Tuesday, May 26, 2026 04:46 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha

ରେପ୍ ହୋଇନି..???

by Our Correspondent
07 Nov, 2017- 08:23 PM
in Latest News, News
1 min read
0
ରେପ୍ ହୋଇନି..???
ଭୁବନେଶ୍ୱର: କୁନ୍ଦୁଲିରେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇନି । ତାଙ୍କୁ ଚିକିତ୍ସା କରୁଥିବା ଡାକ୍ତରମାନଙ୍କ ପାଖରେ ଏଥିନେଇ କୌଣସି ପ୍ରମାଣ ନାହିଁ । ରାଜ୍ୟ ମାନବାଧିକାର ସୁରକ୍ଷା ସେଲ୍ ର ଅତିରିକ୍ତ ଡିଜି ମହେନ୍ଦ୍ର ପ୍ରତାପଙ୍କର ଏହା ହେଉଛି ଫାଇଣ୍ଡିଂ । ମାନବାଧିକାର କମିଶନଙ୍କଠାରେ ସେ ପୀଡ଼ିତାଙ୍କ ଡାକ୍ତରୀ ରିପୋର୍ଟ ଦାଖଲ କରିଛନ୍ତି । କୁନ୍ଦୁଲି, ଜୟପୁର ଓ ବ୍ରହ୍ମପୁର ମେଡ଼ିକାଲ୍ ରେ ଛାତ୍ରୀଙ୍କୁ ଚିକିତ୍ସା କରୁଥିବା ଡାକ୍ତରଙ୍କ ସହ ସେ କଥା ହୋଇଥିଲେ । ବିଶେଷଜ୍ଞମାନଙ୍କ ସହ କଥା ହୋଇଥିଲେ । ସେମାନଙ୍କ ବୟାନ ଓ ମେଡ଼ିକାଲ୍ ରିପୋର୍ଟକୁ ଏକାଠି କରି କମିଶନଙ୍କୁ ପ୍ରଦାନ କରିଛନ୍ତି । ରେପ୍ ଭଳି ଘଟଣା ଆଦୌ ଘଟିନାହିଁ ବୋଲି ସେଥିରେ ସ୍ପଷ୍ଟ କରାଯାଇଛି ।
ଅକ୍ଟୋବର ୧୦ ତାରିଖ ଘଟଣା ଦିନ(ଘଟଣା କ’ଣ ଏବେ ସନ୍ଦେହ) ସେଠାରେ ସୁରକ୍ଷାକର୍ମୀଙ୍କ ଆତଯାତ ନ ଥିଲା । ତଦନ୍ତକାଳରେ ଏହା ସ୍ପଷ୍ଟ ହୋଇଥିବା ଆଜି ଖୋଦ୍ ଡିଜି ମଧ୍ୟ ସୂଚନା ଦେଇଛନ୍ତି । କୋରାପୁଟ ଏସପି ମଧ୍ୟ ସମାନ ମତ ରଖିଛନ୍ତି । ଛାତ୍ରୀ ଏବଂ ଚିକିତ୍ସା କରୁଥିବା ଡାକ୍ତରଙ୍କ ବୟାନ ଭିତରେ ତାଳମେଳ ନାହିଁ ବୋଲି ସେ କହିଛନ୍ତି । ସତ କ’ଣ ତାହା ପୁଲିସ ଜାଣିଲାଣି ଏବଂ ଖୁବ୍ ଶୀଘ୍ର ଏହାର ଖୁଲାସା ହେବ ବୋଲି ଏସପି ସୂଚନା ଦେଇଛନ୍ତି ।
ଡିଜି, ମାନବାଧିକାର ସୁରକ୍ଷା ସେଲ୍ ର ଅତିରିକ୍ତ ଡିଜି ଏବଂ କୋରାପୁଟ ଏସପିଙ୍କ କଥାକୁ ସତ ମାନିଲେ କୁନ୍ଦୁଲିରେ ସେହି ନବମ ଶ୍ରେଣୀ ନାବାଳିକାଙ୍କୁ ଗଣଦୁଷ୍କର୍ମ ହୋଇନି । ତାଙ୍କ ଉପରେ ଗଣଦୁଷ୍କର୍ମ ହୋଇଥିବା ଛାତ୍ରୀ ଏବଂ ପରିବାର ଲୋକଙ୍କ ବୟାନ ମିଛ । ସୁରକ୍ଷାକର୍ମୀଙ୍କ ପୋଷାକ ପିନ୍ଧିଥିବା ୪ ଜଣ ତଥାକଥିତ ଯବାନ ତାଙ୍କୁ ଗଣବଳାକ୍ରାର କରିଥିବା କଥା ମନଗଢ଼ା । ଅବଶ୍ୟ, ପ୍ରଥମରୁ ତଦନ୍ତକାରୀ ଅଫିସରଙ୍କଠାରୁ ଆରମ୍ଭ କରି ଏସପି ଏବଂ ଡିଜି ଘଟଣା ଉପରେ ସନ୍ଦେହ କରିଥିଲେ ।
ପୁଲିସର ତଦନ୍ତ ରିପୋର୍ଟ ସତ ହୋଇଥିଲେ ସାଂଘାତିକ । ମିଛ ହୋଇଥିଲେ ଆହୁରି ସାଂଘାତିକ । ଖାଲି ରାଜ୍ୟ ନୁହେଁ, ସାରା ଦେଶରେ କୁନ୍ଦୁଲି ଗଣଦୁଷ୍କର୍ମ ଘଟଣା ମାସେ ହେଲାଣି ଖବରର ଶିରୋନାମାରେ ରହିଛି । ଅପରାଧୀଙ୍କୁ ଗିରଫ ଦାବିରେ ସ୍ଥାନୀୟ ଜନତା ଆନେ୍ଦାଳନ କରିଛନ୍ତି । ରାଜନୈତିକ ଦଳର ନେତୃବୃନ୍ଦ, ସାମାଜିକ କର୍ମୀ ସେଠାକୁ ଘନ ଘନ ଗସ୍ତ କରୁଛନ୍ତି । ଫ୍ୟାକ୍ଟ ଫାଇଣ୍ଡିଂ ରିପୋର୍ଟ ଦେଉଛନ୍ତି । ପ୍ରାୟ ସମସ୍ତଙ୍କ ମତ, ଯବାନମାନଙ୍କ ଦ୍ୱାରା ଛାତ୍ରୀ ଗଣଦୁଷ୍କର୍ମର ଶିକାର ହୋଇଛନ୍ତି । ଖୋଦ୍ ଶାସକ ଦଳର ଦଳିତ ସେଲ୍ ମଧ୍ୟ ଘଟଣାସ୍ଥଳ ଯାଇ ତଦନ୍ତ ରିପୋର୍ଟ ପ୍ରସ୍ତୁତ କରିଛନ୍ତି । ଛାତ୍ରୀଙ୍କୁ ଗଣଦୁଷ୍କର୍ମ ହୋଇଥିବା ନେଇ ତଦନ୍ତକାରୀ ବିଜେଡ଼ି ଦଳିତ ସେଲ୍ ର କୌଣସି ସନ୍ଦେହ ନାହିଁ । ବରଂ ଯବାନମାନଙ୍କ ଦ୍ୱାରା ସେ ଗଣଦୁଷ୍କର୍ମର ଶିକାର ହୋଇଥିବା ଦଳିତ ସେଲ୍ ମୁଖ୍ୟ ବିଷ୍ଣୁ ଦାସ ହୃଦବୋଧ କରିଛନ୍ତି ।
କିନ୍ତୁ ଏବେ ? ଧରନ୍ତୁ, ଖୋଦ୍ ପୀଡ଼ିତାଙ୍କ କଥା ମିଛ ହୋଇଥାଉ । ହେଲେ ଡାକ୍ତରଖାନାରେ ସେ ଏତେଦିନ ଧରି କ’ଣ ଚିକିତ୍ସିତ ହେଉଥିଲେ ? ତାଙ୍କୁ କାଉନସେଲିଂର ଆବଶ୍ୟକତା ପଡ଼ିଲା କାହିଁକି ? ସର୍ବୋପରି ଛାତ୍ରୀ ଓ ତାଙ୍କ ପରିବାର ଏମିତି ଅଭିଯୋଗ ଆଣିଲେ କାହିଁକି ? ତେବେ ସେ ଯାହା ହେଉ, ପୁଲିସର ବୟାନ ଛାତ୍ରୀଙ୍କ ପରିବାରକୁ ଉତକ୍ଷିପ୍ତ କରିଛି । ପୁଲିସର ଏହା ଚାଲାକି ବୋଲି ସମ୍ପର୍କୀୟ ଅଭିଯୋଗ କଲେଣି । ସୁତରାଂ ଘଟଣାଟି ଏବେ ନାଟକୀୟ ମୋଡ଼ ନେଇଛି । ଅନେକଙ୍କୁ ଘଟଣାଟି ଆଈ ମା କାହାଣୀ ଭଳିଆ ମନେହେଲାଣି । ଅସଲ କଥା ହେଉଛି, ପୁଲିସର କଥା ଯଦି ଗ୍ରହଣଯୋଗ୍ୟ ହେଉନି, ତା’ପରେ ? ସରକାର ଘଣ୍ଟ ଘୋଡାନ୍ତୁ କି ବିରୋଧୀ ପକ୍ଷ ରାଜନୀତି କରନ୍ତୁ ହେଲେ ଜଣେ ନିରୀହ ନାବାଳିକାଙ୍କ ଇଜ୍ଜତ ସହ ଖେଳା ନ ଯାଉ ।
Previous Post

ବିଷ୍ଣୁଙ୍କ ଚାକିରି ଯିବ !

Next Post

ସାବାସ୍ ଓଁକାର୍

Next Post
ସାବାସ୍ ଓଁକାର୍

ସାବାସ୍ ଓଁକାର୍

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

Plugin Install : Popular Post Widget need JNews - View Counter to be installed

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA