ତ ବାବୁ ବିଜେଡ଼ି ଟିକେଟରେ ଦିଲ୍ଲୀ ରାଜନୀତିକୁ ଯାଇ ନିଜକୁ ବେଶ୍ ପରିପୃଷ୍ଠ କରିଛନ୍ତି । ରାଜନୈତିକ ଓ ବ୍ୟବସାୟିକ ଫାଇଦା ପାଇଁ ସୁନ୍ଦର କସରତ୍ କରିଛନ୍ତି । କେତେବେଳେ କଂଗ୍ରେସ ତ କେତେବେଳେ ବିଜେପି । ବିଜେଡ଼ି ସାଂସଦ ଥାଇ ମୋଦି ସ୍ତୁତିଗାନ୍ ରେ ମାତିଥିବା ବୈଜୟନ୍ତଙ୍କଠାରୁ ଦଳୀୟ ନୀତି ଆଦର୍ଶ ବାଣୀ ଶୁଣିବା ହାସ୍ୟାସ୍ପଦ ବୋଲି ସେ କହିଛନ୍ତି ।

 

Previous Post

ଧର୍ମେନ୍ଦ୍ରରାଜ୍! ଗୁମର ଖୋଲିଲେ ବିଜୟ

Next Post

ମରୁଡ଼ି ଅଞ୍ଚଳକୁ ପ୍ୟାକେଜ୍

Next Post
ମରୁଡ଼ି ଅଞ୍ଚଳକୁ ପ୍ୟାକେଜ୍

ମରୁଡ଼ି ଅଞ୍ଚଳକୁ ପ୍ୟାକେଜ୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA