Friday, May 1, 2026 04:58 AM
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
  • HOME
  • NEWS
    • Business & Economy
    • Entertainment
    • Health
    • International
    • National
    • Sports
    • Story Of The Week
  • ARCHIVES
  • GUEST COLUMN
  • INTERVIEWS
  • POLITICS
    • GOSSIPS
  • More News
    • Auto
    • Crime
    • Environment
    • Food
    • Gadgets
    • Lifestyle
    • Mobile
    • Money
    • Quiz
    • Science
    • Shopping
    • Technology
    • Travels
  • CONTACT
    • Advertisement Tariff
Mid Day Odisha
Home Latest News

ସତ ଚାପିଦେବାକୁ ଉଦ୍ୟମ !

by Our Correspondent
22 Nov, 2017- 11:27 AM
in Latest News, Politics
1 min read
0
ସତ ଚାପିଦେବାକୁ ଉଦ୍ୟମ !
ଭୁବନେଶ୍ୱର: ‘ପିନାକ ମହାନ୍ତି ବିଜେପିର କେହି ନୁହଁନ୍ତି’ । ତାଙ୍କୁ ଅଜଣା ଯୁବକ କହି ବିଜେପି ପ୍ରେସ୍ ମିଟ୍ କଲା । ଦମ୍ଭ ବି ଦେଖାଇଲା । ସେହି ଖବରକୁ ଆମର ପ୍ରମୁଖ ଗଣମାଧ୍ୟମ ଜୋରଦାର ପ୍ରଚାର କଲେ । ହେଲେ ତାପରେ ଚୁପ୍ । ପିନାକ ମହାନ୍ତି ସତରେ ବିଜେପିର ନା ଅନ୍ୟ କେଉଁ ଦଳର ସେ ବିଷୟରେ ଖୋଳତାଡ଼ କଲେନି । ପିନାକଙ୍କ ପ୍ରକୃତ ପରିଚୟର ଅନେକ ପ୍ରମାଣ ପଦାକୁ ଆସିଥିଲେ ମଧ୍ୟ ସଂପୃକ୍ତ ଗଣମାଧ୍ୟମ ସେ ସମ୍ପର୍କରେ ଅନୁସନ୍ଧାନ କରିବାକୁ ଆଗ୍ରହ ଦେଖାଇଲେନି । ଖବର ଚାପିଦେବାକୁ ଶ୍ରେୟ ମଣିଲେ ।
ପିନାକ ମହାନ୍ତିଙ୍କ ଘର ଭୁବନେଶ୍ୱରଠାରୁ ବେଶୀ ଦୂର ନୁହେଁ । କଟକ ସଦର ନିଆଳି ଅନ୍ତର୍ଗତ ରାଇପୁରରେ ତାଙ୍କ ଘର ।
(୧) ପିନାକ ବିଜେପିର ଜଣେ ସକ୍ରିୟ ସଦସ୍ୟ । ତାଙ୍କର ସଭ୍ୟପଦର ରସିଦ୍ ବି ରହିଛି । ଖାଲି କର୍ମୀ ନୁହଁନ୍ତି, ଗବଗସ୍ତ ମଣ୍ଡଳର ସେ ଉପସଭାପତି । ଗତ ପଞ୍ଚାୟତ ନିର୍ବାଚନରେ ସେ ବିଜେପି ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରୁଥିଲେ । ତାଙ୍କର ଫଟୋ ସମ୍ବଳିତ ପୋଷ୍ଟର ଲଗାଇଥିଲେ । ଅଞ୍ଚଳର କାନ୍ଥବାଡ଼ରେ ଆଜି ବି ତାହା ଶୋଭା ପାଉଛି ।
(୨) ପିନାକଙ୍କ ବିବାହ ଓ ଭଲମନ୍ଦ କାମରେ ବିଜେପି ନେତାଙ୍କର ଭିଡ଼ ହେଉଥିଲା । ଏକଥା କେବଳ ପିନାକଙ୍କ ପରିବାର ଓ ସ୍ଥାନୀୟବାସୀ କହିନାହାନ୍ତି । ଫଟୋରେ ତାହାର ପ୍ରମାଣ ମଧ୍ୟ ରହିଛି ।
(୩) ସର୍ବୋପରି ତାଙ୍କର ମାଆ ନିଜ ପାଟିରେ ପୁଅର ରାଜନୈତିକ ପରିଚୟର ଖୁଲାସା କରିଛନ୍ତି । ପୁଅ ବିଜେପି ନେତା ଓ ବିଜେପି ଅଫିସକୁ ସବୁବେଳେ ଯିବା ଆସିବା କରନ୍ତି ବୋଲି କହିସାରିଲେଣି ।
(୪) ପିନାକ ଓ ରାଜ୍ୟ ବିଜେପିର ସଂଗଠନ ସମ୍ପାଦକ ଶାରଦା ଶତପଥୀ ସେଠାକାର ଢ଼ାବାରେ ଏକାଠି ଖାଇବା କଥା ସ୍ଥାନୀୟବାସୀ ବି କହିଛନ୍ତି ।
ବୁଦ୍ଧିଜୀବୀ ମହଲର ଚର୍ଚ୍ଚା ଅନୁଯାୟୀ, ଏତେସବୁ ପ୍ରମାଣ ପରେ ବି ପ୍ରମୁଖ ଟିଭି ଓ ପେପର୍ ପାଇଁ ତାହା ଖବର ହୋଇନାହିଁ । ନିଜ ପ୍ରତିନିଧିଙ୍କୁ ପଠାଇ ଖବରର ସତ୍ୟାସତ୍ୟ ଜାଣିବାକୁ ଉଚିତ ମଣିନାହାନ୍ତି । ବିଜେପି ରାଜ୍ୟ ସଭାପତି ବସନ୍ତ ପଣ୍ଡା ଓ ବରିଷ୍ଠ ନେତା ମନମୋହନ ସାମଲ ପ୍ରେସ୍ ମିଟ୍ କରି ଯାହା କହିଲେ ତାହାକୁ ବେଦର ଗାର କରି ଦାୟିତ୍ୱ ସାରିଦେଇଛନ୍ତି । ଲୋକଙ୍କୁ ଜଣାଇବାକୁ ଚାହିଁନାହାନ୍ତି ବିଜେପି ସତ କହୁଛି ନା ମିଛ । ହୋଇପାରେ ଏହାକୁ ସେମାନେ ମାମୁଲି ଖବର ଭାବି ଗୁରୁତ୍ୱ ଦେଇନାହାନ୍ତି । ହେଲେ ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତିଙ୍କୁ ତାଙ୍କ ଚାମ୍ବରରେ ପଶି ମୁଣ୍ଡରେ ବନ୍ଧୁକ ଲଗାଇଥିବା ବ୍ୟକ୍ତି ଛୋଟକାଟିଆ ଅପରାଧୀ ନୁହଁନ୍ତି କି ତାଙ୍କର ପରିଚୟ ମାମୁଲି ଖବର ହୋଇ ନ ପାରେ । ନକଲି ବନ୍ଧୁକ ହୋଇଥିଲେ ମଧ୍ୟ ଧମକ କିନ୍ତୁ ସତସତିକା । ଘଟଣାର ଗୁରୁତ୍ୱ ଦୃଷ୍ଟିରୁ ସବୁ ଟିଭି ଏହାର ଲାଇଭ୍ ପ୍ରସାରଣ କରିଥିଲେ । ବିଜେପି ତାଙ୍କୁ ଅଜଣା ବ୍ୟକ୍ତି କହି ଦମ୍ଭ ଦେଖାଇବାର ପ୍ରେସ୍ ମିଟ୍ କୁ ବି ଲାଇଭ୍ କରିଥିଲେ । ହେଲେ ସେତିକିରେ ଖବର ସରିଯିବା କଥାକୁ ବୁଦ୍ଧିଜୀବୀ ଓ ନିଆଳୀ ଅଞ୍ଚଳବାସୀ ଗ୍ରହଣ କରିପାରୁନାହାନ୍ତି ।
ବିଜେପିର ସୌଭାଗ୍ୟ ଯେ ତାଙ୍କ ଚାଲ୍ ସଫଳ ହୋଇଛି । ଖବରଟି ଚପିଯିବା, ଦଳର ପାୱାରଫୁଲ୍ ଗୋଷ୍ଠୀର ନେତାଙ୍କୁ ଆଶ୍ୱସ୍ତି କରିଛି । ଗୋଟେ ଅଧେ ନିଉଜ୍ ପୋର୍ଟାଲ୍ କି ଟିଭିରେ ପିନାକ ମହାନ୍ତିଙ୍କ ପରିଚୟର ତଥ୍ୟ ପ୍ରମାଣର ଖବର ଆସିବା ସେମାନଙ୍କୁ ବିଶେଷ ବ୍ୟତିବ୍ୟସ୍ତ କରିନି । ରାଜ୍ୟର ପ୍ରମୁଖ ଗଣମାଧ୍ୟମର ମାଲିକ ଓ ସେମାନଙ୍କ ଷ୍ଟାର୍(ତାରକା)ଙ୍କୁୁ ବିଜେପି ସେଥିପାଇଁ ଧନ୍ୟବାଦ ଦେବା କଥା ।
Previous Post

ଅହଂକାରକୁ ଥୂ: ବିଜେପି ହାତ ଛାଡ଼ିଲେ ନାରାୟଣ

Next Post

ଆନ୍ନାଙ୍କ କାନ୍ଧରେ ବନ୍ଧୁକ ?

Next Post
ଆନ୍ନାଙ୍କ କାନ୍ଧରେ ବନ୍ଧୁକ ?

ଆନ୍ନାଙ୍କ କାନ୍ଧରେ ବନ୍ଧୁକ ?

Leave a Reply Cancel reply

Your email address will not be published. Required fields are marked *

BROWSE BY CATEGORIES

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • 1.3k Fans





BROWSE BY TOPICS

best odia news poratl bhubaneswar best odia news portal odisha middayodisha-bipin mishra

POPULAR NEWS

  • ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    ପ୍ରତି ସପ୍ତାହରେ କୁଆଡ଼େ ଯାଉଛନ୍ତି ପାଣ୍ଡିଆନ୍?

    19182 shares
    Share 7673 Tweet 4796
  • ନବୀନ..ନବୀନ, ମୋହନ..ମୋହନ

    16601 shares
    Share 6640 Tweet 4150
  • ଅରୂପ ପଟ୍ଟନାୟକ ପୁରୀ ଲୋକସଭା ପ୍ରାର୍ଥୀ!

    7298 shares
    Share 2919 Tweet 1825
  • ହୋଲଡିଂ ଟାକ୍ସ: କିଟ୍ ବିରୋଧରେ ମିଛ ଖବର ଧରାପଡ଼ିଲା

    5815 shares
    Share 2326 Tweet 1454
  • ନଘାଂ ତଣ୍ଟିଆ ଖାଇଲ କାହିଁକି?

    5485 shares
    Share 2194 Tweet 1371

1092064267102663354MiddayOdisha fills a gap in local media for the numerous speakers living and visiting Odisha and outside Odisha.

LIKE US ON FB

WordPress YouTube plugin

Category

  • blog
  • Business & Economy
  • Crime
  • Editors Pick
  • Entertainment
  • Environment
  • Gossips
  • Guest Column
  • Health
  • International
  • Interview
  • Latest News
  • Lifestyle
  • Media
  • Mobile
  • Money
  • National
  • News
  • Opinion
  • Politics
  • Science
  • Shopping
  • Sports
  • Story Of The Week
  • Technology
  • HOME
  • ABOUT US
  • ADVERTISEMENT TARIFF
  • FEEDBACK
  • DISCLAIMER

© 2020-2022 MIDDAY ODISHA

No Result
View All Result
  • Home
  • Politics
  • News
  • Archives
  • Money
  • Lifestyle
  • National
  • Sports
  • Food
  • Travels
  • Opinion

© 2020-2022 MIDDAY ODISHA