Friday, May 1, 2026 01:59 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

କୃଷ୍ଣ-ଗୋଲକ ଲିଙ୍କ୍: ଆଉ ଏକ ଖୁଲାସା

by Our Correspondent
06 Nov, 2017- 12:08 PM
in Latest News, Politics
1 min read
0
କୃଷ୍ଣ-ଗୋଲକ ଲିଙ୍କ୍: ଆଉ ଏକ ଖୁଲାସା
ଭୁବନେଶ୍ୱର: କୃଷ୍ଣ ନାୟକ ଓ ଗୋଲକ ମହାପାତ୍ରଙ୍କ ମଧ୍ୟରେ ମଧୁର ସମ୍ପର୍କର ଆଉ ଏକ ରୋଚକ ସୁରାକ୍ ମିଳିଛି । ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, କୃଷ୍ଣଙ୍କ ଆଗୁଆ ଜାମିନ୍ ଆବେଦନ ପାଇଁ ଗୋଲକ ହିଁ ସାଜିଥିଲେ ମୁରବୀ । ଲକ୍ଷ୍ମୀଦତ୍ତ ପ୍ରଧାନ ହତ୍ୟା ମାମଲାର ମାଷ୍ଟରମାଇଣ୍ଡ କୁହାଯାଇଥିବା କୃଷ୍ଣ ଫେରାର ଥିବା ବେଳେ ହାଇକୋର୍ଟରୁ ଆଗୁଆ ଜାମିନ୍ କରାଇବାକୁ କୁଆଡେ ବ୍ୟଗ୍ର ହୋଇପଡ଼ିଥିଲେ । ସେଥିପାଇଁ ଗୋଲକ ଓକିଲ ଯୋଗାଡ଼ କରିଥିଲେ । ତାଙ୍କର ପୁରୁଣା ଓକିଲ ତଥା ହାଇକୋର୍ଟର ବରିଷ୍ଠ ଆଡଭୋକେଟ୍ ଙ୍କ ସହ ଯୋଗସୂତ୍ର କରି ଆଗୁଆ ଜାମିନ୍ ଆବେଦନ କରିଥିଲେ । ମାତ୍ର ତାଙ୍କ ଦୁର୍ଭାଗ୍ୟକୁ ହାଇକୋର୍ଟରେ ମାମଲା ପଡ଼ିବା ପୂର୍ବରୁ କୃଷ୍ଣ ବନ୍ଧା ହୋଇଯାଇଥିଲେ ।
ଓଡ଼ିଶା କଂଜୁମର୍ କୋଅପରେଟିଭ ଫେଡ଼େରେସନ୍(ଓସିସିଏଫ)ର ସଭାପତି ଥିବା ବେଳେ ବିଜେପି ନେତା ଗୋଲକ ମହାପାତ୍ର କୋଟି କୋଟି ଟଙ୍କାର କୋଇଲା ଦୁର୍ନୀତିରେ ସଂପୃକ୍ତି ଅଭିଯୋଗ ଆସିଥିଲା । ଭିଜିଲାନସ୍ ତାଙ୍କ ସମେତ ୨୪ ଜଣ ଅଫିସର ଓ ବେପାରୀ(ଟ୍ରେଡ଼ର)ଙ୍କ ବିରୋଧରେ ମାମଲା ରୁଜୁ କରିଥିଲା । ଗିରଫ ହେବା ଭୟରେ ଅନ୍ୟମାନଙ୍କ ସହ ଗୋଲକ ହାଇକୋର୍ଟରେ ଆଗୁଆ ଜାମିନ୍ ଆବେଦନ କରିଥିଲେ । ଗୋଲକଙ୍କ ପକ୍ଷରୁ ହାଇକୋର୍ଟର ଜନୈକ ବରିଷ୍ଠ ଆଡଭୋକେଟ୍ କେସ୍ ଲଢ଼ିଥିଲେ । ୨୦୧୦ ଅଗଷ୍ଟ ୨୫ ତାରିଖରେ ଗୋଲକଙ୍କୁ ସର୍ତ୍ତମୂଳକ ଆଗୁଆ ଜାମିନ୍ ମିଳିଥିଲା ।
ଗୋଲକ ତାଙ୍କ ୭ ବର୍ଷ ତଳର ଓକିଲ କନେକ୍ସନ୍ ବିଭତ୍ସ ହତ୍ୟା ଷଡ଼ଯନ୍ତ୍ରକାରୀ ଅଭିଯୁକ୍ତ କୃଷ୍ଣ ନାୟକଙ୍କ ପାଇଁ କାମରେ ଲଗାଇବାକୁ ଚାହିଁଥିବା ଏବେ ସୂଚନା ମିଳିଛି । ଫେରାର ଅଭିଯୁକ୍ତ କୃଷ୍ଣଙ୍କୁ ଆଇନ ସହାୟତା ଦେବାକୁ ସେ ଆଗଭର ହୋଇଥିଲେ । ନିଜର ତତ୍କାଳୀନ ଆଡଭୋକେଟ୍ ଙ୍କ ଦ୍ୱାରସ୍ଥ ହୋଇ କୃଷ୍ଣଙ୍କ ପାଇଁ ବେଲ୍ ପିଟିସନ୍ ଦାଖଲ କରାଇଥିବା ଜଣାପଡ଼ିଛି ।
କୃଷ୍ଣ ଆଗୁଆ ଜାମିନ୍ ଆବେଦନ କରିବାରେ ମନା ନ ଥିଲା । ତାଙ୍କ ଦଳର ଜିଲ୍ଲା ପ୍ରଭାରୀ ଗୋଲକ ମହାପାତ୍ର ବି ଆଇନଗତ ସହଯୋଗ ଦେବାରେ ମନା ନ ଥିଲା । ମାତ୍ର ଯେହେତୁ ଲକ୍ଷ୍ମୀଦତ୍ତ ମର୍ଡର ପରେ କୃଷ୍ଣ ଫେରାର ହୋଇଯାଇଥିଲା ଏବଂ ପୁଲିସ ପାଇଁ ମୋଷ୍ଟ ୱାଣ୍ଟେଡ଼ ଥିଲା, ସେତିକି ବେଳେ ଗୋଲକ ମହାପାତ୍ରଙ୍କ ସହ ସେ ବାରମ୍ବାର ଯୋଗାଯୋଗରେ ରହିବା କଥାକୁ ସହଜରେ ଗ୍ରହଣ କରାଯାଉନି । ଭାଇରାଲ୍ ହୋଇଥିବା ଫୋନ୍ କଲ ରେକର୍ଡ କହୁଛି ସେପ୍ଟେମ୍ବର ୧୫ରୁ ଅକ୍ଟୋବର ୨୨ ମଧ୍ୟରେ ଗୋଲକ ଓ କୃଷ୍ଣ ୨୬ ଥର କଥା ହୋଇଛନ୍ତି । ସେମାନେ କ’ଣ କଥା ହେଉଥିଲେ ସ୍ୱାଭାବିକ ଭାବେ ତାହା ସମସ୍ତଙ୍କୁ ସନ୍ଦେହରେ ପକାଇଛି । ‘ଗୋଲକ ଭାଇନା’ ଙ୍କଠାରୁ ସେ ସାହାଯ୍ୟ ନେଉଥିଲେ ବୋଲି କୃଷ୍ଣ ମଧ୍ୟ ବୟାନ ଦେଇଛନ୍ତି । ଆଉ ଏହାକୁ ସତ ପ୍ରମାଣ କରି ତଥ୍ୟ ମିଳିଲାଣି, କୃଷ୍ଣଙ୍କୁ ଆଗୁଆ ଜାମିନ୍ ରେ ଆଣିବାକୁ ଗୋଲକ ସାହାଯ୍ୟ କରୁଥିଲେ । ଗୋଲକଙ୍କ ପାଖରୁ ଏ ନେଇ ପ୍ରତିକ୍ରିୟା ମିଳିପାରି ନ ଥିଲା ବେଳେ ତାଙ୍କର ସମର୍ଥକମାନେ ଏହାକୁ ଟାଳିଦେବାକୁ ଉଦ୍ୟମ କରିଛନ୍ତି । ଗୋଲକଙ୍କ ପୁରୁଣା ଆଡଭୋକେଟ୍ ଙ୍କ ଦ୍ୱାରା କୃଷ୍ଣର ବେଲ୍ ପିଟିସନ୍ ମୁଭ୍ କୁ ଏକ ସଂଯୋଗ ବୋଲି ସେମାନେ ସଫେଇ ଦେଇଛନ୍ତି ।
Previous Post

କୁନ୍ଦୁଲି ଲଜ୍ଜା: ସରକାର କେବେ ଚେତିବେ ?

Next Post

ବିଷ୍ଣୁଙ୍କ ଚାକିରି ଯିବ !

Next Post
ବିଷ୍ଣୁଙ୍କ ଚାକିରି ଯିବ !

ବିଷ୍ଣୁଙ୍କ ଚାକିରି ଯିବ !

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA